Author: bmcnews

ବେଲଗୁଣ୍ଠା ;ତା-୧୨/୦୯(ବିଏମସି ଟିଭି ଓଡ଼ିଆ) ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ବିଡ଼ିପୁର ସ୍ଥିତ ତେନ୍ତୁଳିଆଶାସନ ଦେବସ୍ଥାନ ମହାବିଦ୍ଯାଳୟରେ ଛାତ୍ରଛାତ୍ରୀଙ୍କ ପେପର ବ୍ୟାକକୁ ନେଇ ଗେଟ ସମ୍ମୁଖରେ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ । ଯୁକ୍ତତିନି ପରୀକ୍ଷାର୍ଥୀଙ୍କ 2 ସେମିଷ୍ଟାର ଫଳାଫଳ ପ୍ରକାଶ ପାଇଥିବାବେଳେ ସେଥିରେ ଉକ୍ତ ବିଦ୍ୟାଳୟର ବହୁତ ଛାତ୍ରଛାତ୍ରୀଙ୍କ ପେପର ବ୍ୟାକ ରହିଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହା କେଉଁ କାରଣରୁ ଓ କିଭଳି ଭାବେ ପେପର ମୂଲ୍ୟାଙ୍କନ ହୋଇଛି ଯାଞ୍ଚ କରିବା ସହିତ ଏଥିପ୍ରତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଛାତ୍ରଛାତ୍ରୀ ମାନେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ମୋଚିରାମ ନାହକଙ୍କୁ ଲିଖିତ ଭାବେ ଦାବିପତ୍ର ପ୍ରଦାନ କରିଛନ୍ତି । ବେଲଗୁଣ୍ଠା ରୁ ନାରାୟଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Read More

ରାୟଗଡ଼ା ;ତା୧୨/୦୯(ବିଏମସି ଟିଭି ଓଡ଼ିଆ) ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡ ତତ୍ତ୍ୱାବଧାନରେ ରାୟଗଡ ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ତୃତୀୟ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଏହି ଲୋକ ଅଦାଲତରେ ରାୟଗଡ ଜିଲ୍ଲା ଅଦାଲତ ସମେତ ଗୁଣୁପୁର, ବିଷମକଟକ, କାଶିପୁର, ପଦ୍ମପୁର ଓ ମୁନିଗୁଡା ଅଦାଲତ ରେ ଦୀର୍ଘ ଦିନ ଧରି ପଡିରହିଥିବା ୧୫୪ ଟି ମାମଲାର ଫଇସଲା ହୋଇ, ସମୁଦାୟ ଟ. ୬୦,୪୪,୩୫୫/-(ଷାଠିଏ ଲକ୍ଷ ଚଉରାଳିସ ହଜାର ତିନି ସହ ପଞ୍ଚାବନ ଟଙ୍କା) ଟଙ୍କା ର ସେଟେଲମେଣ୍ଟ କରାଯାଇଅଛି । ସେହିପରି ରାଜସ୍ୱ ସମ୍ବନ୍ଧିତ ୪୯,୦୦୧ ଟି ମାମଲା ଫଇସଲା ହୋଇଅଛି ଓ ପ୍ରିଲିଟିଗେସନ ସମ୍ବନ୍ଧିତ ୬୨ ଟି ମାମଲାର ଫଇସଲା ହୋଇ ସମୁଦାୟ ଟ.୪,୯୩,୦୬୧/-(ଚାରି ଲକ୍ଷ ତେୟାନବେ ହଜାର ଏକ ଷଠି) ଟଙ୍କା ର ସେଟେଲମେଣ୍ଟ କରାଯାଇଅଛି । ଏହି ଲୋକ ଅଦାଲତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା…

Read More

ଢେଙ୍କାନାଳ ;ତା-୧୧/୦୯(ବିଏମସି ଟିଭି ଓଡ଼ିଆ) ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ ର ୧୭ ତମ ସାଧାରଣ ବୈଠକ ୧୧/୯/୨୦୨୬ ତାରିଖ ଦିନ ୧୨ ଘଟିକା ସମୟରେ NAC କନଫରେନ୍ସ ହଲ ଠାରେ ଅଧକ୍ଷ କେଶବ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଓ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ବେହେରା ଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ସାଂସଦ ରୁଦ୍ର ନାରାୟଣ ପାଣି ଓ ସମ୍ମାନିତ ଅତିଥି ଭାବେ ବିଧାୟିକା ସୀମାରାଣୀ ନାୟକ ଯୋଗ ଦେଇଥିଲେ । ବୈଠକ ଆରମ୍ଭ ହେବା ପୂର୍ବରୁ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ ନିଜସ୍ଵ ପାଣ୍ଠି ବୃଦ୍ଧି ସଂଗ୍ରହ ରେ ସାରା ଓଡିଶା ରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଠାରୁ ୨କୋଟି ଟଙ୍କାର…

