ଅନୁଗୋଳ ; ତା-୦୬/୦୪ ( ବିଏମସି ଟିଭି ଓଡ଼ିଆ) ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ୍ ଅନ୍ତର୍ଗତ ଉରକୁଳା ପଞ୍ଚାୟତ ର ପରଶୁମାଳ ଗ୍ରାମ ଠାରେ ଜାତୀୟ ମହିଳା, ଶିଶୁ ଏବଂ ଯୁବ ବିକାଶ ପ୍ରତିଷ୍ଠାନ ( National institute of Women, Child and Youth Development -NIWCYD) ସଂସ୍ଥା ଓ କିଶୋରନଗର ବ୍ଲକ କାର୍ଯ୍ୟାଳୟ ସହାୟତାରେ ଆଜି ସଫେଇ ଅଭିଯାନ ଅନୁଷ୍ଟିତ ହୋଇଥିଲା । ଏହି ଅଭିଯାନ ରେ ସ୍ଥାନୀୟ ଗ୍ରାମର ସଭାପତି, ଉପସଭାପତି, ୱାର୍ଡ ମେମ୍ବର ଏବଂ ଗ୍ରାମବାସୀ ବୃନ୍ଦ ସମେତ NIWCYD ସଂସ୍ଥା ର କର୍ମକର୍ତ୍ତା ଯୋଗ ଦେଇଥିଲେ। ଏହି ଅଭିଯାନ ରେ ସ୍ଥାନୀୟ ଅଧିକାରୀ, ବ୍ଲକ ପ୍ରଶାସନ, ସ୍ୱଚ୍ଛତା କର୍ମୀ ଓ ଗ୍ରାମବାସୀ ମାନଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା । ନିଜର ଗ୍ରାମକୁ କିପରି ସଫା ରଖିବା ଏବଂ ପ୍ଲାଷ୍ଟିକ ମୁକ୍ତ ରଖିବା ସେଥିପାଇଁ ମଧ୍ୟ ଶପଥ…
Author: bmcnews
ମାଲକାନଗିରି ; ତା-୦୪/୦୪ ( ବିଏମସି ଟିଭି ଓଡ଼ିଆ) କୁଡୁମୁଲୁଗୁମା ଉଦଯାପନୀ ସ୍ଥାନୀୟ ଡାର୍ୱିନ୍ ମେମୋରିଆଲ୍ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଦୀର୍ଘଦିନ ବ୍ୟାପି ଅର୍ଥାତ୍ ତା ୦୧.୦୪.୨୦୨୬ ରିଖ ଠାରୁ ତା ୦୩.୦୪.୨୦୨୬ ରିଖ ପର୍ଯ୍ୟନ୍ତ ରାଜ୍ୟର ପାଞ୍ଚଟି ବିଶ୍ୱବିଦ୍ୟାଳୟର ୨୦୦ ଜଣ ସ୍ଵେଚ୍ଛାସେବୀଙ୍କୁ ନେଇ କାର୍ଯ୍ୟକାରୀ ହୋଇ ଆସୁଥିବା ରାଜ୍ୟସ୍ତରୀୟ ଏନ ଏସ୍ ଏସ୍ ଜନଜାତି ସ୍ଵେଚ୍ଛାସେବୀ ସଶକ୍ତିକରଣ କାର୍ଯ୍ୟକ୍ରମ (NSS Tribal Volunteers’ Empowerment Programme) ତା ୦୩.୦୪.