ମାଲକାନଗିରି ;ତା-୦୧/୦୯(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଗ୍ରାମ ସୋମନାଥପୁର ପଞ୍ଚାୟତ ପିଲାକୁସୁମୀ ଗ୍ରାମର ରାଜେନ୍ଦ୍ର ହନ୍ତାଳ ପଢିବେ ଡାକ୍ତର ପାଠ।ଗରିବ ଗୁରୁବା ପିଲା ଦୃଢ଼ ଇଚ୍ଛା ଶକ୍ତି ସବୁ କିଛି ହାର କରି ସଫଳତା ଛୁଇଁଛି। ରାଜେନ୍ଦ୍ର ପାଠ ପଢିବା ଆରମ୍ଭ କରିଥିଲେ ନିଜ ଗାଁ ପିଲାକୁସୁମୀ ସରକାରୀ ସ୍କୁଲ ପରେ ମାଲକାନଗିରି ଏକଲବ୍ୟ ଦଶମ ଶ୍ରେଣୀ ପଢି ୮୨ଶତକଡ଼ା ରଖି ପାସ ହୋଇଥିଲେ। ବୃତ୍ତି ପାଇଁ ଭୋପାଳ +୨ପଢି ନିଟ ପରୀକ୍ଷା ଦେଇଥିଲେ।ଆଜି ଡାକ୍ତର ପଢିବାକୁ ମନୋନୀତ ହୋଇଛନ୍ତି। ବାପା ମାଣିକ ହନ୍ତାଳ ଜଣେ ଚାଷୀ । ଆଜି ସୋମନାଥପୁର ପଞ୍ଚାୟତ ସଭାଗୃହ ଠାରେ ସରପଞ୍ଚ ମଞ୍ଜୁଳା ଶୀଷାଙ୍କ ନେତୃତ୍ୱରେ ସମର୍ଦ୍ଧନ ସଭା ଅନୁଷ୍ଠିତ ହୋଇଥିଲା।ରାଜେନ୍ଦ୍ର ନିଜର ସଂଘର୍ଷ ବିଷୟରେ ବକ୍ତବ୍ୟ ରଖିଥିଲେ। ସରପଞ୍ଚ ମଞ୍ଜୁଳା , ଆନନ୍ଦ ମଣ୍ଡଳ, ଭୀମସେନ ଖେମୁଣ୍ଡୁ, ଗଣେଶ ଶୀଷା ଓ ସଞ୍ଜିତ ଦାସ ଓ ଗ୍ରାମବାସୀ ସମସ୍ତେ ମିଶି ରାଜେନ୍ଦ୍ରକୁ…
Author: bmcnews
ଭୁବନେଶ୍ୱର ; ତା-୩୦/୦୮ ( ବିଏମସି ଟିଭି ଓଡ଼ିଆ) ନିଖିଳ ଓଡ଼ିଶା ଭାଗବତ ଟୁଙ୍ଗି ସୁରକ୍ଷା ସମିତି,ଭୁବନେଶ୍ଵରର ରାଜ୍ୟସ୍ତରୀୟ ପ୍ରଥମ କାର୍ଯ୍ୟକର୍ତ୍ତା ସମ୍ମିଳନୀ ବୈଠକ ଟି ଭୁବନେଶ୍ଵର ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ଏହି ସମିତିର ଅଧ୍ୟକ୍ଷ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ଵାଳ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ପ୍ରତିଷ୍ଠାତା ତଥା ତତ୍ତ୍ୱାବଧାରକ ଶଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ସଂଗଠନ ସମ୍ପାଦକ ଡଃ ନାରାୟଣ ଚନ୍ଦ୍ର ସେନାପତି ମୁଖ୍ୟ ବକ୍ତା, ଉପଦେଷ୍ଟା ଲକ୍ଷ୍ମୀଧର ସାହୁ ବରେଣ୍ୟ ଅତିଥି,ସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟ, ସଂଗଠନ ସମ୍ପାଦକ ରମେଶ ସୁନା ତଥା କୋଷାଧ୍ୟକ୍ଷ ଡଃ ପୂର୍ଣ୍ଣ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଓଡ଼ିଶାରେ କିପରି ପୁରାତନ ଭାଗବତ ଟୁଙ୍ଗିର ପୁନରୁଦ୍ଧାର ହେବ, ସ୍ଥାଣୁ ପାଲଟିଥିବା ଭାଗବତ ଟୁଙ୍ଗି ସକ୍ରିୟ ହୋଇଉଠିବ ଓ ନୂତନ ଭାଗବତ ଟୁଙ୍ଗି…
