ରାୟଗଡ଼ ; ତା.୨୯/୧୧( ବିଏମସି ଟିଭି ଓଡ଼ିଆ)
ରାୟଗଡ଼ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ -୨୦୨୫ ଆଜି ଉଦଯାପିତ ହୋଇଯାଇଛି । ସ୍ଥାନୀୟ ଲୟନ୍ସ କ୍ଲବ ଠାରେ ଗତ ୨୮/୧୧/୨୫ ଓ ୨୯/୧୧/୨୫ ଦୁଇଦିନ ଧରି ଅନୁଷ୍ଠିତ କାର୍ଯ୍ୟକ୍ରମରେ
ଉଦଜlପିତ ହୋଇଯାଇଛି । ଜିଲ୍ଲାର ବହୁ ଯୁବ କଳାକାର ମାନେ ଅଂଶଗ୍ରହଣ କରି ନିଜ ନିଜର ପ୍ରତିଭା ପ୍ରଦର୍ଶିତ କରିଥିଲେ ।

ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲେନୁରଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମର ସୁଚାରୁ ରୂପେ ପରିଚାଳିତ ହୋଇଥିଲା । ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ଲୋକନୃତ୍ୟ ପ୍ରତିଯୋଗିତା ରେ ଆଜାଦ ହିନ୍ଦ ୟୁଥ ଆସୋସିଏସନ ପ୍ରଥମ ସ୍ଥାନ,ସିଦ୍ଧାନ୍ତ କଲାପରିଷଦମୁନିଗୁଡା ଓ ସାବିତ୍ରୀ ଶବର ଓ ସାଥି କଳାକାର, ରାମନାଗୁଡ଼ା ଯଥାକ୍ରମେ ଦ୍ୱତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ ।

ସେହିପରି ଚିତ୍ରକଳା ପ୍ରତଯୋଗୀତାରେ ଅଜିତ ସlରକା, ଵିଷମ କଟକ,ରୟାଗଡ଼ର ସଞ୍ଜୟ ମିନିଆକ,ରାଜl ନିସିକା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ । ଘୋଷଣାନାମାରେ ରାଜେଶ୍ୱରୀ ଭଟରାୟ, ରାୟଗଡ଼, ସୁରଜ କାଣ୍ଡପାଣି ଓ ବାବୁଲି ନାୟକ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ । କବିତା ଲିଖନ ପ୍ରତିଯୋଗିତାରେ ସୁରଜ କାଣ୍ଡପାଣି, ରାୟଗଡ, ସୁରଜ କରକରିଆ, ଗୁଡାରି ଓ ମୃଣମୋୟୀ କଣ୍ଡଗୋରି, ରାମନାଗୁଡ଼ା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପୁରସ୍କାର ପାଇଥିଲେ ।

ଲୋକସଂଗୀତ ପ୍ରତିଯୋଗିତାରେ ଆଜାଦ ହିନ୍ଦ ଦଳ, ରାୟଗଡ,ରାହୁଲ ପାଲାକା ଓ ସାଥି କଳାକାର, ଵିଷମ କଟକ, ଲିପ୍ସା ଶବର ଓ ସାଥି କଳାକାର, ରାମନାଗୁଡ଼ା ବ୍ଲକ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ । ପ୍ରଥମ ସ୍ଥାନ ହାସଲ କରିଥିବା ଦଳ କିମ୍ବା ବ୍ୟକ୍ତି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏହି ପୁରସ୍କାର ପ୍ରଦାନ ବେଳେ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ ମହାଦେବ ସିଛୁଆଁ, ଆଜିତେଶ ପଟ୍ଟନାୟକ, ଶିବନାରାୟଣ ମିଶ୍ର, ତରୁଣ ମହାପାତ୍ର, ଅଧ୍ୟlପକ ରଘୁନାଥ ଭୁଏ, ଜେ ସୁକାନ୍ତ ପ୍ରମୁଖ ଯୋଗଦାନ କରି ଉତ୍ସାହିତ କରିଥିଲେ ।

ବିଚାରକ ଭାବରେ ବରିଷ୍ଠ ଆଇନଜୀବୀ ଶ୍ରୀ ବ୍ରଜ ସୁନ୍ଦର ନାୟକ, ନାଟ୍ୟ ନିର୍ଦେଶକ ଶିବଶଙ୍କର ମିଶ୍ର, ନୃତ୍ୟଗୁରୁ ତ୍ରିଲୋଚନ ସାହୁ, ରାଜେଶ ପାଢ଼ୀ, ରଘୁନାଥ ଭୁଏ, ଶିକ୍ଷୟତ୍ରୀ କସ୍ତୁରୀ ସାହୁ, ଶିକ୍ଷକ ଜେ ସୁକାନ୍ତ, ଶିକ୍ଷକ ଆଲୋକ ସାହୁ ଓ ଅନ୍ୟାନ୍ୟ ଶିକ୍ଷକ ମନେ ଯୋଗଦେଇ ପ୍ରତିଯୋଗିତା ପରିଚାଳନା କରିଥିଲେ । ବିଭିନ୍ନ ବିଦ୍ୟାଳୟର କ୍ରୀଡା ଶିକ୍ଷକ, ଶିକ୍ଷୟତ୍ରୀ ମlନେ ପରିଚାଳନାରେ ସହଯୋଗ କରିଥିଲେ ।

ରାୟଗଡ଼ା ରୁ ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ମହାନ୍ତି ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।



