ସମ୍ବଲପୁର ; ତା.୨୮/୧୨ (ବିଏମ୍ସି ଟିଭି ଓଡ଼ିଆ)
ଗୁଦ୍ଗୁଦା ସାହିତ୍ୟ ସଂସଦର ସଭାପତି ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ୨୦୨୫ର ଶେଷ ଅଧିବେଶନରେ ଚଳିତ ବର୍ଷର ଭାରତ ବର୍ଷ ଓ ଆଗାମୀ ନୂତନ ବର୍ଷରେ କବିଙ୍କ ଦାୟିତ୍ଵ ସମ୍ପର୍କରେ ଆଲୋଚନା ଚକ୍ର ତଥା କୁଚିଣ୍ଡା ଉପଖଣ୍ଡ ସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ଏହି ଅବସରରେ ସୁବାସ ନାୟକଙ୍କ ଓଡ଼ିଆ ଓ ସମ୍ବଲପୁରୀ ଭାଷାରେ ରଚିତ ଆତ୍ମଜୀବନୀ ‘ଦୋଛକୀ ମଣିଷ’ର ପ୍ରିମିଅର କରି ଉଭୟ ଭାଷାର ପୁସ୍ତକର ମଲାଟକୁ ଶ୍ରୀମାଝୀ ଉନ୍ମୋଚନ କରିଥିଲେ। ଏହି ପୁସ୍ତକ କଟକର ଡିଡି ପ୍ରକାଶନୀ ପକ୍ଷରୁ ନିକଟରେ ପ୍ରକାଶିତ ହେବ ବୋଲି ସୂଚନା ଦିଆଯାଇଥିଲା। ଆଲୋଚନା ଚକ୍ରରେ ନାରୀ ନିର୍ଯାତନା , ଭାରତ ଓ ଆଖପାଖ ଦେଶରେ ହେଉଥିବା ସଂଖ୍ୟାଲଘୁଙ୍କ ପ୍ରତି ଅତ୍ୟାଚାର ଉପରେ ଚିନ୍ତା ପ୍ରକଟ କରି ଏହା ବିରୁଦ୍ଧରେ ନୂତନ ବର୍ଷରେ କବିଗଣ ନିଜର ଲେଖନୀକୁ ତୀକ୍ଷ୍ଣ କରିବାକୁ ଆହ୍ବାନ ଦିଆଯାଇଥିଲା।

କବିୟତ୍ରୀ ସୁସ୍ମିତା ପଟେଲ ଓ ରଜନୀ ପଟେଲଙ୍କ ସଂଯୋଜନାରେ ଆୟୋଜିତ କବିତା ଅସରରେ ବନମାଳୀ ନଖମଦେଓ, ବସନ୍ତ ଚୌଧୁରୀ, ଧନୁର୍ଜୟ ମାଝୀ, ସୁରୁମନି ସୁନାନୀ, ଲକ୍ଷ୍ମଣ ବେହେରା, ସରୋଜ ମେହେର, ଅଶୋକ ଦର୍କା, ଅକ୍ଷୟ ନାଏକ, ବବିତା ମାଝୀ, ସୁକମନି କିଶାନ, ଲପିତ ହନୁ, ପିଙ୍କି ନାଏକ, ସୁକାନ୍ତି ଶେଠ୍, ପ୍ରଭାସିନୀ କିଶନ, ନିଲେନ୍ଦ୍ରି କିସାନ, ଇତି କିସାନ, ଖୋଳନା କିସାନ, ରଶ୍ମିତା ବେହେରା, ଜ୍ୟୋତ୍ସ୍ନା ରଣା, ସରୋଜିନୀ କାଲୋ, ପଦ୍ମିନୀ କରାଲି, ରତ୍ନ ମଞ୍ଜରୀ ପୃଷେଠ, କୁମାରୀ କାଲୋ, ସୁଦେଷ୍ଣା ନାଏକ ଓ ପ୍ରବୀନା ସାହୁ ପ୍ରମୁଖ କବିତା ପାଠ କରିଥିଲେ। ପ୍ରାରମ୍ଭରେ ସଂସଦର ସମ୍ପାଦକ ବନମାଳୀ ଶେଖର ନାମଦେଓ ସ୍ଵାଗତ ଭାଷଣ ସହ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଶେଷରେ ଅଧ୍ୟାପକ କୃଷ୍ଣ ଚନ୍ଦ୍ର ପୁଝାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପଖଣ୍ଡର ଅର୍ଦ୍ଧ ଶତାଧିକ ସାରସ୍ଵତ ପ୍ରେମୀ ଯୋଗ ଦେଇଥିଲେ।

ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


