ବେଲଗୁଣ୍ଠା: ତା -୧୧/୦୩(ବିଏମସି ଟିଭି ଓଡ଼ିଆ)
ଆଜି ସକାଳ ୯:୦୦ ଘଣ୍ଟା ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଉସ୍ତିଆ ଗ୍ରାମର ଭଗବାନ ଜେନା (୫୨) ଗ୍ରାମ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ପୋଖରୀ ପାହାଚରେ ଶିଉଳି ପଡିଥିବାରୁ ଶିଉଳିରେ ଭଗବାନଙ୍କ ଗୋଡ଼ ଖସିଯିବାରୁ ସେ ପାଣି ଭିତରେ ପଡ଼ି ଯାଇଥିଲେ । ସେ ପାଣିରେ ବୁଡିଯାଉଥିବା ସମୟରେ କିଛି ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଭଗବାନଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଭଗବାନଙ୍କର ମୃତ୍ୟୁ ଘଟିଥିଲା । ଏନେଇ ଭଗବାନଙ୍କ ପୁଅ ଗଣେଶ ଜେନା ବେଲଗୁଣ୍ଠା ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଭଞ୍ଜନଗର ମେଡିକାଲ୍ ରେ ପହଞ୍ଚି ମୃତ ଭଗବାନଙ୍କ ଶବକୁ ଜବତ କରି ୦୭/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଥିଲେ । ଶବ ବ୍ୟବଚ୍ଛେଦ ପରେ ଶବକୁ ତାର ପରିବାରକୁ ହସ୍ତାନ୍ତର କରିଥିବା ବେଳେ ଥାନା ଏଏସ୍ଆଇ ଅନୁ ମଲ୍ଲିକ ଏହି ଘଟଣାର ତଦନ୍ତ କରୁ୍ଥିବା ଜଣା ପଡିଛି ।
ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


