ବୌଦ୍ଧ ; ତା-୨୨/୧୧ ( ବିଏମସି ଟିଭି ଓଡ଼ିଆ)
ଆସନ୍ତା ଡ଼ିସେମ୍ବର ୧୬ ତାରିଖରେ କଣ୍ଟାମାଲ୍ ବ୍ଳକ୍ ଓ ୨୩ ତାରିଖରେ ବୌଦ୍ଧ ଓ ହରଭଙ୍ଗା ବ୍ଳକ୍ ରେ ଧାନମଣ୍ଡି ଖୋଲିବା ନେଇ ବୌଦ୍ଧ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଚଳିତ ଖରିଫ-୨୦୨୫-୨୬ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହେବା ସହିତ କମିଟିର ଆଲୋଚନା ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ବିଭୂତି ଭୂଷଣ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କଣ୍ଟାମାଲ୍ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଯୋଗ ଦେଇ ଚଳିତ ବର୍ଷ ଜିଲ୍ଲାରେ ହେବାକୁ ଥିବା ଧାନ ସଂଗ୍ରହ କିପରି ସୁରୁଖୁରୁ ରେ ଧାନ କିଣା ହେବ ସେ ନେଇ ଆଲୋଚନା କରିଥିଲେ ।

ଯେମିତି ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ ଚାଷୀ ଠିକ୍ ଭାବେ ବିକ୍ରୟ କରିପାରିବେ ସେନେଇ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ । ଏହି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପଜିଲ୍ଲାପାଳ ବିନୟ କୁମାର ଭୋଇ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଯୋଗ ଦେଇଥିଲେ । ଆସନ୍ତା ୧୬ ତାରିଖ ପୂର୍ବରୁ ମଣ୍ଡି ରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ ବୋଲି ଉପଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ଶ୍ରୀନାଥ ହାଁସଦା ଜିଲ୍ଲାରେ ଧାନ କିଣା ସମ୍ପର୍କରେ ସୂଚନା ଦେଇଥିଲେ । ଆଜିର ଏହି ବୈଠକରେ ଜିଲ୍ଳାର ସମସ୍ତ ମିଲର, ବିଭାଗୀୟ ଅଧିକାରୀ ମାନଙ୍କ ସମେତ ଚାଷୀ ମାନେ ଉପସ୍ଥିତ ଥିଲେ । ସେପଟେ ମିଲର୍ ମାନଙ୍କ ପାଖରେ ଚାଉଳ ଗଚ୍ଛିତ ଥିବା ବେଳେ ତାର ସମାଧାନ ପାଇଁ ବୌଦ୍ଧ ବିଧାୟକ ଆଲୋଚନା କରିଥିଲେ ।

ବୌଦ୍ଧ ରୁ ଜିଲ୍ଲା ପ୍ରତିନିଧି ପ୍ରଭଞ୍ଜନ ପୁରୋହିତ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।


