ରାୟଗଡ଼ା ; ତା-୧୭/୧୨ ( ବିଏମସି ଟିଭି ଓଡ଼ିଆ)
ଆଜି ରାୟଗଡା ଜିଲ୍ଲାର ରେ ରାୟଗଡା ସହରର ନିକଟସ୍ଥ ଲାଇଅନ୍ସ କ୍ଳବ ଠାରେ ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ) ଓଡ଼ିଶାର ପଞ୍ଚମ ବାର୍ଷିକ ଉତ୍ସବ ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଥମେ ମା ମଝିଘରିଆଣି ମା’ଙ୍କ ଫଟୋରେ ଦୀପ ପ୍ରଜ୍ୱଳନ କରାଯାଇଥିଲା । ସ୍ଥାନୀୟ ବିବେକାନନ୍ଦ ସ୍କୁଲ ର ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ପରେ ପରେ ଜିଲ୍ଲାର ଦିବଂଗତ ସାମ୍ବାଦିକ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ପ୍ରଶାନ୍ତ କୁମାର ନାୟକ ଅତିଥି ବୃନ୍ଦଙ୍କୁ ସ୍ୱାଗତ ଓ ଆସନ ଗ୍ରହଣ କରାଇଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାୟଗଡା ଜିଲ୍ଲା ପରିଷଦ ଅଦକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ. ସମ୍ମାନିତ ଅଥିତି ରାୟଗଡା ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହର ଉପସ୍ଥିତ ରହିଥିଲେ । ତତସଙ୍ଗେ ରାୟଗଡା ଜିଲ୍ଲା (ଏସୟୁଜେ) ସଂଘର ଶିବନାରାୟଣ ଗୌଡ଼, ରାଜ୍ୟ ଉପସଭାପତି ମହେନ୍ଦ୍ର କୁମାର ଦର୍ଜୀ, ରାଜ୍ୟ ସମ୍ପାଦକ ବିଭୁ ପ୍ରସାଦ ପଣ୍ଡା , ପ୍ରକଳ୍ପ ପ୍ରଶାସକ ଆଇ. ଟି.ଡି.ଏ. ରାୟଗଡା ର ଚନ୍ଦ୍ରକାନ୍ତମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଭାପତି କୀର୍ତି ଚନ୍ଦ୍ର ସାହୁ ଏବଂ ଜିଲ୍ଲାର ସାଧାରଣ ସମ୍ପାଦକ ସୁବାଷ ଚନ୍ଦ୍ର ସୂର୍ଯ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏହି କାର୍ଯ୍ୟକ୍ରମର ଆରମ୍ଭରେ ଶ୍ରୀ କୀର୍ତି ଚନ୍ଦ୍ର , ଶ୍ରୀ ନିହାର ରଞ୍ଜନ, ସୁଶ୍ରୀ ସରସ୍ବତୀ ମାଝୀ ପ୍ରମୁଖ ଉପସ୍ଥିତ ସମସ୍ତ ସାମ୍ବାଦିକ ମାନଙ୍କୁ ଅଭିଭାଷଣରେ ” ସତ୍ୟ ବିଷୟ କୁ ଲୋକଲୋଚନକୁ ଆଣିବା, ନିଷ୍ଠାରେ କାମ କରିବା, ସମସ୍ୟାର ଅନୁସନ୍ଧାନ କରି ସମାଧାନ କରାଇବା ପାଇଁ ସଦୃଢ ହୁଅନ୍ତୁ ” ବୋଲି ନିମନ୍ତ୍ରିତ ଅତିଥିମାନେ ପରାର୍ମଶ ଦେଇଥିଲେ । ପୁଣି ଶ୍ରୀଯୁକ୍ତ କୀର୍ତି ଏହାମଧ୍ୟ କହିଥିଲେ ଯେ ସାମ୍ବାଦିକ ମାନଙ୍କର ଭବିଷ୍ୟତ ପାଇଁ ଏକ ଜୀବନ ବୀମା ମଧ୍ୟ ରହିବା ଜରୁରୀ ଅଟେ । ପରବର୍ତୀ ସମୟରେ (ଏସୟୁଜେ ) ସଂଘରେ ଯୋଡିତ ହୋଇଥିବା ସମସ୍ତ ସାମ୍ବାଦିକ ମାନଂକୁ ପରିଚୟ ପତ୍ର ମଧ୍ୟ ବଣ୍ଟନ କରାଯାଇଥିଲା । ଅତି ନିରାପଦ ଓ ଶାନ୍ତିପୂର୍ଣ ଭାବେ ଏହି କାର୍ଯ୍ୟକ୍ରର୍ମ ସମ୍ପୂର୍ଣ ହେବାର ଦେଖିବାକୁ ମିଳିଥିଲା ।

ରାୟଗଡା ରୁ ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କନ୍ଧପାଣି ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