ଖୋଦ୍ଧା / ବୋଲଗଡ଼ ତା-୩୦/୦୮ ( ବିଏମସି ଟିଭି ଓଡ଼ିଆ ) ଖୋଦ୍ଧା ଜିଲ୍ଲା ପୋଲିସ ଆରକ୍ଷୀ ଅଧିକାରୀ ଙ୍କ ଆଦେଶ ତଥା ନିର୍ଦେଶ କ୍ରମେ ବୋଲଗଡ଼ ଥାନାରେ ନୂତନ ପୋଲିସ ନୀରିକ୍ଷକ ଭାବେ କାହ୍ନୁଚରଣ ସ୍ବାଇଁ କାଯ୍ୟରେ ଯୋଗ ଦାନ କରି ଅଛନ୍ତି । ଖୋଦ୍ଧା ଜିଲ୍ଲା ଓକିଲ ସଂଘର ସଭାପତି ତଥା ରାଜ୍ଯ ବିଜେପି ଦଳର କାଯ୍ୟକାରିଣୀ ସଦସ୍ଯ ଲୋତକବିନ୍ଦୁ ପଟ୍ଟନାୟକଙ୍କ ନେତୃତ୍ବରେ ଓ ବୋଲଗଡ଼ ବ୍ଲକ ବିଜେପି ମଣ୍ଡଳ ସଭାପତି ଦୀପନ କୁମାର ବିଶ୍ବାଳଙ୍କ ଆବାହକତ୍ଵରେ ବ୍ଳକ ବିଜେପି କ୍ରୁଷକ ମୋର୍ଚ୍ଚା ସଭାପତି ଅଜିତ୍ ପଟ୍ଟନାୟକ, ପୂର୍ବତନ ମଣ୍ଡଳ ସଭାପତି ସଞୟ କୁମାର ବେହେରା, ବିଜେପି କର୍ମୀ ଅଶୋକ ଦଳବେହେରା, ଜଗବନ୍ଧୁ ମୁଦୁଲି, ଲକ୍ଷ୍ମୀଧର ବଳିଆରସିଂହ, ଅଭିମନ୍ୟୁ ପଟ୍ଟନାୟକ ଓ ପବିତ୍ର ସିଂହ ପ୍ରମୁଖ ମିଳିତ ଭାବେ ନୂତନ ଥାନା ନୀରିକ୍ଷକ କାହ୍ନୁଚରଣ ସ୍ବାଇଁଙ୍କୁ ସୌଜନ୍ୟ ମୂଳକ ଭାବେ ସାକ୍ଷାତ କରି ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ…
ବେଲଗୁଣ୍ଠା ;ତା-୨୭/୮(ବିଏମସି ଟିଭି ଓଡ଼ିଆ) ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ପକ୍ଷରୁ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ଏକ ଅଭିନବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କ୍ଲବ୍ର ସଦସ୍ୟମାନେ ବୃକ୍ଷରାଜିକୁ ରାଖି ବାନ୍ଧି ସେଗୁଡ଼ିକର ଯତ୍ନ ଓ ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ।ଏହି ଅବସରରେ ପରିବେଶ ସନ୍ତୁଳନ ଓ ବୃକ୍ଷରୋପଣର ଆବଶ୍ୟକତା ଉପରେ ଏକ ବିଶେଷ ଆଲୋଚନା କରାଯାଇଥିଲା। “ବୃକ୍ଷ ହିଁ ପ୍ରକୃତ ସମ୍ପଦ, ଏହା ପରିବେଶର ସନ୍ତୁଳନ ରକ୍ଷା କରିବା ସହ ଜୀବଜଗତ ପାଇଁ ପର୍ଯ୍ୟାପ୍ତ ଅମ୍ଳଜାନ ଯୋଗାଇଥାଏ” ବୋଲି ଉପସ୍ଥିତ ଅତିଥି ଓ ସଦସ୍ୟମାନେ ମତପ୍ରକାଶ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ପ୍ରେସ୍ କ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ବରିଷ୍ଠ ସଦସ୍ୟ ସୂର୍ଯ୍ୟ ନାରାୟଣ ତ୍ରିପାଠୀ, କାଉନସିଲର ଏସ୍ ଭାସ୍କର ପାତ୍ର, ଯୁବ ସମାଜସେବୀ କାଶୀନାଥ ସାହୁ, ଶିବରାମ ଚୌଧୁରୀ, ସଦାଶିବ ପାଣିଗ୍ରାହୀଙ୍କ ସମେତ ପ୍ରେସ୍ କ୍ଲବ୍ର ଅନ୍ୟାନ୍ୟ…
