ରାୟଗଡ଼ା ; ତା-୧୫/୧୨ ( ବିଏମସି ଟିଭି ଓଡ଼ିଆ)

ରାୟଗଡ଼ା ରେଳ ଷ୍ଟେସନରୁ ସ୍ବତନ୍ତ୍ର ରେଳ ଯୋଗେ ଦକ୍ଷିଣ ଭାରତର ରାମେଶ୍ଵରମ ଓ ମଦୁରାଇ ଭଳି ପ୍ରସିଦ୍ଧ ତୀର୍ଥସ୍ଥାନକୁ ସୋମବାର ପୂର୍ବାହ୍ନରେ ଯାତ୍ରା କରିବେ ଦକ୍ଷିଣ ପଶ୍ଚିମ ଓଡିଶାର ୬ଟି ଜିଲ୍ଲାର ୭୭୫ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଏବଂ ୨୫ଜଣ ଏସକର୍ଟ ; ମୋଟ ୮୦୦ଜଣ ଏହି ତୀର୍ଥସ୍ଥାନକୁ ଯାତ୍ରା କରିବାକୁ ଥିବା ବେଳେ ଏହି ତୀର୍ଥଯାତ୍ରାରେ ବରିଷ୍ଠ ନାଗରିକଙ୍କୁ ଉତ୍ସାହିତ କରିବା ତଥା ସେମାନଙ୍କ ଯାତ୍ରାର ଶୁଭ କାମନା କରିବା ସହ ଯୋଗଦେଇ ସବୁଜ ପତାକା ଦେଖାଇ ଓଡିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ, ମହିଳା ଓ ଶିଶୁ ବିକାଶ ବିଭାଗୀୟ ମନ୍ତ୍ରୀ ପ୍ରଭାତି ପରିଡାଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଯାହାକୁ ନେଇ ରେଳବାଇ ଆଇଆରସିଟିସି ଓ ପର୍ଯ୍ୟଟନ ବିଭାଗ ମିଳିତ ଆନୁକୂଲ୍ୟରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ସହଯୋଗରେ ତୀର୍ଥଯାତ୍ରୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା ଉପଲବ୍ଧ କରାଯାଇଛି।

ଏ ନେଇ ମିଳିଥିବା ସୂଚନା ପ୍ରକାରେ ଏହି ତୀର୍ଥ ଯାତ୍ରାରେ ରାୟଗଡ଼ା ଜିଲ୍ଲାରୁ ୧୧୮ ଜଣ, କୋରାପୁଟରୁ ୧୬୮ ଜଣ, ନବରଙ୍ଗପୁରରୁ ୧୪୮ ଜଣ, ମାଲକାନଗିରିରୁ ୭୫ଜଣଙ୍କ ସମେତ ନୂଆପଡା ଜିଲ୍ଲାରୁ ୭୪ ଏବଂ କଳାହାଣ୍ଡି ଜିଲ୍ଲାରୁ ୧୯୨ଜଣ ମୋଟ ୭୭୫ଜଣ ବରିଷ୍ଠ ନାଗରିକ ତୀର୍ଥ ସ୍ଥଳ ଭ୍ରମଣ କରି ଆସନ୍ତା ଡିସେମ୍ବର ୨୦ତାରିଖରେ ପୁଣି ଟ୍ରେନ ଯୋଗେ ଫେରିବେ ବୋଲି ବିଭାଗୀୟ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀଙ୍କ ସହ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ମଧ୍ଯ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି ।

ରାୟଗଡା ରୁ ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କନ୍ଧପାଣି ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