୨୦୨୬ ରିଖ ଦିନ ଉଦଯାପିତ ହୋଇଅଛି। ଏଥିରେ ସକାଳ ଛଅଟା ସମୟରେ ଯୋଗ ପ୍ରଶିକ୍ଷିକା ଚନ୍ଦ୍ରକାନ୍ତି ନେଗି ଏବଂ ସୁକାନ୍ତି କବାସି ସ୍ଵେଚ୍ଛାସେବୀମାନଙ୍କୁ ବିଭିନ୍ନ ପ୍ରକାର ଯୋଗ ଆସନ, ପ୍ରାଣାୟାମ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହା ପରେ ସ୍ଵେଚ୍ଛାସେବୀଙ୍କୁ ମାନଙ୍କୁ ବିଭିନ୍ନ ପ୍ରକାର ଯୋଗ, ଆସନ, ପ୍ରାଣାୟମ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହା ପରେ ସ୍ଵେଚ୍ଛାସେବୀମାନଙ୍କ ନିମନ୍ତେ ସାଇବର୍ ସିକ୍ୟୁରିଟି ଉପରେ ଚିତ୍ରପୁଣ୍ଡା ଏସ୍ଡିପିଓ ପ୍ରଦୋଷ ପ୍ରଧାନ…
ଜଟଣୀ ; ତା-୦୨/୦୪ ( ବିଏମସି ଟିଭି ଓଡ଼ିଆ) ଗୁରୁବାର ସକାଳେ ସ୍ଥାନୀୟ ପୋଲିସ ଷ୍ଟେସନ ନିକଟରେ ଏକ ଅସ୍ଥାୟୀ “ଜଳ ଛତ୍ର” ଆନୁଷ୍ଠାନିକ ଭାବରେ ଉଦଘାଟନ କରାଯାଇଥିଲା ଯାହା ଦ୍ୱାରା ପ୍ରଚଣ୍ଡ ଗରମରୁ ମୁକ୍ତି ଏବଂ ପଥଚାରୀଙ୍କ ତୃଷା ମେଣ୍ଟାଇପାରିବ। ଏହି ଅବସରରେ ଲୋକଙ୍କୁ ମିଠା ଏବଂ ଥଣ୍ଡା ତରଭୁଜ, ଦହି, ବଟର ମିଲ୍କ ଏବଂ ଥଣ୍ଡା ପାଣି ବଣ୍ଟନ କରାଯାଇଥିଲା। ଜଟଣୀ ପୋଲିସ ଥାନା ଅଧିକାରୀ ଷ୍ଟାଲିନ ବିଶ୍ୱାଳ ମୁଖ୍ୟ ଅତିଥି ଭାବରେ ରିବନ କାଟି “ଜଳ ଛତ୍ର” ଉଦଘାଟନ କରିଥିଲେ। ଏହି ଅବସରରେ ଶ୍ରୀଗୋପୀନାଥ ସେବା ସମିତିର ଅଧ୍ୟକ୍ଷ ଜୟପ୍ରକାଶ ଶର୍ମା, ରତନ ଅଗ୍ରୱାଲ, ଦୀପକ ଅଗ୍ରୱାଲ, ମୋହିତ ଅଗ୍ରୱାଲ, ନରେଶ ଅଗ୍ରୱାଲ, ରାହୁଲ ଗୁପ୍ତା, ରାଧେଶ୍ୟାମ ଅଗ୍ରୱାଲ, ଜଗଦୀଶ ଅଗ୍ରୱାଲ, ସନ୍ୱାରମାଲ ଶର୍ମା, ରାଜେଶ ଗୋୟଲ, ଗୋବିନ୍ଦ ଅଗ୍ରୱାଲଙ୍କ ସମେତ ବହୁ ଯୁବ ସଦସ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଜଟନିରୁ ଉପସ୍ଥିତ ଥିବା ମାନ୍ୟଗଣ୍ୟ…
ବେଲଗୁଣ୍ଠା ; ତା-୦୩/୦୪ ( ବିଏମସି ଟିଭି ଓଡ଼ିଆ) ଆଜି ବେଲଗୁଣ୍ଠା ବ୍ଳକ୍ ବିଞ୍ଚଣା ଗ୍ରାମରେ ମହାସମାରୋହରେ ଅନୁଷ୍ଠିତ ହୋଇଛି ପଞ୍ଚଶମ୍ଭୁ ଏବଂ ପାଞ୍ଚ କାଳୀଙ୍କ ମହାମିଳନ । ଏହି ମହାମିଳନରେ ଗୋବରା, ଡେଙ୍ଗାପଦର, ବେଲଗୁଣ୍ଠା-୧, ବେଲଗୁଣ୍ଠା-୨ ଏବଂ ଗାମୁଣ୍ଡି ଗ୍ରାମର ଦଣ୍ଡଦଳ ଅଂଶଗ୍ରହଣ କରିଥିଲେ । ପୂର୍ବ ପ୍ରସ୍ତୁତି ମୁତାବକ ଆଜି ସକାଳ ସାତ ଘଣ୍ଟା ସମୟରେ ସଂକୀର୍ତ୍ତନ ମଣ୍ଡଳୀ, ଯାତ୍ରା କମିଟି