ସମ୍ବଲପୁର ; ତା:-୧୮/୦୫ (ବିଏମସି ଟିଭି ଓଡିଆ) ସମ୍ବଲପୁରରେ ରାଜ୍ୟସ୍ତରୀୟ ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାରକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅଗଷ୍ଟ ଏକ ଅବସରରେ ସମ୍ବଲପୁରରେ ୧୪ ତମ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ପାଇଁ ରବିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଅନୁଷ୍ଠିତ ଏହି ବୈଠକରେ ସମ୍ବଲପୁରୀ ଭାଷା, ସାହିତ୍ୟ ଏବଂ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଗୁରୁ ସତ୍ୟନାରାୟଣଙ୍କ ଅତୁଳନୀୟ ଅବଦାନ ବିଷୟରେ ଆଳୋଚନା କରାଯାଇଥିଲା । ପଶ୍ଚିମାଞ୍ଚଳ ଏକତା ମଞ୍ଚର ଆବାହକ ଭବାନୀଶ ଭୋଇ ଏହି ବୈଠକରେ ସଭାପତିତ୍ବ କରିଥିଲେ। ସମ୍ବଲପୁରୀ ପାଇଁ ସାରା ଓଡିଶାବାସୀ ଗର୍ବ ଅନୁଭବ କରୁଛନ୍ତି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ତେବେ ଗୁରୁ ସତ୍ୟନାରାୟଣଙ୍କୁ ସରକାରୀ ସ୍ତରରେ ଯେଭଲିଊ ସମ୍ମାନ ଦିଆଯିବା କଥା ତାହା ଆଜି ପର୍ଯ୍ୟନ୍ତ ହୋଇ ପାରିନଥିବାରୁ ଦୁଃଖ ପ୍ରକାଶ କରାଯାଇଥିଲା। ଏହା ସହ ଗୁରୁ ବହିଦାରଙ୍କ…
Author: bmcnews
ମାଲକାନଗିରି ; ତା-୧୮/୦୫ ( ବିଏମସି ଟିଭି ଓଡ଼ିଆ) ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଦୂରତା କମାଇବା ଏବଂ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ମାଲକାନଗିରି ବ୍ଲକ ବି.ଏଲ.ପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ବିଶେଷ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍, ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ଡୋଳାମଣି ପ୍ରଧାନ ଙ୍କସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ରହି ସିଧାସଳଖ ଜନସାଧାରଣଙ୍କ ସହ ଯୋଡ଼ି ହୋଇଥିଲେ । ସେମାନେ ଲୋକଙ୍କ ବିଭିନ୍ନ ଗୁରୁତର ସମସ୍ୟା ଓ ଅଭିଯୋଗ ଗୁଡ଼ିକୁ ଶୁଣିବା ସହିତ ସେଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ…
