କିଶୋର ନଗର ; ତା-୨୪/୦୪ ( ବିଏମସି ଟିଭି ଓଡ଼ିଆ) ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ ଅନ୍ତର୍ଗତ ବଇଣ୍ଡା ଓଭର ବ୍ରିଜ ଠାରେ କମିଟି ପକ୍ଷରୁ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଜଳ ସେବା କେନ୍ଦ୍ର ଅନୁଷ୍ଠିତ ହୋଇଛି । ଜଳ ସେବା କେନ୍ଦ୍ର କୁ ବଇଣ୍ଡା ଫାଣ୍ଡି ଅଧିକାରୀ ତପନ କୁମାର ରାଏ ଓ ବି କେ ବିନୋଦିନୀ ଙ୍କ ଦ୍ଵାରା ଫିତା କାଟି ଉଦ୍ଘାଟନ କରିଥିଲେ। ପ୍ରଥମେ ଦହି ସରବତ ପାଣି ସମସ୍ତଙ୍କୁ ଦିଆଯାଇ ଥିଲା। ଚିଳିତ ବର୍ଷ ବହୁ ମାତ୍ରାରେ ଖରା ହେଉ ଥିବାରୁ ଦୁଇ ମାସ ଧରି ଥଣ୍ଡା ପାନୀୟ ଜଳ ସେବା କାର୍ଯ୍ୟ ଚାଲୁ ରହିବ। ଜଳ ସେବା କେନ୍ଦ୍ର ଦ୍ବାରା ବହୁ ଲୋକ ମାନେ ଯିବା ଆସିବା କରୁଥିବା ଲୋକ ମାନେ ପାଣି ପିଇ ପାରିବେ। ଅସହାୟ ସହାୟତା କମିଟି ପ୍ରତି ବର୍ଷ ଦୁଇ ମାସ ଧରି ଜଳ…
Author: bmcnews
ବେଲଗୁଣ୍ଠା ; ତା-୨୩/୦୪ ( ବିଏମସି ଟିଭି ଓଡ଼ିଆ) ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା, ସୋରଡ଼ା ବ୍ଲକ ଅନ୍ତର୍ଗତ ସିଆରିମାଳ ଗ୍ରାମରେ ଗାଙ୍ଗପୁର ପୋଲିସ ଏକ ବଡ଼ ଧରଣର ସଫଳତା ହାସଲ କରିଛି । ବେଆଇନ କାଠ ମିଲ୍ ଉପରେ ଚଢ଼ାଉ ସମୟରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଲମ୍ବୁ ତାରିଣୀ ଓ ତା’ର ସହଯୋଗୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ବେଆଇନ ମାରଣାସ୍ତ୍ର ଜବତ କରାଯାଇଛି। ୨୩ ଏପ୍ରିଲ ୨୦୨୬ ତାରିଖ ବିଳମ୍ବିତ ରାତି ପ୍ରାୟ ୧୨ଟା ୧୦ ମିନିଟ ସମୟରେ,ଉତ୍ତର ବନଖଣ୍ଡ ଅଧିକାରୀ ଭଞ୍ଜନଗରଙ୍କ ଅନୁରୋଧ କ୍ରମେ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ନେତୃତ୍ୱରେ ଏକ ମିଳିତ ଟିମ୍ ସିଆରିମାଳ ଗ୍ରାମକୁ ବେଆଇନ କାଠ ମିଲ୍ ଚଢ଼ାଉ ପାଇଁ ଯାଇଥିଲେ। ଏହି କାଠ ମିଲ୍ଟି ସେହି ଗ୍ରାମର ଲମ୍ବୁ ଓରଫ ନାରାୟଣ ତାରିଣୀ (୪୯) ଦ୍ୱାରା ପରିଚାଳିତ ହେଉଥିଲା। ଚଢ଼ାଉ ସମୟରେ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା…
