ଢେଙ୍କାନାଳ ;ତା-୨୪/୦୯(ବିଏମସି ଟିଭି ଓଡ଼ିଆ)
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଗ୍ରାମ କୁ ସାଇକେଲ ଯୋଗେ ଫେରୁଥିଲେ । ଆଉ କିଛି ସମୟ ପରେ ଘରେ ପହଞ୍ଚିଥାନ୍ତେ। ହେଲେ ରାସ୍ତାରେ ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ। ଗତକାଲି ମଙ୍ଗଳବାର ଅପରାହ୍ଣରେ ବଅଁରପାଳ ଥାନା ଗୋତମରା ନିକଟ ୧୪୯ ନଂ ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକ ହେଲେ, ଗୋତମରା଼ ଗ୍ରାମର ଶ୍ରୀପତି ନାଏକ। ସୂଚନା ମୁତାବକ, ଶ୍ରୀପତି ଏକ ସାଇକେଲରେ ଯାଉଥିଲେ ମାତ୍ର ଗୋତମରା ବ୍ରହ୍ମାୟଣୀ ହୋଟେଲ ନିକଟରେ ତାଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ତାଙ୍କ ଉପରେ ଟ୍ରକ ଚଢ଼ି ଯାଇଥିଲା। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଶ୍ରୀପତି ଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ଉତେଜିତ ଲୋକ ରାସ୍ତା ଅବରୋଧ କରିଥିଲେ ଘଟଣା ସ୍ଥଳକୁ ତହସିଲଦାର ସୁଶାନ୍ତ ମିଶ୍ର, ଜୁନିୟର ଏମ ଭି ଆଇ ସନ୍ଧ୍ୟା ରାଣୀ ନାୟକ ଥାନା ଅଧିକାରୀ ଦୁଷ୍ମନ୍ତ ସିଂହ ସ୍ଥାନୀୟ ଲୋକ ଙ୍କ ସହ ବିଜେପି ନେତା କୀଟୁ ପଣ୍ଡା, ବିଜେଡି ଯୁବ ନେତା ଅରୁଣାଭ ସିଂହ ସରପଞ୍ଚ ମଣ୍ଟୁ ବରାହ ସହ ଆଲୋଚନା ଏବଂ ବୁଝାସୁଜା ପରେ ରାସ୍ତା ରୋକ ରୁ ହଟିଥିଲେ ପୁଲିସ୍ ଟ୍ରକ କୁ ଜବତ କରି ବା ସହ ଏକ ଅପମୃତ ମାମଲା ୠଜୁକରି ତଦନ୍ତ ଚଳାଇଛି।ଆଜି ପୋଷ୍ଟ ମର୍ଟମ ପରେ ମୃତକଙ୍କ ଶବ କୁ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଛି।
ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


