ବେଲଗୁଣ୍ଠା; ତା – ୨୯ / ୦୩ ( ବିଏମସି ଟିଭି ଓଡ଼ିଆ ) ।
ରାଜ୍ୟ ସରକାର ମାର୍ଚ୍ଚ ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଦୁର୍ଘଟଣା ରୋକିବା ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ବହୁ ମୂଲ୍ୟବାନ ଜୀବନ ନଷ୍ଟ ହେଉଛି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବେଲଗୁଣ୍ଠା ବସ ଷ୍ଟାଣ୍ଡ ନିକଟରେ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଦ୍ରୁତ ଗତି ମହା ବିପତ୍ତି , ମଦ୍ୟପାନ କରି ଗାଡ଼ି ନ ଚଲେଇବା ଓ ଗାଡି ଚଲେଇବା ସମୟରେ ହେଲମେଟ୍ ସିଟ ବେଲ୍ଟ ବ୍ୟବହାର କରିବା ବ୍ୟବହାର କରିବା ସମ୍ପର୍କରେ ବାଇକ ଓ କାର ଚାଳକ ମାନଙ୍କୁ ସଚେତନ କରାଯାଇଥିଲା । ଅଟୋ ଚାଳକ ମାନଙ୍କୁ ନେଇ ସଭା କରିବା ସହ ରାଜ ରାସ୍ତାରେ ଶୋଭାଯାତ୍ରା କରି ବିଭିନ୍ନ ସଚେତନତା ସ୍ଲୋଗାନ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଏମ୍ଭଭିଆଇ କିଶୋର କୁମାର ଦି ସଭାମୁଖ୍ୟ ଭାବେ ଯୋଗ ଦେଇଥିଲେ । ଅଟୋ ଚାଳକ ସଙ୍ଘର ସଭାପତି ସମ୍ପଦକ ମଧ୍ୟ ରହି ଶପଥ ଗ୍ରହଣ କରିଥିଲେ ।
ବେଲଗୁଣ୍ଠା ରୁ ନାରାୟଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡି଼ଶା ।