ମାଲକାନଗିରି ; ତା-୨୨/୦୪ ( ବିଏମସି ଟିଭି ଓଡ଼ିଆ) ମାଲକାନଗିରି ପ୍ରକଳ୍ପ ସ୍ତରୀୟ ପୋଷଣ ପଖୱାଡା ଆଜି ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି। ମା ଓ ଶିଶୁଙ୍କ ମଧ୍ୟରେ ସୁସ୍ଥ ଖାଦ୍ୟାଭ୍ୟାସର ପ୍ରସାର, ପୋଷଣ ସଚେତନତା ସୃଷ୍ଟି କରିବା ଏବଂ ଅପୃଷ୍ଟି ନିବାରଣ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପ-ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଳକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସବ୍-ଡିଭିଜନ ପ୍ରୋଗ୍ରାମ ଅଫିସର, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ଆସ୍ପିରେସନାଲ ଡିଷ୍ଟ୍ରିକ୍ଟ ପ୍ରୋଗ୍ରାମ ତରଫରୁ ରାଜାରାମ ଶତପଥି ପ୍ରମୁଖ ଯୋଗ ଦେଇଥିଲେ। ମାଲକାନଗିରି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ରେଖା ଶୁଭା ସୁନ୍ଦରଙ୍କ ପ୍ରତ୍ୟକ୍ଷ…
ବୋଲଗଡ଼ ; ତା-୨୨/୦୪ ( ବିଏମସି ଟିଭି ଓଡ଼ିଆ) ବୋଲଗଡ଼ ମଣ୍ଡଳ ଅନ୍ତର୍ଗତ ସାଗରଗୁଆଁସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଗୀତାଞ୍ଜଳି ପଟ୍ଟନାୟକ ମଙ୍ଗଳ ବାର ରାତି ୨ଘଟିକାରେ ଇହଲୀଲା ସମ୍ବରଣ କରିଛନ୍ତି । ପୂର୍ବରୁ ଉଚ୍ଚ ରକ୍ତଚାପ ଥିବାରୁ ଔଷଧ ସେବନ କରୁଥିଲେ। ହୃତପିଣ୍ଡର ଆକସ୍ମିକ ଅକ୍ଷମତା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି ବୋଲି ଜାଣିବାକୁ ମିଳିଥିଲା। ୨୦୧୭ମସିହାରୁ ସ୍ବର୍ଗତା ପଟ୍ଟନାୟକ ଉପରୋକ୍ତ ବିଦ୍ୟାଳୟରେ ଶିକ୍ଷାଦାନ କରି ଆସୁଥିଲେ। ତିନିଦିନ ପୂର୍ବରୁ ରଣପୁର ବ୍ଲକରେ ଶିକ୍ଷକତା କରୁଥିବା ତାଙ୍କର ଧର୍ମପତି ସୁଶାନ୍ତ କୁମାର ଅଟ୍ଟ ମଧ୍ୟ ହୃଦଆଘାତରେ ପ୍ରାଣତ୍ୟାଗ କରିଥିଲେ । ଘରେ ତାଙ୍କର ଏକ ମାତ୍ର ୨୫ବର୍ଷିୟ ପୁତ୍ର ବ୍ୟତୀତ ଆଉ କେହି ନାହାନ୍ତି। ସ୍ବର୍ଗତା ପଟ୍ଟନାୟକ ଆଉ ପାଞ୍ଚ ବର୍ଷ ପରେ ଚାକିରିରୁ ଅବସର ଗ୍ରହଣ କରିଥାନ୍ତେ । ଗୋଟିଏ ପରିବାରରେ ଲଗାତର ଦୁଇଟି ମୃତ୍ୟୁ ଯୋଗୁଁ ସାଗରଗୁଆଁ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଏକମାତ୍ର…