ଏବଂ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ସମସ୍ତ ପାଞ୍ଚୋଟି ଦଣ୍ଡ ଦଳକୁ ଫୁଲ ଚନ୍ଦନ ଦେଇ ବରଣ କରିଥିଲେ । ସମସ୍ତ ଦଣ୍ଡଦଳ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବିଶ୍ରାମ ସ୍ଥଳରେ ଠାକୁରଙ୍କର ସକାଳ ନୀତିକାନ୍ତି ସମାପ୍ତ କରିବା ପରେ ସକାଳ ୧୦:୪୫ ଠାରୁ ୦୧:୧୫ ପର୍ଯ୍ଯନ୍ତ ମୁଖ୍ୟ ସଡ଼କ,ବିଷୋୟୀ ସାହି, ଧୋବା ସାହି, ମନ୍ଦିର ପାଖ ଏବଂ ମନ୍ଦିର ସାମ୍ନାରେ ଧୂଳି ଦଣ୍ଡ ପରିବେଷଣ କରିଥିଲେ । ପରେ ଅପରାହ୍ଣ ୧:୧୫ ଠାରୁ ୩:୦୦ ପର୍ଯ୍ୟନ୍ତ ଗ୍ରାମର…
ମାଲକାନଗିରି/ ବାଲିମେଳା ; ତା-୦୩/୦୪ ( ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ଅରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚଙ୍କ ନିର୍ଦ୍ଧେଶ କ୍ରମେ ଓର୍କେଲ ପୋଲିସ ପକ୍ଷରୁ ସହୀଦ ହୋଇଥିବା ଏସଆଇ ସଦା ହନ୍ତାଳ ଏବଂ କନେଷ୍ଟବଲ ଆନନ୍ଦ ଦେବ ମଲ୍ଲିକଙ୍କପରିବାର ଲୋକଙ୍କୁ ଭେଟି ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଚିତ୍ରକୋଣ୍ଡା ଏସଡିପିଓ ପ୍ରଦୋଷ ପ୍ରଧାନ ଏବଂ ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକ ପୁଷ୍ପଗୁଚ୍ଛ ସହ ଉତ୍ତରିୟ ଏବଂ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ସୂଚନା ଥାଉକି ଗତ ୨୦୦୩ ମସିହା ଜୁଲାଇ ମାସରେ କିଛି ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅଧୀନ ଗୋମ୍ଫାକୋଣ୍ଡା ଗ୍ରାମ ନିକଟ ତଥା ଗୋମ୍ଫାକୋଣ୍ଡା ଓ କାଲିମେଳା ମୂଖ୍ୟ ରାସ୍ତାରେ ଏକ ଆଣ୍ଟି ଲ୍ୟାଣ୍ଡମାଇନ୍ସ ଗାଡ଼ିରେ କୋମ୍ବିଙ୍ଗ କରୁଥିବା ବେଳେ ନକ୍ସଲ ମାନଙ୍କ ପକ୍ଷରୁ ସେଠାରେ ହୋଇଥିବା ଲ୍ୟାଣ୍ଡ ମାଇନ୍ସ ବିସ୍ପୋରଣରେ ଏସଆଇ ସଦା ହନ୍ତାଳ ଏବଂ କନେଷ୍ଟବଲ ଆନନ୍ଦ…
