Author: bmcnews

ନନ୍ଦପୁର ;ତା-୨୫/୦୯(ବିଏମସି ଟିଭି ଓଡ଼ିଆ) ସୂଚନା ମୁତାବକ ଓୟୁଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ ଶ୍ରୀ କଲ୍ୟାଣ ମଣ୍ଡପରେ ଜିଲ୍ଲା ସଭାପତି ଶଶଧର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୁଖ୍ୟ ଅତିଥି ଭାବେ ଓୟୁଜେ ରାଜ୍ୟ ସମ୍ପାଦକ ଦେବ ପ୍ରସାଦ ଦାସ, ରାଜ୍ୟ ସମ୍ବିଧାନ ସଂଶୋଧନ କମିଟି ସଦସ୍ୟ ଶିବ ପ୍ରସାଦ କୀର୍ତ୍ତନିଆ, ନନ୍ଦପୁର ବିଡିଓ ଦୁର୍ଗା ପ୍ରସାଦ ଦୋରା, ତହସିଲଦାର ଦେବବ୍ରତ ମହାରଣା, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ ଦାସ, ଉପ ସଭାପତି ଜଗତ ଜୀବନ କୋଚିମ୍, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତୁଷାର କାନ୍ତ ମହାନ୍ତିଙ୍କ ସମେତ ୧୪ ବ୍ଲକର ସଂଘ ସଦସ୍ୟ, ସ୍ଥାନୀୟ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ସାଂଗଠନିକ ବୈଠକରେ ଯୁଗ୍ମ ସମ୍ପାଦକ ଶରତ ଧଳ ସଂଘର ଦୁଇବର୍ଷର କାର୍ଯ୍ୟ ବିବରଣୀ ପାଠ କରିଥିଲେ। ଆଗାମୀ ଅକ୍ଟୋବର…

Read More

ବେଲଗୁଣ୍ଠା ;ତା-୨୫/୯(ବିଏମସି ଟିଭି ଓଡ଼ିଆ) ଗତ ୨୦୨୪ ନଭେମ୍ବର ୧୯ ରେ ବେଲଗୁଣ୍ଠା ଏନ୍‌ଏସିର ପୂର୍ବତନ ଉପାଧ୍ୟକ୍ଷା ଟି.ବବିତା କୁମାରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା । ଭୋଟ୍‌ରେ ସମସ୍ତ ୧୨ ଜଣ କାଉନସିଲର ଅନାସ୍ଥା ସପକ୍ଷରେ ଭୋଟ ଦେଇଥିଲେ। ଏହା ଫଳରେ ଟି ବବିତା କୁମାରୀ ଉପାଧ୍ୟକ୍ଷା ପଦବୀ ହରାଇଥିଲେ । ସେହିଦିନ ଠାରୁ ବେଲଗୁଣ୍ଠା ଏନଏସିର ଉପାଧ୍ୟାକ୍ଷା ପଦ ଖାଲି ପଡ଼ିଥିବା ବେଳେ, ଏହି ପଦବୀ ପୂରଣ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପତ୍ର ସଂଖ୍ୟା ୨୦୮୩/SEC ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୧୯୭୫/ULB ନିର୍ବାଚନ ଅନୁସାରେ ଉପ-ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଉପ-ନିର୍ବାଚନ ପରିଚାଳନା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୧୯୭୩/ULB ଅନୁଯାୟୀ ବୁଗୁଡ଼ା ତହସିଲଦାର ତାପସ ରାଉତଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ନିର୍ବାଚନ ସୂଚୀ ଅନୁସାରେ,୨୨ ସେପ୍ଟେମ୍ବର ୨୦୨୬ରେ ନୋଟିସ ଜାରି କରାଯାଇଛି । ବର୍ତମାନ ୨୯…

