ବାଲିମେଳା ; ତା – ୨୫ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା )
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଚିତାପାରି-୩ ପଞ୍ଚାୟତ ଅଧୀନ ଏମଭି – ୧୦୮ ଗ୍ରାମରେ ମା’ ବାସନ୍ତି ପୂଜା କମିଟିର ସଭାପତି କ୍ରିତି ସୁନ୍ଦର ସର୍ଦାର , ଉପ ସଭାପତି କେଶବ ବିଶ୍ୱାସ , ସମ୍ପାଦକ ବଳରାମ ଅଧିକାରୀ , କୋଷାଧକ୍ଷ କଲ୍ୟାଣ ସର୍ଦାର ଏବଂ ଗାଁ ପରିମଳ କମିଟିର ସଭାପତି ରୁଦ୍ରାକ୍ଷ୍ୟ ମିସ୍ତ୍ରୀ , ରଞ୍ଜିତ ସାନ୍ନା , କୁମାରେଶ ସର୍ଦାର ଓ ଅନ୍ୟ କର୍ମକର୍ତ୍ତାଙ୍କ ନେତୃତ୍ୱରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ମା’ ବାସନ୍ତୀଙ୍କ ଆବାହନ । ଆଜକୁ ପ୍ରାୟ ଦୀର୍ଘ ୧୪ ବର୍ଷ ଧରି ଏହି ଗାଁରେ ପ୍ରତିବର୍ଷ ମା’ ବାସନ୍ତୀଙ୍କ ପୂଜା ବହୁ ଆଡମ୍ବର ସହ ଏବଂ ରୀତିନୀତି ଅନୁଯାୟୀ ପାଳିତ ହୋଇ ଆସୁଅଛି ।

ଏହି ଅବସରରେ ଗ୍ରାମର ମହିଳା ମାନେ ଏକ କଳସ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ମା’ ଙ୍କର ପୂଜା ମଣ୍ଡପରେ ଶୁଭ କଳସ ସ୍ଥାପନ କରାଯଇଥିଲା । ପୂଜା ମଣ୍ଡପ ସମେତ ଗାଁ ଦାଣ୍ଡକୁ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ସଜାଯିବା ସହ ବଡ ବଡ଼ ତୋରଣ କରାଯାଇଛି । ଏହି ପୂଜା ଆସନ୍ତା ଶନିବାର ପର୍ଯ୍ୟନ୍ତ ପାଳନ ଜରାଯିବ । ଶ୍ରଦ୍ଧାକୁଙ୍କ ମନୋରଞ୍ଜନ ପାଇଁ ପୂଜା ମଣ୍ଡପ ନିକଟରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ପାଇଁ ପୂଜା କମିଟି ପକ୍ଷରୁ ସ୍ଥିର ହୋଇଥିବା ଜଣାପଡ଼ିଛି ।