ନୂଆଦିଲ୍ଲୀ:ଟ ; ତା-୧୮/୦୫ ( ବିଏମସି ଟିଭି ଓଡ଼ିଆ) ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୋର୍ଡ ବୈଠକ ମେ ୩୦ ଓ ୩୧ରେ ଅହମ୍ମଦାବାଦ୍ରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ମୋହସିନ୍ ନକ୍ଭି ଯୋଗ ଦେବାକୁ ଭାରତ ଆସି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ (ଡବ୍ଲ୍ୟୁଟିସି)ର ଭବିଷ୍ୟତ ବିଷୟରେ ଆଲୋଚନା କରିବା ପାଇଁ ଆଇସିସି ପକ୍ଷରୁ ଉକ୍ତ ବୈଠକ ହେବାକୁ ଯାଉଛି। ରିପୋର୍ଟ ଅନୁଯାୟୀ, ଆଇସିିସିର ମୁଖ୍ୟ କାର୍ଯ୍ୟନିର୍ବାହୀ କମିଟି ବୈଠକ ଚଳିତ ମେ ୨୧ରେ ଆଭାସୀ ମାଧ୍ୟମରେ ହେବାକୁ ଯାଉଛି। ଏହା ପରେ ମେ ୩୦ ଓ ୩୧ରେ ଆଇସିସି ବୋର୍ଡ ବୈଠକ ଅହମ୍ମଦାବାଦ୍ରେ ଅନୁଷ୍ଠିତ ହେବାକୁ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଯେଉଁଥିରେ ଆଇସିସିର ସମସ୍ତ ସଦସ୍ୟ ଯୋଗଦେବାର ଆଶା କରାଯାଉଛି। ଆଇପିଏଲର ଫାଇନାଲ ମେ ୩୧ରେ ଅହମ୍ମଦାବାଦ୍ରେ ଖେଳାଯିବ। ଉକ୍ତ ସମୟରେ ଆଇସିସି ବୋର୍ଡ ବୈଠକ…
ଖୋଦ୍ଧା /ବୋଲଗଡ଼ ; ତା-୧୭/୦୫ ( ବିଏମସି ଟିଭି ଓଡ଼ିଆ) ଖୋରଧା ଜିଲା ବେଗୁନିଆ-ବୋଲଗଡ଼ ନିର୍ବାଚନମଣ୍ଡଳୀରେ ବିଜେପି ଦଳୀୟ କନ୍ଦଳ ତୁଟୁନି। ଏଠାରେ ଭିନ୍ନଭିନ୍ନ ଗୋଷ୍ଠୀ ମଧ୍ୟରେ ଅନ୍ତର୍ଦ୍ବନ୍ଦ୍ବ ଯୋଗୁଁ ତୃଣମୂଳସ୍ତରରେ କର୍ମୀମାନେ ମୁହାଁମୁହିଁ ପରିସ୍ଥିତିରେ ଅଛନ୍ତି । ୨୦୨୪ ନିର୍ବାଚନ ପରାଜୟ ପରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବିଜୁଳି ଏଠାରେ ସଂଗଠନ ଦାୟିତ୍ବ ତୁଲାଉ ଥିବାବେଳେ ବିଜେପି ରାଜ୍ୟ ଉପସଭାପତି ଯତୀନ ମହାନ୍ତିଙ୍କ ସକ୍ରିୟତା ଦଳ ମଧ୍ୟରେ କନ୍ଦଳ ସୃଷ୍ଟି କରିଛି। ୨୦୧୪ ସାଧାରଣ ନିର୍ବାଚନରେ ଶ୍ରୀ ମହାନ୍ତି ବିଜେପି ପ୍ରାର୍ଥୀ ଭାବେ ବେଗୁନିଆ-ବୋଲଗଡ଼ ଆସନରୁ ପ୍ରତିଦ୍ବନ୍ଦ୍ବିତା କରି ୧୦,୬୧୧ ଖଣ୍ଡ ଭୋଟ ପାଇଥିଲେ। ଅନ୍ୟପକ୍ଷରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ସ୍ଥାନୀୟ ନେତାଙ୍କ ମଧ୍ୟରେ ଥିବା ବିରୋଧାଭାସ ଯୋଗୁଁ କେହି କାହା ସଭାରେ ଯୋଗ ଦେଉନାହାନ୍ତି। ଏପରିକି ଆଜି ଯାଏଁ ବିଜେପିର ଆଗଧାଡ଼ିର ନେତାମାନେ ଗୋଟିଏ ମଞ୍ଚରେ ବସିବାର କେହି ଦେଖିନାହାନ୍ତି। ଯାହାକି ପାର୍ଟି…
