ରାୟଗଡ଼ା ; ତା-୧୭/୦୪ ( ବିଏମସି ଟିଭି ଓଡ଼ିଆ) ରାୟଗଡା ଜିଲ୍ଲାରେ ଏପ୍ରିଲ ଷୋହଳ ତାରିଖରୁ ଆରମ୍ଭ ହେଲା ଗୃହ ଗଣନା । ଏପ୍ରିଲ ଷୋହଳ ରୁ ଅଠର ତାରିଖ ମଧ୍ୟରେ ସମସ୍ତ ଗୃହକୁ ନମ୍ବର ଦିଆଯିବା ସହ ପ୍ରତି ଗୃହ ଗଣନା ବ୍ଳକର ମ୍ୟାପ୍ ପ୍ରସ୍ତୁତି କାର୍ଯ୍ୟ ଚାଲୁରହିଛି । ପ୍ରଥମ ଦିନରେ ରାୟଗଡ଼ ବ୍ଲକର ସମସ୍ତ ଗ୍ରାମ ଓ ପଡା ଗୁଡିକ ଗଣନାକାରୀ ଓ ସୁପରଭାଇଜର ପରିଦର୍ଶନ କରି ଅବସ୍ଥିତି ଅନୁସାରେ ଗୃହ ଗୁଡିକୁ ସଂଖ୍ୟାୟନ କରିବା ସହ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ରାୟଗଡ଼ ବ୍ଳକର ମୋଟ ଚାରିଶହ ଦଶ ଗୋଟି ଗୃହ ଗଣନା ବ୍ଳକ ନିମନ୍ତେ ଦୁଇ ଶହ ଚୌରାଳିଶି ଜଣ ଗଣନାକାରୀ ଓ ବୟାଳିଶି ଜଣ ପରିଦର୍ଶକ ନିଯୁକ୍ତ ହୋଇଥିବା ତହସିଲଦାର ତଥା ଚାର୍ଜ ଅଧିକାରୀ ପ୍ରିୟଦର୍ଶିନୀ ସ୍ଵାଇଁ ପ୍ରକାଶ କରିଛନ୍ତି । ପ୍ରଥମ ଦିନରେ ଏକତୃତୀୟାଂଶ କାର୍ଯ୍ୟ ସମ୍ପାଦନ ହୋଇଥିବା…
Author: bmcnews
ବନ୍ଧୁଗାଁ ; ତା-୧୭/୦୪ ( ବିଏମସି ଟିଭି ଓଡ଼ିଆ) କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁରେ ତସିଲଦାରକୁ ବିଭିନ୍ନ ଦାବିନେଇ ଚାଷୀ ମୂଲିଆ ସଂଘ ତରଫରୁ ଦାବିପତ୍ର ପ୍ରଦାନ କରିଛନ୍ତି । ଜଙ୍ଗଲ ଆଦିକାରୀ ଆଇନକୁ ୨୦୦୬ର ଅନୁଯାୟୀ ସିଜିମାଳୀରେ ଆଦିବାସୀ ମାନଂକୁ ଜଙ୍ଗଲ ଆଦିକାରୀ ସୁନିଶ୍ଚିତ ହେଇନାହିଁ। ବ୍ୟକ୍ତିଗତ ଓ ଗୋଷ୍ଟିଗତ ଆଧିକାର ଦାବିକୁ ଏଯାଏ ସ୍ବିକ୍ରୁତି ଦିଆଯାଇନି। ପୋଲିସ ଦମନ ବନ୍ଦ କରାଯାଉ, ବେଦାନ୍ତ କମ୍ପାନୀ ବନ୍ଦ କରାଯାଉ। ଆଦିବାସୀ ମାନଂକୁ ଜଳ, ଜମି, ଜଙ୍ଗଲ ପରିବେଶ ଅଧିକାର ଦିଆଯାଉ। ଦାବି ଗୁଡିକ ହେଲା:୧.ସିଜିମାଳିରେ ସରକାର ଗ୍ରାମ ଶୋଭା ଜାଲିଆତିର ତଦନ୍ତ ବନ୍ଦ କରାଯାଉ। ୨.ଗଣତାନ୍ତ୍ରିକ ଭାବେ ଅନ୍ଦୋଳନ କୁ କରୁଥିବା ଲୋକକୁ ଉପେର ପୋଲିସ ଦାମନ ତୁରୁନ୍ତୁ ବନ୍ଦ କରାଯାଉ। ୩.ମାଳି ପାଵର୍ତ (ସିମିଲିଗୁଡା), ସେରିବନ୍ଦ (ପୋଟାଙ୍ଗୀ ), କୁତ୍ରିମଳୀ (କାଶୀପୁର )ଓ ବାଳଡା (ନନ୍ଦପୁର )ଆଦିରରେ ସ୍ଥାନୀୟଲୋକକୁ ଭିଟାମାଟିକୁ ଦଂସ କରିବାକୁ ଜଉଟିବା ଖଣି କନ୍ନ ପୋକଳ୍ପ…
