ବଲାଙ୍ଗୀର ;ତା-୦୬/୦୬(ବିଏମସି ଟିଭି ଓଡ଼ିଆ)
ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଇଥିବା ବେଳେ ସରକାର ଙ୍କ କୋଟି , କୋଟି ଟଙ୍କା ବ୍ୟୟ ବରାଦ ହେଉଛି କେବଳ କାଗଜ, କଲମରେ । ଠିକାଦାର ପ୍ରଶାସନିକ ଅଧିକାରୀ ଖୋଲା ,ଖୋଲି ଦୁର୍ନିତୀ ସହ ପି ସି କାରବାର ଯୋଗୁଁ ସାଧାରଣ ଅକଥନୀୟ ଦୁର୍ଦ୍ଦଶା ର ଶିକାର ହେଉଥିବା ସାର ହେଉଛି । ଏପରି ଏକ ଗୁରୁତର ଅଭିଯୋଗ ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ବ୍ଲକ ଅନ୍ତର୍ଗତ ଚଲକି ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ବାଙ୍କେଲ ଗ୍ରାମରେ ନଜର କୁ ଆସିଛି । ସରକାରୀ ନିୟମ ଅନୁଯାୟୀ କୂପ ତିଆରି ରେ କେତେ ଟଙ୍କା ଖର୍ଚ୍ଚ କରାଯିବ, କେତେ ସମୟ ମଧ୍ୟରେ କାର୍ଯ୍ୟ ସମ୍ପାଦନ ହେବ ସେ ନେଇ ଏକ ସୁଚନା ଫଳକ ଟିଏ ନାହିଁ ।
ଠିକାଦାର ଶୁକଦେବ ତାଣ୍ଡି ତିଆରି କରୁଛନ୍ତି ଏହି ଉଠା ଜଳ କୂପ । ବିଭାଗୀୟ ଅଧିକାରୀ ଙ୍କ ସହିତ ଫୋନ ଜରିଆରେ କଥା ହେବାରୁ ସେ ପ୍ରକାଶ କଲେ ଯେ, ସେ କାମ କୁ ଦିନେ ହେଲେ ତଦାରଖ ବା ଦେଖିବାକୁ ଯାଇ ନାହାନ୍ତି । ଅତ୍ୟନ୍ତ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ସମ୍ପାଦନ କରିବା ସହ ନାମକୁ ମାତ୍ର ବିଲ, ଭାଉଚର କରି ମାଲେ,ମାଲ ଠିକାଦାର, ବିଭାଗିୟ ଅଧିକାରୀ ହେବା ସାର ହେବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ ପକ୍ଷରୁ କଣ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ।
ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