ସମ୍ବଲପୁର:ତା.୨୧/୦୪ (ବିଏମସି ଟିଭି ଓଡିଆ) ଭାରତୀୟ ଦଳିତ ସାହିତ୍ୟ ଏକାଡେମି ଓଡ଼ିଶା ରାଜ୍ୟ ଶାଖା ତରଫରୁ ରାଜ୍ୟ ସଭାପତି ନିହାଲ ସିଂଙ୍କ ସଭାପତିତ୍ବରେ ସୁନାମ ଧନ୍ୟ ସଞ୍ଚାର ବାଦକ ଦୁଃଖନାଶନ ବେହେରାଙ୍କୁ ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନ ଠାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲ, ଭାରତୀୟ ଦଳିତ ସାହିତ୍ୟ ଏକାଡେମି ରାଷ୍ଟ୍ରୀୟ ସମ୍ପାଦକ ମୁରଲୀଧର ନାଏକ, ରାଜ୍ୟ ଉପ-ସଭାପତି କବି ଗଦାଧର ନିଆଲ, ରଜ୍ୟ ସାଧାରଣ ସମ୍ପାଦକ ଆକାଶବାଣୀ ଗୀତିକାର ଶିବଶଙ୍କର ପ୍ରଧାନ, କଳା ସଂସ୍କୃତିରୁ ବବୁଲୁ ବାଗ, ଲଳିତ ଦେବର୍ତା, ମିନାକ୍ଷୀ ରାଉତ, ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ଉପାଧ୍ୟକ୍ଷା ରୁପାଞ୍ଜଳି ରଣବିଡା, ଗଣ୍ଡା ସମାଜ କଲ୍ୟାଣ ପରିଷଦ ଉପଦେଷ୍ଟା ପୁରନ୍ଦର ସୁନା, ବିର୍ସା ଆମ୍ବେଦକର ଫୁଲେ ଛାତ୍ର ସଂଗଠନ ଓଡ଼ିଶା ରାଜ୍ୟ ସଭାପତି ଛତ୍ରପତି ଶୁନାନି, ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ ମହାନନ୍ଦିଆ, ଦଧିବାମନ ଠାକୁର, ସଞ୍ଚାର…
ମାଲକାନଗିରି ;ତା-୨୧/୦୪(ବିଏମସି ଟିଭି ଓଡ଼ିଆ) ମାଲକାନଗିରି କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅତ୍ୟନ୍ତ ଆନନ୍ଦଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସାମୂହିକ ବିବାହ କାର୍ଯ୍ୟକ୍ରମରେ ମୋଟ ୧୭ଟି ଯୋଡ଼ି ବୈଦିକ ରୀତିନୀତି ଅନୁଯାୟୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ଅବସରରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି ଏବଂ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଯୋଗଦେଇ ନବଦମ୍ପତିଙ୍କୁ ଶୁଭେଚ୍ଛା ଓ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ହେଉଛି ଅର୍ଥ ଅଭାବରୁ ବିବାହ କରିପାରୁନଥିବା ଗରିବ ପରିବାର ପାଇଁ ଏକ ବଡ଼ ଆଶା। ଆମେ କେବଳ ସେମାନଙ୍କୁ ସାମାଜିକ ସ୍ୱୀକୃତି ଦେଉନାହୁଁ, ବରଂ ବିବାହ ପଞ୍ଜିକରଣ ପ୍ରମାଣପତ୍ର ପ୍ରଦାନ କରି ସେମାନଙ୍କ ଭବିଷ୍ୟତର ଆଇନଗତ ସୁରକ୍ଷା ମଧ୍ୟ ନିଶ୍ଚିତ କରୁଛୁ।ସେହିପରି ମାଲକାନଗିରି ବିଧାୟକ ଶ୍ରୀ ମାଡ଼କାମୀ କହିଥିଲେ…
