ବେଲଗୁଣ୍ଠା; ତା – 25 / 03 ( ବିଏମସି ନ୍ୟୁଜ୍ ଓଡି଼ଶା )
ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ର “ବିଚିତ୍ର କାବ୍ୟ ବୈଦେହୀଶ ବିଳାଶ” ବିଷୟରେ ଆଲୋଚ଼ନାଚ଼କ୍ର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ଵରେ ଏହି ଆଲୋଚ଼ନା ଚ଼କ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋ ଚ଼ନା ଚ଼କ୍ରରେ ମୁଖ୍ୟଅତିଥି ତଥା ଆଲୋଚ଼କଭାବେ ଅବସର ପ୍ରାପ୍ତ ଶିକ୍ଷକ ଓ ଭଞ୍ଜଗବେଷକ କାମରାଜୁ ସାହାଣୀ ଯୋଗ ଦେଇ ପ୍ରକୃତି କବି ବିଚିତ୍ର କାବ୍ୟ ବୈଦେହୀଶ ବିଳାଶ କାବ୍ୟ ସମ୍ଭାର ଓ ଅନ୍ୟାନ୍ୟ ସାହିତ୍ୟକ କୃତୀ ସମେତ କାବ୍ୟ ବୈଦେହୀଶ ବିଳାଶ ସଂପର୍କରେ ଉଚ୍ଚକୋଟୀର ମନ୍ତବ୍ୟ ରଖିଥିଲେ ।

ଅତିଥି ପରିଚ଼ୟ ସହ ବୈଦେହୀଶ ବିଳାଶ କାବ୍ୟ ସଂପର୍କରେ ମଧ୍ୟ ସମ୍ୟକ୍ ଆଲୋଚ଼ନା କରିଥିଲେ । ଏହି ଆଲୋଚ଼ନା ଚ଼କ୍ରରେ ଓଡ଼ିଆ ସମ୍ମାନର ବହୁ ଛାତ୍ରଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସରସ ଓ ସୁନ୍ଦର କରିଥିଲେ । ଶେଷରେ ଅଧ୍ୟାପକ ସପନ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ବେଲଗୁଣ୍ଠା ରୁ ନାରାୟଣ ପଣ୍ଡା ବିଏମସି ଟିଭି ଓଡ଼ିଆ ।