Read More

ଢେଙ୍କାନାଳ ;ତା;୧୨/୦୯(ବିଏମସି ଟିଭି ଓଡ଼ିଆ) ଢେଙ୍କାନାଳ ଜିଲ୍ଲାରେ ମଦ ବେପାରୀଙ୍କ ଉପରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ। ଜିଲ୍ଲାପାଳ ଏବଂ ଅବକାରୀ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗତ ୧୦ ସେପ୍ଟେମ୍ବର ୨୦୨୬ ତାରିଖରେ ଢେଙ୍କାନାଳ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।ଅବକାରୀ ବିଭାଗର ଏହି ଚଢ଼ାଉରେ ବିପୁଳ ପରିମାଣର ଗୁଡ଼ ୱାସ୍‌, ଦେଶୀ ମଦ, ନକଲି ବିଦେଶୀ ମଦ ଓ ବିୟର ଜବତ କରାଯାଇଛି।ଏହି ଘଟଣାରେ ମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଚଢ଼ାଉ ସମୟରେ ମୋଟ ୪ ହଜାର ଲିଟର ଫର୍ମେଣ୍ଟେଡ୍ ଗୁଡ଼ ୱାସ୍‌, ୪୯୫ ଲିଟର ଦେଶୀ ମଦ, ୮୦.୬୭୦ ଲିଟର ନକଲି ବିଦେଶୀ ମଦ ଏବଂ ୬୯.୧୨୫ ଲିଟର ବିୟର ଜବତ ହୋଇଛି। ଏହା ସହିତ ୩ଟି ଦୁଇଚକିଆ ଯାନ,…

Read More

ଡିମ୍ପେଲଙ୍କ ମୁଣ୍ଡରେ ‘ମିସ୍ ଏସିଆ ୱାର୍ଲ୍ଡ ଇଣ୍ଟରନ୍ୟାସନାଲ୍ ଗୋଲ୍ଡ’, ଷ୍ଟେଫିଙ୍କୁ ‘ମିସେସ୍ ଏସିଆ ୱାର୍ଲ୍ଡ ବ୍ରାଣ୍ଡ ଆମ୍ବାସାଡର’ ମୁକୁଟ ଖୋର୍ଦ୍ଧା, ତା-୦୮/୦୯ (ବିଏମସି ଟିଭି ଓଡ଼ିଆ) ଆନ୍ତର୍ଜାତୀୟ ସୌନ୍ଦର୍ଯ୍ୟ ଓ ଫ୍ୟାଶନ୍ ପ୍ରେଜେଣ୍ଟେସନରେ ଓଡ଼ିଶାର ନାରୀ ପ୍ରତିଭା ପୁଣିଥରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଥାଇଲ୍ୟାଣ୍ଡର ପଟାୟାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ଡିମ୍ପେଲ ମହାପାତ୍ର ଓ ଷ୍ଟେଫି ସେନାପତି ଦୁଇଟି ଗୌରବମୟ ଟାଇଟଲ୍ ହାସଲ କରି ଦେଶ ଓ ରାଜ୍ୟର ସୁନାମ ଉଜ୍ଜ୍ୱଳ କରିଛନ୍ତି।ଏ ନେଇ ବରୁଣେଇସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ଆୟୋଜିତ ପ୍ରେସ୍ କନଫରେନ୍ସରେ ସଫଳତାର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦିଆଯାଇଥିଲା।ଡିମ୍ପେଲ ମହାପାତ୍ର ‘ମିସ୍ ଏସିଆ ୱାର୍ଲ୍ଡ ଇଣ୍ଟରନ୍ୟାସନାଲ୍ ଗୋଲ୍ଡ ୨୦୨୬-୨୭’ ଟାଇଟଲ୍ ଜିତିଛନ୍ତି। ବଲିଉଡ୍‌ର ବରିଷ୍ଠ ଅଭିନେତା ସୁରେନ୍ଦ୍ର ପାଲଙ୍କ ନିକଟରୁ ସେ ବିଜୟୀ ମୁକୁଟ ଗ୍ରହଣ କରିଥିଲେ। ଓଡ଼ିଶୀ ନୃତ୍ୟରୁ ନିଜ କଳାଯାତ୍ରା ଆରମ୍ଭ କରିଥିବା ଡିମ୍ପେଲ ପରବର୍ତ୍ତୀ ସମୟରେ ମଡେଲିଂ ଓ…

