ବେଲଗୁଣ୍ଠା ; ତା – 25 / 03 ( ବିଏମସି ନ୍ୟୁଜ୍ ଓଡି଼ଶା )
ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ର “ବିଚିତ୍ର କାବ୍ୟ ବୈଦେହୀଶ ବିଳାଶ” ବିଷୟରେ ଆଲୋଚ଼ନାଚ଼କ୍ର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ଵରେ ଏହି ଆଲୋଚ଼ନା ଚ଼କ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋ ଚ଼ନା ଚ଼କ୍ରରେ ମୁଖ୍ୟଅତିଥି ତଥା ଆଲୋଚ଼କଭାବେ ଅବସର ପ୍ରାପ୍ତ ଶିକ୍ଷକ ଓ ଭଞ୍ଜଗବେଷକ କାମରାଜୁ ସାହାଣୀ ଯୋଗ ଦେଇ ପ୍ରକୃତି କବି ବିଚିତ୍ର କାବ୍ୟ ବୈଦେହୀଶ ବିଳାଶ କାବ୍ୟ ସମ୍ଭାର ଓ ଅନ୍ୟାନ୍ୟ ସାହିତ୍ୟକ କୃତୀ ସମେତ କାବ୍ୟ ବୈଦେହୀଶ ବିଳାଶ ସଂପର୍କରେ ଉଚ୍ଚକୋଟୀର ମନ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ସପନ କୁମାର ପଟ୍ଟନାୟକ ଏବଂ ସମ୍ମାନୀତ ଅତିଥିଭାବେ ଅଧ୍ୟାପକ ଅଶୋକ କୁମାର ସ୍ଵାଇଁ , ଅଧ୍ୟାପକ ଅଜୟ ବିଶ୍ଵାଳ , ଅଧ୍ୟାପକ ସନ୍ତୋଷ କୁମାର ପ୍ରାଣିଗ୍ରାହୀ , ଅଧ୍ୟାପକ ଡ଼.ପ୍ରଫୁଲ କୁମାର ଜେନା , ଅଧ୍ୟାପକ ଅଶୋକ କୁମାର ପ୍ରଧାନ , ଅଧ୍ୟାପିକା ପିଙ୍କି ପାତ୍ର , ଅଧ୍ୟାପିକା ଲକ୍ଷ୍ମୀ ଗୌଡ଼ , ଏବଂ କ୍ରୀଡ଼ା ଶିକ୍ଷକ ବିଶ୍ଵରଂଜନ ସ୍ୱାଇଁ , ଗ୍ରନ୍ଥାଗାରିକ ରଂଜିତ କୁମାର ସାମଲ ପ୍ରାରମ୍ଭରେ ଅଧ୍ୟାପକ ସପନ କୁମାର ପଟ୍ଟନାୟକ ଅତିଥି ପରିଚ଼ୟ ସହ ବୈଦେହୀଶ ବିଳାଶ କାବ୍ୟ ସଂପର୍କରେ ମଧ୍ୟ ସମ୍ୟକ୍ ଆଲୋଚ଼ନା କରିଥିଲେ । ଏହି ଆଲୋଚ଼ନା ଚ଼କ୍ରରେ ଓଡ଼ିଆ ସମ୍ମାନର ବହୁ ଛାତ୍ରଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସରସ ଓ ସୁନ୍ଦର କରିଥିଲେ । ଶେଷରେ ଅଧ୍ୟାପକ ସପନ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ବେଲଗୁଣ୍ଠା ରୁ ନାରାୟଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ ।


