ସମ୍ବଲପୁର/କୁଚିଣ୍ଡା ; ତା.୦୨/୦୫ (ବିଏମସି ଟିଭି ଓଡିଆ) କୁଚିଣ୍ଡା ସହର ପଞ୍ଚମୁଖୀ ଛକ ଠାରେ ଗୌତମ ବୁଦ୍ଧଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ବୁଦ୍ଧ ସାମାଜିକ ପରିବର୍ତ୍ତନ ଆନ୍ଦୋଳନ ସମିତି ପକ୍ଷରୁ ଏହାର ମୁଖ୍ୟ ଉପଦେଷ୍ଟା ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ପୂର୍ବ ବିଧାୟକ ବୃନ୍ଦାବନ ମାଝୀ, ଆବାହକ ସୁରୁମଣି ସୁନାନି, ଶ୍ରଦ୍ଧାକର ଜୟପୂରିଆ, ରତନ ମେହେର, ସୂରଜ ମହାନନ୍ଦ ପ୍ରମୁଖ ସମିତି ର ସଭାସଭ୍ୟା ଯୋଗଦେଇ ବୁଦ୍ଧଙ୍କଙ୍କ ନୀତି ଓ ଆଦର୍ଶ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପୂର୍ବରୁ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପୁଷ୍ପ, ଫୁଲମାଳ ଦୀପ ପ୍ରଦାନ କରାଯାଇଥିଲା। ଶେଷରେ ବସନ୍ତ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ ଥାଉକି ବୈଶାଖ ପୂର୍ଣ୍ଣିମାରେ ବୁଦ୍ଧଙ୍କ ଜନ୍ମଦିନ, ବୁଦ୍ଧତ୍ୱ ପ୍ରାପ୍ତି ଦିନ ଓ ପରିନିର୍ବାଣ ଦିବସ ମଧ୍ୟ ଅଟେ । ସମ୍ବଲପୁରରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍…
Author: bmcnews
ବୋଲଗଡ ; ତା-୦୨/୦୫ (ବିଏମସି ଟିଭି ଓଡ଼ିଆ ) ଶନିବାର ରାଜ୍ୟରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଏହି କ୍ରମରେ ବୋଲଗଡ ପିଏମ ଶ୍ରୀ ବାମନ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସିପ୍ରାରାଣୀ ଦ୍ୱାରି ୫୫୯ନମ୍ବର ରଖି ବ୍ଲକ ଟପ୍ପର ହୋଇଛନ୍ତି । ବୋଲଗଡର ସୁରେଶ ଦ୍ୱାରି ଓ ମା ପୂଜାରାଣୀ ଦ୍ୱାରିଜଣାଇଛନ୍ତି। ସିପ୍ରାଙ୍କ ଏହି ସଫଳତା ପାଇଁ ପ୍ରଧାନ ଶିକ୍ଷକ ପୀତବାସ ଲେଙ୍କା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ସିପ୍ରାଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଏହି ସଫଳତା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ବାପା ମାଆଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି। ସେହିପରି ୨ୟ ଟପ୍ପର ହେଲେ ପ୍ରଜ୍ଞା ପାରମିତା ପ୍ରଧାନ । ପ୍ରଜ୍ଞା ୫୫୪ନମ୍ବର ହାସଲ କରିଛନ୍ତି । ବୋଲଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ର…
