ଭୁବନେଶ୍ୱର: ତା -୨୭/୦୧(ବିଏମସି ଟିଭି ଓଡ଼ିଆ)
ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି ନଵନିର୍ମାଣ କୃଷକ ସଂଗଠନ । ଏହି ବନ୍ଦକୁ କଂଗ୍ରେସ ସମର୍ଥନ କରିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି।ବିଭିନ୍ନ ଅବ୍ୟବସ୍ଥା ତଥା ଦାବିକୁ ନେଇ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ତେବେ ଏହାର କେତେ ପ୍ରଭାବ ପଡିବ ତାହା ବଡ଼ ପ୍ରଶ୍ନ । କଂଗ୍ରେସ ଏହାକୁ ସମର୍ଥନ ଜଣାଇଥିବାରୁ ଏହାର ପ୍ରଭାବ ଦେଖିବାକୁ ମିଳିବାର ସମ୍ଭାବନା ଅଧିକ ରହିଛି ।ରାଜ୍ୟଵ୍ୟାପୀ ଧାନକିଣାରେ ଅବ୍ୟବସ୍ଥା, ଯାନବାହନର ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ଫାଇନ ଆଦାୟ, ବିଜୁଳି ଟାରିଫକୁ ନେଇ ସରକାର, ଓଇଆରସି ଏବଂ ଟାଟା ପାୱାରର ମନମାନି, ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ

ନିଯୁକ୍ତି ଯୋଜନାର ଉଚ୍ଛେଦ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ଆନ୍ଦୋଳନ ହୋଇଆସୁଛି । ଲୋକଙ୍କର ଏସବୁ ସମସ୍ୟା ନେଇ ନଵନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବାରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଏହାକୁ ସମର୍ଥନ କରିବା ପାଇଁ ନିଷ୍ପତ୍ତି ନେଇଥିବା ଭକ୍ତ ଦାସ କହିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନବନିର୍ମାଣ କୃଷକ ସଂଗଠନର ବନ୍ଦ ପାଳନକୁ ସମର୍ଥନ ଜଣାଇବା ପାଇଁ ପିସିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଭକ୍ତ ଦାସ କହିଛନ୍ତି।
ବ୍ୟୁରୋ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