ବେଲଗୁଣ୍ଠା ; ତା- ୧୭/୦୫, ( ବିଏମସି ଟିଭି ଓଡ଼ିଆ) ମାତ୍ର ୨ ବର୍ଷ ୪ ମାସର ଝିଅ ସୁରଭି ଏବେ ଇଣ୍ଡିଆ ଵୁକ୍ ଅଫ ରେକର୍ଡ୍ସରେ ନିଜ ନାମକୁ ଯୋଡି ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ୨୦୨୩ ନଭେମ୍ବର ୨୪ରେ ଜନ୍ମିତ ସୁରଭି ଗୌଡ଼ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ବିଜୟଲକ୍ଷ୍ମୀ ଶରଣପୁର ନିକଟସ୍ଥ ଇନ୍ଦ୍ରଗଡ଼ ଗ୍ରାମର ଗୌତମ ଗୌଡ଼ ଓ ସୁନିତା ଗୌଡ଼ଙ୍କ ଝିଅ ଅଟନ୍ତି। ସେ ଏହି ବୟସରେ ୧୮ ପ୍ରକାର ଗୃହପାଳିତ ପଶୁ, ୧୯ ପ୍ରକାର ବନ୍ୟଜନ୍ତୁ, ୧୯ ପ୍ରକାର ପନିପରିବା, ୨୦ ପ୍ରକାର ଫଳ ଓ ୨୦ ପ୍ରକାର ପରିବହନ ସେବା କୁ ଚି଼ହ୍ନଟ କରି ପାରିବା ସହ ୧୦ ପ୍ରକାରର ରଙ୍ଗ, ଶରୀରର ୨୦ ପ୍ରକାର ଅଙ୍ଗପ୍ରତ୍ୟଙ୍ଗ, ୧ ଠାରୁ ୨୦ ଯାଏଁ ନମ୍ବର, ୨୬ ଟି ଇଂରାଜୀ ଅକ୍ଷର, ୧୨ ମାସ ୭ ଦିନ ସମ୍ପର୍କରେ କହିବା କଥା…
ବୋଲଗଡ଼ ; ତା-୧୭/୦୫ (ବିଏମସି ଟିଭି ଓଡ଼ିଆ ) ଗ୍ରାମାଞ୍ଚଳରେ ସହଜ ଓ ସୁବିଧାରେ ଲୋକମାନେ ନିକଟରେ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରିବା ଉଦେଶ୍ୟରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ଅଭିନୟ ପ୍ରୟାସ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବେଗୁନିଆ ନିର୍ବାଚନ ମଣ୍ଡଳୀ ବୋଲଗଡ ବ୍ଲକ ଦଳାଇସାହି ଗ୍ରାମପଞ୍ଚାୟତର ମାଣିକଗୋଡ଼ାସ୍ଥିତ ଗଦାଧର ବାଞ୍ଛାନିଧି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଦିନ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ଏହାକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଦଘାଟନ କରିଥିବା ବେଳେ ସଂମ୍ମାନିତ ଅତିଥିଭାବେ ବିଧାୟକ ପ୍ରାର୍ଥୀ ପ୍ରକାଶ ରଣବିଜୁଳି, ବିଜେପି ଜିଲ୍ଲା ଉପସଭାପତି ବାସୁଦେବ ସାହୁ, ପୂର୍ବତନ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଲୋତକବିନ୍ଦୁ ପଟ୍ଟନାୟକ, ବିଜେପି ନେତ୍ରୀ ବାସନ୍ତୀ ମହାପାତ୍ର, ବିଜେପି ଯୁବ ସଂଗଠକ ବ୍ରଜବନ୍ଧୁ ସୁବୁଦ୍ଧି, ରବୀନ୍ଦ୍ରନାଥ ସୁବୁଦ୍ଧି ପ୍ରମୁଖ ସଂମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ଆଖପାଖ ବହୁ ଗ୍ରାମରୁ ଶତାଧିକ…