ଅନୁଗୋଳ/ କିଶୋର ନଗର ; ତା-୧୮/୦୪ ( ବିଏମସି ଟିଭି ଓଡ଼ିଆ ) ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ ଅନ୍ତର୍ଗତ NIWCYD ପକ୍ଷରୁ ନାକଚି ଗ୍ରାମ ପଞ୍ଚାୟତର କଣ୍ଡାଳ ଗ୍ରାମରେ ସ୍ଥାନୀୟ ସମୁଦାୟ ସଦସ୍ୟ, ସ୍ଟେକହୋଲ୍ଡର ଏବଂ ସ୍ୱଚ୍ଛତା କର୍ମୀମାନଙ୍କ ସହଯୋଗରେ ଏକ ସ୍ୱଚ୍ଛତା ଅଭିଯାନ (Cleaning Drive Program) ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସାର୍ବଜନିକ ସ୍ଥାନ, ରାସ୍ତା କୂଳ ଓ ଆସପାସ ଅଞ୍ଚଳ ସଫା କରାଯାଇଥିଲା। ଗ୍ରାମବାସୀମାନଙ୍କ ମଧ୍ୟରେ ସ୍ୱଚ୍ଛତା, ସ୍ୱାସ୍ଥ୍ୟ ସଚେତନତା ଓ ପରିବେଶ ସୁରକ୍ଷା ପ୍ରତି ଜାଗୃକତା ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସ୍ଥାନୀୟ ଲୋକମାନେ ଉତ୍ସାହର ସହିତ ଯୋଗଦେଇ ସ୍ୱଚ୍ଛ ଓ ସୁସ୍ଥ ଗ୍ରାମ ଗଠନ ପ୍ରତି ସମର୍ଥନ ଜଣାଇଥିଲେ। କାର୍ଯ୍ୟକ୍ରମର ଫଳାଫଳ:ଏହି ସ୍ୱଚ୍ଛତା ଅଭିଯାନ ମାଧ୍ୟମରେ ସ୍ୱଚ୍ଛତାର ଗୁରୁତ୍ୱ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଲା, ସାର୍ବଜନିକ ସ୍ଥାନରେ ଆବର୍ଜନା ସଂଗ୍ରହ କମିଲା ଏବଂ ଗ୍ରାମବାସୀମାନେ ନିୟମିତ ସଫା-ସୁଥା…
ମାଲକାନଗିରି ; ତା-୧୮/୦୪ { ବିଏମସି ଟିଭି ଓଡ଼ିଆ) ଜିଲ୍ଲାର ପ୍ରତିଟି ନାଗରିକଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଏବଂ ଚିକିତ୍ସା ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ବ୍ୟାପକ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି। ବୈଠକ ପ୍ରାରମ୍ଭରେ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ତୃଣମୂଳ ସ୍ତରରେ ଥିବା ସ୍ୱାସ୍ଥ୍ୟ ଉପ-କେନ୍ଦ୍ରଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ସରକାରଙ୍କ ପ୍ରମୁଖ ଜନହିତକର ଯୋଜନା ଯଥା- ଆୟୁଷ୍ମାନ ଭାରତ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ସଫଳ ରୂପାୟନ ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଥିଲେ। କୌଣସି ବି ଯୋଗ୍ୟ ହିତାଧିକାରୀ…
