ଭୁବନେଶ୍ଵର ; ତା-୧୩/୦୫ ( ବିଏମସି ଟିଭି ଓଡ଼ିଆ)
ବାଲିଅନ୍ତା ଘଟଣା ମନରୁ ନଲିଭୁଣୁ ରାଜଧାନୀରୁ ଆସିଛି ପୁଣି ଏକ ଲଜ୍ଜାଜନକ ଘଟଣା। ବୟଫ୍ରେଣ୍ଡ୍ ରୁମରେ ଗଲଫ୍ରେଣ୍ଡକୁ ଗଣଦୁଷ୍କର୍ମ । ଏଭଳି ଘଟଣା ଦେଖିବାକୁ ଇନଫୋଭ୍ୟାଲି ଥାନା କାଇମାଟିଆ ଅଞ୍ଚଳରେ। ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ପ୍ରେମିକ ସହ ୩ ଜଣ କଲେଜ ଛାତ୍ରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆସିଛି । ପୀଡିତା ଜଣକ ଏକ ଘରୋଇ କଲେଜର ଛାତ୍ରୀ ହୋଇଥିବା ଜଣାପଡିଛି। ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସିପୁନ ବେହେରା,ରଞ୍ଜନ ବେହେରା ,ଶୁଭଙ୍କର ପାଢ଼ୀ ଓ ରତିକାନ୍ତ । ଦୁଷ୍କର୍ମ ପଛରେ ବୟଫ୍ରେଣ୍ଡ ଓ ତାର ସାଙ୍ଗ ସାମିଲ ଥିଲେ । ଅଭିଯୁକ୍ତକୁ ଗିରଫ ପରେ ପୁଲିସ୍ ତଦନ୍ତ ଜାରି ରଖିଛି।

ବିଏମସି ନ୍ଯୁଜ୍ ଓଡ଼ିଶା ।


