ବୌଦ୍ଧ ; ତା-୧୯/୦୧ ( ବିଏମସି ଟିଭି ଓଡ଼ିଆ)
ବୌଦ୍ଧ ଜିଲ୍ଲା ସଂଗ୍ରାହାଳୟ ଠାରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କୌତୁକ ବେଶ ପୋଷାକ ପ୍ରତିଯୋଗିତା ର ବିଚାରକ ଭାବେ ଅଧ୍ୟାପକ, ପଞ୍ଚାୟତ ମହାବିଦ୍ୟାଳୟ, ବୌଦ୍ଧ ର ପ୍ରତାପ କୁମାର ରଥ, ସଭାପତି, ଜ଼ିଲ୍ଲା ଉନ୍ନୟନ ପରିଷଦ ଚିତ୍ତ ରଞ୍ଜନ ଦାଶ, ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଶ୍ୟାମ ସୁନ୍ଦର ମହାପାତ୍ର ଯୋଗଦେଇ ଦାୟିତ୍ୱ ର ସହ ବିଚାର କାର୍ଯ୍ୟ ସମ୍ପାଦନ କରିଥିଲେ । ପ୍ଲେ ଗ୍ରୁପ ଠାରୁ ଦ୍ବିତୀୟ ଶ୍ରେଣୀ ପଯ୍ୟନ୍ତ ଶ୍ରେଣୀ ସ୍ତରୀୟ ପ୍ରତିଯୋଗିତା ରେ ଗୌରୀଶଙ୍କର ପବ୍ଲିକ ସ୍କୁଲ ର ସାଇ ଶ୍ରେୟାଂଶି ପ୍ରଧାନ – ପ୍ରଥମ, ବ୍ରାଇଟ ମାଇଣ୍ଡ ଡାଇମନସନ ସ୍କୁଲ ର ବଦ୍ରୀନାଥ ସାହୁ – ଦ୍ଵିତୀୟ ଓ ଶ୍ରେୟା ସୁହାନି ମଲ୍ଲିକ – ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ର ଦିବ୍ୟାନସି ଗୁରୁ – ପ୍ରଥମ, ସେଣ୍ଟ ଜାଭିଅରସ ପବ୍ଲିକ ସ୍କୁଲର କିରଣ୍ୟା ଆଚାର୍ଯ୍ୟ – ଦ୍ଵିତୀୟ ଏବଂ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ର ଆଦିତ୍ୟ ମିଶ୍ର – ତୃତୀୟ ସ୍ଥାନ ଅଧିକାର କରିଥିଲେ । କୃତୀ ଛାତ୍ରଛାତ୍ରୀ ଙ୍କୁ ସାଧାରଣତନ୍ତ୍ର ଦିବସ ଅବସରରେ ଷ୍ଟାଡିୟମ ପଡିଆ ଠାରେ ମୁଖ୍ୟ ଅତିଥି ପୁରସ୍କୃତ କରିବାର କାର୍ଯ୍ୟକ୍ରମ ରହିଛି ।

ଆଜିର ଏହି କାର୍ଯ୍ୟକ୍ରମ କୁ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ପରିଚାଳନା କରିଥିଲେ ଏବଂ କାର୍ଯ୍ୟଳୟ ର କର୍ମଚାରୀ ଅକ୍ଷୟ କୁମାର ମହାକୁଡ଼, ଜିତେନ୍ଦ୍ର ମହାନ୍ତି, ବୀର କିଶୋର କର୍ମୀ, ସୋମନାଥ ବାରିକ ଏବଂ ଜ଼ିଲ୍ଲା ସଂଗ୍ରହାଳୟ ର କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ବୌଦ୍ଧ ରୁ ଜିଲ୍ଲା ପ୍ରତିନିଧି ପ୍ରଭଞ୍ଜନ ପୁରୋହିତ ଙ୍କ ରିପୋର୍ଟ ବିଏମସି ନ୍ଯୁଜ ଓଡ଼ିଶା।