Read More

ବେଲଗୁଣ୍ଠା ;ତା-୨୫/୦୯(ବିଏମସି ଟିଭି ଓଡ଼ିଆ) ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ତିନି ଦିନ ଧରି ଲଗାଣ ବର୍ଷା ଜନଜୀବନକୁ ପ୍ରଭାବିତ କରିଥିବାବେଳେ ବେଲଗୁଣ୍ଠା ବ୍ଲକ୍‌ରେ ମାଟି କାନ୍ଥ ଭୁଶୁଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଉଢ଼ୁରା ପଞ୍ଚାୟତ ଅନ୍ତର୍ଗତ ପୁରୁଣା ଉଢ଼ୁରା ଗ୍ରାମର ହରିଜନ ସାହିରେ ଗୁରୁବାର ରାତିରେ ଏହି ଅଘଟଣ ଘଟିଛି। ମୃତକ ହେଲେ ରାମ ନାଇକଙ୍କ ସ୍ତ୍ରୀ ହେମ ନାଇକ (୭୦)। ସୂଚନାନୁସାରେ ହେମ ନିଜ ଝିଅ ଦୁଃଖୀଙ୍କ ସହ ମାଟି ଛପର ଘରେ ଶୋଇଥିଲେ। ରାତି ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ ଲଗାଣ ବର୍ଷା ଓ ପବନ ଯୋଗୁଁ ଘରର ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା। କାନ୍ଥକୁ ଲାଗି ଶୋଇଥିବା ହେମ ଏହାତଳେ ଚାପି ଗୁରୁତର ହୋଇଥିଲେ। ଗ୍ରାମର ମନ୍ମୟ ଖଟେଇ, ଆକାଶ ଓ ରାଜେନ୍ଦ୍ରଙ୍କ ସହାୟତାରେ ହେମଙ୍କ ଦୁଇ ପୁଅ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ହେମଙ୍କୁ…

Read More

ବୋଲଗଡ଼, ତା-୨୫/୦୯ ( ବିଏମସି ଟିଭି ଓଡ଼ିଆ) ବୋଲଗଡ଼ ମଣ୍ଡଳରେ ଚତୁର୍ଥ ପର୍ଯ୍ୟାୟରେ କ୍ରୀଡା ସମ୍ପାଦକ ଅଭିଷେକ ମହାନ୍ତିଙ୍କ ତତ୍ୱାବଧାନରେ ପିଏମ ଶ୍ରୀ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ଦିନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ୪ଟି ଜୋନରେ ମଣ୍ଡଳ ସ୍ତରକୁ ଉନ୍ନୀତ ହୋଇଥିବା ୧୭ ବର୍ଷରୁ କମ ଓ ୧୪ ବର୍ଷରୁ କମ ଉଭୟ ବାଳକ ଓ ବାଳିକା କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ବାଳକ ବିଭାଗ ଲମ୍ବାଡ଼ିଆଁ ଭାଗବତ ପ୍ରସାଦ ପାଣ୍ଡେ ଓ ଅଂଶୁମାନ ଧଳ, ଉଚ୍ଚ ଡ଼ିଆଁ ମାନସ ବେହେରା ଓ ସୌଦାମିନି ବେହେରା, ଡିସ୍କସ ଥ୍ରୋ କାଇରା ନାୟକ ଓ ପ୍ରଦୀପ୍ତ ସେଠୀ, ସଟପୁଟ ଥ୍ରୋ ଦୈତାରି ଦିଗଲ ଓ ଦେବାଶିଷ ସାମଲ, ଦୌଡ଼ ସତ୍ୟବ୍ରତ ନାୟକ ଓ ସୁଶାନ୍ତ ପାଇକରାୟ ପରିଚାଳନା କରିଥିଲେ । ବାଳିକା ବିଭାଗ ପ୍ରତିଯୋଗିତାଗୁଡିକୁ ରାଣୀ ସାହୁ, କଳ୍ପନା ବଳୀୟାରସିଂହ ଏବଂ ବାମନ ଉଚ୍ଚ…