ବିଏମସି ଟିଭି ଓଡ଼ିଆ । ସ୍ବାସ୍ଥ୍ଯ । ଦୈନନ୍ଦିନ ଖାଦ୍ୟରେ ଅଧିକାଂଶ ଦହି,କ୍ଷୀର ଏହାକୁ ସାମିଲ କରିଥାଆନ୍ତି। ଏହାସହ ଦହି ସ୍ୱାସ୍ଥ୍ୟ ପାଇଁ ବେଶ ଲାଭକାରୀ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ନିୟମିତ ଖରାବେଳର ଖାଦ୍ୟରେ ଦହି ସେବନ କରିବା ଦ୍ୱାରା ଶରୀର ପାଇଁ ଅନେକ ଲାଭ ହୋଇଥାଏ। ଦହିରେ ଅନେକ ଉତ୍ତମ ବ୍ୟାକ୍ଟେରିଆ ସହ ଅନେକ ପୋଷକ ତତ୍ତ୍ୱ ରହିଛି। ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏହା ଖାଦ୍ୟ ନଳୀକୁ ମଧ୍ୟ ସୁସ୍ଥ ରଖିଥାଏ। ଯେଉଁ ମାନଙ୍କର କୋଷ୍ଠକାଠିନ୍ୟ, ଗ୍ୟାଷ୍ଟ୍ରିକ୍, ଏସିଡିଟି ସହ ପେଟ ଜନିତ ଅନେକ ରୋଗ ରହିଛି, ସେମାନେ ଏହାକୁ ଦୂର ପାଇଁ ଦହିର ସେବନ କରି ପାରିବେ। ଏହା ଅତ୍ୟନ୍ତ ଲାଭଦାୟକ। ଦହିରେ ପ୍ରୋଟିନ୍, କ୍ୟାଲସିୟମ ଓ ଭିଟାମିନ୍ ବି ରହିଛି। ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଖରାବେଳ ସମୟରେ ଦହି ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ, ବ୍ୟାୟାମ ଓ…
ବନ୍ଧୁଗାଁ ; ତା-୦୧/୦୫ ( ବିଏମସି ଟିଭି ଓଡ଼ିଆ) ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଆଲମଣ୍ଡା ଠାରେ ଆଦିବାସୀ ସଙ୍ଘ ଦ୍ୱାରା ଅନ୍ତର୍ଜାତିୟ ଶ୍ରମିକ ଦିବସ ପାଳନ ହୋଇଯାଇଛି । ଆଜିର ଏହି ଅନ୍ତର୍ଜାତିୟ ଶ୍ରମିକ ଦିବସର ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ସଭାନେତ୍ରୀ କଣ୍ଡାଗୋରୀ ପାଇଡ ଆମା ଯୋଗଦେଇଥିଲେ । ଆଜିର ଶ୍ରମିକ ଦିବସ ବନ୍ଧୁଗାଁ ଖଣ୍ଡ (ଏଆଇକେଏମକେଏସ )ର ବ୍ଲକ ସଭାନେତ୍ରୀ ସୁରାମା ପୀଡିକାଙ୍କ ନେତୃତ୍ୱରେ ପ୍ରଥମେ ପତାକା ଉତ୍ତଳନ ହୋଇଥିଲା । ଜି ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସରେ ବନ୍ଧୁଗାଁ ବ୍ଲକର ୧୩ ଗୋଟି ପଞ୍ଚାୟତରୁ ଅତି କମରେ ଦୁଇଶହରୁ ଉର୍ଦ୍ଧ ଶ୍ରମିକ ଉପସ୍ଥିତ ରହିଥିଲେ । ଆଜିର ଦିନରେ ସାରା ଦେଶରେ କାହିଁକି ଅନ୍ତଃରାଷ୍ଟ୍ରୀୟ ଶ୍ରମିକ ଦିବସ ଭାବରେ କାହିଁକି ପାଳନ କୋରାଯାଇଥାଏ ତାହା ବିଷୟରେ ଭାଷଣ ଦେଇ ଶ୍ରମିକ ମାନଙ୍କୁ ବୁଝେଇ ଥିଲେ । ଏଥିସହ ବନ୍ଧୁଗାଁ ବ୍ଲକରେ ବହୁବର୍ଷ ଧରି ଏ ଆଇକେଏମଏସ କେଏସ ମାନଙ୍କ ଦ୍ୱରା…
