Author: bmcnews

ଖୋର୍ଦ୍ଧା ; ତା-୨୯/୦୪ ( ବିଏମସି ଟିଭି ଓଡ଼ିଆ) ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ପେନସନ ପ୍ରଦାନ,ସ୍ୱାସ୍ଥ୍ୟ ବୀମା ଯୋଜନାରେ ସମ୍ପ୍ରସାରଣ, ବ୍ୟାପକ ଅଧି ସ୍ୱୀକୃତି ପ୍ରଦାନ, ଓଡ଼ିଶାପ୍ରେସ ଏକାଡେମୀ ଗଠନ ଓ ମୃତ୍ୟୁ ଅନୁକମ୍ପା ରାଶି ଦଶ ଲକ୍ଷ ଟଙ୍କା ବୃଦ୍ଧି ଦାବିରେ ଆଜି ଉତ୍କଳ ସାମ୍ବାଦିକ ସଂଘ, ଓଡିଶା ର ସଭାପତି ବିଭୁତି ଭୂଷଣ କରଙ୍କ ଆହ୍ୱାନ ରେ ଖୋର୍ଦ୍ଧା ଜ଼ିଲ୍ଲା ଶାଖା ସଭାପତି ଅବ୍ୟକ୍ତ ହରିହର ଖାଡ଼ଙ୍ଗା ଙ୍କ ନେତୃତ୍ୱ ରେ ଚାଲିଶି ରୁ ଉର୍ଦ୍ଧ ସାମ୍ବାଦିକ ଏକାଠି ହୋଇ ନାରାବାଜି କରି ଏକ ଶୋଭାଯାତ୍ରା ରେ ଆସି ଓଡିଶାର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ସ୍ମାରକ ପତ୍ର ଜ଼ିଲ୍ଲାପାଳ ଙ୍କ ଅନୁପସ୍ଥିତରେ ଅତିରିକ୍ତ ଜ଼ିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଙ୍କୁ ପ୍ରଦାନ କରିଛନ୍ତି। ପ୍ରକାଶଥାଉକି କାର୍ଯ୍ୟରତ ସାମ୍ବାଦିକମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡିଶା ରେ ଅପେକ୍ଷାକୃତ ଦୁର୍ବଳ। ଦେଶର…

Read More

ରାସୋଳ, ହିନ୍ଦୋଳ, ଢେଙ୍କାନାଳ ; ତା-୨୮/୦୪ ( ବିଏମସି ଟିଭି ଓଡ଼ିଆ) ଚଳିତ ବର୍ଷ ଏପ୍ରିଲ ମାସ ୧୪ ତାରିଖ ରୁ ୧୮ ତାରିଖ ପର୍ଯ୍ୟନ୍ତ ଏକବିଂଶ ତମ ରାସୋଳ ମହୋତ୍ସବ ବହୁ ଜାକଜମକ ରେ ସମାପନ ହୋଇଥିବା ବେଳେ ବହୁ ନେତା ମନ୍ତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନଙ୍କ ର ଆଗମନ ରେ, ହଜାର ହଜାର ସଂଖ୍ୟାରେ ଆବାଳବୃଦ୍ଧବନିତା, ଶହ ଶହ ଦୋକାନ ବଜାର ସତେ ଯେମିତି ରାସୋଳ ର ଏକମାତ୍ର ଖେଳ ପଡିଆ ଓରଫ ହାଟ ପଡ଼ିଆ ଆଜିକାଲି ର ମହୋତ୍ସବ ପଡିଆ କୁ ଦେଖିଲେ ଯେମିତି ଲାଗୁଛି କରିଛନ୍ତି ମନଭରି ବଳାତ୍କାର। ମହୋତ୍ସବ ସରିବାର ନଅ ଦିନ ପରେ ବି ଯୁଆଡେ ଦେଖିବ ପଡିଆ ରେ ପଡ଼ିଛି କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା,ଖଲି,ଚଉପତୀ,କାଗଜ ଖୋଳ,କାଚ ଖଣ୍ଡ ଆଉ ତା ଉପରେ କୁକୁର ମଳ। ପଡିଆ ନୁହେଁ ତ ସତେ ଯେମିତି ପାଲଟିଛି ଏକ ନର୍କ କୁଣ୍ଡ।…

