ରଣପୁର ; ତା-୦୭/୧୨ ( ବିଏମସି ଟିଭି ଓଡ଼ିଆ)
ନୟାଗଡ ଜିଲ୍ଲା ରଣପୁର ମହୋତ୍ସବ ’ଅର୍ଜୁନ ’ ସବୁ ବର୍ଷ ଭଳି
ଆସନ୍ତା ୨୦୨୬ ଜାନୁୟାରୀ ୫ ରୁ ଆରମ୍ଭ ହୋଇ ଜାନୁୟାରୀ ୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ, ଏଥିପାଇଁ ଡିସେମ୍ବର ୭ ତାରିଖ ଅପରାହ୍ନ ତିନିଟା ବେଳେ କମିଟିର ସମ୍ପାଦକ
ସ୍ଵରାଜ ମହାନ୍ତି ଙ୍କ ଆହ୍ବାନ କ୍ରମେ ମହୋତ୍ସବ କମିଟି ସଭାପତି ତଥା
ବାଚସ୍ପତି ସୁରମା ପାଢୀଙ୍କ ପ୍ରଥମାର୍ଦ୍ଧରେ ଅନୁପସ୍ଥିତିରେ ତାଙ୍କ ସ୍ଵାମୀ ବିପିନ ପାଢୀଙ୍କ ସଭାପତିତ୍ବରେ ରଣପୁର ବ୍ଲକ୍ କନଫରେନ୍ସ ହଲ୍ ରେ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଥିଲା। ଏହି ଅବସରରେ ବ୍ଳକ୍
ଅଧ୍ୟକ୍ଷା ନିର୍ମଳା ବେହେରା, ଏନଏସି ଅଧ୍ୟକ୍ଷା ରଙ୍ଗୀନ୍ ମହାନ୍ତି, ବିଡ଼ିଓ ମନୋଜ କୁମାର ନାୟକ, ତହସିଲଦାର ଆର୍ଯକୁମାର
ସର୍ବଦମନ୍, ଏମ ପୀ ପ୍ରତିନିଧୂ ତଥା ବରିଷ୍ଠ ଆଇନଜୀବି ପ୍ରିୟବ୍ରତ ପ୍ରହରାଜ, ବରିଷ୍ଠ ନାଗରିକ ବିଜୟ କୁମାର ଜେନା, ଟୁନା ମିଶ୍ର, ଫାୟାର ଅଧିକାରୀ, ଟାଟା ପାୱାର କର୍ମୀ, ପୋଲିସ ଅଧିକାରୀ, ବରିଷ୍ଠ ଆଇନଜିବୀ, ସାମ୍ବାଦିକ, କାଉନସିଲର ,ବୁଦ୍ଧିଜୀବୀ, ବ୍ୟବସାୟୀ ମାନେ ଉପସ୍ଥିତ ରହି ମହୋତ୍ସବକୁ ମହା ଆଡ଼ମ୍ବରରେ
ପାଳନ କରିବା ପାଇଁ ନିଜ ନିଜ ମତବ୍ୟକ୍ତ କରିଥିଲେ।

ମାନନୀୟା ବାଚସ୍ପତି ସୁରମା ପାଢୀ ବିଳମ୍ବରେ ହେଲେବି ପ୍ରଥମଅଧିବେଶନରେ ପହଞ୍ଚି କମିଟିର ମନୋବଳ ବଢାଇ ଥିଲେ। କମିଟିର ସମ୍ପାଦକ ସ୍ଵରାଜ ମହାନ୍ତି ପୁର୍ବ ବର୍ଷ ମହୋତ୍ସବର ଆୟ ବ୍ୟୟକୁ ସର୍ବ ସମ୍ମୁଖରେ ଆଲୋକପାତ କରିଥିଲେ ।
ମହୋତ୍ସବ କମିଟି ସଂପାଦକଙ୍କ ପ୍ରସ୍ତାବ କ୍ରମେ ଚାନ୍ଦପୁର ବସନ୍ତ ମଞ୍ଜରୀ ଦେବୀ ମେଡ଼ିକାଲକୁ ମେଡ଼ିକାଲ କଲେଜର
ମାନ୍ୟତା ପାଇଁ ସମସ୍ତ ଉପସ୍ଥିତ ସଦସ୍ୟ ସଦସ୍ୟା ମାନଙ୍କ ଦରଖାସ୍ତକୁ ବାଚସ୍ପତିଙ୍କୁ ପ୍ରଦାନ କରଯାଇଥିଲା ।
ରଣପୁର ମାନସ କୁମାର ସାହୁଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।


