ସମ୍ବଲପୁର ; ତା.୨୬/୧୧ (ବିଏମସି ଟିଭି ଓଡିଆ)
ଜମନକିରା ବ୍ଲକ ମହଦା ଗ୍ରାମ ସ୍ଥିତ ରାଜୀବ ଭବନ ପରିସରରେ ଗ୍ରାମ ପଞ୍ଚାୟତ ପକ୍ଷରୁ ବୁଦ୍ଧ ସାମାଜିକ ପରିବର୍ତ୍ତନ ସମିତିର ସହାୟତାରେ ପିଇଓ ସାଲେଗ୍ରାମ ଭୋଇଙ୍କ ସଭାପତିତ୍ବରେ ଏବଂ ଆବାହକ ସୁରୁମଣି ଶୁନାନୀଙ୍କ ସଂଯୋଜନାରେ ସମ୍ବିଧାନ ଦିବସ ଓ ଲୋକସଭାର ପ୍ରଥମ ଓଡ଼ିଆ ବାଚସ୍ପତି ରବି ରାୟଙ୍କ ଜୟନ୍ତୀ ଶତ ବାର୍ଷିକୀ ପାଳିତ ହୋଇଯାଇଛି । ଏଥିରେ ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମ୍ବିଧାନ ଗଠନ ପକ୍ରିୟାରେ ଡ଼ ଆମ୍ବେଦକରଙ୍କ ଉତ୍ସର୍ଗୀକୃତ ଭୂମିକା ଓ ପ୍ରସ୍ତାବନା ଉପରେ ଆଲୋଚନା କରିଥିଲେ । ସେ ରବି ରାୟଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମୁଖ୍ୟବକ୍ତା ଭାବରେ ଧନକଉଡ଼ା ର ଅବସରପ୍ରାପ୍ତ ଏବିଇଓ ଭବାନି ଶଙ୍କର ସାହୁ ଯୋଗଦେଇ ସମ୍ବିଧାନ ସଚେତନତାର ଆବଶ୍ୟକତା ଉପରେ କହିଥିଲେ । ସାମାଜିକ କର୍ମୀ ଶ୍ରଦ୍ଧାକର ଜୟପୁର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପୂର୍ବତନ ଲୋକସଭା ବାଚସ୍ପତି ରବି ରାୟଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ସୁବାସ ନାୟକଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ଭୀଷ୍ମଦେବ ଶୁନାନୀ ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ହୋମେଶ୍ୱର ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ଦିଲ୍ଲୀପ ତାଣ୍ଡିଆ, ରୋହିତ ସୁନାନୀ, ଲକ୍ଷ୍ମୀ କାନ୍ତ କୁସୁମ, ମନୋହର ମହାନନ୍ଦ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