ଭୁବନେଶ୍ବର ; ତା-୦୩/୦୪ ( ବିଏମସି ଟିଭି ଓଡ଼ିଆ) ଗୁଟ୍ଖା ଓ ସମସ୍ତ ତମାଖୁଜାତୀୟ ପଦାର୍ଥ ଉପରେ ସରକାରଙ୍କ ଅଙ୍କୁଶ ଏବେ ବହୁ ଆଡ଼ମ୍ବରରେ ଲଘୁ କ୍ରିୟା ସଦୃଶ ହୋଇଛି। ପୂର୍ବ ସରକାର ଏହା ଉପରେ କଟକଣା ଜାରି କରିଥିଲେ, ଡବଲ ଇଞ୍ଜିନ ସରକାର ଆଉ ଟିକେ କଠୋର କଟକଣା ଜାରି କଲେ। କିନ୍ତୁ ତମାଖୁ ଉପରେ ସମ୍ପୂର୍ଣ୍ଣ ଅଙ୍କୁଶ ସମ୍ଭବ ହେଲା ନାହିଁ। ଓଲଟି ସରକାରଙ୍କ ମିଛିମିଛିକା ନାଲି ଆଖି ପାଇଁ ପାନ, ଗୁଟ୍ଖା, ସିଗାରେଟର କଳାବଜାର ଖୁବ୍ ହେଲା। ଏବେ ପୂର୍ବଭଳି ସୁଲଭ ମୂଲ୍ୟରେ ଏସବୁ ବଜାରରେ ବିକ୍ରି ଚାଲିଛି। ସିଗାରେଟ, ଗୁଟ୍ଖା, ପାନ ମସଲା, ଜର୍ଦା, ଖଇନି, ତମାଖୁ କିମ୍ବା ନିକୋଟିନ୍ଯୁକ୍ତ ସମସ୍ତ ଖାଦ୍ୟ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ସଞ୍ଚୟ, ପରିବହନ, ବାଣିଜ୍ୟ ଓ ବିକ୍ରୟ ଉପରେ ସ୍ବାସ୍ଥ୍ୟ ବିଭାଗ ୨୦୧୩ରୁ ପ୍ରତିବନ୍ଧକ ଜାରି କରିଥିଲା ୧୦ ଲକ୍ଷ ଟଙ୍କା ଜୋରିମାନା, ୬ ମାସ ଜେଲ୍…
ସମ୍ବଲପୁର/ବରପାଲି ; ତା.୦୩/୦୪ (ବିଏମସି ଟିଭି ଓଡିଆ) ବରପାଲି ସରସ୍ୱତୀ ଥେରାପି ଏବଂ ପୁନର୍ବାସ କେନ୍ଦ୍ର ସହ ଲିଟଲ୍ ଏଞ୍ଜେଲ୍ସ ପବ୍ଲିକ୍ ସ୍କୁଲ୍ର ମିଳିତ ଆୟୋଜନରେ ବିଶ୍ଵ ଅଟିଜମ୍ ସଚେତନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନଧର୍ମୀ ପଦଯାତ୍ରା ଆୟୋଜିତ ହୋଇ ସହର ପରିକ୍ରମା କରାଯାଇଥିଲା। ସରସ୍ଵତୀ ସଂଘ ସଭାପତି ଲୀଳାବତୀ ତ୍ରିପାଠୀ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ପଦଯାତ୍ରାରେ ସଂଘ ସଭ୍ୟ, ସ୍ୱତନ୍ତ୍ର ପ୍ରଶିକ୍ଷକ, ସଦସ୍ୟ ଏବଂ ଯୁନିଫାଇଡ୍ ଚ୍ୟାମ୍ପିଅନ୍ ସ୍କୁଲ୍ ଭାବେ ପରିଚିତ ଲିଟଲ୍ ଏଞ୍ଜେଲ୍ସ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମଧୁସ୍ମିତା ମୁଣ୍ଡ, ପ୍ରଶାସନିକ ଅଧିକାରୀ ମିନତି ପ୍ରଧାନଙ୍କ ସହ ଅନ୍ୟାନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ଶୋଭାଯାତ୍ରା ସମାପନ ପରେ ଏକ ସଭା ଆୟୋଜନ ହୋଇଥିଲା। ସଭାରେ ଅଟିଜମ୍ ସଚେତନତା ବିଷୟରେ ଉପସ୍ଥିତ ସମସ୍ତ ବ୍ୟକ୍ତିବର୍ଗ ନିଜନିଜ ମତାମତ ପ୍ରକାଶ କରିଥିଲେ ଏବଂ ସମାଜରେ ଏହି ବିଷୟରେ ଅଧିକ…
