Author: bmcnews

ବାଲିପାଟଣା ; ତା-୧୪/୦୫ ( ବିଏମସି ଟିଭି ଓଡ଼ିଆ) ରାଜଧାନୀ ଉପକଣ୍ଠ ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ତୁରିନ୍ତିରା ସ୍ଥିତ ମହାବୀର ଛକ ଏକ ଜଳଖିଆ ଦୋକାନରେ ଜଣେ ଯୁବକ ରଶି ଲଗାଇ ଝୁଲି ପଡ଼ିଛନ୍ତି । ମୃତ ଯୁବକ ହେଲେ ଗୁଆପୁର ପଞ୍ଚାୟତ ବସନ୍ତଡିହ ଗ୍ରାମର ରାଜ କିଶୋର ସାହୁଙ୍କ ପୁଅ ଶିଵ ପ୍ରସାଦ ସାହୁ । ବାପା ବଜାର ଉପରେ ମଦ ପିଉଥିବା ଦେଖି ସହି ପାରିଲା ନାହିଁ ପୁଅ । ବାରମ୍ବାର ବାପାଙ୍କୁ ମଦ ପିଇବା ପାଇଁ ପୁଅ ବାରଣ କରି ଆସୁଥିଲା । ବାପା ସୁଧୁରି ନ ଥିଲେ । ଆଜି ଶେଷରେ ନିଜ ଦୋକାନ ଭିତରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛି । ସୂଚନା ମୁତାବକ ରାଜ କିଶୋରଙ୍କ ଗୋଟିଏ ପୁଅ ଏବଂ ଝିଅ ଅଛନ୍ତି । ଶିଵ ଘରର ବଡ଼ ପୁଅ । ମହାବୀର ଛକରେ ବାପା ରାଜୁ ଦୀର୍ଘ ବର୍ଷ ହେଲା ଜଳଖିଆ ଦୋକାନ…

Read More

ରାୟଗଡ଼ ; ତା-୧୩/୦୫ ( ବିଏମସି ଟିଭି ଓଡ଼ିଆ) ରାୟଗଡ଼ ବ୍ଲକ ସଦଭାବନା ସଭାଗୃହ ପରିସରରେ ବ୍ଲକ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବିନ ଚନ୍ଦ୍ର ନାୟକ ଏଥିରେ ଅଧ୍ୟକ୍ଷତା କରି ସରକାରୀ ଯୋଜନାର କାର୍ଯ୍ୟକାରିତାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ରକ୍ଷାକରିବା ଏହାର ଉଦ୍ଦେଶ୍ୟ ବୋଲି କହିଥିଲେ। ଗତ ଏପ୍ରିଲ ଠାରୁ ସେପ୍ଟେମ୍ବର ମାସ ୨୦୨୫ ମଧ୍ୟରେ ମନରେଗା, ପି ଏମ ପୋଷଣ ଏବଂ ସାଧାରଣ ବଣ୍ଟନ ଭଳି ସରକାରୀ ଯୋଜନାର କାର୍ଯ୍ୟକାରିତା ବିଷୟରେ ଅନୁଷ୍ଠିତ ସାମାଜିକ ସମୀକ୍ଷାର ଜନ ଶୁଣାଣି କରାଯାଇଥିଲା। ବିଡ଼ିଓ ସୁଜିତ କୁମାର ମିଶ୍ର, ଏବିଡ଼ିଓ କାଳୁ ଚରଣ ନାୟକ, ଗ୍ରାମ ପଞ୍ଚାୟତ ବିକାଶ ଅଧିକାରୀ ସ୍ମୃତିରେଖା ନାୟକ, ବ୍ଲକ ସାମାଜିକ ସମୀକ୍ଷା ଅଧିକାରୀ ସତ୍ୟ ହୂଇକା, ଯୋଗାଣ ଅଧିକାରୀ ମାନସ ସୁନା ଓ ଶିକ୍ଷା ବିଭାଗରୁ ଏବିଇଓ ବଳରାମ ହୁଇକା ମଞ୍ଚାସିନ ଥିଲେ। ଗତ ୨୩ ଅକ୍ଟୋବର ୨୦୨୫ ଠାରୁ…

