ମଲ୍ଲୀପୁର,ନିଶ୍ଚିନ୍ତକୋଇଲି,କଟକ ; ତା – 27 / 03 ବିଏମସି ନ୍ୟୁଜ୍ ଓଡି଼ଶା
ମହାପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମ ଙ୍କ ଜନ୍ମ ତିଥି ଅବସର ରେ ଓଡ଼ଶା ପ୍ରସିଦ୍ଧ ଅସୁରେଶ୍ୱର ମଲ୍ଲୀପୁର ବିଜେ ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣ ରେ ଆଗନ୍ତୁକ ଭକ୍ତ ମାନଙ୍କ ତୃଷା ନିବାରଣ ଉଦ୍ଦେଶ୍ୟରେ *ଅମୃତ ଧାରା* କାଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଯାଇଛି । ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ଓଡ଼ିଶା ପ୍ରସିଦ୍ଧ ଅସୁରେଶ୍ୱର ମଲ୍ଲୀପୁର ବିଜେ ଶ୍ରୀ ଶ୍ରୀ ରଘୁନାଥ ଙ୍କ ପୀଠ ରେ ବହୁ ଭକ୍ତ ଙ୍କ ସମାଗମ କୁ ଦୃଷ୍ଟି ରେ ରଖି ଓଡ଼ିଶା ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ଜଳ ବିଶୋଧକ ବିକ୍ରୟ ଏବଂ ସେବା କମ୍ପାନୀ ତରଫରୁ ସମଗ୍ର ଓଡ଼ଶା ସେବା ଅଭିଯାନ ରେ ସାମିଲ ହୋଇ ମୋ ଗାଁ ମୋ ସମ୍ମାନ ଆହ୍ବାନ କୁ ପାଥେୟ କରି ଅମୃତ ଧାରା କାର୍ଯ୍ୟକ୍ରମ ଅୟୋଜନ କରାଯାଇଅଛି ।

ଉକ୍ତ କାର୍ଯ୍ୟକ୍ରମ ରେ ଭକ୍ତ ଙ୍କ ଉଦେଶ୍ୟ ରେ ଜଳଛତ୍ର ଏବଂ ଅସହ୍ଯ ରୌଦ୍ର ତାପରେ ଭକ୍ତ କୁ ଶିତଳତା ପ୍ରଦାନ ପାଇଁ ବାଷ୍ପୀୟ ଜଳ ସିଞ୍ଚନ କରାଯାଇଥିଲା ଵେଳେ ଏହି ସେବା ଅଭିଯାନ ଟିକୁ ଓ ଏ ସି ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ମୋ ଗାଁ ମୋ ସମ୍ମାନ ଆହ୍ବାନ ର ରାଜ୍ୟ ଆବାହକ / ସମଗ୍ର ଓଡ଼ଶା ସେବା ଅଭିଯାନ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଭାତ କୁମାର ବାରିକ , ଓଡ଼ିଶା ଏକ୍ୱା କେୟାର ର ପତିତପାବନ ବାରିକ , ଛାତ୍ରୀ ତଥା ଉଦୀୟମାନ ସମାଜସେବୀ ରଶ୍ମିତା ବାରିକ , ଅନନ୍ତ ବାରିକ , ଭାରତ ବାରିକ ସୁଚାରୁ ରୁପେ ସମ୍ପାଦନ କରିଥିଲେ ,
ଉକ୍ତ କାର୍ଯ୍ୟକ୍ରମ ରେ ନିଶ୍ଚିନ୍ତକୋଇଲି ଭାରପ୍ରାପ୍ତ ଥାନା ଅଧିକାରିଣୀ ଶ୍ରୀମତୀ ଅନିତା ସାହୁ ବିଶିଷ୍ଟ ସାହିତ୍ୟିକ ତଥା ସମାଜ ସେବୀ ପରିବେଶବିତ୍ ଶ୍ରୀଯୁକ୍ତ ପ୍ରମୋଦ କୁମାର ଦାସ , ଅସୁରେଶ୍ୱର ସରପଞ୍ଚ ଅନନ୍ତ ସାର୍ , ବିଜେପି ମାହାଙ୍ଗା ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ସୁମନ୍ତ ଘଡ଼େଇ ଉପସ୍ଥିତ ରହି ଉତ୍ସାହିତ କରିଥିଲେ ।

ଓଡ଼ିଶା ଆକ୍ବାକେୟାର ଚାରିଟେବୁଲ ଟ୍ରଷ୍ଟ ର ପ୍ରତିବର୍ଷ ପରି ଏତାଦୃଶ ନିରବଚ୍ଛିନ୍ନ ଜଳଦାନ ର ପ୍ରୟାସ ପାଇଁ ସମଗ୍ର ଓଡ଼ିଶା ସେବା ଅଭିଯାନ ର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ବିଭୁ ପ୍ରସାଦ ଶତପଥୀ ଭୂୟସୀ ପ୍ରଶଂସା କରିବା ସହିତ ଆନ୍ତରିକ ସାଧୁବାଦ ପ୍ରଦାନ ପୂର୍ବକ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଙ୍କ ଅଶେଷ କୃପା ରୁ ଟ୍ରଷ୍ଟ ତଥା ସେବାକାରୀ ଓ ଭକ୍ତ ଜନ ଙ୍କର ମଙ୍ଗଳ ହେଉ ବୋଲି ପ୍ରାର୍ଥନା କରିଛନ୍ତି ।

ମଲ୍ଳୀପୁର , ନିଶ୍ଚିତ କୋଇଲି ରୁ ବିଭୁ ପ୍ରସାଦ ଶତପଥୀ ଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ ।