Read More

ମାଲକାନଗିରି ; ତା-୨୭/୦୪ ( ବିଏମସି ଟିଭି ଓଡ଼ିଆ) ଖଇରପୁଟ ବ୍ଲକ ପୋଡ଼ାଘାଟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ବନଖଣ୍ଡ ଅଧିକାରୀ ସାଇ କିରଣ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଶ୍ମୀ ରଞ୍ଜନ ସେନାପତି ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ଶୁଣିଥିଲେ। ଏହି ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ପ୍ରୀତମ ଦେବତା ପରିଚାଳନା କରିଥିବା ବେଳେ ବ୍ଲକର ବିଡିଓ ଅର୍ପିତା ମହାନ୍ତି , ତହସିଲଦାର କ୍ରିଷ୍ଣା ଚନ୍ଦ୍ର ଦାସ ଏବଂ ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଜ୍ୟୋତି ରଞ୍ଜନ ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିବିରରେ ସମୁଦାୟ ୬୯ ଟି ଅଭିଯୋଗର ଶୁଣାଣି…

Read More

ଭୁବନେଶ୍ୱର ; ତା-୨୬/୦୪ ( ବିଏମସି ଟିଭି ଓଡ଼ିଆ) ଓଡିଶା ଷ୍ଟେଟ ଚେସ ଆସୋସିଏସନ ଓ ଏସଡିଅମ ସପ୍ତା୍ୱେୟାର ସଲୟୁସନ ଭୁବନେଶ୍ୱର ର ମିଳିତ ଆବୁକୂଲ୍ୟରେ ଚଳିତ ଏପିଲ ୨୬ତାରିଖ ଦିନ କେଶୁରା ସ୍ଥିତ ରୟାଲ ପବ୍ଲିକ ସ୍କୁଲ ଠାରେ ପଞ୍ଚମ ଶ୍ୟାମାଳୀ ଡେ ସ୍ମାରକୀ ଷ୍ଟେଟ ଓପନ ଚେସ ଚମ୍ପିୟାନସିପ ଅନୁଷ୍ଠିତ ହୋଇଯାଇଛି । ଏସଡିଏମ ସପ୍ଟୱେର ପଲୟୁସନ ର ସଲୟୁସନ ର ପରିଚାଳନା ନିର୍ଦେଶକ ଡିପିରେଖା ଡେ ଏହି ଚମ୍ପିୟାନ ସିପକୁ ଉଦଘାଟନ କରିଥିଲେ। ସର୍ବେଶ୍ୱର ସାମଲ, କେଶୁରା ରୟାଲ ପବ୍ଲିକ ସ୍କୁଲ ପ୍ରିନସିପାଲ ପ୍ରକାଶ ଚନ୍ଦ୍ର ବେହେରା, ମ୍ୟାନେଜର ଏସବିଆଇ ଅଡିଟ ଅଫିସର ରସୁଲଗଡ ଓଡିଶା ଷ୍ଟେଟ ଚେସ ଆସୋସିଏସନ ର ଡାଇରେକ୍ଟର ଦେବାଶିଷ ପାଣିଗ୍ରାହୀ ଓ ସ୍ବର୍ଗତ ଶ୍ୟାମାଳୀ ଡେ ଙ୍କ ପୁତ୍ର ମାନବେଶ ଡେ ପ୍ରମୁଖ ଏହି ସମ୍ମିଳନୀରେ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଭୁବନେଶ୍ୱରର…

Read More

ସମ୍ବଲପୁର ; ତା.୨୬/୦୪ (ବିଏମସି ଟିଭି ଓଡିଆ) ଆଜି ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାର ଠାରେ ଉତ୍ତମ ଚରିତ୍ର ଗଠନ ସକାଶେ ‘ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି’ର ଦ୍ଵିତୀୟ ସପ୍ତାହlନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ୩୦ ଟି ଉଚ୍ଚ ବିଦ୍ୟାଳୟର ୫୨ ଜଣ ଶିକ୍ଷ୍ୟାର୍ଥୀ ଯୋଗ ଦେଇଥିଲେ। ପ୍ରାରମ୍ଭରେ ପ୍ରାର୍ଥନା ପରେ ବିଶିଷ୍ଟ ଯୋଗଗୁରୁ ଡାକ୍ତର ଜୟଦେବ ମେହେର ସ୍ୱାସ୍ଥ୍ୟରକ୍ଷା ପାଇଁ ବିଭିନ୍ନ ଯୋଗ ଓ ପ୍ରାଣାୟାମ କରାଇଥିଲେ। ଏହାପରେ ପ୍ରଥମ ଅଧିବେଶନରେ ଡ଼.ପର୍ଶୁରାମ ମିଶ୍ର ଅଗ୍ରଗାମୀ ଶିକ୍ଷl ପ୍ରତିଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ଡ଼.ମୀନକେତନ ପାଠୀ ବିଭିନ୍ନ ଉଦାହରଣ ମାଧ୍ୟମରେ, ଜୀବନରେ ‘ସତ୍ୟ’ର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଦ୍ଵିତୀୟ ଅଧିବେଶନରେ ‘ଆଖିର ଯତ୍ନ’ ସମ୍ପର୍କରେ ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡ଼.ସୁରେଶ ଚନ୍ଦ୍ର ଦାନୀ ଆଲୋଚନା କରି ମୋବାଇଲ୍‌ର ସ୍ୱଳ୍ପ ବ୍ୟବହାର ଓ ପ୍ରଦୂଷଣ ଠାରୁ ଦୂରେଇ ରହିବା ପାଇଁ ଉପଦେଶ ଦେଇଥିଲେ। ଏହି ଅବସରରେ ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାରର ସଭାପତି…

