ବରଗଡ଼ ; ତା-୨୧/୧୧ ( ବିଏମସି ଟିଭି ଓଡ଼ିଆ)
ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟି ଆନୁକୂଲ୍ୟରେ ଗଙ୍ଗାଧର ନଗର ସ୍ଥିତ ଏ .ଇ. ମିସନ ସ୍କୁଲ ଠାରେ ଗୁରୁ ଭଗବାନ ସାହୁଙ୍କ ୨୫ ତମ ଶ୍ରାଦ୍ଦ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଅଛି । ଉପଦେଷ୍ଟା ଯୁଗଳ ପ୍ରାସାଦ ସିଂ ଅତିଥି ପରିଚୟ ପ୍ରଦାନ କରିଥିଲେ,ଏ. ଇ. ମିସନ ସ୍କୁଲ ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଡ଼. ତପସ୍ଵିନୀ ଗୁରୁଙ୍କ ଅଭିଭାଷଣ ଏବଂ ସଭାପତିତ୍ବରେ, ସାହିତ୍ୟିକ ମନୋରଞ୍ଜନ ମେହେରଙ୍କ ସଂଯୋଜନାରେ କବୟିତ୍ରୀ ଜୟଶ୍ରୀ ପଣ୍ଡା ଗୁରୁ ବନ୍ଦନା ପରିବେଷଣ କରିଥିଲେ।ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ବିବରଣୀ ପାଠ କରିଥିଲେ । ମୂଖ୍ୟ ବକ୍ତା ସାହିତ୍ୟିକ ଅଧ୍ୟାପକ ମାନଭଞ୍ଜନ ପାଣିଗ୍ରାହୀ, ସମ୍ମାନୀତ ଅତିଥି , ବୟୋଜ୍ୟେଷ୍ଠ କଣ୍ଠ ଶିଳ୍ପୀ ଦଧିବାବନ ଶତପଥୀ ଯୋଗଦାନ କରି ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ ଗୋଟିଏ ଦିନରେ ନୁଆଁଖାଇ ପାଳନ ପଛର ମହାନାୟକ ଲୋକ ମହୋତ୍ସବର ଜନକ ମହାନ ସମାଜସେବୀ ଗୁରୁ ଭଗବାନ ସାହୁଙ୍କ ଅତୁଳନୀୟ ଅବିସ୍ଵଶନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ।

ଡ଼. ଯଶବୀର ସିଂ ସୈନୀ ଧନ୍ୟବାଦ ଅର୍ପଣ କରିଥିଲେ, । ଲୁଲୁ ରବିନ ଦାସଙ୍କ ଆବାହକତ୍ବରେ ଅନୁଷ୍ଠିତ ସଭାରେ , ସର୍ବଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା, ତୁଳସୀ ଚରଣ ଦାଶ, ନନ୍ଦୀ କିଶୋର ଦାଶ,ଉଦ୍ଧବ ବେହେରା, ଅଚ୍ୟୁତାନନ୍ଦ ବାରିକ,ବିମଳ କୃଷ୍ଣ ମିଶ୍ର, ଶିବାନନ୍ଦ ମଟାରୀ, ସାରଥି ମେହେର, ଦାମୋଦର ସାହୁ, ନୂରାବତି ସାହୁ,ମିନୁ ହୋତା,ସନ୍ତୋଶିନୀ ନାଗ, ସଂଘମିତ୍ରା ପଟେଲ, ପଲ୍ଲୀ ସେବକ ସାହୁ,ଲାଲ ବିହାରି ମିଶ୍ର,ମନୋଜ ବାଗ, ମାନସ ରଂଜନ ଦାଶ, ଲଲିତ ଦାସ, ଜଟାଧାରୀ ପ୍ରଧାନ,ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ବରଗଡ଼ ଜିଲ୍ଲା ରୁ ଦୁର୍ଲ୍ଲଭ ଗଡତିଆଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।