ବାଲିମେଳା ;ତା-୨୭/୦୮(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ବାଲିମେଳା ମହାବିଦ୍ୟାଳୟ ପରିସରରେ ‘ଖେଲୋ ଇଣ୍ଡିଆ ସମ୍ବାଦ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ଵ ରେ ଥିବା ରାଜନୀତି ବିଜ୍ଞାନ ଅଧ୍ୟାପକ ପୁରୁଷୋତ୍ତମ ସମରଥ ଓ ଏନଏନଏସ ଜିଲ୍ଲା ନୋଡାଲ ଅଧିକାରୀ ସରୋଜ ମହପାତ୍ର ଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭର୍ଚୁଆଲ୍ ଉପସ୍ଥିତି ଓ ସମ୍ବୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡବିୟ ମଧ୍ୟ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।‘ଯୁବ ସମ୍ବାଦ’ କାର୍ଯ୍ୟକ୍ରମର ଅଂଶ ଭାବେ କଲେଜ ପକ୍ଷରୁ ସ୍ଥାନୀୟ କ୍ରୀଡ଼ାବିତ୍ ଓ ବିଶିଷ୍ଟ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ କ୍ରୀଡ଼ା ପ୍ରତିଭା ଶ୍ରୀ ଗଙ୍ଗାଧର ଦୁରୁଆଙ୍କୁ ତାଙ୍କର କ୍ରୀଡ଼ା କ୍ଷେତ୍ରରେ ଅବଦାନ ଓ ସଫଳତା ପାଇଁ କଲେଜ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏହାପରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ, ଗତ…
ଢେଙ୍କାନାଳ ;ତା-୨୭/୦୮(ବିଏମସି ଟିଭି ଓଡ଼ିଆ) ଢେଙ୍କାନାଳ ସଦର ବ୍ଲକ ଭାପୁର ଗ୍ରାମରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମଉତ୍ସବ ପାଳନ ସହିତ ପବିତ୍ର ରାକ୍ଷୀପୂର୍ଣିମା ଅବସରରେ ଭାପୁର ଶବରଭାଇ ମାନଙ୍କ ଦ୍ୱାରା ଘୁମୁରାନୃତ୍ୟ ପରିବେଷଣ ଅନୁଷ୍ଟିତ ହୋଇଯାଇଛି।ଏହି ଅବସରରେ ଦୁଇ ଦଳ ଭାପୁରଗ୍ରାମ ଉପର ଶବରସାହିର ମା ମଙ୍ଗଳା ଘୁମୁରା ନୂତ୍ଯନାଟ୍ୟ ଓ ତଳସାହି ବିଶ୍ଵବସୁ ଶବର ନୀଳମାଧବ ନୃତ୍ୟନାଟ୍ୟ ପକ୍ଷରୁ ଗାୟକ ବସନ୍ତ ବେହେରା, ମଥୁରା ଦେହୁରୀ, କାମୁଆ ଦେହୁରୀ,ନୃତ୍ୟ ସୁର ଦେହୁରୀ, ବାଦ୍ୟ ଅବିର ଦେହୁରୀ ,ଅନାମ ନାଏକ,ଲକ୍ଷ୍ମୀଧର ଦେହୁରୀ ଏବଂ ସାଥୀମାନେ ଏହି ଭାପୁର ଗ୍ରାମର ଛକ,ବଜାର ଏବଂ ସାହି ସାହି,ଘର ଘର ବୁଲି ଘୁମୁରା ଗୀତଗାଇ, ନାଚକରି ଏହି ପର୍ବକୁ ବେଶ୍ ଧୁମ୍ ଧାମରେ ପାଳନ କରିଥିଲେ। ଘୁମୁରା କହିଲେ ସଭିଙ୍କ ମନକୁ ଆସିଯାଏ ବଣ,ପାହାଡ ଘେରା ଆଦିବାସୀ ପୁରପଲ୍ଲୀର ଦୃଶ। ଅତୀତରେ ଯୁଦ୍ଧକ୍ଷେତ୍ରରେ ସେନାର ମନୋବଳ ବୃଦ୍ଧି ପାଇଁ ପରିବେଶିତ ହେଉଥିଲା ଘୁମୁରା। ବର୍ତ୍ତମାନ ପାରମ୍ପରିକ ଉତ୍କଳୀୟ…