Read More

ଖୋଦ୍ଧା /ବୋଲଗଡ, ତା-୦୮/୦୯ (ବିଏମସି ଟିଭି ଓଡ଼ିଆ ) ଶିକ୍ଷା ହେଉଛି ବିକାଶର ଚାବିକାଠି । ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ମଣିଷ ଗଢା଼ କାରଖାନାର ବିନ୍ଧାଣୀ ଓ ସମାଜର ମେରୁଦଣ୍ଡ ଅଟନ୍ତି। ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଙ୍କ ସଭାପତିତ୍ୱରେ ବୋଲଗଡ଼ ଶିକ୍ଷା ବ୍ଲକ ଅନ୍ତର୍ଗତ ପଞ୍ଚୁକୋଟ ସ୍ଥିତ ରାମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ସାହୁଙ୍କୁ ଅବସରକାଳୀନ ବିଦାୟ ସମ୍ବନ୍ଧନା ଦିଆଯାଇ ଅଛି। ଏହି କାଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ବରିଷ୍ଠ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ବେହେରା, ସୁରେଶ ଚନ୍ଦ୍ର ବେହେରା, ମୁଖ୍ଯ ବକ୍ତା ଭାବେ ପ୍ରାକ୍ତନ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମଚରଣ ବେହେରା ଓ ସମ୍ମାନୀତ ଅତିଥି ଭାବେ ଖୋଦ୍ଧା ଜିଲ୍ଲା ଓଷ୍ଟା ସଭାପତି ସୀତାକାନ୍ତ ମିଶ୍ର, ବ୍ଲକ ନିମ୍ନ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମଳୟ କୁମାର ପଣ୍ଡା, ଉଚ୍ଚ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶୈଳେନ ପଟ୍ଟନାୟକ, ପ୍ରାକ୍ତନ…

Read More

ଅନୁଗୋଳ ; ତା-୦୮/୦୯ ( ବିଏମସି ଟିଭି ଓଡ଼ିଆ) ବିଭିନ୍ନ ସ୍କୁଲ୍ ରେ ସଚେତନତା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି। । ଅନୁଗୋଳ ବ୍ଲକ, ଅଙ୍ଗାରବନ୍ଧ, ବାରସିଂହା, ଖଣ୍ଡହତା ସ୍କୁଲ ଠାରେ ବିଶ୍ଵ ଯୁବ କେନ୍ଦ୍ର ବଣୀନାଳୀ ଅନୁଗୋଳ ଦ୍ୱାରା ପରିଚାଳିତ ଜଷ୍ଟ ରାଇଟ ଫର୍ ଚିଲଡ୍ରେନ୍ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ଶିକ୍ଷକ ଶିକ୍ଷୟତ୍ରୀ ଅଙ୍ଗନୱାଡି କର୍ମୀ, , କିଶୋର,କିଶୋରୀ ଉପସ୍ଥିିତଥିଲେ । ଶିଶୁଙ୍କୁ ନିଜର ଅଧିକାର ରୁ ବଞ୍ଚିତ କରି ବାଲ୍ୟ ବିବାହ , ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମିକ ତଥା ଜୀବନ ପ୍ରତି ବିପଦ ସଙ୍କୁଳନ କାର୍ଯ୍ୟ ରେ ନିୟୋଜିତ ତଥା ଏହାର ଭୟାବହତା ଉପରେ ଆଲୋଚନା କରାଯାଇ ଥିଲା । ବାଲ୍ୟ ବିବାହ ତଥା ଶିଶୁ ଙ୍କୁ ଶ୍ରମରେ ନିୟୋଜିତ କରୁଥିବା ଲୋକଙ୍କ ପାଇଁ ଭାରତୀୟ ଆଇନ୍ ଅନୁଯାୟୀ ବାଲ୍ୟ ବିବାହ ର ଦଣ୍ଡ ବିଧାନ…