ମାଲକାନଗିରି ; ତା-୦୧/୦୫ ( ବିଏମସି ଟିଭି ଓଡ଼ିଆ) ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଜିଲ୍ଲା ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟ ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କ ତ୍ୟାଗ ଓ ନିଷ୍ଠାର ପ୍ରଶଂସା କରିଥିଲେ। ସେ ନିଜ ଅଭିଭାଷଣରେ କହିଥିଲେ ଯେ, ଶ୍ରମିକମାନେ ହେଉଛନ୍ତି ଆମ ସମାଜର ପ୍ରକୃତ ବିନ୍ଧାଣି। ସେମାନଙ୍କ କଲ୍ୟାଣ ଓ ସାମାଜିକ ସୁରକ୍ଷା ନିଶ୍ଚିତ କରିବା ଜିଲ୍ଲା ପ୍ରଶାସନର ପ୍ରାଥମିକତା। ସରକାରୀ ଯୋଜନାର ସୁଫଳ ଯେପରି ପ୍ରତ୍ୟେକ ପରିବାର ପାଖରେ ପହଞ୍ଚିବ, ସେଥିପାଇଁ ଆମେ ସଦା ଚେଷ୍ଟା କରୁଛୁ। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ସୋଡି, ଉପାଧ୍ୟକ୍ଷା ସାବିତ୍ରୀ ପଡିଆମୀ, ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ମୁନିସିପାଲିଟି ଉପାଧ୍ୟକ୍ଷା କବିତା ମହନ୍ତ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ସମ୍ମାନିତ…
ନୂଆଦିଲ୍ଲୀ / ତେହେରାନ ; ତା-୦୧/୦୫ ( ବିଏମସି ଟିଭି ଓଡ଼ିଆ) ମଧ୍ୟପ୍ରାଚ୍ୟରେ ଯେକୌଣସି ସମୟରେ ଏକ ବଡ଼ ଧରଣର ବିନାଶ ଦେଖିବାକୁ ମିଳିପାରେ । ଆମେରିକା ଇରାନ ଉପରେ ଏକ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଇରାନ ମଧ୍ୟ ପାଲଟା ଜବାବ ଦେବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି । ହୋର୍ମୁଜ ପ୍ରଣାଳୀଠାରୁ ଓମାନ ଉପସାଗର ପର୍ଯ୍ୟନ୍ତ ସମୁଦ୍ର ଯେକୌଣସି ମୁହୂର୍ତ୍ତରେ ଅଶାନ୍ତ ହୋଇପାରେ । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଇରାନକୁ ଚୂଡ଼ାନ୍ତ ଚେତାବନୀ ଦେଇଥିବା ବେଳେ ଇରାନ ମଧ୍ୟ ଆରବ ସାଗରରେ ଆମେରିକାର ନୌସେନା ବାହିନୀକୁ ବୁଡ଼ାଇ ଦେବାକୁ ଧମକ ଦେଇଛି । ମୋଟାମୋଟି କହିବାକୁ ଗଲେ, ଆମେରିକା ଯୁଦ୍ଧର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରିବାକୁ ଯାଉଛି, ଯେଉଁଥିରେ ଏସବୁ ଦିଗ ଉପରେ ନଜର ରହିଛି। ଇରାନର ୟୁରାନିୟମ ଭଣ୍ଡାର ଉପରେ କବଜା କରିବା । ଇରାନର ୧୦୦ରୁ ଅଧିକ କ୍ଷେପଣାସ୍ତ୍ର କେନ୍ଦ୍ରକୁ ଧ୍ୱଂସ କରିବା ।…