ବେଲଗୁଣ୍ଠା ;ତା-୨୭/୦୮(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ନେଟଙ୍ଗା ଗ୍ରାମରେ ଗଢ଼ି ଉଠିଥିବା ସବୁଜ ବାହୀନି ପକ୍ଷରୁ ଆଜି ନେଟଙ୍ଗା ବଡ଼ଦାଣ୍ଡ ଠାରେ ପୁନଶ୍ଚ ପୃଥିବୀ -୨୦୨୬ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏକ୍ ପେଡ୍ ମା କେ ନାମ୍ ର ତୃତୀୟ ସଂସ୍କରଣ ଆଧାରରେ ଏକ ସ୍ଵଛ ସବୁଜ ଓ ସୁନ୍ଦର ପୃଥିବୀ ଅଭିମୁଖେ ଯାତ୍ରା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନେଟଙ୍ଗା ସବୁଜ ବାହୀନି ର ଉଦ୍ୟୋକ୍ତା ତଥା ପ୍ରକୃତି ବନ୍ଧୁ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ଉଦ୍ୟମରେ ଜନସାଧାରଣଙ୍କ ମଧ୍ୟରେ ସବୁଜିମା ପ୍ରତି ଆଗ୍ରହ, ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ଚାରା ରୋପଣ ନିମନ୍ତେ ସଚେତନତା ଉଦ୍ଦେଶ୍ୟରେ ଏକ ଜନ ଆନ୍ଦୋଳନ ସୃଷ୍ଟି କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ନେଟଙ୍ଗା ସବୁଜ ବାହୀନି ର ସମସ୍ତ ସଦସ୍ୟ, ନେଟଙ୍ଗା ଉଚ୍ଚ ବିଦ୍ୟାଳୟ ଓ ନେଟଙ୍ଗା ଉଚ୍ଚ ପ୍ରାଥମିକ…
ବେଲଗୁଣ୍ଠା ;ତା-୨୭/୦୮(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରକ୍ଷା ବନ୍ଧନ ଉତ୍ସବ, ନିଶା ନିବାରଣ କାର୍ଯ୍ୟକ୍ରମ, ଗୋ-ପୂଜନ ଓ ବୃକ୍ଷ ପୂଜନ ଆନନ୍ଦ-ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି।ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭଉଣୀମାନେ ଭାଇଙ୍କୁ ରାକ୍ଷୀ ବାନ୍ଧି ନିଶା ଦ୍ରବ୍ୟ ନ ଛୁଇଁବା ପାଇଁ ସଙ୍କଳ୍ପ ନେବାକୁ ନିବେଦନ କରିବା ପାଇଁ ଅତିଥି ମାନେ ପରାମର୍ଶ ଦେଇଥିଲେ । ନିଶାସେବନ ଦ୍ଵାରା ମଣିଷର ଆଚାର-ବ୍ୟବହାର ଖରାପ ହେବା ସହିତ ସ୍ଵାସ୍ଥ୍ୟ ଏବଂ ସାମାଜିକ ସମ୍ମାନ ହାନି ଘଟିଥାଏ ବୋଲି ଉପସ୍ଥିତ ଅତିଥିମାନେ ମତପୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଥମ ଉପସଭାପତି ବେଲଗୁଣ୍ଠା ଏନ ଏ ସି ର ପ୍ରାକ୍ତନ ନଗରପାଳ ପ୍ରଶାନ୍ତ କୁମାର ସାହୁ, ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ପ୍ରେସ୍ କ୍ଳବ ସମ୍ପାଦକ ଅଶ୍ଵିନୀ ମହାନ୍ତି, କାଉନସିଲର ଏସ୍. ଭାସ୍କର ପାତ୍ର, ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ସୂର୍ଯ୍ୟନାରାୟଣ ତ୍ରିପାଠୀ…
