ସମ୍ବଲପୁର ; ତା – ୨୭ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) ।
ରାମଜୀ ଯୁବକ ସଂଘ ( ସଦାଇପାଲି ) ବଲାଙ୍ଗିର ଦ୍ବାରା ୧୧ତମ ରାଜ୍ୟସ୍ତରୀୟ ମହାକୋଶଲୀ ନାଟବାଦୀ ଉତ୍ସବ ପାଳିତ ହୋଇଯାଇଛି । ଉଦ୍ଯାପନୀ ଦିବସରେ ପ୍ରଥମ ଥର ପାଇଁ ସମ୍ବଲପୁରୀ ଭାଷାରେ ଆରମ୍ଭ ହୋଇଥିବା ରାମଲୀଲା ନାଟକରେ ରାମ ଭୂମିକାରେ ଅଧ୍ୟାପକ ତୁଷାର ବାରିକ୍ ଓ ରାବଣ ଭୂମିକାରେ ବିଶିଷ୍ଟ ଅଭିନେତା ଗୋପାଳ ପଣ୍ଡାଙ୍କୁ ତାଙ୍କ ନିଖୁଣ ଅଭିନୟ ପାଇଁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଡ.ଶ୍ରୀକର ମିଶ୍ର ଏହାର ସଂଯୋଜନା କରିଥିଲେ । ଉଭୟ ପ୍ରତିଭାଧାରୀ କଳାକାରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ।

ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି ଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ ।