ରାୟଗଡ଼ ; ତା-୦୩/୦୪ ( ବିଏମସି ଟିଭି ଓଡ଼ିଆ ) ରାୟଗଡ଼ ଜିଲ୍ଲା ଶିକ୍ଷାଧିକାରୀ ଦାଇତ୍ଵ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭାବେ ଭଜନଲାଲ ମାଝୀଙ୍କୁ ପ୍ରଦାନ କରାଯାଇଅଛି । ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶ୍ରୀଯୁକ୍ତ ମାଝୀଙ୍କୁ ଆର୍ଥିକ କ୍ଷମତା ସହ ରାୟଗଡ଼ ଜିଲ୍ଲାଶିକ୍ଷାଧିକାରୀ ଦାଇତ୍ଵ ପ୍ରଦାନ କରିଛନ୍ତି । ଶ୍ରୀଯୁକ୍ତ ମାଝୀ ଶୁକ୍ରବାର ଦିନ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କୁ ଭେଟି ଜିଲ୍ଲା ଶିକ୍ଷାଧିକାରୀ ରୂପେ ନିଜର ଆନୁଷ୍ଠାନିକ ଦାଇତ୍ଵ ଗ୍ରହଣ କରିଛନ୍ତି । ରାମଚନ୍ଦ୍ର ନାହାକ ଏଥି ପୂର୍ବରୁ ରାୟଗଡ଼ ଜିଲ୍ଲା ଶିକ୍ଷାଧିକାରୀ ରୂପେ କାର୍ଯ୍ୟକରି ଗତ ମାର୍ଚ୍ଚ ୩୧ ତାରିଖରେ ଅବସରଗ୍ରହଣ କରିଥିଲେ । ଭଜନଲାଲ ମାଝୀ ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟକରି ଅନେକ ପ୍ରସଂଶା ସାଉଁଟିଛନ୍ତି । ଶୁକ୍ରବାର ଦିନ ଦାଇତ୍ଵ ଗ୍ରହଣପରେ ସମଗ୍ର ଶିକ୍ଷା ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ନୀଳାଞ୍ଚଳ…
ରଣପୁର ; ତା-୦୩/୦୪ ( ବିଏମସି ଟିଭି ଓଡ଼ିଆ) ବେଆଇନ ଗ୍ୟାସ ସିଲିଣ୍ଡର ଜବତ ,କଳା ବଜାରୀ କରୁଥିବା ଅଭିଯୋଗରେ ରଣପୁର ଏନଫୋର୍ସମେଣ୍ଟ ଟିମର ଚଢ଼ାଉ ୩୨ଟି ବେଆଇନ ଗ୍ୟାସ ସିଲିଣ୍ଡର ଜବତ । ଏହି ପରିପ୍ରେକ୍ଷୀରେ ବସବାସ କରୁଥିବା ଘରୁ ଇଣ୍ଡିଆନ, ଭାରତ ଓ ଏଚ୍ ପି କମ୍ପାନୀର ୭ଟି କମର୍ସିଆଲ ସମେତ ୨୫ ଗୋଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ।ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଗ୍ୟାସ ସଙ୍କଟର ଦୃଶ୍ୟ ରାଜ୍ୟରେ ପରିଲକ୍ଷିତ ହେଉଥିବବେଳେ ଏହାର ସୁଯୋଗ ନେଇ କଳାବଜାରୀ କରୁଛନ୍ତି ଅସାଧୁବ୍ୟକ୍ତି । ବିଭିନ୍ନ ସ୍ଥାନରେ ଘରୋଇ ଗ୍ୟାସ ସିଲିଣ୍ଡର ବେଆଇନ ଭାବେ ଗଚ୍ଛିତ ରଖୁବା ଯୋଗୁଁ ବଜାରରେ ଗ୍ୟାସ ଅଭାବ ଦେଖାଯାଉଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କଳାବଜାରୀ ରୋକିବାକୁ ରଣପୁର ପ୍ରଶାସନ ବିଭିନ୍ନ ଜାଗାରେ ଚଢ଼ଉ କରିଛି । ରଣପୁରନିର୍ବାଚନ ମଣ୍ଡଳୀ ରାଜସୁନାଖଳା ରଘୁନାଥ ସାହୁଙ୍କ ଘରେ ବିଭାଗୀୟ ଅଧିକାରୀ ଅନିତା ରାଉତରାୟ, ତହସିଲଦାର ଆର୍ଯ୍ୟ କୁମାର…
ସମ୍ବଲପୁର/ଗୋଡଭଗା ; ତା.୦୨/୦୪ (ବିଏମସି ଟିଭି ଓଡିଆ) ଧନକଉଡା ବ୍ଲକ୍ ଅଧୀନସ୍ଥ କଳାମାଟି ପଞ୍ଚାୟତ ଅନ୍ତର୍ଗତ ଘୁଡୁକାଟିକ୍ରା ସରସ୍ଵତୀ ଶିଶୁ ଵିଦ୍ୟାମନ୍ଦିରରେ ଉତ୍ସାହ ଭରା ପରିବେଶରେ ପ୍ରଥମ ପ୍ରବେଶ ଦିବସ ସହ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ପ୍ରଫୁଲ୍ଲ ଦଳପତି ଯୋଗଦେଇ ପ୍ରଥମ ପ୍ରବେଶ ଦିବସ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରୁକ୍ମିଣୀ ଛନ୍ଦ ଉତ୍କଳ ଦିବସ, ଏବଂ ବେବୀରାଣୀ ବେହେରା ପ୍ରଥମ ପ୍ରବେଶ ଦିବସ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ସମସ୍ତ କାର୍ଯକ୍ରମ ଦୀପାଞ୍ଜଳି ପଶାୟତ ଗୁରୂମାଙ୍କ ତତ୍ତ୍ୱାବଧାନ ତଥା ପରିଚାଳନା କମିଟିର ସଦସ୍ୟା ରେସସ୍ୱିନୀ ସେଠ୍ଙ୍କ ତଦାରଖରେ ପରିଚାଳିତ ହୋଇଥିଲା। ଛାତ୍ରୀ ପୂନମ ଅଦାବର ସଂଯୋଜନା କରିଥିଲେ। ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ଗାନ କରିଥିବା ବେଳେ ନିରୁପମ ଦଳପତି ଏକକ ଗୀତ ଗାଇ…
ଅନୁଗୋଳ ; ତା-୦୨/୦୪ ( ବିଏମସି ଟିଭି ଓଡ଼ିଆ) ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ ଅନ୍ତର୍ଗତ ଧରଣୀଧର ପବ୍ଲିକ ସ୍କୁଲ ବଇଣ୍ଡା ଗୋବିନ୍ଦପୁର ଠାରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଆଜିର ଉସ୍ଚବରେ ମୁଖ୍ୟ ଅତିଥି ଭାବରେ ଅର୍ଜୁନ କୁମାର ସାହୁ ( ଅବସର ପ୍ରାପ୍ତ ଆଇ.