ଢେଙ୍କାନାଳ ;ତା-୨୭/୦୮(ବିଏମସି ଟିଭି ଓଡ଼ିଆ) ଭୂତିକୋଶୀ ନଦୀରେ ହଠାତ ପାଣି ମାଡ଼ି ଆସିବାରୁ ଭାସିଯାଇଛି ପୁରା ରୁସୁୱା ଜିଲ୍ଲା। ଭାଙ୍ଗିଯାଇଛି ଡ୍ୟାମ୍, ଭାସିଯାଇଛି ଗାଡି ମୋଟର। ଏଯାଏଁ ୧୫୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଶହରୁ ଅଧିକ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ଅଛନ୍ତି ୧୩୩ ଭାରତୀୟ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି।ତେବେ ହଠାତ୍ କାହିଁକି ମାଡି ଆସିଲା ବନ୍ୟା? ଭୟଙ୍କର ବନ୍ୟା ପଛର ସମ୍ଭାବ୍ୟ କାରଣ କଣ ହୋଇଥାଇପାରେ। ‘ପ୍ଲାନେଟ୍ ଲ୍ୟାବ୍ସ’ର ଏକ ବିଶ୍ଲେଷଣକୁ ଦର୍ଶାଇଛି ନେପାଳର ଜାତୀୟ ବିପର୍ଯ୍ୟୟ ପ୍ରାଧୀକରଣ- NDRRMA। ଏହି ବିଶ୍ଳେଷଣ ଅନୁଯାୟୀ, ନେପାଳ-ଚୀନ୍ ସୀମାନ୍ତ ରସୁଆଗାଢ଼ିଠାରୁ ପ୍ରାୟ ୨୦ କିଲୋମିଟର ଉତ୍ତର-ପୂର୍ବରେ ଏକ ବରଫ ସ୍ଖଳନ ହୋଇଥିଲା।ଯାହାଫଳରେ ଲ୍ହେନ୍ଦେ ଖୋଲା ନଦୀରେ ବହୁ ପରିମାଣର ପଥର ଓ କାଦୁଅ ମିଶ୍ରିତ ବନ୍ୟା ଆସିଥିଲା। ପ୍ରାଥମିକ ସାଟେଲାଇଟ୍ ବିଶ୍ଳେଷଣରୁ ‘ପ୍ଲାନେଟ୍ ଲ୍ୟାବ୍ସ’ କିଛି ଚିତ୍ର ଜାରି କରିଛି, ଯେଉଁଥିରେ ନେପାଳରେ ହୋଇଥିବା…
ସମ୍ବଲପୁର:ତା.୨୭/୦୮ (ବିଏମସି ଟିଭି ଓଡିଆ) ଶିଶୁଙ୍କ ଅଧିକାର, ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତକୁ ଅଗ୍ରାଧିକାର ଦେଇ ‘ଆଦର୍ଶ’ ଅନୁଷ୍ଠାନ ପକ୍ଷରୁ ‘ଆକ୍ସେସ୍ ଟୁ ଜଷ୍ଟିସ୍ ଫର୍ ଚିଲଡ୍ରେନ୍’ ଯୋଜନାର ଶୁଭାରମ୍ଭ କରାଯାଇଛି। ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାର ମୋଟ ୬୦୦ଟି ଗାଁକୁ ଏହି ଅଭିଯାନରେ ସାମିଲ କରାଯାଇ ଶିଶୁ କଲ୍ୟାଣ ଓ ସୁରକ୍ଷାକୁ ତୃଣମୂଳସ୍ତରରେ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖାଯାଇଛି। ସ୍ଥାନୀୟ ପାନ୍ଥନିବାସରେ ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ‘ଆଦର୍ଶ’ର ସମ୍ପାଦକ ପ୍ରଦୀପ ବେହେରା ଏହି ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ତାଙ୍କ ସୂଚନାନୁଯାୟୀ, ସମ୍ବଲପୁର ଜିଲ୍ଲାର ୩୦୦ଟି, ଝାରସୁଗୁଡ଼ାର ୨୦୦ଟି ଓ ବରଗଡ଼ର ୧୦୦ଟି ଗାଁରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏଥିପାଇଁ ଏହି ତିନି ଜିଲ୍ଲାର ମୋଟ ୧୪ଟି ବ୍ଲକ୍କୁ ଚିହ୍ନଟ କରାଯାଇଛି। ଯୋଜନା ମାଧ୍ୟମରେ ଗାଁସ୍ତରରେ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟିକୁ ସକ୍ରିୟ କରାଯିବ। ଏଥିସହ ବାଲ୍ୟବିବାହ ରୋକିବା, ସ୍କୁଲ୍ ଛାଡ଼ିଥିବା ଶିଶୁଙ୍କୁ କୌଶଳଭିତ୍ତିକ…