ବଲାଙ୍ଗିର/ ଟିଟିଲାଗଡ଼ ; ତା-୦୧/୦୫ ( ବିଏମସି ଟିଭି ଓଡ଼ିଆ) ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ ବନବିଭାଗ ଅନ୍ତର୍ଗତ ବ୍ରୁଡିପଡା ଗ୍ରାମରେ ବିଭିନ୍ନ ବିକାଶମୂଳକ କାମ ଓ ବନ ସମ୍ବନ୍ଧୀୟ ଯୋଜନାରେ ଗୁରୁତର ଅନିୟମିତତା ଓ ଦୁର୍ନୀତି ଘଟୁଥିବା ଅଭିଯୋଗ ଆସୁଛି। ସରକାରଙ୍କ ଯୋଜନାଗୁଡ଼ିକ ଗ୍ରାମ ଓ ପରିବେଶର ଉନ୍ନତି ପାଇଁ ଥିବା ସତ୍ତ୍ୱେ, ପ୍ରାୟୋଗିକ ଭାବେ ଏହାର ଲାଭ ସାଧାରଣ ଲୋକଙ୍କ ପାଖକୁ ଠିକ୍ ଭାବରେ ପହଞ୍ଚୁନାହିଁ।ଗ୍ରାମବାସୀମାନଙ୍କ କହିବା ଅନୁଯାୟୀ, ଗଛରୋପଣ, ଜଙ୍ଗଲ ସୁରକ୍ଷା ଓ ଅନ୍ୟାନ୍ୟ କାମରେ ଅନେକ ଅନିୟମିତତା ଦେଖାଯାଉଛି। କାମ ହୋଇନଥିଲେ ମଧ୍ୟ କାଗଜରେ ଦେଖାଯାଉଛି, ଜାଲି ହିସାବ କରାଯାଉଛି, ଏବଂ ଯୋଜନାର ଟଙ୍କା ଅନ୍ୟ ଉଦ୍ଦେଶ୍ୟରେ ବ୍ୟୟ ହେଉଥିବା ଅଭିଯୋଗ ରହିଛି। କେତେକ ସ୍ଥାନରେ ଗଛ ଲଗାଯାଇନଥିବା ସତ୍ତ୍ୱେ ରୋପଣ ହୋଇଥିବା ବୋଲି ଦେଖାଯାଉଛି।ଏହି ପରିସ୍ଥିତି ଗ୍ରାମର ପରିବେଶ ଓ ସାଧାରଣ ଲୋକଙ୍କ ଉନ୍ନତିକୁ ଗଭୀର ପ୍ରଭାବିତ କରୁଛି। ଗ୍ରାମବାସୀମାନେ ଏହାର ସଠିକ୍ ତଦନ୍ତ ଓ…
ସମ୍ବଲପୁର ; ତା.୦୧/୦୫ (ବିଏମସି ଟିଭି ଓଡିଆ) ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସଫେଇ ଅଭିଯାନରେ ଯୋଡିହେଲା ଆଉ ଏକ ଏଜେନ୍ସି। ସଫେଇ କାମର ୬ ନମ୍ବର ଜୋନ ଅନ୍ତର୍ଗତ ୧୩, ୧୪, ୧୫, ୧୮ ଓ ୩୪ ନମ୍ବର ୱାର୍ଡର ସଫେଇ କାର୍ଯ୍ୟ କରିବାକୁ ସ୍ବର୍ଣ୍ଣ ଦେବୀ ଏଜେନ୍ସିକୁ ଏହି ଦାୟିତ୍ୱ ଦିଆଯାଇ ଶ୍ରମିକ ଦିବସ ଭଳି ଦିନରେ ଏହାର ଶୁଭାରମ୍ଭ କରାଯାଇଛି। ଏହାକୁ ସାଂସଦ ପ୍ରତିନିଧି ତଥା ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାଏକ ଓ ଜିଲ୍ଲା ବିଜେପି ସଭାପତି ରାମଚନ୍ଦ୍ର ମେହେର ଆନୁଷ୍ଠାନିକ ଭାବେ ଫିତା କାଟି ଉଦ୍ଘାଟନ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଡା.ରାଜାରାମ ଷଡ଼ଙ୍ଗୀ, ଦେବେନ୍ଦ୍ର ମେହେର, ଆଡଭୋକେଟ ଅର୍ଜୁନ ପଟ୍ଟନାୟକ, ଏସଏମସି ଡେପୁଟି କମିଶନର ହରିଓମ ଭୋଇ ଓ ଭିକ୍ଟର ସୋରେଙ୍ଗ, ଏସଡବ୍ଲୁଏମ ମୋନିକା ମୋନାଲି ମାନସିଂ, ସ୍ବର୍ଣ୍ଣ ଦେବୀ ଏଜେନ୍ସିର ସ୍ଥାନୀୟ ପରିଚାଳିକା ଲେନୁ ପରିଡା ପ୍ରମୁଖ ଉପସ୍ଥିତ…