Read More

ଦଶରଥପୁର ; ତା-୧୩/୦୫ (ବିଏମସି ଟିଭି ଓଡ଼ିଆ) ) ବରଗଛରେ ରଶି ଲଗାଇ ଝୁଲି ପଡିଲେ ପ୍ରେମୀ ଯୁଗଳ । ଏହିଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଅନ୍ତର୍ଗତ ଶୁଶୁଆ ପଞ୍ଚାୟତ ଈଶ୍ୱରପୁର ଗ୍ରାମରେ । ଈଶ୍ୱରପୁର ଗ୍ରାମର ବିଲ ମଝିରେ ଏକ ବରଗଛର ଡାଳରେ ଝୁଲୁଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ମୃତ ପ୍ରେମୀ ଯୁଗଳ ମଧ୍ୟରୁ ପ୍ରେମିକ ଶୁଶୁଆ ପଞ୍ଚାୟତ ଈଶ୍ୱରପୁର ଜେନାସାହି ମଙ୍ଗୁଳି ଦାସଙ୍କ ପୁଅ ସମୀର ଦାସ (୨୨) ବୋଲି ଜଣାପଡିଥିବା ବେଳେ ଯୁବତୀ ସେହି ଥାନା ଅଧିନ ମଲ୍ଲୀକାପୁର ପଞ୍ଚାୟତ ମହାନ୍ତିପାଟଣା ଗ୍ରାମର ରବୀନ୍ଦ୍ର ମଲ୍ଲିକଙ୍କ ଝିଅ ସୁରେଖା ମଲ୍ଲିକ (୨୦)। ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ରହିଥିବା ବେଳେ ଆଜି ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଘଟଣା ସନ୍ଦେହ ସୃଷ୍ଟି କରିଛି, ମୃତ ଯୁବକ କେରଳର ଏକ ଘରୋଇ କମ୍ପାନୀରେ କାମ…

Read More

ବେଲଗୁଣ୍ଠା, ତା-୧୩/୦୫, ( ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ ତନରଡା ସ୍ଥିତ ଅଷ୍ଟମ ସ୍ୱତନ୍ତ୍ର ବାଟାଲିଅନର ହାବିଲଦାର ଦେବାଶିଷ ବେହେରା ମଙ୍ଗଳବାର ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ସ୍ବର୍ଗତ ଦେବାଶିଷଙ୍କ ନିଜ ଘର ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚନ୍ଦ୍ରପୁଟ ଗ୍ରାମର ସୁବ୍ରତ ବେହେରାଙ୍କ ପୁଅ। ଦେବାଶିଷଙ୍କ ଦୁଇଟି ଝିଅ ହୋଇଥିବା ବେଳେ ସେମାନେ ପରିବାର ସହିତ ନିଜ ଗ୍ରାମରେ ରହି ଆସୁଥିଲେ। ମଙ୍ଗଳବାର ରାତିରେ ହାବିଲଦାର ଦେବାଶିଷ ବେଲଗୁଣ୍ଠା ଥାନା ଅନ୍ତର୍ଗତ କୁରୁଳେଇ ରାସ୍ତାର ଏକ ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଖବରପାଇ ବେଲଗୁଣ୍ଠା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ। ଏନେଇ ବେଲଗୁଣ୍ଠା ଥାନାରେ କେଶ୍ ନମ୍ୱର୍ ୧୬/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଦେବାଶିଷଙ୍କ ପରିବାର ଲୋକଙ୍କୁ ଡକାଇ ତାଙ୍କ…

