ସମ୍ବଲପୁର ; ତା – ୨୫ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା )
ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନ ଠାରେ ସମ୍ବଲପୁର ଜିଲ୍ଲା ଗଣ୍ଡା ସମାଜ କଲ୍ୟାଣ ପରିଷଦର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଜିଲ୍ଲା କମିଟି ଗଠନ କରାଯାଇଛି । ଉକ୍ତ ବୈଠକରେ ସଭାପତି ନିହାଲ ସିଂ , ଉପ-ସଭାପତି ଶିବଶଙ୍କର ପ୍ରଧାନ ( ଜିଲ୍ଲା କମିଟି ) , ଉପ-ସଭାପତି ( କୁଚିଣ୍ଡା ସବ୍ଡିଭିଜନ ଦାୟିତ୍ଵ ) ଲିଙ୍ଗରାଜ ବାଘ , ଉପ-ସଭାପତି ( ସମ୍ୱଲପୁର ସବଡିଭଜନ ଦାୟିତ୍ଵ ) , ଉପ-ସଭାପତି ( ରେଢ଼ାଖୋଲ ସବଡିଭିଜନ ଦାୟିତ୍ଵ ) ଅପର୍ଣ୍ଣା ବାଗ , ସମ୍ପାଦକ ଅମିନ ମହାନନ୍ଦ , ସହ-ସମ୍ପାଦକ ବିନୟ ଭୂଷଣ ସୁନା , କୋଷାଧ୍ୟକ୍ଷ ସୁନିଲ କୁମାର ହଂସା , ଜିଲ୍ଲା ସଂଗଠନ ସମ୍ପାଦିକା ଯମୁନା ଶିକା , ବୁର୍ଲା ନଗର ପାଇଁ ସଭାପତି ରାମକୃଷ୍ଣ ସାସନୀ , ଉପ-ସଭାପତି ବବୁଲୁ ସୁନା , ସମ୍ପାଦକ କ୍ଷିରୋଦ କୁମାର ନାୟକ , ପଦ୍ମା ମହାନନ୍ଦ , ପିଙ୍କି ଲୁହା ପ୍ରମୁଖ ତିନି ବର୍ଷ ପାଇଁ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି ।

ଗଣ୍ଡା ସମାଜ କଲ୍ୟାଣ ପରିଷଦର ପ୍ରତିଷ୍ଠାତା ଉପଦେଷ୍ଟା ମୀନିକେତନ ବାଦି ଓ ଉପଦେଷ୍ଟା ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲଙ୍କ ଉପସ୍ଥିତିରେ ଗଣ୍ଡା ସମାଜର ସମସ୍ତ ସଭ୍ୟ ସଭ୍ୟାଙ୍କ ସହମତି କ୍ରମେ ସଭ୍ୟ ମନୋନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ସମ୍ବଲପୁର ଜିଲ୍ଲା ପାଇଁ ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯାଇଥିଲା ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି ବିଏମସି ଟିଭି ଓଡ଼ିଆ ।