ବଲାଙ୍ଗିର ; ତା-୧୭/୦୫ ( ବିଏମସି ଟିଭି ଓଡ଼ିଆ ) ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ସଇଁତଳା ଥାନା ଅଧୀନ କରମତଲା ଗାଁ ସ୍ଥିତ ପୁରୁଣା (UGB) ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନିକଟରେ ଥିବା “ପୁଜାରାଣୀ ଜ୍ୱେଲର୍ସ” ନାମକ ଏକ ଗହଣା ଦୋକାନ ବିରୋଧରେ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକଙ୍କ କହିବା ଅଭିଯୋଗ ଅନୁସାରେ ଦୋକାନଟି ପ୍ରାୟ ୭ ବର୍ଷ ଧରି ବିନା (GST) ଜିଏଷ୍ଟି ବିଲ୍ ରେ ଚାଲିଆସୁଥିବା ବେଳେ ଦୋକାନର କୌଣସି ବୈଧ ଦଲିଲ ଦସ୍ତାବିଜ୍ ନଥିବା କୁହାଯାଉଛି।ଅଭିଯୋଗ ଅନୁସାରେ ଦୋକାନ ମାଲିକ ସଞ୍ଜୟ ପାତ୍ର ଗ୍ରାହକଙ୍କୁ ୨୪ କ୍ୟାରେଟ୍ ସୁନା କହି ୧୮ କ୍ୟାରେଟ୍ ସୁନା ବିକ୍ରି କରୁଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏହା ସହ ଗ୍ରାହକଙ୍କୁ ଠିକ ଠାକ ବିଲ୍ ଓ (GST) ଯିଏଷ୍ଟି ରସିଦ୍ ଦିଆଯାଉନଥିବା ଅଭିଯୋଗ ମଧ୍ୟ ହେଉଛି।ଏପରି ଅଭିଯୋଗ ନେଇ ସ୍ଥାନୀୟ ଲୋକେ ପ୍ରଶାସନଙ୍କ ତରଫରୁ ତଦନ୍ତ…
ନୂଆଦିଲ୍ଲୀ ; ତା-୧୬/୦୫ ( ବିଏମସି ଟିଭି ଓଡ଼ିଆ) ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ତିକ୍ତ ହୋଇଯାଇଛି। ଭାରତ ଅପରେସନ ସିନ୍ଦୂର ମାଧ୍ୟମରେ ବିଶ୍ବକୁ ବଡ଼ ବାର୍ତ୍ତା ଦେଇଥିଲା ଯେ,ଦେଶ ଯେକୌଣସି ପଦକ୍ଷେପ ନେବାକୁ ଭାରତ ପ୍ରସ୍ତୁତ। ପାକିସ୍ତାନର ଏଭଳି କାର୍ଯ୍ୟକଳାପ ନେଇ ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ କଡ଼ା ଚେତାବନୀ ଦେଇ କହିଛନ୍ତି, ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନକଲେ ଦେଶର ଇତିହାସ ଆଉ ଭୂଗୋଳ ବଦଳିଯିବାର ଆଶଙ୍କା ରହିଛି। ଏକ କାର୍ଯ୍ୟକ୍ରମରେ ସେନା ମୁଖ୍ୟଙ୍କୁ ପାକିସ୍ତାନର କାର୍ଯ୍ୟକଳାପ ନେଇ ପ୍ରଶ୍ନ କରାଯିବାରୁ ସେ ଏଭଳି କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି।ସେନା ସଂଳାପ କାର୍ଯ୍ୟକ୍ରମରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି, ଯେକୌଣସି ସାମରିକ ଅଧିକାରୀଙ୍କ ପାଇଁ ସବୁଠାରୁ ବଡ଼ ଆନନ୍ଦର ସମୟ ହେଉଛି ଯେତେବେଳେ ତାଙ୍କ ସୈନିକମାନେ ତାଙ୍କୁ ସ୍ବୀକାର କରନ୍ତି ଏବଂ ତାଙ୍କ ଉପରେ ସମ୍ପୂର୍ଣ୍ଣ…
