ଆଜି ମଧ୍ୟାହ୍ନ ରେ ଆସିଥିବା ଭୟଙ୍କର କାଳ ବୈଶାଖୀ ବର୍ଷାର ପ୍ରଭାବରେ ବିଷମ କଟକ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଭାରୀ ବର୍ଷା ଫଳରେ ଡ୍ରେନ୍ ପାଣି ଘରଭିତରକୁ ପସିଯାଇଥିବା ଦେଖିବାକୁ ମିଳିଛି ।
ବିଶେଷ କରି ବସ୍ ସ୍ଟାଣ୍ଡ ଠାରୁ ଗୌଡ ସାହି , ଡୁକୁମ୍ ରୋଡ୍ , ମେନ୍ ରୋଡ଼ , ତେଲୀ ସାହି , ବାତ୍ତଲା ଦୋକାନ ପଛ ସାହି , ଓ ବଡ଼ଦ୍ୱାର ସାହି ସହ ଅନେକ ସ୍ଥାନରେ ଡ୍ରେନ୍ ପାଣି ଜମି ରହିଥିବାରୁ ଦୁର୍ଗନ୍ଧ ଓ ଅସ୍ୱଚ୍ଛ ପରିବେଶ ସୃଷ୍ଟି ହେଉଛି ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ୫ ବର୍ଷ ହେଲା ଡ୍ରେନ୍ ସଫେଇ କାମ ସଠିକ୍ ଭାବେ କରାଯାଇନାହିଁ। ଏହାର ଫଳରେ ପ୍ରତିବର୍ଷ ବର୍ଷା ହେଲେ ଏଭଳି ପରିସ୍ଥିତି ଦେଖାଦେଉଛି ।
ଏପରିକି କାଳ ବୈଶାଖୀର ତୀବ୍ର ପବନରେ କିଛି ଘରକୁ କ୍ଷତି ପହଞ୍ଚିଛି । କେତେକ ଘରର ଟିଣ ଉଡ଼ିଯାଇଥିବା ବେଳେ କିଛି ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବା ସୂଚନା ମିଳିଛି ।

ସ୍ଥାନୀୟ ଲୋକମାନେ ବିଷମ କଟକ ବ୍ଲକ୍ ପ୍ରଶାସନଙ୍କୁ ଶୀଘ୍ର ଡ୍ରେନ୍ ସଫେଇ କରିବା ସହିତ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି ।

ରାୟଗଡା ରୁ ମହେନ୍ଦ୍ର କନ୍ଧପାଣି ଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ ।


