ସମ୍ବଲପୁର ; ତା.୧୭/୧୨ (ବିଏମସି ଟିଭି ଓଡିଆ)
ଓଡିଶା ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦ, ସମ୍ବଲପୁର,ର ମିଳିତ ଆନୁକୂଲ୍ୟରେ ଆସନ୍ତା ଜାନୁୟାରୀ ୪ ରୁ ୮ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଲୋକ ମହୋତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ଏକ ସ୍ମରଣିକା ପ୍ରକାଶ ପାଇବ। ସମ୍ବଲପୁରୀ ସଂସ୍କୃତି ଆଧାରିତ ଆମର ଟେକକୁ ଗୁରୁତ୍ୱ ଦେଇ ଲୋକ ସାହିତ୍ୟ, ଲୋକକଳା, ପାରମ୍ପରିକ ବେଶଭୁଷା, ବାଦ୍ୟ ପ୍ରଭୃତି ଉପରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ପ୍ରବନ୍ଧ ପ୍ରକାଶ ପାଇବ। ଏଥିପାଇଁ ପ୍ରତିଷ୍ଠିତ ଓ ନବୀନ ସାହିତ୍ୟିକ, ପ୍ରାବନ୍ଧିକ ଓ ଗବେଷକଙ୍କ ଠାରୁ ଜିଲ୍ଲା ସାଂସ୍କୃତିକ ପରିଷଦ ପକ୍ଷରୁ ଲେଖା ଆହ୍ୱାନ କରାଯାଇଛି। ଲେଖା ଗୁଡିକ ସ୍ମରଣିକା ଆବାହକଙ୍କ drrajaramsarangi@gmail.com ମେଲ, ୯୪୩୭୪୦୫୪୫୫ ହ୍ୱାଟ୍ସ୍ଅପ୍ କିମ୍ବା ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲାପାଳ କାର୍ଯ୍ୟାଳୟ, ସମ୍ବଲପୁର,ଙ୍କ ଡାକ ଠିକଣାରେ ଇଚ୍ଛୁକ ଲେଖକମାନେ ନିଜ ଅପ୍ରକାଶିତ ମୂଳ ଲେଖା ଗୁଡିକ ଚଳିତ ମାସ ୨୮ ତାରିଖ ସୁଦ୍ଧା ପଠାଇବାକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଅମୃତଲାଲ ବେହେରା ଅନୁରୋଧ କରିଛନ୍ତି। ଲେଖା ଗୁଡିକ ନିର୍ଭୁଲ ଓ ସାରଗର୍ଭକ ହୋଇଥିବା ଆବଶ୍ୟକ। ସ୍ମରଣିକା କମିଟିର ନିଷ୍ପତ୍ତି ଚୂଡାନ୍ତ ଯୋଗ୍ୟ ଏବଂ ପ୍ରକାଶିତ ଲେଖା ପାଇଁ ଲେଖକ ନିଜେ ଦାୟୀ ରହିବେ। ଅମନୋନୀତ ଲେଖା ପାଇଁ କୌଣସି ପତ୍ରାଳାପ ଗ୍ରହଣୀୟ ନୁହେଁ।
ସମ୍ବଲପୁରରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