ପଟ୍ଟାମୁଣ୍ଡାଇ, ତା-୧୬/୦୫ (ବିଏମସି ଟିଭି ଓଡ଼ିଆ ) କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଞ୍ଚଳର କୁପୁଣି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ତରଭୁଜ ଖାଇ ଗୋଟିଏ ପରିବାରର ଜଣେ ନାବାଳକଙ୍କର ଜୀବନ ଯାଇଥିବାବେଳେ ଅନ୍ୟ ୩ ଜଣ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି। ଖାଦ୍ୟ ବିଷାକ୍ତ ହେତୁ ଏପରି ଘଟିଥିବା ସନ୍ଦେହ କରାଯାଉଛି। ମିଳିଥିବା ସୂଚନାନୁଯାୟୀ, କୁପୁଣି ଗାଁର ଅନନ୍ତ ସେନାପତି ଓ ତାଙ୍କ ପରିବାର ଶୁକ୍ରବାର ତରଭୁଜ ଖାଇଥିଲେ। ପରିବାର ଲୋକେ ତରଭୁଜ ଖାଇବା ପରେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ସେମାନଙ୍କର ବାନ୍ତି ଓ ପତଳା ଝାଡ଼ା ହୋଇଥିଲା। ପରିବାରର ୬ ଜଣ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଗୁରୁତର ଅବସ୍ଥାରେ ବବୃବାହନ ସେନାପତି ଓ ସ୍ବାଧୀନ ସେନାପତିଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ବଡ ଡାକ୍ତରଖାନାରେ ନାବାଳକ ସ୍ବାଧୀନ(୧୨)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ଗାଁରେ ଶୋକର ଛାୟା…
ବଲାଙ୍ଗୀର/ଟିଟିଲାଗଡ, ତା-୧୫/୦୫ ( ବିଏମସି ଟିଭି ଓଡ଼ିଆ) ଅଂଶୁଘାତ ରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଥିବା ରୋଗୀ ଙ୍କୁ ପିଇବା ପାଣି ଟୋପାଏ ମିଳୁନି । ଖାଲି ଫମ୍ପା ମାଠିଆ ପଡ଼ିଥିବା ବେଳେ ରୋଗୀ ଓ ସମ୍ପର୍କୀୟ ୨୦ ଟଙ୍କା ଲେଖାଏଁ ଦେଇ ବୋତଲ ପାଣି ବ୍ୟବହାର କରୁଛନ୍ତି। ପ୍ରକାଶ ଯେ, ତତଲାଗଡ ରୂପେ ପରିଚିତ ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୁଖ୍ୟ ଚିକିତ୍ସାଳୟ ରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ପାନୀୟ ଜଳ ଯୋଗାଣ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କାର୍ଯ୍ୟକାରୀ ନିୟମ ଥିବା ବେଳେ ତାର ଖିଲାପ କରାଯିବା ଯୋଗୁଁ ଡ଼ାକ୍ତରଖାନା ରେ ଲୋକେ ପିଇବା ପାଣି ପାଇଁ ଅକଥନୀୟ ଦୁର୍ଦ୍ଦଶା ଭୋଗିବା ସାର ହେଉଛି ।ସେହିପରି ଟିଟିଲାଗଡ ରୁ ପାଞ୍ଚ କିମି ଦୂର ମାତୃ ଓ ଶିଶୁ ଡ଼ାକ୍ତର ଖାନା ରେ ଏହି ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଏ…