Read More

ସମ୍ବଲପୁର ; ତା.୧୨/୦୫ (ବିଏମସି ଟିଭି ଓଡିଆ) ଆକାଶବାଣୀର ୯୦ ବର୍ଷ ଗୌରବମୟ ଯାତ୍ରା ଉପଲକ୍ଷେ ଦେଶର ପ୍ରମୁଖ ଆକାଶବାଣୀ କେନ୍ଦ୍ରମାନଙ୍କରେ ବିଭିନ୍ନ ପ୍ରକାର ସଂଗୀତ ସମାରୋହର ଆୟୋଜନ କରାଯାଉଅଛି। ଏହି କ୍ରମରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ତରଫରୁ ଲୋକ ସଂଗୀତ ସମାରୋହ ‘ନୁଆଁ ନବେ’ କାର୍ଯ୍ୟକ୍ରମ ସ୍ଥାନୀୟ ଜିଲ୍ଲା ପ୍ରେକ୍ଷାଳୟର ତପସ୍ୱିନୀ ହଲ୍‌ରେ ନିମନ୍ତ୍ରିତ ଅତିଥିମାନଙ୍କ ଗହଣରେ ଗତକାଲି ସନ୍ଧ୍ୟାରେ ସମ୍ପନ୍ନ ହୋଇଯାଇଛି। କେନ୍ଦ୍ରର ଭାରପ୍ରାପ୍ତ କାର୍ଯ୍ୟକ୍ରମ ମୁଖ୍ୟ ସନ୍ତୋଷ ପିଙ୍ଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରାରମ୍ଭିକ ସଭାରେ ଲୋକପ୍ରିୟ ରଙ୍ଗବତୀ ଗୀତର ସୁନାମଧନ୍ୟ ଗୀତିକାର ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ପଦ୍ମଶ୍ରୀ କ୍ରୀଷ୍ଣା ପଟେଲ ଏବଂ କେନ୍ଦ୍ରର ଅଭିଯାନ୍ତ୍ରିକୀ ମୁଖ୍ୟ ସନ୍ତୋଷ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଆକାଶବାଣୀ କେବଳ ଶିକ୍ଷା, ସୂଚନା ଏବଂ ମନୋରଞ୍ଜନର ମାଧ୍ୟମ ନୁହେଁ, ଭାଷା, ସାହିତ୍ୟ, କଳା, ସଂସ୍କୃତି ଏବଂ ପରମ୍ପରାର ମୌଳିକତାକୁ ବଞ୍ଚାଇରଖିବା ସହିତ ଅନେକ…

Read More

ଭୁବନେଶ୍ଵର ; ତା-୧୩/୦୫ ( ବିଏମସି ଟିଭି ଓଡ଼ିଆ) ବାଲିଅନ୍ତା ଘଟଣା ମନରୁ ନଲିଭୁଣୁ ରାଜଧାନୀରୁ ଆସିଛି ପୁଣି ଏକ ଲଜ୍ଜାଜନକ ଘଟଣା। ବୟଫ୍ରେଣ୍ଡ୍ ରୁମରେ ଗଲଫ୍ରେଣ୍ଡକୁ ଗଣଦୁଷ୍କର୍ମ । ଏଭଳି ଘଟଣା ଦେଖିବାକୁ ଇନଫୋଭ୍ୟାଲି ଥାନା କାଇମାଟିଆ ଅଞ୍ଚଳରେ। ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ପ୍ରେମିକ ସହ ୩ ଜଣ କଲେଜ ଛାତ୍ରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆସିଛି । ପୀଡିତା ଜଣକ ଏକ ଘରୋଇ କଲେଜର ଛାତ୍ରୀ ହୋଇଥିବା ଜଣାପଡିଛି। ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସିପୁନ ବେହେରା,ରଞ୍ଜନ ବେହେରା ,ଶୁଭଙ୍କର ପାଢ଼ୀ ଓ ରତିକାନ୍ତ । ଦୁଷ୍କର୍ମ ପଛରେ ବୟଫ୍ରେଣ୍ଡ ଓ ତାର ସାଙ୍ଗ ସାମିଲ ଥିଲେ । ଅଭିଯୁକ୍ତକୁ ଗିରଫ ପରେ ପୁଲିସ୍‌ ତଦନ୍ତ ଜାରି ରଖିଛି। ବିଏମସି ନ୍ଯୁଜ୍ ଓଡ଼ିଶା ।