Read More

ଖୋଦ୍ଧା / ବୋଲଗଡ଼, ତା-୦୫/୦୯ (ବିଏମସି ଟିଭି ଓଡ଼ିଆ)ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଙ୍କ ସଭାପତିତ୍ୱରେ ଓ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଲୋକନାଥ ସାହୁଙ୍କ ଆବାହକତ୍ଵରେ ପବିତ୍ର ଗୁରୁଦିବସ ଉପଲକ୍ଷେ ଅବସରପ୍ରାପ୍ତ ବ୍ଲକ ସ୍ତରୀୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କର ସମ୍ବନ୍ଧନା ଉସ୍ଚବ ବୋଲଗଡ଼ ଶିକ୍ଷା ବ୍ଲକ ଅନ୍ତର୍ଗତ ପଞ୍ଚୁକୋଟ ସ୍ଥିତ ସରକାରୀ ରାମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଦିନ ଅନୁଷ୍ଠିତ ହୋଇ ଯାଇଅଛି। ଏହି କାଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ବରିଷ୍ଠ ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ବେହେରା, ମୁଖ୍ଯ ବକ୍ତା ଭାବେ ପୂର୍ବତନ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମଚରଣ ବେହେରା ଓ ସମ୍ମାନୀତ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୀରଞ୍ଜନ ନାୟକ, ଖୋଦ୍ଧା ଜିଲ୍ଲା ଓଷ୍ଟା ସଭାପତି ସୀତାକାନ୍ତ ମିଶ୍ର , ବୋଲଗଡ଼ ବ୍ଲକ ନିମ୍ନ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମଳୟ କୁମାର ପଣ୍ଡା, ବ୍ଲକ ଶିକ୍ଷକ…

Read More

ଢେଙ୍କାନାଳ ;ତା-୦୧/୦୯(ବିଏମସି ଟିଭି ଓଡ଼ିଆ) ଢେଙ୍କାନାଳ କୁଞ୍ଜକାନ୍ତ ଆରଟିଓ ଅଫିସ ପାଖରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ, ଦକ୍ଷ ଓ ଜନସାଧାରଣଙ୍କ ପାଇଁ ସୁବିଧାଜନକ କରିବା ଦିଗରେ ଢେଙ୍କାନାଳ ଜିଲ୍ଲା ଆଜି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ଜିଲ୍ଲାରେ ପ୍ରଥମ ଥର ପାଇଁ ଢେଙ୍କାନାଳଠାରେ ‘ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍’ର ମାନ୍ୟବର ଓଡିଶା ସରକାରଙ୍କର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ମହୋଦୟ ଶୁଭ ଉଦ୍‌ଘାଟନ କରିଥିଲେ। ଓଡ଼ିଶା ସରକାର ଓ ଜାତିସଂଘର ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ୍ (WFP)ର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଏହି ଅତ୍ୟାଧୁନିକ ବ୍ୟବସ୍ଥା ଖାଦ୍ୟ ବଣ୍ଟନ କ୍ଷେତ୍ରରେ ପ୍ରଯୁକ୍ତି, ପାରଦର୍ଶିତା ଓ ସୁଶାସନର ଏକ ଅନନ୍ୟ ସମନ୍ୱୟ ସୃଷ୍ଟି କରିବ। ଏହା ଜନକଲ୍ୟାଣମୂଳକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଢେଙ୍କାନାଳ ଅଞ୍ଚଳର ହିତାଧିକାରୀଙ୍କୁ ଅଧିକ ସୁବିଧା ପ୍ରଦାନ…

Read More

ବେଲଗୁଣ୍ଠା ;ତା-୦୨/୦୯(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ତନରଡ଼ା ଆର୍ଯ୍ୟକନ୍ୟା ଗୁରୁକୂଳ ପରିସରରେ ୧୪ ଓ ୧୭ ବର୍ଷରୁ କମ୍‌ ବାଳକ-ବାଳିକାଙ୍କୁ ନେଇ ଆଞ୍ଚଳିକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା-୨୦୨୬ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଛି। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରୀଡ଼ାବିତ୍‌ମାନେ ବିଭିନ୍ନ କ୍ରୀଡ଼ାରେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ।ଆର୍ଯ୍ୟକନ୍ୟା ଗୁରୁକୂଳର ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଶିକ୍ଷା ସହିତ କ୍ରୀଡ଼ାର ସମନ୍ୱୟ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ବିଶେଷ ସହାୟକ ହୋଇଥାଏ। କ୍ରୀଡ଼ା ଶୃଙ୍ଖଳା, ନେତୃତ୍ୱ, ସହଯୋଗ ଓ ଆତ୍ମବିଶ୍ୱାସର ଗୁଣ ବିକଶିତ କରେ ବୋଲି ସେ ମତପ୍ରକାଶ କରିଥିଲେ।ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ଯୋଗଦେଇ ଛାତ୍ରଛାତ୍ରୀଙ୍କ ଜୀବନରେ କ୍ରୀଡ଼ାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।…

