ଢେଙ୍କାନାଳ ;ତା-୧୭/୦୮(ବିଏମସି ଟିଭି ଓଡ଼ିଆ)
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ବାଲିମି ଥାନା ଅନ୍ତର୍ଗତ ଗୁଳେହି ପଞ୍ଚାୟତ ର ଚନ୍ଦ୍ରଶେଖର ପୁର ଗ୍ରାମ ର ଜିତେନ୍ଦ୍ର ସାହୁ ନାମକ ଆନୁମାନିକ ୩୦ ବର୍ଷୀୟ ଯୁବକ,ପିତା ଭାସ୍କର ସାହୁ ଆଜି କନ୍ତାମିଲା ଗୁରୁଡି ସାହି ନିକଟସ୍ଥ କାଜୁ ଜଙ୍ଗଲ ପାଖରେ ଥିବା ପୋଖରୀ କୁ ଦିନ ୧୧ଟା ବେଳେ ଶୌଚ ହେବା ପାଇଁ ଯାଇଥିଲେ।ତେବେ ଏହି ସମୟ ରେ ହାତୀ ଆକ୍ରମଣର ଶୀକାର ହୋଇ ଥିଲେ।
ଏହି ଖବର ପାଇ ତାଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଙ୍କ ସହାୟତା ରେ ତୁରନ୍ତ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l
ତେବେ ହିନ୍ଦୋଳ ବନାଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଛି ହାତୀ ଉପଦ୍ରବ।ପ୍ରତ୍ୟେକ ଦିନ ହାତୀ ଆକ୍ରମଣରେ ଚାଲିଯାଉଛି ନିରୀହ ଲୋକଙ୍କ ଜୀବନ ହେଲେ ବନ ବିଭାଗ ର ଅପାରଗତା ଯୋଗୁଁ ହିଁ ଏହିପରି ଘଟଣା ଘଟୁଛି ବୋଲି ଗ୍ରାମବାସୀ କ୍ଷୋଭ ପ୍ରକାଶ କରୁଥିବା ବେଳେ ଅପରପକ୍ଷରେ ହାତୀଙ୍କ ଚଳପ୍ରଚଳ ରେ ବାଧା ସୃଷ୍ଟି କରୁଥିବାରୁ ଏଭଳି କାଣ୍ଡ ଘଟିଛି ବୋଲି କିଛି ଲୋକ ମତ ଦିଅନ୍ତି।ଏହି ବିଷୟରେ ହିନ୍ଦୋଳ ବନାଞ୍ଚଳ ଅଧିକାରୀ ତ୍ରିଲୋଚନ ଦେହୁରୀ ଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳି ପାରିନଥିବା ବେଳେ
ହିନ୍ଦୋଳ ବନାଞ୍ଚଳରେ ହାତୀ ମୃତ୍ୟୁ ଓ ହାତୀ ଆକ୍ରମଣରେ ମଣିଷ ର ଜୀବନ ହାନୀ ଏକ ପରମ୍ପରାରେ ପରିଣତ ହେଲାଣି ବୋଲି କହିବା ଅତ୍ୟୁକ୍ତି ହେବ ନାହିଁ। ତତ୍ ସହିତ ହାତୀ ଆକ୍ରମଣରେ ମୃତ ହୋଇଥିବା ମୃତକ ଙ୍କ ପରିବାର ଠିକ୍ ସମୟରେ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିଥିଲେ ମଧ୍ୟ ବାଲିମି ଥାନା ପୋଲିସ ଓ ବନାଞ୍ଚଳ ଅଧିକାରୀ କିମ୍ବା ଫରେଷ୍ଟର କାହାରି ଦେଖା ନ ଥିଲା।କେବଳ କର୍ଣପୁର ବିଟ ର ଗାର୍ଡ ସିଭିଲ ଡ୍ରେସ ରେ ଛିଡା ହୋଇ ଦେଖୁଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ ହୋଇ ନ ପାରିବାରୁ ହିନ୍ଦୋଳ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ର ଶବଗୃହ ରେ ଶବକୁ ସୁରକ୍ଷିତ ଭାବେ ରଖାଯିବା ସହିତ ଆସନ୍ତା କାଲି ପୋଷ୍ଟ ମର୍ଟମ ହେବ ବୋଲି ଡାକ୍ତର ଖାନା ତରଫରୁ ସୂଚନା ମିଳିଛି।ସମୟ ଥାଇ ପୋଷ୍ଟ ମର୍ଟମ ନହେବାରୁ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିଥିଲେ ।ହାତୀ ଆକ୍ରମଣରେ ଗୁରୁତର ଯୁବକ କୁ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟକୁ ନେବା ପାଇଁ ବନ ବିଭାଗ କର୍ମଚାରୀ ମାନେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବେଳେ ବାଧ୍ୟ ହୋଇ ଅଟୋ ଭଡା କରି ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିବା ଜଣା ଯାଇଛି।
ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