ବାଙ୍କୀ; ତା-୧୬/୦୪ ( ବିଏମସି ଟିଭି ଓଡ଼ିଆ) ଦୀର୍ଘଦିନ ଧରି ବାଙ୍କୀବାସୀଙ୍କ ମୁଖ୍ୟ ସମସ୍ୟା ପାଲଟିଛି ବାଙ୍କୀ ରୁ କଟକକୁ ସଂଯୋଗ କରୁଥିବା ରାସ୍ତା।ଯାହାକି ବାଙ୍କୀବାସୀଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ଭାବେ ଏବେ ଛିଡ଼ା ହୋଇଛି ବାଙ୍କୀବାସୀଙ୍କ ସାମ୍ନାରେ। ପ୍ରତେକ ଦିନ ବ୍ୟବସାୟ, କଲେଜ୍ ରେ ପଢୁଥିବା ଛାତ୍ର ଛାତ୍ରୀ ଏବଂ ରୋଗୀଙ୍କର ଯାତାୟାତର ମୁଖ୍ୟ ରାସ୍ତା ହେଉଛି ବାଙ୍କୀ ରୁ କଟକକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା।ଅନେକ ସମୟରେ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ବାହାରି ପାରିନି ବାଙ୍କୀ ପ୍ରଶାସନ ତରଫରୁ। ଯାହାକି ବାଙ୍କୀ ପ୍ରଶାସନର ପାରିବା ପଣିଆ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡୁଛି କିନ୍ତୁ ଏ ସମସ୍ୟା ଆଉ ବେଶିଦିନ ନୁହେଁ ବୋଲି ବାଙ୍କୀର ଯୁବ ସମାଜସେବୀ ଅବିନାଶ ପଟ୍ଟନାୟକ କହିଛନ୍ତି।ଦୀର୍ଘଦିନର ସମସ୍ୟା ବହୁତ୍ ଶୀଘ୍ର ସମାଧାନ ହେବା ପାଇଁ ଆଜି ବାଙ୍କୀ ଉପଜିଲ୍ଲାପାଳଙ୍କୁ ସାକ୍ଷାତକରି ଦାବିପତ୍ର ଦେଇଛନ୍ତି।ଅବିନାଶ…
ମାଲକାନଗିରି ; ତା-୧୪/୦୪ ( ବିଏମସି ଟିଭି ଓଡ଼ିଆ) କୁଡୁମୁଲୁଗୁମ୍ମା ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଓଡିଆ ନବବର୍ଷ, ହନୁମାନ ଜୟନ୍ତୀ ଓ ମହାବିଷୁବ ପଣା ସଂକ୍ରାନ୍ତି ଧୁମଧାମରେ ପାଳିତ ହୋଇଯାଇଛି । ଆଜିର ଏହି ଉତ୍ସବରେ ଗ୍ରାମର ପୁରୋହିତ ରମେଶ ଚନ୍ଦ୍ର ରଥଙ୍କ ପୈାରହିତରେ ଯଥା ବିଧିବିଧାନ ପୂର୍ବକ ହନୁମାନ ଶ୍ରୀଜିଉଙ୍କ ପୁଜନ କାର୍ଯ୍ୟ ଆରମ୍ଭ ହୋଇଥିଲା ଏଥିରେ ଗଣେଶ ପ୍ରସାଦ ଦାଶ ମୁଖ୍ୟ କର୍ତ୍ତା ଭାବେ ଉପସ୍ଥିତ ରହି ପୂଜାକାର୍ଯ୍ୟ ରେ ସହଯୋଗ କରିଥିଲେ । କୁଡୁମୁଲୁଗୁମ୍ମା ଓ ଏହାର ଆଖପାଖ ଅଞ୍ଚଳର ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ଶ୍ରୀଜିଉଙ୍କ ଦିବ୍ୟ ମୁର୍ତ୍ତି ଦର୍ଶନ କରିଥିଲେ , ଏକ ଆଧ୍ୟାତ୍ମିକ ପରିବେଶ ଭିତରେ ଭକ୍ତମାନଙ୍କର କରତାଳି, ଶ°ଖନାଦ ଓ ହୁଳହୁଳି ଧ୍ବନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇ ଉଠିଥିଲା । ଦିବା ଦୁଇ ଘଣ୍ଟିକା ସମୟରେ ସମସ୍ତ ଭକ୍ତମାନେ ଅନ୍ନ ପ୍ରସାଦ ପାଇ ନିଜ ଘରକୁ…
