ଢେଙ୍କାନାଳ;ତା-୨୨/୦୯(ବିଏମସି ଟିଭି ଓଡ଼ିଆ)
କପିଳାସରୁ ଫେରୁଥିବା ଜଣେ ଯୁବତୀ ଓ ତାଙ୍କ ସାଙ୍ଗମାନଙ୍କୁ ରାସ୍ତାରେ ଅଟକାଇ ଦୁର୍ବ୍ୟବହାର,ମାଡ଼ ମାରିବା ଓ ଭିଡିଓ କରି ସୋସିଆଲ୍ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ଗଁଦିଆ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ,ଗତ ୧୮ ତାରିଖରେ ସୋରିଷିଆପଦା ପଞ୍ଚାୟତ ବଣିଆ ଗ୍ରାମ ଭଅଁରଗୋଡ଼ା ନିକଟରେ ଘଟଣା ଘଟିଥିଲା। ପରେ ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା। ଏନେଇ ଚୌଦ୍ୱାର ଥାନାରୁ ଜିରୋ FIR ଗଁଦିଆ ଥାନାକୁ ଆସିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ବଣିଆ ଗ୍ରାମର ସରୋଜ ନାୟକ (୪୧),ସମୀର ନାୟକ (୩୭) ଓ ରାୟପୁର ଗ୍ରାମର ସଂଗ୍ରାମ ରଥ ଓରଫ ଦୁର୍ଗା (୨୮)। ଏନେଇ ଗଁଦିଆ ଥାନା କେସ୍ ନମ୍ବର ୪୨୦,ତାରିଖ ୨୨/୦୯/୨୦୨୬ରେ ବିଏନ୍ଏସ୍ର ବିଭିନ୍ନ ଧାରା ସହ IT Act ଧାରା ୬୭ରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି ବୋଲି ଗଁଦିଆ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ଦଳେଇ ସୂଚନା ଦେଇଛନ୍ତି।
ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