Read More

ବନ୍ଧୁଗାଁ ;ତା-୨୩/୦୯(ବିଏମସି ଟିଭି ଓଡ଼ିଆ) ବନ୍ଧୁଗାଁ ବ୍ଲକ କାପଲଡ଼ା ପଞ୍ଚାୟତ ର କତାବାଲଶା ଗ୍ରାମର ୨ ନମ୍ବର ୱାର୍ଡ ରେ ଆଜକୁ ପ୍ରାୟ ଦୁଇ ବର୍ଷ ବିତିଲାଣି ଗୋଟିଏ ଅଙ୍ଗନ ବାଡ଼ି କର୍ମୀଙ୍କ ଦ୍ୱାରା ହିଁ ଅଙ୍ଗନ ବାଡ଼ି କେନ୍ଦ୍ର ଚାଲିଚି । ଏହି ୨ ନମ୍ବର ୱାର୍ଡ ଠାରେ ରୋଷଇ ହେଲ୍ପର ପଦବୀ ଖାଲି ପଡିଛି । ବହୁବର୍ଷ ଧରି ଏହି ଖାଲି ପଡିଥିବା ପଦବୀ ପାଇଁ ବନ୍ଧୁଗାଁ ଶିଶୁ ବିକାଶ କାର୍ଯ୍ୟାଳୟ ଦ୍ୱାରା ଖୋଜା ଚାଲିଚି କିନ୍ତୁ ସେହି ଗ୍ରାମର ୨ ନମ୍ବର ୱାର୍ଡ ଠାରେ ପାଠ ପଢିବା ପରି କୌଣସି ରୋଷେଆ ହେଲ୍ପର ପାଉନଥିବା ଜାଣିବାକୁ ମିଳିଛି । ଉକ୍ତ ଖାଲି ଥିବା ପଦବୀ ପାଇଁ ଗ୍ରାମ ଲୋକଙ୍କ ବୟାନ କି ଆମ ଗାଁର ଆମ ୱାର୍ଡ ର ବହୁ କିମ୍ଭା ଝିଅ ହିଁ ପାଇବେ ତା ବ୍ୟତୀତ ଆଉ କାହାକୁ ଏହି ପଦବୀ ଦିଆନଯିବା ପାଇଁ…

Read More

ଢେଙ୍କାନାଳ ;ତା-୨୪/୦୯(ବିଏମସି ଟିଭି ଓଡ଼ିଆ) ଢେଙ୍କାନାଳର ବିଶ୍ଵ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ମାଟି ଅନୁକୂଳ ବିଧି ଆରମ୍ଭ ହୋଇଛି।ରାଧାଷ୍ଟମୀ ଓ ସୁନିଆଁ ଅବସରରେ ମା’ ଗଜଲକ୍ଷ୍ମୀଙ୍କ ମୂର୍ତ୍ତି ପାଇଁ ବ୍ରାହ୍ମଣୀ ନଦୀର କମଗରା ଘାଟରୁ ମାଟି ଅନୁକୂଳ କରାଯାଇଛି। ଢେଙ୍କାନାଳ ସହର ଗଜଲକ୍ଷ୍ମୀ ପୂଜା ପାଇଁ ସାରା ବିଶ୍ଵରେ ପରିଚିତ । ପୂଜା ଆସିଲେ ଚଳଚଞ୍ଚଳ ହୋଇଉଠେ ସହର। ୧୧ ଦିନ ବ୍ୟାପୀ ମା’ଙ୍କ ପୂଜା ହୁଏ।ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ। କୈବଲ୍ୟବଜାରରୁ ବାଜିଚୌକ ପର୍ଯ୍ୟନ୍ତ ୩ କିମି ବ୍ୟାପି ରାସ୍ତାରେ ହଜାର ହଜାର ଲୋକଙ୍କ ଭିଡ଼ ଜମେ,ଯାହା ଏହି ପୂଜାକୁ ଏକ ସ୍ଵତନ୍ତ୍ର ପରିଚୟ ଦେଇଥାଏ। ମାଟି ଅନୁକୂଳରୁ ଆରମ୍ଭ ହୁଏ ଲକ୍ଷ୍ମୀପୂଜାର ପରିବେଶ।ପ୍ରତ୍ୟେକ ପୂଜା କମିଟି ବାଜା ବାଣ ସହ ଶୋଭାଯାତ୍ରାରେ ଯାଇ ଘାଟରୁ ମାଟି ଆଣିଥାନ୍ତି। ଏଇଠୁ ଆରମ୍ଭ ହୁଏ ଲକ୍ଷ୍ମୀପୂଜାର ପରିବେଶ। ମାସେ ଆଗରୁ ତୋରଣ,ଗେଟ୍ କାମ ଆରମ୍ଭ ହୋଇ…