Read More

ଭୁବନେଶ୍ୱର ; ତା-୨୬/୦୪ ( ବିଏମସି ଟିଭି ଓଡ଼ିଆ) ସ୍କୁଲ ଛୁଟିକୁ ନେଇ ବଡ଼ ଅପଡେଟ। ରାଜ୍ୟରେ ଅସହ୍ୟ ଗରମ ଏବଂ ପ୍ରଚଣ୍ଡ ଖରା ମଧ୍ୟରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ପାଇଁ ବଡ଼ ଅପଡେଟ୍‌ ରହିଛି । ରାଜ୍ୟରେ ଅସହ୍ୟ ଗରମ ଏବଂ ପ୍ରଚଣ୍ଡ ଖରା ଅନୁଭୂତ ହେଉଛି। ସକାଳ ୮ ଟାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଯାହାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ ଛୁଟିକୁ ନେଇ ବଡ଼ ଅପଡେଟ ଦେଇଛନ୍ତି । ଖରା ଦିନ ଛୁଟିକୁ ବଡ଼ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର । ଖରା ଦିନ ଛୁଟିକୁ ବଡ଼ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଛାତ୍ରଛାତ୍ରୀଙ୍କ ସ୍କୁଲ ଯିବାକୁ ନେଇ ସମସ୍ୟା ଦେଖାଦେଉଛି । ଅସହ୍ୟ ଗରମ ସାଙ୍ଗକୁ ଟାଇଁଟାଇଁ ଖରା ଜନଜୀବନ ଅସ୍ତବ୍ୟସ୍ତ କରିଦେଉଛି । ତେବେ ସ୍କୁଲ ଛୁଟିକୁ ରାଜ୍ୟ ସରକାର ବଡ଼ ଘୋଷଣା କରିସାରିଛନ୍ତି…

Read More

ନୂଆଦିଲ୍ଲୀ ; ତା-୨୫/୦୪ ( ବିଏମସି ଟିଭି ଓଡ଼ିଆ) ଗୌରବ ଓ ସମ୍ମାନର ଏକ ଅତ୍ୟନ୍ତ ଗରିମାମୟ ଅବସରରେ ନିରଞ୍ଜନ ବିଶି ,ପୂର୍ବତନ ରାଜ୍ୟସଭା ସାଂସଦ ଓ ପ୍ରସିଦ୍ଧ ଆଇନ ବ୍ୟକ୍ତିତ୍ୱଙ୍କୁ ଇଣ୍ଡିଆନ କାଉନସିଲ ଅଫ ଜୁରିଷ୍ଟ ଓ ଅଲ ଇଣ୍ଡିଆ ବାର ଆସୋସିଏସନ ପକ୍ଷରୁ ପ୍ରତିଷ୍ଠିତ “ପ୍ଲାକ୍ ଅଫ ଅନର” ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ଭବ୍ୟ ସମାରୋହ ଦିଲ୍ଲୀ ସ୍ଥିତ ଭାରତୀୟ ଆଇନ ପ୍ରତିଷ୍ଠାନ ରେ ଅନୁଷ୍ଠିତ ହୋଇଥିଲା।ସୁପ୍ରିମ କୋର୍ଟ, ହାଇକୋର୍ଟ ଏବଂ ଭାରତର ବିଭିନ୍ନ ରାଜ୍ୟର ନ୍ୟାୟାଳୟ ଗୁଡ଼ିକରେ କାର୍ଯ୍ୟରତ ଆଇନଜୀବୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଶ୍ରୀ ବିଶି ଙ୍କ ଉତ୍କୃଷ୍ଟ ବୃତ୍ତିଗତ ସେବା, ସତ୍ୟନିଷ୍ଠା, ସମର୍ପିତ କାର୍ଯ୍ୟ, ଉଚ୍ଚକୋଟିର ବକ୍ତୃତ୍ୱ, ଗଭୀର ଆଇନ ଜ୍ଞାନ ଓ ନ୍ୟାୟ ଏବଂ ଆଇନର ଶାସନ ପ୍ରତି ଅଟୁଟ ପ୍ରତିବଦ୍ଧତା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି।ଏହି ସମ୍ମାନ ଡ଼. ଆଦିଶ ଅଗ୍ରୱାଲ , ଇଣ୍ଡିଆନ…

