ବାଲିମେଳା ; ତା – ୨୭ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) ।
ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରରେ ଥିବା ଇଣ୍ଡୋର ଷ୍ଟାଡିୟମର ଭାରୋ ଉତ୍ତୋଳନ ପ୍ରଶିକ୍ଷକ ସମେତ ୮ ଜଣ ଛାତ୍ର ଛାତ୍ରୀ ଆଜି ଭୁବନେଶ୍ୱର ଗ୍ରସ୍ତ କରିଛନ୍ତି । ୨୦୨୫ ମସିହାରେ ବାଲିମେଳା ବହୁ ମୁଖୀ ଇଣ୍ଡୋର ଷ୍ଟାଡିୟମ ଠାରେ ଗ୍ରୀଷ୍ମ କାଳୀନ ଭାରୋ ଉତ୍ତୋଳନ ପ୍ରଶିକ୍ଷଣ ପ୍ରଶିକ୍ଷକ ରଖୁନାଥ ଖିଲଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିରରେ ୪୦ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

୪୦ ଜଣ ପିଲା ମାନଙ୍କ ମଧ୍ୟରୁ ୨ ଜଣ ଝିଅ ଏବଂ ୬ ଜଣ ପୁଅ ସମୁଦାୟ ୮ ଜଣ ଛାତ୍ର ଛାତ୍ରୀ ଙ୍କୁ ନେଇ ଶ୍ରୀ ଖିଲ ଆଜି ଭୁବନେଶ୍ୱରରେ ଥିବା କଳିଙ୍ଗ ଷ୍ଟାଡିୟମକୁ ଗ୍ରସ୍ତ କରିଛନ୍ତି । ସେଠାରେ ସେମାନଙ୍କର ଡାକ୍ତରୀ ଶାରୀରିକ ପରୀକ୍ଷା ଚୟନ କରାଯିବ । ଯେଉଁ ଛାତ୍ର ଛାତ୍ରୀ ମାନେ ଡାକ୍ତରୀ ଶାରୀରିକ ପରୀକ୍ଷା ଚୟନ ରେ ସଫଳତା ହାସଲ କରିବେ ସେମାନେ କଳିଙ୍ଗ ଷ୍ଟାଡିୟମ ଠାରେ ହିଁ ରହି ଆନ୍ତଃରାଜ୍ୟ ପାଇଁ ପ୍ରଶିକ୍ଷଣ ନେବେ ବୋଲି ବାଲିମେଳା ବହୁ ମୁଖୀ ଇଣ୍ଡୋର ଷ୍ଟାଡିୟମର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଲଷ୍ମୀକାନ୍ତ ପୂଜାରୀ ସୂଚନା ଦେଇଛନ୍ତି ।



