ବେଲଗୁଣ୍ଠା ; ତା – ୨୮ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) ।
ବେଲଗୁଣ୍ଠାରେ ପ୍ରଖଣ୍ଡ ବଜରଙ୍ଗ ଦଳ ଏବଂ ଘୁମୁସର ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦ ଶ୍ରୀରାମ ନବମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବଜରଙ୍ଗ ଦଳ ଏବଂ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ସହରରେ ଏକ ହିନ୍ଦୁ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଉଭୟ ସଂଗଠନର ଶତାଧିକ ଯୁବକ ବ୍ଳକ୍ ପରିସର ପଡ଼ିଆରୁ ବାହାରି ବ୍ଳକ୍ ଛକ , ମୁଖ୍ୟ ସଡକ , ବାଙ୍କ ବଜାର , କୋଳିସାହି , ହାଟପଦା ,ଗୋପୀନାଥ ସାହି ,ବଡ଼ଦାଣ୍ଡ ସାହି ଆଦି ପରିକ୍ରମା କରିବା ସହିତ ଲକ୍ଷ୍ମୀ ନୃସିଂହ ମନ୍ଦିରରେ ପହଞ୍ଚି ରଘୁନାଥ ମନ୍ଦିରରେ ରୀତିନୀତି ମୁତାବକ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପୂଜାର୍ଚ୍ଚନା କରିଥିଲେ । ଶୋଭାଯାତ୍ରା ସମୟରେ ଯୁବକ ମାନଙ୍କ ଜୟ ଶ୍ରୀରାମ ଧ୍ୱନିରେ ସହର ପ୍ରକମ୍ପିତ ହେବା ସହ ସହରରେ ଏକ ରାମମୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । କାର୍ଯ୍ୟକ୍ରମରେ ବରିଷ୍ଠ ନେତା ବଟକୃଷ୍ଣ ପଣ୍ଡା , ପ୍ରଶାନ୍ତ କୁମାର ପଣ୍ଡା ଓରଫ ସ୍ୱାମୀ ଭୁବନେଶାନନ୍ଦ ସରସ୍ଵତୀ ଓ କାଉନସିଲାର ଦିବ୍ୟରଞ୍ଜନ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସନାତନ ଧର୍ମର ଉଦ୍ୟୋକ୍ତା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରତ୍ୟେକ ହିନ୍ଦୁ ଦେଶ ମାତୃକାର ସେବା କରିବା ଉଚିତ୍ ବୋଲି ଆଲୋଚନା କରିଥିଲେ । ଦୁର୍ଗା ମାଧବ ଶତପଥୀ , ମଣ୍ଟୁ ମହାପାତ୍ର , ସଦାଶିବ ପାଣିଗ୍ରାହୀ , ରୋଶନ ସାହୁ ଏବଂ ବାଳକୃଷ୍ଣ ଆଚାରୀଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମର ପରିଚାଳନାରେ ସଂଗଠନ କର୍ମକର୍ତ୍ତା ଟୁକୁନା ପାତ୍ର , ସୁମନ୍ତ ତ୍ରିପାଠୀ , ହାପି ପତି , ସୁନୀଲ କୁମାର ମହାନ୍ତ , ବାଦଲ କୁମାର ସାହୁ , ଘୁମୁସର ବଜରଙ୍ଗ ଦଳ ସଂଯୋଜକ ଅଜୟ ମହାପାତ୍ର , କଛୁଳି ମଠ ବାବା ସତ୍ୟାନନ୍ଦଜୀ ମହାରାଜ , ଉପଦେଷ୍ଟା ରଜନୀକାନ୍ତ ମହାପାତ୍ର , ଦୁତୀକୃଷ୍ଣ ମହାପାତ୍ର , ସମାଜ ସେବୀ ପଦୀପ କୁମାର ପାତ୍ର , ଭକ୍ତବନ୍ଧୁ ପାତ୍ର ,ସୁମନ୍ତ ପ୍ରଧାନ , ଗଗନ ପ୍ରଧାନ , ନୀଳାଚଳ ମାଝୀଙ୍କ ସମେତ ପ୍ରେସ କ୍ଳବ ସଦସ୍ୟ ଓ ପୋଲିସ ବାହିନୀ ପ୍ରମୁଖ ସହଯୋଗ କରିଥିଲେ ।

ବେଲଗୁଣ୍ଠା ରୁ ନାରାୟଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ ।