ବୋଲଗଡ; ତା-୩୦/୦୪ (ବିଏମସି ଟିଭି ଓଡ଼ିଆ) ବୋଲଗଡ ବ୍ଲକ ପିଚୁକୁଳି ଠାରେ ଆୟୋଜିତ ନୀଳକଣ୍ଠେଶ୍ଵର ଲୋକୋତ୍ସବ-୨୦୨୬ର ତୃତୀୟ ସନ୍ଧ୍ୟାରେ ସ୍ଥାନୀୟ ଲୋକକଳା ଦର୍ଶକଙ୍କୁ ବିମୋହିତ କରିଥିଲା । ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ କଂଗ୍ରେସର ବରିଷ୍ଠ ନେତା ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ ଯୋଗଦେଇ ପିଚୁକୁଳି ଲୋକୋତ୍ସବ ଭାଇଚାରା ସୁଦୃଢ କରିବାର ପ୍ରକୃଷ୍ଟ ମଞ୍ଚ ବୋଲି ପ୍ରକାଶ କରିଥିଲେ । ପିଚୁକୁଳି ବଣିକ ସଙ୍ଘ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବ ରେ ସଭାପତି ପବିତ୍ର ମୋହନ ମାଝୀ ଅଧକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ରଘୁନାଥ ସାହୁ ସମାଜସେବୀ ସୁଶାନ୍ତ ତ୍ରିପାଠୀ ଓ ପ୍ରକାଶ ରଥ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ କୃତି ଛାତ୍ରୀ ଗାୟତ୍ରୀ ମାର୍ଥା, ଶିକ୍ଷାବିତ ବିଜୟ ସାହୁ , ସମାଜସେବୀ ଅନୁପମା ବଳିୟାରସିଂ , କବୟିତ୍ରୀ ସୁମତି ଦେଇ , ବନବିହାରୀ ପଟ୍ଟନାୟକ, ପ୍ରଦୀପ୍ତ ପାଲଟାସିଂ , ଚିତ୍ରଶିଳ୍ପୀ ପ୍ରକାଶ ନାୟକ, ଧନେଶ୍ୱର ସାହୁ ,…
କଟକ; ତା-୩୦/୦୪ ( ବିଏମସି ଟିଭି ଓଡ଼ିଆ) ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ମେ ୨ ତାରିଖ ଅପରାହ୍ମ ୪ଟାରେ ପ୍ରକାଶ ପାଇବ ରେଜଲ୍ଟ। ପ୍ରେସ ରିଲିଜ ଜରିଆରେ ସୂଚନା ଦେଲେ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ। ଷ୍ଟେଟ୍ ଓପନ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। ଚଳିତବର୍ଷ ରାଜ୍ୟରେ ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ରାଜ୍ୟର ୩୦୮୨ ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ।୨ ତାରିଖ ଅପରାହ୍ନ ୪ ଟାରେ ବୋର୍ଡ ମୁଖ୍ୟାଳୟରେ ପ୍ରକାଶିତ ହେବ ଫଳ । www.bseodisha.ac.in ଓ www.bseodisha.nic.in ରେ ସନ୍ଧ୍ୟା ୬ ଟାରୁ ଉପଲବ୍ଧ ହେବ ରେଜଲ୍ଟ। ଇଣ୍ଟରନେଟ୍ ନଥିବା ଅଞ୍ଚଳରେ ରୋଲ୍ ନଂକୁ SMS କରି ରେଜଲ୍ଟ ଜାଣିହେବ।ମୋବାଇଲରେ OR 10ଲେଖି ନିଜର ରୋଲ ନମ୍ବର ଲେଖି 5676750 କୁ ପଠାଇଲେ ପାଇପାରିବେ ରେଜଲ୍ଟ । ବିଏମସି ନ୍ଯୁଜ୍ ଓଡ଼ିଶା …