Read More

ବେଲଗୁଣ୍ଠା ;ତା-୨୩/୦୯(ବିଏମସି ଟିଭି ଓଡ଼ିଆ) ଅବପାତ ପ୍ରଭାବରେ ବେଲଗୁଣ୍ଠା ଅଞ୍ଚଳରେ ଦୁଇ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ନଦୀତଟବର୍ତ୍ତୀ ଅଞ୍ଚଳରେ ଲୋକଙ୍କ ମନରେ ଛନକା ପଶିଥିବାବେଳେ ଧାନ ଫସଲକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଛି। ତେବେ ବର୍ତ୍ତମାନର ବର୍ଷାକୁ ନେଇ ଭୟଭୀତ ନହେବାକୁ ବିଭାଗୀୟ ଯନ୍ତ୍ରୀ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ବିଭାଗୀୟ ଯନ୍ତ୍ରୀଙ୍କ ସୂଚନାନୁଯାୟୀ, ଗଞ୍ଜାମ ଜିଲ୍ଲାର ଅନ୍ୟ ଅଞ୍ଚଳ ତୁଳନାରେ ବେଲଗୁଣ୍ଠାରେ ବର୍ଷାର ପରିମାଣ କମ୍ ରହିଛି। ମାଧବରିଡ଼ାରେ ବୁଧବାର ଅପରାହ୍ଣ ୬ଟା ସୁଦ୍ଧା ୧୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ଦୁଇ ଦିନରେ ମୋଟ ୬୩ ମିଲିମିଟର ବର୍ଷା ରେକର୍ଡ ହୋଇଛି। ମାଧବରିଡ଼ା ଅନିକଟର ବିପଦ ସଂକେତ ୬୦.୬୬ ମିଟର ଥିବାବେଳେ ବୁଧବାର ଅପରାହ୍ଣ ୩ଟା ସୁଦ୍ଧା ଜଳସ୍ତର ୫୮.୬୭ ମିଟର ରହିଥିଲା। ନଦୀରେ ସର୍ବାଧିକ ୩୦୪.୬୯୫ କ୍ୟୁମେକ୍‌ସ ଜଳ ପ୍ରବାହ କ୍ଷମତା ଥିବାବେଳେ ବର୍ତ୍ତମାନ ୨୨୩.୯୪ କ୍ୟୁମେକ୍‌ସ ଜଳ ପ୍ରବାହିତ ହେଉଛି।ତେବେ ଲଗାଣ…

Read More

ଢେଙ୍କାନାଳ ;ତା-୨୪/୦୯(ବିଏମସି ଟିଭି ଓଡ଼ିଆ) ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଗ୍ରାମ କୁ ସାଇକେଲ ଯୋଗେ ଫେରୁଥିଲେ । ଆଉ କିଛି ସମୟ ପରେ ଘରେ ପହଞ୍ଚିଥାନ୍ତେ। ହେଲେ ରାସ୍ତାରେ ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ। ଗତକାଲି ମଙ୍ଗଳବାର ଅପରାହ୍ଣରେ ବଅଁରପାଳ ଥାନା ଗୋତମରା ନିକଟ ୧୪୯ ନଂ ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକ ହେଲେ, ଗୋତମରା଼ ଗ୍ରାମର ଶ୍ରୀପତି ନାଏକ। ସୂଚନା ମୁତାବକ, ଶ୍ରୀପତି ଏକ ସାଇକେଲରେ ଯାଉଥିଲେ ମାତ୍ର ଗୋତମରା ବ୍ରହ୍ମାୟଣୀ ହୋଟେଲ ନିକଟରେ ତାଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ତାଙ୍କ ଉପରେ ଟ୍ରକ ଚଢ଼ି ଯାଇଥିଲା। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଶ୍ରୀପତି ଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ଉତେଜିତ ଲୋକ ରାସ୍ତା ଅବରୋଧ…