ବେଲଗୁଣ୍ଠା ;ତା-୨୭/୦୮(ବିଏମସି ଟିଭି ଓଡ଼ିଆ) ଦୈନିକ ଖବର କାଗଜ ଧରିତ୍ରୀର ବେଲଗୁଣ୍ଠା ବ୍ଳକ୍ ପ୍ରତିନିଧି ତଥା ବେଳଗୁଣ୍ଠା ପ୍ରେସକ୍ଲବ୍ ସଦସ୍ୟ କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ ମାଆ ସୁଦେଷ୍ଣା ପଟ୍ଟନାୟକ ୬୨ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି। ସେ କିଛି ଦିନ ହେବ ମସ୍ତିଷ୍କ ଜନିତ ସମସ୍ୟାରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ। ମଙ୍ଗଳବାର ରାତି ଗୋଟାଏ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ସେ ପରଲୋକ ଗମନ କରିଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ବାମୀ କାମଦେବ ପଟ୍ଟନାୟକ,ଦିଅର ଗଜେନ୍ଦ୍ର ପଟ୍ଟନାୟକ,ପୁଅ ଜଗନ୍ନାଥ ପଟ୍ଟନାୟକ, ସତ୍ୟ ନାରାୟଣ, କୃଷ୍ଣଚନ୍ଦ୍ର,ଭାଇ ସୁଧୀର , ସୁଶିଳ ପୁତୁରା ,ଜଗତ ରାକେଶ ,ଭଉଣୀ, ନଣନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ସୁଦେଷ୍ଣା ଜଣେ ଧର୍ମପରାୟଣ ଏବଂ ପରୋପକାରୀ ମହିଳା ଭାବରେ ଗୋଵରା ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ତାଙ୍କୁ ଭୁବନେଶ୍ୱରରୁ ଅନ୍ତିମ ଦର୍ଶନ ନିମନ୍ତେ ଗୋବରା ସ୍ଥିତ ନିଜ ବାସ ଭବନକୁ ଅଣାଯାଇ…
ବେଲଗୁଣ୍ଠା ;ତା-୨୭/୦୮(ବିଏମସି ଟିଭି ଓଡ଼ିଆ) ପେଟରେ ଲୁହା କଣ୍ଟା ରହିଯାଇ ଗତ ଏକ ମାସ ଧରି ଯନ୍ତ୍ରଣା ଭୋଗୁଥିବା ତିନି ବର୍ଷୀୟ ଶିଶୁ ଆକାଶ ଜେନାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସକୁ ପଠାଯାଇଛି। ଶିଶୁର ଦୁର୍ଦ୍ଦଶା ସମ୍ପର୍କରେ ଜାଣି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ସହଯୋଗର ହାତ ବଢ଼ାଇଛନ୍ତି। ବିଧାୟକଙ୍କ ତତ୍ତ୍ୱାବଧାନରେ ଏକ କାର୍ ଯୋଗେ ଆକାଶଙ୍କୁ ତାଙ୍କ ବାପା-ମାଆଙ୍କ ସହ ଭୁବନେଶ୍ୱର ଏମ୍ସ ପଠାଯାଇଛି। ଆକାଶଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବିଧାୟକ ଶ୍ରୀ ବିଷୋୟୀ ବହନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।ସୂଚନା ଅନୁଯାୟୀ, ବେଲଗୁଣ୍ଠା ବ୍ଲକ୍ ଆମ୍ବପୁଆ ପଞ୍ଚାୟତ ଅନ୍ତର୍ଗତ ଚଢ଼ିଆପଲ୍ଲୀ ଢେପସାହିର ତୋଫାନ ଜେନା ଓ ରିଙ୍କି ଜେନାଙ୍କ ତିନି ବର୍ଷୀୟ ପୁଅ ଆକାଶ ଗତ ଜୁଲାଇ ୩୦ ତାରିଖରେ ବାହାରେ ଖେଳୁଥିବା ସମୟରେ ପ୍ରାୟ ଦୁଇ ଇଞ୍ଚ ଲମ୍ବର ଏକ ଲୁହା କଣ୍ଟା ଗିଳି ଦେଇଥିଲେ। ଭୟରେ ସେ ଘଟଣା ସମ୍ପର୍କରେ ଘରେ କାହାକୁ କହିନଥିଲେ।…