Read More

ରାୟଗଡ଼ ; ତା-୨୪/୦୪ ( ବିଏମସି ଟିଭି ଓଡ଼ିଆ) ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଶୁକ୍ରବାର ଦିନ ରାୟଗଡ଼ ଜିଲ୍ଲା ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ନୂତନ ସଭାଗୃହରେ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଦ୍ୟାଧର ଶବର, ଉପାଧକ୍ଷ୍ୟା ମଞ୍ଜୁଳା ମିଣିଆକା, ରାୟଗଡ଼ ବ୍ଲକ ଅଧ୍ୟକ୍ଷା ଟୁନୀ ହୁଇକା, ଗୁଣୁପୁର ବ୍ଲକ ଅଧ୍ୟକ୍ଷା ଝିଲ୍ଲୀ ଶବର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଅତିରିକ୍ତ ଉନ୍ନୟନ ଅଧିକାରୀ କ୍ଷୀରବ୍ଧିତନୟା ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ପ୍ରଦୀପ ପ୍ରଜ୍ଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଜିଲ୍ଲାପାଳ କୁଲକର୍ଣୀ ଜାତୀୟ ପଞ୍ଚାୟତରାଜ ଦିବସର ମହତ୍ବ ସହ ଭାରତୀୟ ଇତିହାସରେ ପୂରାତନ ଯୁଗରୁ ଏହାର ପ୍ରଚଳନର ଦୃଷ୍ଟାନ୍ତମାନ ଉପସ୍ଥାପନ କରିଥିଲେ । ଗୁପ୍ତ…

Read More

ମାଲକାନଗିରି ; ତା-୨୫/୦୪ ( ବିଏମସି ଟିଭି ଓଡ଼ିଆ) ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୁଲ୍ୟରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅତି ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନିଜ ଅଭିଭାଷଣରେ ଜିଲ୍ଲାପାଳ କହିଥିଲେ ଯେ, ପ୍ରାଣୀ ଚିକିତ୍ସକମାନେ ହେଉଛନ୍ତି ସମାଜର ପ୍ରଚ୍ଛଦ ପଟ୍ଟର ନାୟକ ଏବଂ ଗ୍ରାମାଞ୍ଚଳର ଅର୍ଥନୀତି ପ୍ରାଣୀ ସମ୍ପଦ ଉପରେ ନିର୍ଭରଶୀଳ ହୋଇଥିବାରୁ ସେମାନଙ୍କର ସୁରକ୍ଷା ଓ ଚିକିତ୍ସା କ୍ଷେତ୍ରରେ ପ୍ରାଣୀ ଚିକିତ୍ସକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପଶୁପାଳନ କ୍ଷେତ୍ରରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରିବା ପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ, ବେଦବର ପ୍ରଧାନ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଏବଂ ମୁଖ୍ୟ ଜିଲ୍ଲା ପ୍ରାଣୀ…

Read More

ରାୟଗଡ଼ ; ତା.-୨୫/୦୪ ( ବିଏମସି ଟିଭି ଓଡ଼ିଆ) ରାୟଗଡା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣିଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ କୁମାର ଜେନାଙ୍କ ନେତୃତ୍ୱରେ ଆଜି କୋଲନାରା ତହସିଲ ଅଞ୍ଚଳରେ ଚାଲିଥିବା ବିଭିନ୍ନ କ୍ରଶର ୟୁନିଟ୍‌ ଦ୍ୱାରା ଅବୈଧ ଭାବେ ଖଣିଜ ପଦାର୍ଥ ଉତ୍ତୋଳନ ସମ୍ପର୍କରେ ଖବର ପାଇ ଏହିଆକୁ ରୋକିବା ପାଇଁ ଏକ ଯୁଗ୍ମ ତଦାରଖ (ଜୋଇଣ୍ଟ ଇନଫୋର୍ସମେଣ୍ଟ)କମିଟି ଦ୍ୱାରା ଅଚାନକ ଚଢ଼ାଉ ଅଭିଯାନ ଚାଲିଥିଲା। ଏହି ଚଢ଼ାଉ ଅଭିଯାନକୁ ଉପ ଜିଲ୍ଲାପାଳ, କୋଲନାରାର ଅତିରିକ୍ତ ତହସିଲଦାର, ଶ୍ରୀ ଭବାନୀ ମିଶ୍ର, ରେଭେନ୍ୟୁ ଇନ୍ସପେକ୍ଟର (RI),ସସ୍ମିତା ମିଶ୍ର,ଅସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର (ARI) ଶ୍ରୀ ପ୍ରସନଞ୍ଜିତ ରାଉତ ଏବଂ ଖଣି ଅଧିକାରୀ ରାୟଗଡ଼, ଏହି ତଦାରଖରେ ସାମିଲ ଥିଲେ।ଦଳ ପକ୍ଷରୁ ବିଭିନ୍ନ କ୍ରଶର ୟୁନିଟ୍‌ ଉପରେ ଯାଞ୍ଚ କରାଯାଇ ଅବୈଧ କାର୍ଯ୍ୟକଳାପ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାୟଗଡା ରୁ ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କନ୍ଧପାଣି…

