କୁଡୁମୁଲୁଗୁମ୍ମା ; ତା – ୨୪/୦୩ ( ବିଏମସି ଟିଭି ଓଡ଼ିଆ )
କୁଡୁମୁଲୁଗୁମ୍ମା ସ୍ଥିତ ଆଦର୍ଶ ବୃହଦ୍ଦାକାର ବହୁମୂଖୀ ଆଦିବାସୀ ସମବାୟ ସମିତି ଲିଃ ତରଫରୁ ଏହାର ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଆଜିର ବୈଠକରେ ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ ରାଜେନ୍ଦ୍ର ଦଳପତି ସଭାପତିତ୍ବ କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ଖଇରପୁଟ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ , ସମ୍ମାନିତ ଅତିଥି ଭାବେ ଲ୍ୟାମ୍ପ ସଭାପତି ଗୋପି ପାଙ୍ଗୀ , ଆର ଏମ୍ ସି ସମ୍ପାଦକ ସଞୟ କୁମାର ଦାସ , ସରପଞ୍ଚ ମଙ୍ଗଳା ମାଢୀ , ଉପ ସଭାପତି ଡମୁଣୀ ମାଢୀ , ଲ୍ୟାମ୍ପ ସଦସ୍ୟ ସାଧୂ ହନ୍ତାଳ , ଅର୍ଜୁନ ଓଡି , ନୀଳକଣ୍ଠ ମୁଦୁଲି , ପୁର୍ବତନ ସଭାପତି ଡମୁ କିର୍ଷାନୀ , ସମାଜସେବୀ ତ୍ରିନାଥ ଶଗରୀଆ ଓ ମନ ପାଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମ କୁ ପୁର୍ବତନ ଏମ୍ ଡି ରମେଶ ଚନ୍ଦ୍ର ରାଉତ ପରିଚାଳନା କରିଥିଲେ । ପ୍ରଥମେ ଅତିଥି ମାନେ , ଆଦ୍ୟ ପୁଜ୍ୟ ଦେବ ଶ୍ରୀ ଗଣେଶଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପୁଜାର୍ଚ୍ଚନା କରିଥିଲେ ଏହାପରେ ଲ୍ୟାମ୍ପ ପରିଚାଳକ ଶ୍ରୀ ଦଳପତି ନିଜର ପ୍ରାରମ୍ଭିକ ଉଦବୋଧନ ରେ ପୁର୍ବ ବର୍ଷର ବିବରଣୀ ପଠନ ସହ ଚଳିତ ଆର୍ଥିକ ବର୍ଷର (୨୦୨୫-୨୬) ର କାର୍ଯ୍ୟଖସଡା ର ସମ୍ପୁର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ , ସଭାପତି ଶ୍ରୀ ପାଙ୍ଗୀ ନିଜର ଅଭିଭାଷଣରେ ଗତ ଆର୍ଥିକ ବର୍ଷର ଆୟ-ବ୍ୟୟ ବିବରଣୀ ଏବଂ ଲାଭ-କ୍ଷତି ହିସାବ ଉପରେ ଆଲୋକପାତ ସହ
ଅଡିଟ୍ ରିପୋର୍ଟ ଉପରେ ଚର୍ଚ୍ଚା ଓ ଅନୁମୋଦନ କରିଥିଲେ , ଅନ୍ୟ ବିଷୟ ଯଥା କୃଷି ଓ ଋଣ ସମ୍ବନ୍ଧୀୟ ଆଲୋଚନା ,
ଚଳିତ ଖରିଫ / ରବି ଋତୁ ପାଇଁ ଋଣ ଯୋଗାଣ ଯୋଜନା ,କୃଷକମାନଙ୍କୁ ସାର ଏବଂ ବିହନ ବଣ୍ଟନ ସ୍ଥିତି ର ସମିକ୍ଷା , ଋଣ ପରିଶୋଧ ଏବଂ ବକେୟା ଋଣ ଆଦାୟ ସମୀକ୍ଷା , ସାମଗ୍ରୀ କ୍ରୟ ଓ ବିକ୍ରୟ , ଧାନ ସଂଗ୍ରହ କେନ୍ଦ୍ର ପରିଚାଳନା ,ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟର ମାର୍କେଟିଂ ବ୍ୟବସ୍ଥା ,ନୂତନ ସଭ୍ୟ ଗ୍ରହଣ ଏବଂ ସେୟାର ପୁଞ୍ଜି ବୃଦ୍ଧି ସମ୍ବନ୍ଧୀୟ , ସରକାରୀ ଯୋଜନା ସମ୍ବନ୍ଧୀୟ ,
ମିଶନ ଶକ୍ତି / ଓଡ଼ିଶା ଜୀବିକା ମିଶନ ସହ ସହଯୋଗ ଓ ଜୈବିକ ଚାଷ ପ୍ରୋତ୍ସାହନ ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ ଯାହା ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା ।

ଅନ୍ୟ ଅତିଥି ମାନେ ମଧ୍ୟ ସେମାନଙ୍କ ଅଭିଭାଷଣରେ ସମବାୟ ର ଅଗ୍ରଗତି ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ପୁର୍ବତନ ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ ରମେଶ ଚନ୍ଦ୍ର ରାଉତ ଅତିଥି ମାନଙ୍କୁ ଧନ୍ୟବାଦ ଦେବାସହ ସମସ୍ତଙ୍କ ସହଯୋଗ କାମନା କରି ସଭା ସା°ଗ ପାଇଁ ସଭାପତିଙ୍କୁ ଅନୁରୋଧ କରିଥିଲେ ।