ବୋଲଗଡ ; ତା-୧୨/୦୪ ( ବିଏମସି ଟିଭି ଓଡ଼ିଆ) ବୋଲଗଡ ବ୍ଲକ ଶିକ୍ଷା ଅନ୍ତର୍ଗତ ବାଙ୍କୋଇ ସ୍ଥିତ ପାଞ୍ଚଗଡ ଅନଙ୍ଗ ନରେନ୍ଦ୍ର ପ୍ରାରମ୍ଭିକ ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ଶିକ୍ଷା ଅନୁଷ୍ଠାନ ର ଅନୁକୁଲ୍ୟ ରେ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବ ରେ ଶିକ୍ଷା ଅନୁଷ୍ଠାନ ର ଅଧ୍ୟକ୍ଷ ମନୋରଞ୍ଜନ ଦାସଙ୍କ ସଭାପତିତ୍ବ ରେ ମୂଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ , ମୁଖ୍ୟ ବକ୍ତା ଭାବେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧକ୍ଷ ଡଃ ତାପସ କୁମାର ନାୟକ ଓ ସମ୍ମାନିତ ଅତିଥି ଭାବେ ଶିକ୍ଷା ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ଶିକ୍ଷାବିତ କାଳି ଚରଣ ଜୟସିଂହ, ସମ୍ପାଦିକା କୁମୁଦିନୀ ଜୟସିଂହ, ବୋଲଗଡ ବ୍ଲକ ଅଧ୍ଯକ୍ଷା ହୁଲ୍ଲାସ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଅନାଦି ସାହୁ, ସମିତି ସଭ୍ୟ ରଞ୍ଜନ ଲେଙ୍କା, ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ…
ବୋଲଗଡ ; ତା-୧୧/୦୪ (ବିଏମସି ଟିଭି ଓଡ଼ିଆ ) ରାଜସୁନାଖଳା ଗଣେଶ ବଜାରସ୍ଥିତ “ଲଷ୍ମୀ ଟାୱାର କାର୍ଯ୍ୟାଳୟଠାରେ ଉତ୍କଳୀୟମ୍ ଫାଉଣ୍ଡେସନ ଟ୍ରଷ୍ଟ ଓ ରାଜ୍ ଯୁବ ପ୍ରତିଷ୍ଠାନର ଅଧ୍ୟକ୍ଷ ରାଜୀବ ଲୋଚନ ପ୍ରଧାନଙ୍କ ଆବାହକତ୍ୱରେ ଶନିବାର ବିଶ୍ୱ ଛେନାପୋଡ଼ ଦିବସ ପାଳିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଣପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧାନ ଓ ସଂମ୍ମାନିତ ଅତିଥିଭାବେ ରଣପୁର ବ୍ଲକ ବିଜେଡି ସଭାପତି ସଚିକାନ୍ତ ଷଡ଼ଙ୍ଗୀ,ସମାଜସେବୀ ବିଶିକେଶନ ସାହୁଙ୍କ ସମେତ ରାଜସୁନାଖଳା ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାବିତ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ । ବିଶ୍ୱ ଛେନାପୋଡ଼ ଦିବସ ନୟାଗଡ଼ ଜିଲ୍ଲାକୁ ଗୈାରବାନ୍ୱିତ କରି ଛେନାପୋଡ଼ ସୁନାମ ଅର୍ଜ୍ଜନ କରିଛି। ମିଠା ଜଗତରେ ନିଜର ଏକ ସ୍ୱତନ୍ତ୍ରସ୍ଥାନ ସୃଷ୍ଟି କରିଥିବା ଏହି ଛେନାପୋଡ ବର୍ତ୍ତମାନ ନୟାଗଡ଼ରୁ ପ୍ରସ୍ତୁତ ହୋଇ ପ୍ରତ୍ୟେକ ଦିନ ରାଜ୍ୟ ଓ ରାଜ୍ୟ ବାହାରକୁ ପ୍ରଚୁର ପରିମାଣରେ ପଠାଯାଉଛି। ୨୦୨୩ରେ…
କୋରାପୁଟ ; ତା-୧୦/୦୪ ( ବିଏମସି ଟିଭି ଓଡ଼ିଆ) କୋରାପୁଟ ସ୍ଥାନୀୟ ପୂଜାରୀପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପୋଲିସ ଓ ମାଳିସାହି କ୍ଲଷ୍ଟର ଅନ୍ତର୍ଗତ ଶିକ୍ଷକ ମାନଙ୍କୁ ନେଇ ଦୁଇ ଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କର୍ମଶାଳା ଉଦଯାପିତ ହୋଇଯାଇଛି। ପ୍ରଥମ ଦିନର ଉଦଘାଟନୀ ଉତ୍ସବରେ ଜୟପୁର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷା ମମତା ଝଡିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶିକ୍ଷକ ପ୍ରଶିକ୍ଷିକା କୁସୁମ ପାଣ୍ଡେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶିକ୍ଷାଦାନ ପ୍ରଣାଳୀରେ ଶିକ୍ଷଣ ସାମଗ୍ରୀ ର ଆବଶ୍ୟକତା, ବ୍ୟବହାର ଓ ପ୍ରଭାବ ଉପରେ ଶ୍ରୀମତୀ ଝଡ଼ିଆ ନିଜ ମତ ରଖିଥିଲେ। ଦ୍ୱିତୀୟ ଦିନର ଏହି କର୍ମଶାଳାରେ ଜିଲ୍ଲା ଶିକ୍ଷା ବିଜ୍ଞାନ ସଂଯୋଜକ ଚନ୍ଦ୍ରକଳା ବଗର୍ତ୍ତି ଯୋଗ ଦେଇ ଶିକ୍ଷଣ ସାମଗ୍ରୀର ଗୁରୁତ୍ୱ ଓ ପିଲାଙ୍କ ଉପରେ ଏହାର ପ୍ରଭାବ ସମ୍ବନ୍ଧରେ ଉପସ୍ଥିତ ଶିକ୍ଷକଶିକ୍ଷୟତ୍ରୀ ମାନଙ୍କୁ ସୂଚନା ଦେଇଥିଲେ। କୋରାପୁଟ…
ବିଏମସି ଟିଭି ଓଡ଼ିଆ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ଅନ୍ତ ପାଇଁ ଅଧିକାରୀ ମାନଙ୍କ ମଧ୍ୟରେ ଆଲୋଚନା ହୋଇଥିବା ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ଯାହା ୪୭ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ପ୍ରଥମ ଶାନ୍ତି ଆଲୋଚନା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ଇରାନ ସଂସଦ ବାଚସ୍ପତି ମହମ୍ମଦ ବି. ଗାଲିବାଫଙ୍କ ମଧ୍ୟରେ ଆଲୋଚନାର ଆୟୋଜନ କରିଥିଲେ। ଆମେରିକା ପ୍ରତିନିଧିମଣ୍ଡଳରେ ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟକଫ ଏବଂ ଟ୍ରମ୍ପଙ୍କ ଜ୍ୱାଇଁ ଜାରେଡ୍ କୁଶନର ଯୋଗ ଦେଇଥିଲେ। ଇରାନର ପ୍ରତିନିଧିମଣ୍ଡଳରେ ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଘଚି ମଧ୍ୟ ଉପସ୍ଥିତ ଥିଲେ । ଫେବୃଆରୀ ଶେଷ ଭାଗରେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ସମନ୍ୱିତ ଆକ୍ରମଣ ଆରମ୍ଭ କରିବା ସମୟରେ ଯୁଦ୍ଧର ଆରମ୍ଭ ହୋଇଥିଲା। ଯୁଦ୍ଧରେ ଅତି କମରେ ୧୩ ଜଣ ଆମେରିକୀୟ ସେବା ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଶହ ଶହ…