Read More

ମାଲକାନଗିରି ;ତା-୧/୯(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ବାଲିମେଳାସ୍ଥିତ ପ୍ରାଥମିକ ବିଦ୍ୟାଳୟ କଲୋନୀ-୧୨ ପରିସରରେ ବରିଷ୍ଠ ଶିକ୍ଷକ ଅସୀମ କୁମାର ହାଲଦାର ଅବସରଗ୍ରହଣ ଅବସରରେ ଏକ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଚିତ୍ରକୋଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ ମୁଖ୍ୟ ଅତିଥି ଏବଂ ଭଗବାନ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସଭାପତି ଭାବେ ଶ୍ରୀ ଗୁପ୍ତେଶ୍ୱର ମାଝୀ ଦାୟିତ୍ୱ ତୁଲାଇଥିବାବେଳେ କାର୍ଯ୍ୟାଳୟର ସେକ୍ସନ ଅଫିସର ମାଧବ ମହାନନ୍ଦିଆ ଏସଏମସ ଅଧ୍ୟକ୍ଷ ମଦନ ସେଠୀ ଏବଂ ଶ୍ରୀ ହାଲଦାରଙ୍କ ପତ୍ନୀ ଅରୁଣା ହାଲଦାର ସମ୍ମାନନୀୟ ଅତିଥି ଭାବେ ମଞ୍ଚାସୀନ ଥିଲେ।ଲକ୍ଷ୍ମୀ ପନାଡାଙ୍କ ଭଜନ ପରିବେଷଣ ସମଗ୍ର ପରିବେଶକୁ ଭକ୍ତିମୟ ଓ ପବିତ୍ର କରିଥିଲା। ଏହାପରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ, ବରିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ ଓ ସହକର୍ମୀମାନେ ଶ୍ରୀ ହାଲଦାରଙ୍କ ସହିତ ଜଡ଼ିତ ସ୍ମୃତି ଓ ଅନୁଭୂତି ବାଣ୍ଟିଥିଲେ।ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ନିଜର ଅନୁଭୂତି ବ୍ୟକ୍ତ କରିଥିଲେ।ଏହି…

Read More

ବେଲଗୁଣ୍ଠା ;ତା-୩୧/୦୮(ବିଏମସି ଟିଭି ଓଡ଼ିଆ) ନାଟେଙ୍ଗା ଦିନବନ୍ଧୁ ବିଦ୍ୟାପୀଠ ପରିସରରେ ଗାଙ୍ଗପୁର ଥାନା ତରଫରୁ ଏକ ସାଇବର ସିକ୍ୟୁରିଟି ଓ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଡୋକି ସରୋଜିନୀ ଅଧ୍ୟକ୍ଷତା କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ସାଇବର ଅପରାଧ, ଠକେଇରୁ ବର୍ତ୍ତିବା,ଫ୍ରଡ୍ କଲ୍‌ ନ ଉଠାଇବା ଏବଂ ଏହି କୋମଳମତି ବୟସରେ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ବ୍ୟବହାର ନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏଥି ସହିତ ନିଶା ମୁକ୍ତି ସମ୍ପର୍କରେ ଥାନାଧିକାରୀ ବନବିହାରୀ ପ୍ରଧାନ କହିଥିଲେ ଯେ, “ନିଶାସେବନ ବ୍ୟକ୍ତିର ସ୍ୱାସ୍ଥ୍ୟ ସହ ଯୁବସମାଜ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସମ୍ପୂର୍ଣ୍ଣ ନଷ୍ଟ କରିଦିଏ। ତେଣୁ ସମସ୍ତେ ନିଶାଠାରୁ ଦୂରେଇ ରହିବା ସହ ନିଜ ପରିବାର, ଗ୍ରାମ ଓ ସହରକୁ ନିଶାମୁକ୍ତ କରିବା ପାଇଁ ସଙ୍କଳ୍ପବଦ୍ଧ ହେବା ଉଚିତ୍। ଛାତ୍ରଛାତ୍ରୀମାନେ…

Read More