ବାଙ୍କୀ ;ତା-୩୦/୦୪(ବିଏମସି ଟିଭି ଓଡ଼ିଆ) ସରପଞ୍ଚ ଙ୍କୁ ପଦରୁ ବହିଷ୍କାର କରିବା ପାଇଁ ଉଠିଛି ଜୋରଦାର ଦାବି.ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କୀ ବ୍ଲକ ବାଉଁଶପୁଟ ଗ୍ରାମ ପଂଚାୟତ ରେ.ଏବଂ ଏ ଅଭିଯୋଗ ଆଣିଛନ୍ତି ଖୋଦ ପଞ୍ଚାୟତ ର ଏକାଧିକ ୱାର୍ଡସଭ୍ୟ । ଅଭିଯୋଗ ହେଲା ସରପଞ୍ଚ କରିଛନ୍ତି ଓଡିଶା ଗ୍ରାମପଞ୍ଚାୟତ ଆଇନ ଧାରା ୨୫ ର ଖୋଲା ଉଲ୍ଲଙ୍ଘନ । ହେଲେ ଦାବୀ କୁ ତଦନ୍ତ କରି ସଠିକ ପଦକ୍ଷେପ ନେବାରେ ହେଉଛି ଦୀର୍ଘ ବିଳମ୍ବ । ଯାହାକୁ ନେଇ କୁ ଏବେ ସ୍ୱର ଉଠାଇଛନ୍ତି ସାମାଜିକ କର୍ମୀ ମନୋଜ ପଣ୍ଡା । ଯେଉଁଠି ସରପଞ୍ଚ ଙ୍କ ନାଁ ରେ ଅଭିଯୋଗ ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ବିରାଟ ହେରଫେର କୁ ନେଇ । ସରପଞ୍ଚ କୁଆଡେ ଆବାସ ଯୋଜନା କୁ ବାଟବଣା କରିଵା ସହ ଯୋଗ୍ୟ ହିତାଧିକାରୀ ଙ୍କୁ ବାଦ ଦେଇ ନିଜ ଲୋକ ଏବଂ ସମର୍ଥକ…
ବେଲଗୁଣ୍ଠା:୨୯/୦୪(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ଥାନା ଅନ୍ତର୍ଗତ ଅଢେଇଗାଁ ଗ୍ରାମରେ ଏକ ଗୋଷ୍ଠୀ ସଂଘର୍ଷ ଓ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ମାମଲାରେ ପୋଲିସ ଏକ କାର୍, ୪ଟି ବାଇକ୍ ଏବଂ ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ର (କାତି) ଜବତ କରିଛି ବେଲଗୁଣ୍ଠା ପୋଲିସ।ଗତ ୨୭ ତାରିଖ ରାତି ପ୍ରାୟ ୧୦:୩୫ ସମୟରେ ଅଢ଼େଇ ଗାଁ ଗ୍ରାମର ଭାବଗ୍ରାହୀ ବେହେରା (୪୫) ବେଲଗୁଣ୍ଠା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ସେହିଦିନ ସନ୍ଧ୍ୟାରେ ସେ, କାହ୍ନୁ ପ୍ରଧାନ, ଚନ୍ଦନ ପ୍ରଧାନ ପ୍ରାୟ ୬ଟା ସମୟରେ ସେ ଶୌଚ ସାରି ଘରକୁ ଫେରୁଥିବା ବେଳେ, ଭଞ୍ଜନଗର ଥାନା କଇଣ୍ଡି ଗ୍ରାମର ଅମି ବେହେରା ଓ ଉଢୁରା ହରିଜନ ସାହିର ପ୍ରାୟ ୨୨ ଜଣ ବ୍ୟକ୍ତି ୭ଟି ମୋଟରସାଇକେଲ ଏବଂ ଏକ କାର୍ରେ ଆସି ଅଢ଼େଇଗାଁ ରାସ୍ତାରେ ସେମାନଙ୍କୁ ଅଟକାଇଥିଲେ…