Read More

ଢେଙ୍କାନାଳ;ତା-୨୨/୦୯(ବିଏମସି ଟିଭି ଓଡ଼ିଆ) କପିଳାସରୁ ଫେରୁଥିବା ଜଣେ ଯୁବତୀ ଓ ତାଙ୍କ ସାଙ୍ଗମାନଙ୍କୁ ରାସ୍ତାରେ ଅଟକାଇ ଦୁର୍ବ୍ୟବହାର,ମାଡ଼ ମାରିବା ଓ ଭିଡିଓ କରି ସୋସିଆଲ୍ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ଗଁଦିଆ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ,ଗତ ୧୮ ତାରିଖରେ ସୋରିଷିଆପଦା ପଞ୍ଚାୟତ ବଣିଆ ଗ୍ରାମ ଭଅଁରଗୋଡ଼ା ନିକଟରେ ଘଟଣା ଘଟିଥିଲା। ପରେ ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା। ଏନେଇ ଚୌଦ୍ୱାର ଥାନାରୁ ଜିରୋ FIR ଗଁଦିଆ ଥାନାକୁ ଆସିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ବଣିଆ ଗ୍ରାମର ସରୋଜ ନାୟକ (୪୧),ସମୀର ନାୟକ (୩୭) ଓ ରାୟପୁର ଗ୍ରାମର ସଂଗ୍ରାମ ରଥ ଓରଫ ଦୁର୍ଗା (୨୮)। ଏନେଇ ଗଁଦିଆ ଥାନା କେସ୍ ନମ୍ବର ୪୨୦,ତାରିଖ ୨୨/୦୯/୨୦୨୬ରେ ବିଏନ୍‌ଏସ୍‌ର ବିଭିନ୍ନ ଧାରା ସହ IT Act ଧାରା ୬୭ରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ…

Read More

ଢେଙ୍କାନାଳ ;ତା-୨୩/୦୯(ବିଏମସି ଟିଭି ଓଡ଼ିଆ) ଅନୁଗୋଳ ଜିଲ୍ଲା ସାଇବର ଥାନା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ନେଇ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଛି। ନବକୃଷ୍ଣ ଚୌଧୁରୀ କଲେଜର ମଲ୍ଟିପର୍ପୋଜ୍ ହଲ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଇବର ଠକେଇରୁ କିପରି ନିଜକୁ ସୁରକ୍ଷିତ ରଖିହେବ, ସେନେଇ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଅନୁଗୁଳ ଏସ୍‌ପି ରାହୁଲ ଜୈନ ଯୋଗଦେଇ ସାଇବର ଠକେଇର ବିଭିନ୍ନ ଉପାୟ ଓ ଏଥିରୁ ବର୍ତ୍ତିବାର ସତର୍କତା ବିଷୟରେ ସଚେତନତା ବାର୍ତ୍ତା ଦେଇଥିଲେ। ନବକୃଷ୍ଣ ଚୌଧୁରୀ କଲେଜର ମଲ୍ଟିପର୍ପୋଜ୍ ହଲ୍‌ରେ ଅନୁଗୁଳ ଜିଲ୍ଲା ସାଇବର ଥାନା ପୋଲିସ ପକ୍ଷରୁ ଆୟୋଜିତ ହୋଇଥିଲା ସାଇବର ସୁରକ୍ଷା ସଚେତନତା ଅଭିଯାନ। ବର୍ତ୍ତମାନ ସମୟରେ ଅନଲାଇନ୍ ଠକେଇର ଘଟଣା ବଢ଼ୁଥିବା ବେଳେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ଏସ୍‌ପି ରାହୁଲ ଜୈନ ଯୋଗଦେଇଥିଲେ। ସେ ଛାତ୍ରଛାତ୍ରୀଙ୍କୁ ସାଇବର ଫ୍ରଡ୍‌ର…

