ବାଙ୍କୀ ; ତା – ୨୭ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) ।
ବାଙ୍କୀ ଉପଖଣ୍ଡର ଶିଶୁଆ , ଚକାପଦା , ସାହାଡ଼ାପଦା , ପାଥପୁର , ଗୋପାଳପୁର , କେନ୍ଦୁପଲ୍ଲୀ , ଗୋପ ଆଦି ବହୁ ଗ୍ରାମରେ ଆଜି ଠାରୁ ଶ୍ରୀରାମ ନବମୀ ଓ ରାମଲୀଳା ନାଟକ ୯ଦିନ ବ୍ୟାପି ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ଶିଶୁଆ ଗ୍ରାମର ଶ୍ରୀ ରଘୁନାଥ ଦେବ ରାମଲୀଳା ପ୍ରଚାର ସମିତି ଆନୁକୁଲ୍ୟରେ ବିଭିନ୍ନ ଦିନରେ ଶ୍ରୀରାମ ଜନ୍ମ , ତାଡକା ବଧ , ସୀତା ବିବାହ , ରାମବନବାସ , ଶ୍ରୀରାମ ବନବିହାର , ସୀତା ହରଣ , ବାଳୀବଧ , ଲଙ୍କା ଦହନ ଆଦି ଗୀତିନାଟ୍ୟ ଅନୁଷ୍ଠିତ ହେବ । ଏହି ଅବସରରେ ଆଜି ପ୍ରଭୁ ଶ୍ରୀରାମ , ଭ୍ରାତା ଲକ୍ଷ୍ମଣ ଓ ମାତା ସୀତା ଦେବୀଙ୍କୁ ମନ୍ଦିରରୁ ଘଣ୍ଟ ବାଜା ବଜାଇ ରାମଲୀଳା ମଣ୍ଡପକୁ ଅଣାଯାଇ ପୂଜାର୍ଚ୍ଚନା କରାଯାଇଛି ।