ଅନୁଗୋଳ ; ତା-୧୫/୦୫ ( ବିଏମସି ଟିଭି ଓଡ଼ିଆ ) ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ ଅନ୍ତର୍ଗତ ଯାମୁନାଳୀ ଠାରେ ଥିବା ବରୋଦା ବ୍ୟାଙ୍କ ପକ୍ଷରୁ ଗ୍ରାହକ ମାନଙ୍କୁ ନେଇ ଏକ ବୈଠକ ହୋଇଥିଲା । ବ୍ୟାଙ୍କ ଉଚ୍ଚ ଅଧିକାରୀ ମାନେ ସମୀକ୍ଷା ବୈଠକ କରିଥିଲେ । ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟର ବରିଷ୍ଠ ପରିଚାଳକ ଶ୍ରୀଯୁକ୍ତ ନନ୍ଦ କିଶୋର ଦଣ୍ଡ ସେନାଙ୍କ ଅଧ୍ୟକ୍ଷତା ରେ ଜାମୁନାଳୀ ଗ୍ରାମର ସରପଞ୍ଚ ଗ୍ରାହକ ବରିଷ୍ଠ ଗ୍ରାହକ ମାନଙ୍କୁ ନେଇ ବୈଠକ ହୋଇଥିଲା । ଜାମୁନାଳୀ ଗ୍ରାମର ଗ୍ରହକ ଓ ସରପଞ୍ଚ ବ୍ୟାଙ୍କ ର ସମସ୍ତ କର୍ମ ଚାରି ଉପସ୍ଥିତ ଥିଲେ ।ବୈଠକ ରେ ଗ୍ରାହକ ମାନଙ୍କୁ ସେମାନଙ୍କ ର ସମସ୍ତ ସୁବିଧା ଉପରେ ଆଲୋଚନା ହୋଇଥିଲା । ସେମାନଙ୍କ ର ଚିନ୍ତା ଧାରା ଦୂର କରିବା ପାଇଁ ନେଟ ୱର୍କ ସମସ୍ୟା ଯୋଗୁଁ OTP ସହିତ ବିଭିନ୍ନ ପ୍ରକାର ସମସ୍ୟା ରେ ସମ୍ମୁଖୀନ…
ବେଲଗୁଣ୍ଠା ; ତା-୧୫/୦୫ ( ବିଏମସି ଟିଭି ଓଡ଼ିଆ) ଆଜକୁ କିଛି ଦିନ ହେଲା ବେଲଗୁଣ୍ଠା ସହରରେ ଡିଜେଲ, ପେଟ୍ରୋଲ ର ଗୁରୁତର ଅଭାବ ସୃଷ୍ଟି ହୋଇଛି। ବେଲଗୁଣ୍ଠା ସହର ଓ ବ୍ଲକ ଅଞ୍ଚଳରେ ୩ ଗୋଟି ପେଟ୍ରୋଲ ଟାଙ୍କି ଥିବାବେଳେ ସେଥିରୁ ଦୁଇଟି ଟାଙ୍କି ପ୍ରାୟତଃ ଅଧିକାଂଶ ସମୟରେ ବନ୍ଦ ରହୁଥିବା ଦେଖିବାକୁ ମିଳୁଛି । ବହୁ ସମୟରେ ବେଲଗୁଣ୍ଠା ଟାଙ୍କିବନ୍ଦ ରହୁଛି । ତେଲଥିଲେ ବାଇକ ପାଇଁ ୨୦୦ ଓ କାର ପାଇଁ ୧,୦୦୦ ଟଙ୍କାର ପେଟ୍ରୋଲ ଦେବାର ସୀମିତ ରଖାଯାଇଛି। ପେଟ୍ରୋଲ ପମ୍ପ ନିକଟରେ ଲମ୍ବା ଲାଇନ ଲାଗିଥିବା ବେଳେ ବରିଷ୍ଠ ବ୍ୟକ୍ତି ମାନେ ଲାଇନରେ ଜଗି ଅଣନିଶ୍ୱାସୀ ହୋଇପଡୁଛନ୍ତି। ସେହିପରି ଗାଙ୍ଗପୁର ପେଟ୍ରୋଲ ପମ୍ପ ଦୁଇଦିନ ହେଲା ବନ୍ଦ ଅଛି। ଗୋବରା ରେ ପମ୍ପ ରେ ପ୍ରବଳ ଭିଡ଼ ଲାଗିରହୁଛି । ଏଭଳି ଅବସ୍ଥା ସୃଷ୍ଟି ହେଲେ ଗମନାଗମନ ପ୍ରଭାବିତ ହେବାର ଦେଖାଦେବ ଓ ଜନସାଧାରଣ…