Read More

ବଲାଙ୍ଗୀର/ଟିଟିଲାଗଡ ; ତା-୧୩/୦୫ ( ବିଏମସି ଟିଭି ଓଡ଼ିଆ ) ଟିଟିଲାଗଡ ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ ପାଇଁ ଚଳିତ ବର୍ଷ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ୧୦ ଟା ରୁ ଦ୍ୱିପହର ୨ ଟା ପର୍ଯ୍ୟନ୍ତ ଇଚ୍ଛୁକ ଥିବା ପ୍ରାର୍ଥୀ ମାନେ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହି ନାମାଙ୍କନ ପ୍ରକ୍ରିୟାକୁ ସଠିକ୍ ଭାବରେ ନିରୀକ୍ଷଣ କରିବା ପାଇଁ ଏକ ଟିମ ଗଠନ କରାଯାଇଥିଲା। ସେହି ଟିମରେ ସହରର ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ରାଧେଶ୍ୟାମ ଅଗ୍ରୱାଲ, ଶ୍ରୀ ଡମ୍ବରୁ ଧର କର୍ମି ଓ ସଞ୍ଜିତ ଚାଟାର୍ଜୀ ଦାୟିତ୍ଵ ତୁଲାଇଥିଲେ। ସଂଧ୍ୟା ଚାରିଟା ସମୟରେ ସ୍ମୃଟନି ପାଇଁ ସମସ୍ତ ପ୍ରାର୍ଥୀ ଦାଖଲ କରିଥିବା ଆବେଦନ ପତ୍ର ଯାଞ୍ଚ କରିଥିଲେ ସେଥିରେ କାହାର ବି ପ୍ରାର୍ଥୀ ପତ୍ର ନାକଚ ହୋଇ ନ ଥିଲା। ତେବେ ମଙ୍ଗଳବାର ସଂନ୍ଧ୍ୟାରେ ସ୍ଥାନିୟ ଧର୍ମଶାଲା ଠାରେ ନିର୍ଵାଚନ ଅଧିକାରି ଆଇନଜୀବୀ ଶ୍ରୀଯୁକ୍ତ ରାଧେଶ୍ୟାମ…

Read More

ପୁଦୁଚେରୀ ; ତା-୧୩/୦୫ ( ବିଏମସି ଟିଭି ଓଡ଼ିଆ ) ବୁଧବାର ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଏନ ରଙ୍ଗାସାମୀ। ଏଆଇଏନଆରସି ପ୍ରତିଷ୍ଠାତା ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।ପୁଡୁଚେରୀର LG କେ କୈଳାଶନାଥନ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବିନଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରାଯାଇଥିଲା। ସମାରୋହ ପରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଭୋଟରଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ ଏବଂ ନବଗଠିତ NDA ସରକାରଙ୍କ ପ୍ରାଥମିକତା ଉପରେ ଆଲୋକପାତ କରିଥିଲେ। “ଜନତାଙ୍କ କଲ୍ୟାଣ ପାଇଁ ସମସ୍ତ ଆବଶ୍ୟକୀୟ ଯୋଜନାକୁ ଆହୁରି ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବା ଆମ ସରକାରଙ୍କ କର୍ତ୍ତବ୍ୟ। ଆମେ ନିଶ୍ଚିତ ଭାବରେ ଏହି ଦାୟିତ୍ୱକୁ ଉତ୍କର୍ଷତାର ସହିତ ପାଳନ କରିବୁ,” ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ପୁଡୁଚେରୀ ସରକାରରେ ବିଜେପି ନେତା ଏ ନମାସ୍ସିଭୟମ୍ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବରେ…