Read More

ସମ୍ବଲପୁର:ତା.୨୩/୦୯ (ବିଏମସି ଟିଭି ଓଡିଆ) ଯୁଯୁମୁରା ବ୍ଲକ ଅନ୍ତର୍ଗତ ଲିପିଣ୍ଡା ଗ୍ରାମ ପଞ୍ଚାୟତ ଠାରେ ଆଜି ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ସିଲିକନ ହସ୍ପିଟାଲ ପକ୍ଷରୁ ଆୟୋଜିତ ଏହି ଶିବିରରେ ଶତାଧିକ ରୋଗୀ ସ୍ୱାସ୍ଥ୍ୟ ସେବା ପାଇଥିଲେ। ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ଏହି ଶିବିରରେ ମୋଟ ୨୭୬ ଜଣ ବିଭିନ୍ନ ରୋଗର ରୋଗୀ ଡାକ୍ତରୀ ପରାମର୍ଶ ନେବା ସହ ନିଶୁଳ୍କ ଔଷଧ ଗ୍ରହଣ କରିଥିଲେ। ଏହି ଶିବିରରେ ମେଡିସିନ ବିଭାଗର ଡା. ଦେବାଶିଷ ମିଶ୍ର, ଜେନେରାଲ ସର୍ଜରୀ ବିଭାଗର ଡା. ତାପସ କୁମାର କଲିତ, ଅସ୍ଥିଶଲ୍ୟ ବିଭାଗର ଡା. ଶ୍ରେୟାସ ଏଚ ଘୁସଘୁସକାର ଏବଂ ଶଲ୍ୟ ଚିକିତ୍ସା ମୁଖ୍ୟ ସୌଭାଗ୍ୟ ରଞ୍ଜନ ସ୍ୱାଇଁ ପ୍ରମୁଖ ରୋଗୀମାନଙ୍କୁ ଚିକିତ୍ସା ପରାମର୍ଶ ପ୍ରଦାନ କରିଥିଲେ। ଲିପିଣ୍ଡା ସରପଞ୍ଚ ପ୍ରଫୁଲ୍ଲ ମିର୍ଦ୍ଧାଙ୍କ ମୁଖ୍ୟ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପିଇଓ ମୋହନ ନାଏକ, ଏମବିକେ ପାଞ୍ଚାଳୀ ପ୍ରଧାନ, ସମସ୍ତ ୱାର୍ଡ…

Read More

ଢେଙ୍କାନାଳ ;ତା-୨୩/୦୯(ବିଏମସି ଟିଭି ଓଡ଼ିଆ) ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ସ୍ଥିତ ଆଦର୍ଶ ସ୍କୁଲରେ ଯୁବ ଜ୍ୟୋତିର୍ବିଜ୍ଞାନ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ଜିଲ୍ଲା ସ୍ଥିତ ଟାଟାଷ୍ଟିଲ୍ ପକ୍ଷରୁ ଏହି ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (YATS)ର ୨୦ତମ ସଂସ୍କରଣ ଆୟୋଜିତ ହୋଇଛି। ଗୁଣାତ୍ମକ ଶିକ୍ଷା ଭିତ୍ତିଭୂମିର ବିକାଶ ଏବଂ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସହଯୋଗ କରିବା ଦିଗରେ ଟାଟା ଷ୍ଟିଲ୍‌ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା।ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (YATS) କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ସ୍କୁଲ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନ ପ୍ରତି ଆଗ୍ରହ ଓ ଉତ୍ସୁକତା ସୃଷ୍ଟି କରିବା। ଏହି କାର୍ଯ୍ୟକ୍ରମରେ ଷଷ୍ଠରୁ ଦଶମ ଶ୍ରେଣୀର ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଏମ୍‌ସିକ୍ୟୁ ପରୀକ୍ଷାରେ ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ।କାର୍ଯ୍ୟକ୍ରମରେ…

Read More