ଆଇ.ସି) , ବିଦ୍ୟାଳୟର ଅଧ୍ୟକ୍ଷ ଚିତ ବିହାରୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ଚେୟାରମେନ ପ୍ରିୟରଞ୍ଜନ ସାହୁ ସଭା ସଞ୍ଚାଳନ କରିଥିଲେ । ବିଦ୍ୟାଳୟର ଛାତ୍ରୀ ସାଇଲକ୍ଷ୍ମୀ ଦେହୁରୀ, ଏବଂ ରିଷ୍ମା ମଞ୍ଜରୀ ସାହୁ , ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତଥା ନବୀନ କୁମାର ନାୟକ, ସୁଶାନ୍ତ କୁମାର ଦେ, ଦେବାଶିଷ ସାହୁ, ମାନସ କୁମାର ସଠୁଆ, ଜଗଦୀଶ ପାତ୍ର, ହିମାଂଶୁ ସାହୁ, ସୁଜାତା ସାହୁ, ରତ୍ନମୟୀ ସାହୁ, ମମତା ବୋଷ, ଦୀପ୍ତିମୟୀ ମିଶ୍ର, ପିନାକୀ ସାହୁ, ଅଳକା ଦେହୁରୀ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀଗଣ ଏହି କାଯ୍ୟକ୍ରମରେ…
ଭୁବନେଶ୍ବର ; ତା-୦୧/୦୪ ( ବିଏମସି ଟିଭି ଓଡ଼ିଆ) ଓଡିଶାର ବିଶିଷ୍ଟ ହୋମିଓପ୍ୟାଥ୍କ ଚିକିତ୍ସାବିତ୍ ତଥା ଡାକ୍ତର ଅଭିନ୍ନ ଚନ୍ଦ୍ର ହୋମିଓପ୍ୟାଥ୍କ ମେଡିକାଲ କଲେଜ ଭୁବନେଶ୍ବରର ପ୍ରାକ୍ତନ ଅଧ୍ୟକ୍ଷ ଓ ପ୍ରଫେସର, ଡାକ୍ତର ଲକ୍ଷ୍ମୀକାନ୍ତ ନନ୍ଦ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅବୈତନିକ ବ୍ୟକ୍ତିଗତ ଚିକିତ୍ସକ ଭାବେ ନିଯୁକ୍ତି ପାଇଛନ୍ତି । ଏହି ସମ୍ମାନଜନକ ନିଯୁକ୍ତି ପାଇବା ପରେ ଡ଼ାକ୍ତର ଲକ୍ଷ୍ମୀକାନ୍ତ ନନ୍ଦଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏ ସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସାରା ଓଡ଼ିଶାରେ ବିଶେଷ କରି ଡାକ୍ତର ମହଲରେ ଖୁସିର ଲହରି ଖେଳିଯାଇଛି। ରାଜ୍ୟ ତଥା ଦେଶରେ ହୋମିଓପ୍ୟାଥ୍କ ଟିକିତ୍ସା ଓ ଗବେଷଣା କ୍ଷେତ୍ରରେ ପ୍ରଫେସର ନନ୍ଦଙ୍କ ବିଶେଷ ଅବଦାନ ରହିଛି I ଜଗତସିଂପୁରଜିଲ୍ଲା ମୁଦି ମୁଦିପୁର ପଞ୍ଚାୟତର ବିଶିଷ୍ଟ କବିରାଜ ତଥା ଜନନେତା ବୈକୁଣ୍ଠନାଥ ନନ୍ଦଙ୍କ ଜ୍ୟେଷ୍ଠ ପୁତ୍ର ପ୍ରଫେସର ଲକ୍ଷ୍ମୀକାନ୍ତ ନନ୍ଦ ହୋମିଓପ୍ୟାଥ୍କ…