Read More

ବଲାଙ୍ଗିର ; ତା-୧୩/୦୫ ( ବିଏମସି ଟିଭି ଓଡ଼ିଆ ) ବଲାଙ୍ଗୀର ଜିଲ୍ଲାର ଚୁଡାପାଲି ଅଞ୍ଚଳରେ “ସାହୁ କ୍ଲିନିକ” ନାମରେ ଚାଲୁଥିବା ଏକ ବେଆଇନ ଚିକିତ୍ସା କେନ୍ଦ୍ରକୁ ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି କ୍ଲିନିକରେ ଯଥାର୍ଥ ଯୋଗ୍ୟତା ନଥିବା ଜଣେ ବ୍ୟକ୍ତି ଡାକ୍ତର ସାଜି ଚିକିତ୍ସା କରୁଛନ୍ତି। ବିଶେଷ କରି ଦାନ୍ତ ଚିକିତ୍ସା ନାମରେ ରୋଗୀମାନଙ୍କୁ ଭୁଲ ଚିକିତ୍ସା ଦେଇ ଅର୍ଥ ଆଦାୟ କରାଯାଉଥିବାର ଅଭିଯୋଗ ହେଉଛି। ଯଥାର୍ଥ ଚିକିତ୍ସା ସାଜସଜ୍ଜା ଉପକରଣ ଓ ପରିବେଶ ନଥିବା ସତ୍ତେ ମଧ୍ୟ ଏହିପରି କ୍ଲିନିକ ଚାଲୁଥିବାରୁ ଲୋକଙ୍କ ସ୍ୱାସ୍ଥ୍ୟ ଜୋଖିମରେ ପଡ଼ୁଛି।ସ୍ଥାନୀୟ ଅଞ୍ଚଳବାସୀମାନେ ପ୍ରଶାସନଙ୍କୁ ଏହି ବେଆଇନ କ୍ଲିନିକ ଉପରେ ତଦନ୍ତ କରି ଶୀଘ୍ର କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଯଦି ଏହାକୁ ଗମ୍ଭୀରତାର ସହ ନେଇ ପଦକ୍ଷେପ ନ ନେଉଛି, ତେବେ ଆଗାମୀଦିନରେ ବଡ଼ ଅପମୃତ୍ୟୁ ଘଟିପାରେ ବୋଲି ଭୟ…

Read More

କିଶୋରନଗର ; ତା-୧୨/୦୫ ( ବିଏମସି ଟିଭି ଓଡ଼ିଆ ) ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ ଅନ୍ତର୍ଗତ ଯାମୁନାଳୀ ଠାରେ ଥିବା ବରୋଦା ବ୍ୟାଙ୍କ ପକ୍ଷରୁ ଗ୍ରାହକ ମାନଙ୍କୁ ନେଇ ଏକ ବୈଠକ ହୋଇଥିଲା । ବ୍ୟାଙ୍କ ଉଚ୍ଚ ଅଧିକାରୀ ମାନେ ସମୀକ୍ଷା ବୈଠକ କରିଥିଲେ । ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟର ବରିଷ୍ଠ ପରିଚାଳକ ଶ୍ରୀଯୁକ୍ତ ନନ୍ଦ କିଶୋର ଦଣ୍ଡ ସେନାଙ୍କ ଅଧ୍ୟକ୍ଷତା ରେ ଜାମୁନାଳୀ ଗ୍ରାମର ସରପଞ୍ଚ ଗ୍ରାହକ ବରିଷ୍ଠ ଗ୍ରାହକ ମାନଙ୍କୁ ନେଇ ବୈଠକ ହୋଇଥିଲା । ଜାମୁନାଳୀ ଗ୍ରାମର ଗ୍ରହକ ଓ ସରପଞ୍ଚ ବ୍ୟାଙ୍କ ର ସମସ୍ତ କର୍ମ ଚାରି ଉପସ୍ଥିତ ଥିଲେ ।ବୈଠକ ରେ ଗ୍ରାହକ ମାନଙ୍କୁ ସେମାନଙ୍କ ର ସମସ୍ତ ସୁବିଧା ଉପରେ ଆଲୋଚନା ହୋଇଥିଲା ।ସେମାନଙ୍କ ର ଚିନ୍ତା ଧାରା ଦୂର କରିବା ପାଇଁ ନେଟ ୱର୍କ ସମସ୍ୟା ଯୋଗୁଁ OTP ସହିତ ବିଭିନ୍ନ ପ୍ରକାର ସମସ୍ୟା ରେ ସମ୍ମୁଖୀନ ହେବାକୁ…

