ସମ୍ବଲପୁର/ଗୋଡଭଗା ; ତା – ୨୭ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା )
ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ୍ ଅନ୍ତର୍ଗତ କଳାମାଟି ପଞ୍ଚାୟତ ଅଧିନସ୍ଥ ଗୋଡଭଗା କେମ୍ପ୍ ସ୍ଥିତ ଘୁଡୁକାଟିକ୍ରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି ଭରା ଭାବମୟ ପରିବେଶରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ରାମ ନବମୀ ଅବସରରେ ପାଳିତ ହୋଇଯାଇଛି । ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରାତଃ ପର୍ଯ୍ୟାୟରେ ମୂଖ୍ୟ ଅତିଥି ଭାବରେ ନିରୁପମା ପାତ୍ର ଯୋଗ ଦେଇ ଶିଶୁ ଭାଇ ଭଉଣୀମାନଙ୍କୁ ଶ୍ରୀ ରାମଙ୍କ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ବେବୀରାଣୀ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ , ସରିତା ଦେହୁରୀ ସଂଯୋଜନା , ଶିଖା ମହାପାତ୍ର ବ୍ୟକ୍ତିଗତ ଗୀତ ଗାନ , ଲିଳିମା ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦାନ ଓ ପୂଜା ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁ ଭାଇ ଭଉଣୀମାନେ ରାମ , ଲକ୍ଷ୍ମଣ , ହନୁମାନ , ସୀତା ଇତ୍ୟାଦି ବେଶରେ ସଜ୍ଜିତ ହୋଇ ବିଦ୍ୟାଳୟକୁ ଆସିଥିଲେ । ସେହିଭଳି ଦିବା ପର୍ଯ୍ୟାୟରେ ଯଶୋବନ୍ତ ମହାକୁର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶିଶୁମନ୍ଦିରର ସଂସ୍କାର , ଶିଷ୍ଟାଚାର ଉପରେ ଆଲୋକପାତ କରିଥିଲେ ।

ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର ବିଶ୍ବାଳ ଅତିଥି ପରିଚୟ କରିଥିବା ବେଳେ , ବିଦ୍ୟାଳୟର ସଂପାଦକ କୃଷ୍ଣଚନ୍ଦ୍ର ସାଥୁଆ ମୂଖ୍ୟବକ୍ତା ଭାବରେ ଯୋଗଦେଇ ପ୍ରଭୁ ଶ୍ରୀରାମଙ୍କ ଅଲୌକିକ ଜନ୍ମ ସଂପର୍କରେ ଗଳ୍ପ ଛଳରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ବିଦ୍ୟାମନ୍ଦିରର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ଛାତ୍ରୀ ତନ୍ମୟି ପାଣିଗ୍ରାହୀ ବ୍ୟକ୍ତିଗତ ଭାବେ ଭକ୍ତିଭାବପୂର୍ଣ୍ଣ ଗୀତ ଗାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଛାତ୍ରୀ ପୁନମ୍ ଅଦାବର ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ମାନୁ ପର୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ । ଉପଦେଷ୍ଟା କମିଟିର ପ୍ରେମାନନ୍ଦ ସାହୁ ଏବଂ ବିଦ୍ଵାନ୍ ପରିଷଦର ସଦସ୍ୟ କୃଷ୍ଣଚନ୍ଦ୍ର କର୍ଣ୍ଣ ଉପସ୍ଥିତ ରହିଥିବା ବେଳେ ସଭାପତି ପ୍ରଦୀପ କର୍ଣ୍ଣ ମର୍ଯ୍ୟାଦା ପୁରୁଷ ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଙ୍କ ଉପରେ ନିଜର ଅଭିଭାଷଣ ରଖିଥିଲେ । ଗୁରୁମା ମଞ୍ଜୁଲତାଙ୍କ ଦିଗଦର୍ଶନରେ ଅବିନାଶ , ବାସନ୍ତୀ , ପୂଜା ସାହୁ , ସଂଗୀତା ଅମାତ , ରୁକ୍ମିଣୀ , ଲକ୍ଷିନ୍ଦ୍ର , ଦିପାଞ୍ଜଳୀ ଓ ସ୍ମୃତିଲିପି ପ୍ରମୁଖ ଗୁରୁଜୀ ଗୁରୁମାମାନେ ଅନୁଷ୍ଠିତ ସମଗ୍ର କାର୍ଯ୍ୟକ୍ରମରେ ସକ୍ରୀୟ ଭୂମିକା ନିର୍ବାହ କରିଥିଲେ ।
ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି ଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ ।