Read More

ବେଲଗୁଣ୍ଠା ; ତା-୨୫/୦୪ ( ବିଏମସି ଟିଭି ଓଡ଼ିଆ) ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡବନ୍ଧ ପଞ୍ଚାୟତ କଳାସୂତା ଗ୍ରାମରେ ଅଭାବନିୟ ଘଟଣା ଘଟିଛି । ଘରେ କେହି ନଥିବା ବେଳେ ବେକରେ ରଶି ଲଗେଇ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଥିବା ଜଣାପଡିଛି ଋଣ ଭାର ସହିନପାରି ବୃଦ୍ଧ ଦମ୍ପତି ଙ୍କ ଆତ୍ମହତ୍ୟା କରିଥିବା କୁହାଯାଉଛି । ମୃତ ଦମ୍ପତି ହେଲେ ୬୬ ବର୍ଷୀୟ ସିମାଞ୍ଚଳ ବିଷୋୟୀ ଓ ୬୧ ବର୍ଷୀୟ ନମିତା ବିଷୋୟୀ । ଖବର ପାଇ ଘଟଣା ସ୍ଥଳରେ ଗାଙ୍ଗପୁର ଥାନା ପୋଲିସ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି । କିଛି ଦିନ ତଳେ ବୃଦ୍ଧ ଦମ୍ପତିଙ୍କ ଗୋଟିଏ ବୋଲି ପୁଅର ହୃଦଘାତ ରେ ମୃତ୍ୟୁ ହୋଇଥିଲା । ଦମ୍ପତିଙ୍କ ପାଞ୍ଚଟି ଝିଅ ଥିବା ବେଳେ ଗତ ୨୧ ତାରିଖରେ ସାନ ଝିଅର ବାହାଘର ହୋଇଥିଲା । ତେବେ ଋଣ ଭାର…

Read More

ମାଲକାନଗିରି ; ତା-୨୪/୦୪ ( ବିଏମସି ଟିଭି ଓଡ଼ିଆ) ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ସାରା ଦେଶରେ ଗ୍ରାମୀଣ ସ୍ୱୟଂ ଶାସନ ଏବଂ କ୍ଷମତାର ବିକେନ୍ଦ୍ରୀକରଣକୁ ସମ୍ମାନ ଜଣାଇ ପ୍ରତିବର୍ଷ ଏପ୍ରିଲ ୨୪ ତାରିଖକୁ ଜାତୀୟ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଇଥାଏ। ୧୯୯୩ ମସିହା ଏହି ଦିନରେ ୭୩ତମ ସମ୍ବିଧାନ ସଂଶୋଧନ ଆଇନ କାର୍ଯ୍ୟକାରୀ ହୋଇଥିଲା, ଯାହା ପଞ୍ଚାୟତଗୁଡ଼ିକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରିବା ସହ ଭାରତରେ ତୃଣମୂଳ ସ୍ତରର ଗଣତନ୍ତ୍ରକୁ ସୁଦୃଢ଼ କରିଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ଦିବସ ଅବସରରେ ମାଲକାନଗିରି ଜିଲ୍ଲାରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ହିତାଧିକାରୀଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଗରିବ ଓ ନିରାଶ୍ରୟ ପରିବାରକୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟରେ ଜିଲ୍ଲାରେ ସର୍ବମୋଟ ୯୧୬ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରି କାର୍ଯ୍ୟାଦେଶ ବଣ୍ଟନ ପାଇଁ…

Read More