Read More

ବୋଲଗଡ଼ ; ତା-୧୨/୦୫ ( ବିଏମସି ଟିଭି ଓଡ଼ିଆ) ମଙ୍ଗଳବାର ଅପରାହ୍ନରେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେଉକ୍ତ କାର୍ଯ୍ୟାଳୟ ଅନ୍ତର୍ଗତ ବର୍ତ୍ତମାନ କାର୍ଯ୍ୟରତ ଏବଂ ସେବା ନିବୃତ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଅଭିଯୋଗ ଶୁଣାଣି ନିମିତ୍ତ ଏକ ଶିବିରର ଆୟୋଜନ କରାଯାଇଥିଲା । ସମୁଦାୟ ୩୮ଜଣଶିକ୍ଷକ ଶିକ୍ଷୟିତ୍ରୀ ସମ୍ପୃକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରିଥିଲେ । ସେବା ପୁସ୍ତିକାରେ ସ୍ଥାନ ପାଇ ନଥିବା ଯୋଗ୍ୟତା, ଟ୍ରାନ୍ସଫର, ଜିଆଇଏସ, ଇନ୍କ୍ରିମେଣ୍ଟ,,ଏରିଅର, ଜିପିଏଫ, ଲିଭ ସାଂକ୍ସନ ଓ ଷ୍ଟେପ ଅପ ସମ୍ବନ୍ଧୀୟ ସମୁଦାୟ ୯୬ଟି ଅଭିଯୋଗ ଆଗତ କରାଯାଇଥିଲା। ଉକ୍ତ ଶିବିରରେ ବୋଲଗଡ଼ ମଣ୍ଡଳସାଧନ କେନ୍ଦ୍ର ସଂଯୋଜକ କୈଳାସନାଥ ସ୍ୱାଇଁ, ବରିଷ୍ଠ କିରାଣୀ ଶେଖ ମୁନିର, ବୋଲଗଡ଼ ମଣ୍ଡଳ ଶୈକ୍ଷିକ ଉନ୍ନୟନ ପରିଷଦର ଉପଦେଷ୍ଟା ପଦ୍ମ ଚରଣ ବେହେରା, ଅଧ୍ୟକ୍ଷ ରବୀନ୍ଦ୍ର କୁମାର ବେହେରା, ସମ୍ପାଦକ ପ୍ରମୋଦ କୁମାର ହୋତା, ଯୁଗ୍ମ ସମ୍ପାଦକ ଅଶୋକ କୁମାର…

Read More

ସମ୍ବଲପୁର ; ତା.୧୨/୦୫ (ବିଏମସି ଟିଭି ଓଡିଆ) ସମ୍ବଲପୁର ଉପକଣ୍ଠ ସ୍ଥିତ ଧନୁପାଲି ଶିଶୁ ବିଦ୍ୟା ମନ୍ଦିର ଠାରେ ଏ-୧ ପ୍ରାପ୍ତ କୃତି ଶିକ୍ଷାର୍ଥୀମାନଙ୍କ ପାଇଁ ଆଜି ଏକ ମେଧାବୀ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ମୁଖ୍ୟ ଅତିଥି ରୂପରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ସଭାପତି ଡ଼କ୍ଟର ଦେବେନ୍ଦ୍ର ପଣ୍ଡା ଦୀପ ପ୍ରଜ୍ବଳନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିଭୁ ପ୍ରସାଦ ମହାପାତ୍ର ଅତିଥି ପରିଚୟ ପ୍ରଦାନ ସହ କୃତି ଛାତ୍ରଛାତ୍ରୀ ମାନଙ୍କ ବିବରଣୀ ପାଠ କରିଥିଲେ। ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ପ୍ରଦୀପ ପଣ୍ଡା କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ଶିକ୍ଷା ଅଧିକାରୀ, ବିଦ୍ୟାଳୟର ସଭାପତି, ଉପ-ସଭାପତି ଡାକ୍ତର ଝାଙ୍କର, ସମ୍ପାଦକ ଜୟଶଙ୍କର ପାଢ଼ୀ, ସହ- ସମ୍ପାଦକ ଅଭିମନ୍ୟୁ ସାହୁ, ଅବିନାଶ ସାହୁ ଜିଲ୍ଲା ଟପର, ଅନୁରାଗ ସାହୁ, ସ୍ଥିତପ୍ରଜ୍ଞା ଧର, ଶୁଭଶ୍ରୀ ନାଏକ,…

Read More