ସମ୍ବଲପୁର ;ତା-୨୧/୦୪(ବିଏମସି ଟିଭି ଓଡ଼ିଆ) ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅଧୀନରେ ଆଜି ସମ୍ବଲପୁର ସ୍ଥିତ ଆଦିତ୍ୟ କଲ୍ୟାଣ ମଣ୍ଡପଠାରେ ଏକ ଭବ୍ୟ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚୟନ ହୋଇଥିବା ୨୨ ଯୋଡା ବରବଧୂ ନିଜର ବୈବାହିକ ଜୀବନ ଆରମ୍ଭ କରିଛନ୍ତି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ମାନ୍ୟବର ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ନବବିବାହିତ ଦମ୍ପତିଙ୍କୁ ଶୁଭାଶିଷ ପ୍ରଦାନ କରିଥିଲେ। ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ସରକାରଙ୍କ ଏହି ଯୋଜନାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ସରକାରଙ୍କ ଏହି ଅନୁକମ୍ପାମୂଳକ ଯୋଜନା ସାଧାରଣ ଲୋକଙ୍କ ଜୀବନରେ ଖୁସି ଆଣିଦେବା ସହିତ ସମାଜରେ ଏକ ସକାରାତ୍ମକ ବାର୍ତ୍ତା ସୃଷ୍ଟି କରୁଛି। ୨୦୪୭ ମସିହାରେ ଏକ ବିକଶିତ ଭାରତ ଏବଂ…
ରାୟଗଡା ;ତା-୨୧/୦୪(ବିଏମସି ଟିଭି ଓଡ଼ିଆ) ସୁସ୍ଥ ଗ୍ରାମ ପଞ୍ଚାୟତ ଗଠନ ନିମନ୍ତେ ବ୍ଳକ ସ୍ତରୀୟ କର୍ମଶାଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବ୍ଳକ ସଦଭାବନା ଗୃହରେ ଆୟୋଜିତ ଏହି କର୍ମଶାଳାକୁ ବିଡିଓ ସୁଜିତ କୁମାର ମିଶ୍ର ଉଦଘାଟନ କରିଥିଲେ । ରାଜ୍ୟ ସ୍ତରୀୟ ସମ୍ବଳ ବ୍ୟକ୍ତିତ୍ୱ ଶ୍ରୀମତୀସଙ୍ଗୀତା ମଙ୍ଗରାଜ, ଜିପିଡିଓ ସ୍ମୃତିରେଖା ନାୟକ, ସମ୍ବଳ ବ୍ୟକ୍ତିତ୍ୱ ନୀଳାଞ୍ଚଳ ମିଶ୍ର ଓ ପେସା ସଂଯୋଜକ ଯୋଗେନ୍ଦ୍ର ନାୟକ ଏହି ତାଲିମ ପ୍ରଦାନ କରିଥିଲେ । ଏଥିରେ ମହିଳା ଓ ଶିଶୁ ବିକାଶ, ନିର୍ବାଚିତ ପ୍ରତିନିଧି, ଏମ ବି କେ, ସି ଆର ପି, ଆଶାକର୍ମୀ ଆଦି କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ । ସୁସ୍ଥ ଶରୀର ବିକାଶର ଚାବିକାଠି ଜନସାଧାରଣ ସମାଜରେ ନିଜ କର୍ତ୍ତବ୍ୟ ସମ୍ପାଦନ ନିମନ୍ତେ ସୁସ୍ଥ ରହିବା ଜରୁରୀ । ସୁସ୍ଥ ଶରୀର କାର୍ଯ୍ୟ ଦକ୍ଷତା ବଢ଼ାଏ , ସ୍ଵାସ୍ଥ୍ୟ ଦୁର୍ବଳ ହେଲେ କାର୍ଯ୍ୟ ଦକ୍ଷତା କମିବା ସହ କାର୍ଯ୍ୟଶୈଳୀ ଓ…
ଭୁବନେଶ୍ୱର ; ତା-୨୨/୦୪ ( ବିଏମସି ଟିଭି ଓଡ଼ିଆ) ଉପାନ୍ତରୁ ଉପକୂଳ ଜଳୁଛି । ତାତିରେ ଆଉଟୁ ପାଉଟୁ ସାରା ରାଜ୍ୟ । ଅସହ୍ୟ ଖରାକୁ ଗୁଳୁଗୁଳି କରୁଛି ଅସ୍ତବ୍ୟସ୍ତ । ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ଲୋକେ ତ ଲୋକ , ପଶୁ ପକ୍ଷୀ ବି ଖରାରେ ଛଟପଟ । ଏପରି ସ୍ଥିତିରେ ରାଜ୍ୟରେ ସ୍କୁଲ ସବୁ ସକାଳୁଆ ଚାଲିଛି । ଆଗକୁ ବି ହିଟ୍ଓ୍ୱେଭ୍ ଆଲର୍ଟ ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ତେବେ ଖରାକୁ ଦେଖି ଆଗୁଆ ସତର୍କ ହୋଇପଡ଼ିଛନ୍ତି ସରକାର । ଯାହା ଲାଗୁଛି ସରକାର ନେଇପାରନ୍ତି କିଛି ସତର୍କତା ମୂଳକ ପଦକ୍ଷେପ । ପିଲାଙ୍କ ସ୍ୱାସ୍ଥ୍ୟ ସରକାରଙ୍କ ପ୍ରଥମ ପ୍ରାଥମିକତା । ଏସବୁକୁ ଦୃଷ୍ଟିରେ ରଖି ସରକାର ଗ୍ରୀଷ୍ମ ଅବକାଶ ଆଗୁଆ କରିବାକୁ ଯୋଜନା ରଖିଛନ୍ତି । ପରୋକ୍ଷରେ ଏନେଇ ଇଙ୍ଗିତ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।…
ଭୁବନେଶ୍ୱର ; ତା-୨୧/୦୪ ( ବିଏମସି ଟିଭି ଓଡ଼ିଆ ) ବରମପୁର, ପି.ଡବ୍ଲିଉ.ଡି. ଆଇବି ଠାରେ ସାମ୍ବାଦିକମାନଙ୍କ ସୁରକ୍ଷା ଆଇନ, ପେନସନ ସହିତ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ପାଇବା ହକ୍କୁ ସୁନିଶ୍ଚିତ କରିବା ଦାବିରେ ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡିଶା ଇଉନିଅନ ୱାର୍କିଙ୍ଗ ଜର୍ନାଲିଷ୍ଟସ୍ (ଓ.ଇଉ.ଡବ୍ଲିଉ.ଜେ.) ର ଅଧ୍ୟକ୍ଷ ପୀତବାସ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବିଭିନ୍ନ ଅଞ୍ଚଳରୁ ସାମ୍ବାଦିକମାନେ ଯୋଗଦେଇ ନିଜ ମତ ପ୍ରକାଶ କରିଥିଲେ। ବିଶେଷ କରି ପୁରୀ ଜିଲ୍ଲାରୁ ସର୍ବାଧିକ ୨୫ ଜଣରୁ ଅଧିକ ସାମ୍ବାଦିକ ଏହି ବୈଠକରେ ଯୋଗଦେଇଥିବା ଜଣାପଡ଼ିଛି। ସଭାରେ ସାମ୍ବାଦିକମାନଙ୍କ ପାଇଁ ସୁରକ୍ଷା ଆଇନ ପ୍ରଣୟନ, ବୃଦ୍ଧାବସ୍ଥାରେ ପେନସନ ବ୍ୟବସ୍ଥା, ସ୍ୱାସ୍ଥ୍ୟ ବୀମା ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ ନେଇ ଜୋରଦାର ଆଲୋଚନା ହୋଇଥିଲା। ଏହି ସଙ୍ଘର ପୁରୀ ଜିଲ୍ଲା ସେକ୍ରେଟାରୀ ଜୟକୃଷ୍ଣ ଦାସଙ୍କ ସାଙ୍ଘଟନିକ ଦକ୍ଷତା ଓ ସକ୍ରିୟ ଭୂମିକାକୁ ସଭାରେ ବିଶେଷ ଭାବରେ…
ଅନୁଗୁଳ ;ତା-୨୧/୦୪(ବିଏମସି ଟିଭି ଓଡ଼ିଆ) ଝାରସୁଗୁଡା ଜିଲ୍ଲାର ଲଇକେରା ବ୍ଲକ ଅଧୀନ ନୂଆଗାଁ ଗ୍ରାମରେ ଆଜି ଅକ୍ଷୟ ତୃତୀୟା ଅବସରରେ ସେୱା ଅନୁଷ୍ଠାନ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହା ଆଜିମ ପ୍ରେମଜି ଫାଉଣ୍ଡେସନଙ୍କ ଆନୁକୂଳ୍ୟରେ ପରିଚାଳିତ ଆଗାମୀ ଚାଷୀପିଢ଼ିଙ୍କ ସଶକ୍ତିକରଣ ପ୍ରକଳ୍ପ (ENGF) ଅନ୍ତର୍ଗତ ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ସେୱା ଅନୁଷ୍ଠାନର ସେକ୍ରେଟାରୀ ଶ୍ରୀ ସୁଶିଲ କୁମାର ଦାଶ, PMO ମିସ୍ ସୁଶ୍ରୀ ସଙ୍ଗୀତା ଦାଶ, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ତୁଳାବତୀ ମିଞ୍ଜ ଓ ଶ୍ରୀମତୀ ସୀତା ନାଏକ ସହ ନୂଆଗାଁ ଗ୍ରାମର ଅନେକ ଚାଷୀ ଭାଇ ଓ ଭଉଣୀମାନେ ଯୋଗଦେଇଥିଲେ।ଏହି ଅବସରରେ ପାରମ୍ପରିକ ରୀତିରେ ମାଟି ମାଆଙ୍କୁ ପୂଜା କରାଯାଇ “ଅଖି ମୁଠି ଅନୁକୂଳ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉତ୍ସବଟି ଧୁମଧାମରେ ପାଳନ କରାଯାଇଥିବା ବେଳେ ଚାଷୀମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଯାଇଥିଲା।ଏହା ସହିତ ସେୱା ଅନୁଷ୍ଠାନର ମୂଳ ଲକ୍ଷ୍ୟ ବିଷମୁକ୍ତ ଚାଷ, ଋଣମୁକ୍ତ ଚାଷୀ ଓ…
ବାଲିମେଳା ;ତା-୨୧/୦୪(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ତମସା ଶ୍ରୀକ୍ଷେତ୍ର ତଥା ଜଗନ୍ନାଥ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସୋମବାର ଠାରୁ ରୀତିନୀତି ଅନୁସାରେ ଆରମ୍ଭ ହୋଇଛି। ଏହି ଅବସରରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଗତକାଲି ରବିବାର ଏକ ବିଶାଳ କଳସ ଯାତ୍ରା ଆରମ୍ଭ ହୋଇଥିଲା।ବ୍ଲକର ଟେକଗୁଡା ନିକଟ ଗଙ୍ଗା ଝରରେ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ପବିତ୍ର ଜଳକୁ କଳସରେ ସଂଗ୍ରହ କରାଯାଇଥିଲା। ମହିଳା ମାନେ ୧୦୦୮ଟି କଳସକୁ ନେଇ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିବା ପରେ ମନ୍ଦିରରେ କଳସ ସ୍ଥାପନ କରାଯାଇଥିଲା।ମନ୍ଦିରରେ ସୋମବାର ପ୍ରାତଃହରୁ ପୂଜକ ମାନଙ୍କ ଦ୍ୱାରା କଳସ ପୂଜା,ମଣ୍ଡପ ପୂଜା,ଅଗ୍ନି ସ୍ଥାପନ,ଆଳତି, ଭକ୍ତ ମାନଙ୍କ ଦ୍ୱାରା ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା।ସନ୍ଧ୍ୟାରେ ବିଗ୍ରହ ଧାନ୍ୟାଧିବାସ କରାଯାଇଥିଲା।ଏହି ଜଗନ୍ନାଥ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ କୋରୁକୋଣ୍ଡା ଅଞ୍ଚଳ ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ମନ୍ଦିରରେ ଶହ ଶହ…