ବାଙ୍କୀ ; ତା-୧୧/୦୪ ( ବିଏମସି ଟିଭି ଓଡ଼ିଆ) ଗତକାଲି ରାତିରେ ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ ଉପରେ ଓଲଟିଲା ଗୋରୁ ବୋଝଇ ମିନିଟ୍ରକ। ଗୋରୁ ଗାଡି ଯାଉଥିବାର ଖବର ପାଇଁ ବଜରଙ୍ଗୀ ଦଳ ସେମାନଙ୍କ ପିଛା କରିଥିଲେ। ସେମାନେ ଗାଡିକୁ ଦ୍ରୁତ ଗତିରେ ନେଇ କି ଯାଉଥିବ ସମୟରେ ଭାରସ୍ୟାମ ହରାଇ ଗୋରୁ ବୋଝେଇ ଟ୍ରକ ବ୍ରିଜ ଉପରେ ଓଲଟି ପଡିଥିଲା। ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ବଜରଙ୍ଗୀ ଦଳ ଓ ସ୍ଥାନୀୟ ଜନସାଧାରଣ ଙ୍କ ଦ୍ୱାରା ଗୋମାତା ଙ୍କୁ ଉଦ୍ଧାର କରାଯଇଥିଲା। ସେହି ସମୟରେ ରାସ୍ତା ଗହଳି ହୋଇଯିବାରୁ ଆଉ ଦୁଇଟି ଗୋରୁ ବୋଝେଇ ଟ୍ରକ ଯିବାକୁ ବାଟ ନ ପାଇଁ ଫସିଯାଇଥିଲା। ଖବର ପାଇଁ ସୁବର୍ଣ୍ଣପୁର ଫାଣ୍ଡି ଓ ବାଙ୍କୀ ପୋଲିସ ଘଟଣା ସ୍ଥଳରେ ପହଂଚି ଗାଡି ଦୁଇଟି କୁ ଜବତ କରିଥିଲେ। ତିନୋଟି ଯାକ ଗାଡ଼ିରୁ ପ୍ରାୟ ୩୫ଟି ଗୋମାତା ଙ୍କୁ ଉଦ୍ଧାର କରାଯାଇଥିଲା। ସେଥିମଧ୍ୟରୁ…
ଯାଜପୁର /ବ୍ୟାସନଗର/କୋରେଇ; ତା-୦୭/୦୪ (ବିଏମସି ଟିଭି ଓଡ଼ିଆ)ନିଖିଳ ଉତ୍କଳ ପରଶମଣି ଶିଶୁ ସାହିତ୍ୟ ସଂଗଠଡ ଭୁବନେଶ୍ୱର ଆନୁକୂଲ୍ୟରେ ଭୁବନେଶ୍ବରସ୍ଥିତ ଜୟଦେବ ଶିକ୍ଷାକେନ୍ଦ୍ରପରି ସରରେ ରାଜ୍ୟ ସ୍ତରୀୟ ପ୍ରଥମ ଶିଶୁ ସାହିତ୍ୟ ସମ୍ପାଦକ ସମ୍ମେଳନ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଶିଶୁ ସାହିତ୍ୟିକ ତଥା ଶିକ୍ଷାବିତ ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ଶିଶୁ ସାହିତ୍ଯକ ଡକ୍ଟର ମହେଶ୍ୱର ମହାନ୍ତି ମୁଖ୍ୟ ଅତିଥି,ବରିଷ୍ଠ ଶିଶୁ ସାହିତ୍ୟକ ଓ ଗବେଷକ ଡକ୍ଟର ମନୀନ୍ଦ୍ର ମହାନ୍ତି ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବରେ ଟୁଭକୁ ମୁଷିପତ୍ରିକାର ସଂପାଦକ ବୀରେନ୍ଦ୍ର କୁମାର ସାମନ୍ତରାୟ, ବରେଣ୍ୟ ଅତିଥିରୁପେ ନନ୍ଦନକାନନ ଶିଶୁପତ୍ରିକାର ସଂପାଦିକା ସରଳା ପତ୍ରୀ,ଓ ସଂସାର ପତ୍ରିକାର ସଂପାଦିକା ଅନସୂୟା ନନ୍ଦ ଯୋଗ ଦେଇଥିଲେ। ଅନୁଷ୍ଠାନର ସଦ୍ଭାପତି ଡକ୍ଟର ରାମଚନ୍ଦ୍ର ଦେଓ ସ୍ୱାଗତ ଭାଷଣ ଓ ଅନୁଷ୍ଠାନର ସଂପାଦକ ସୁଶାନ୍ତ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ। ରାଜ୍ୟରୁ ପ୍ରାୟ ସତୁରୀ ଜଣ ଶିଶୁ ପତ୍ରିକା ସମ୍ପାଦକ…
