Author: bmcnews

ବଲାଙ୍ଗିର/ ଟିଟିଲାଗଡ଼ ; ତା-୦୧/୦୫ ( ବିଏମସି ଟିଭି ଓଡ଼ିଆ) ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ ବନବିଭାଗ ଅନ୍ତର୍ଗତ ବ୍ରୁଡିପଡା ଗ୍ରାମରେ ବିଭିନ୍ନ ବିକାଶମୂଳକ କାମ ଓ ବନ ସମ୍ବନ୍ଧୀୟ ଯୋଜନାରେ ଗୁରୁତର ଅନିୟମିତତା ଓ ଦୁର୍ନୀତି ଘଟୁଥିବା ଅଭିଯୋଗ ଆସୁଛି। ସରକାରଙ୍କ ଯୋଜନାଗୁଡ଼ିକ ଗ୍ରାମ ଓ ପରିବେଶର ଉନ୍ନତି ପାଇଁ ଥିବା ସତ୍ତ୍ୱେ, ପ୍ରାୟୋଗିକ ଭାବେ ଏହାର ଲାଭ ସାଧାରଣ ଲୋକଙ୍କ ପାଖକୁ ଠିକ୍ ଭାବରେ ପହଞ୍ଚୁନାହିଁ।ଗ୍ରାମବାସୀମାନଙ୍କ କହିବା ଅନୁଯାୟୀ, ଗଛରୋପଣ, ଜଙ୍ଗଲ ସୁରକ୍ଷା ଓ ଅନ୍ୟାନ୍ୟ କାମରେ ଅନେକ ଅନିୟମିତତା ଦେଖାଯାଉଛି। କାମ ହୋଇନଥିଲେ ମଧ୍ୟ କାଗଜରେ ଦେଖାଯାଉଛି, ଜାଲି ହିସାବ କରାଯାଉଛି, ଏବଂ ଯୋଜନାର ଟଙ୍କା ଅନ୍ୟ ଉଦ୍ଦେଶ୍ୟରେ ବ୍ୟୟ ହେଉଥିବା ଅଭିଯୋଗ ରହିଛି। କେତେକ ସ୍ଥାନରେ ଗଛ ଲଗାଯାଇନଥିବା ସତ୍ତ୍ୱେ ରୋପଣ ହୋଇଥିବା ବୋଲି ଦେଖାଯାଉଛି।ଏହି ପରିସ୍ଥିତି ଗ୍ରାମର ପରିବେଶ ଓ ସାଧାରଣ ଲୋକଙ୍କ ଉନ୍ନତିକୁ ଗଭୀର ପ୍ରଭାବିତ କରୁଛି। ଗ୍ରାମବାସୀମାନେ ଏହାର ସଠିକ୍ ତଦନ୍ତ ଓ…

Read More

ସମ୍ବଲପୁର ; ତା.୦୧/୦୫ (ବିଏମସି ଟିଭି ଓଡିଆ) ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସଫେଇ ଅଭିଯାନରେ ଯୋଡିହେଲା ଆଉ ଏକ ଏଜେନ୍ସି। ସଫେଇ କାମର ୬ ନମ୍ବର ଜୋନ ଅନ୍ତର୍ଗତ ୧୩, ୧୪, ୧୫, ୧୮ ଓ ୩୪ ନମ୍ବର ୱାର୍ଡର ସଫେଇ କାର୍ଯ୍ୟ କରିବାକୁ ସ୍ବର୍ଣ୍ଣ ଦେବୀ ଏଜେନ୍ସିକୁ ଏହି ଦାୟିତ୍ୱ ଦିଆଯାଇ ଶ୍ରମିକ ଦିବସ ଭଳି ଦିନରେ ଏହାର ଶୁଭାରମ୍ଭ କରାଯାଇଛି। ଏହାକୁ ସାଂସଦ ପ୍ରତିନିଧି ତଥା ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାଏକ ଓ ଜିଲ୍ଲା ବିଜେପି ସଭାପତି ରାମଚନ୍ଦ୍ର ମେହେର ଆନୁଷ୍ଠାନିକ ଭାବେ ଫିତା କାଟି ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଡା.ରାଜାରାମ ଷଡ଼ଙ୍ଗୀ, ଦେବେନ୍ଦ୍ର ମେହେର, ଆଡଭୋକେଟ ଅର୍ଜୁନ ପଟ୍ଟନାୟକ, ଏସଏମସି ଡେପୁଟି କମିଶନର ହରିଓମ ଭୋଇ ଓ ଭିକ୍ଟର ସୋରେଙ୍ଗ, ଏସଡବ୍ଲୁଏମ ମୋନିକା ମୋନାଲି ମାନସିଂ, ସ୍ବର୍ଣ୍ଣ ଦେବୀ ଏଜେନ୍ସିର ସ୍ଥାନୀୟ ପରିଚାଳିକା ଲେନୁ ପରିଡା ପ୍ରମୁଖ ଉପସ୍ଥିତ…

Read More

ବୋଲଗଡ; ତା-୩୦/୦୪ (ବିଏମସି ଟିଭି ଓଡ଼ିଆ) ବୋଲଗଡ ବ୍ଲକ ପିଚୁକୁଳି ଠାରେ ଆୟୋଜିତ ନୀଳକଣ୍ଠେଶ୍ଵର ଲୋକୋତ୍ସବ-୨୦୨୬ର ତୃତୀୟ ସନ୍ଧ୍ୟାରେ ସ୍ଥାନୀୟ ଲୋକକଳା ଦର୍ଶକଙ୍କୁ ବିମୋହିତ କରିଥିଲା । ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ କଂଗ୍ରେସର ବରିଷ୍ଠ ନେତା ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ ଯୋଗଦେଇ ପିଚୁକୁଳି ଲୋକୋତ୍ସବ ଭାଇଚାରା ସୁଦୃଢ କରିବାର ପ୍ରକୃଷ୍ଟ ମଞ୍ଚ ବୋଲି ପ୍ରକାଶ କରିଥିଲେ । ପିଚୁକୁଳି ବଣିକ ସଙ୍ଘ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବ ରେ ସଭାପତି ପବିତ୍ର ମୋହନ ମାଝୀ ଅଧକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ରଘୁନାଥ ସାହୁ ସମାଜସେବୀ ସୁଶାନ୍ତ ତ୍ରିପାଠୀ ଓ ପ୍ରକାଶ ରଥ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ କୃତି ଛାତ୍ରୀ ଗାୟତ୍ରୀ ମାର୍ଥା, ଶିକ୍ଷାବିତ ବିଜୟ ସାହୁ , ସମାଜସେବୀ ଅନୁପମା ବଳିୟାରସିଂ , କବୟିତ୍ରୀ ସୁମତି ଦେଇ , ବନବିହାରୀ ପଟ୍ଟନାୟକ, ପ୍ରଦୀପ୍ତ ପାଲଟାସିଂ , ଚିତ୍ରଶିଳ୍ପୀ ପ୍ରକାଶ ନାୟକ, ଧନେଶ୍ୱର ସାହୁ ,…

Read More

କଟକ; ତା-୩୦/୦୪ ( ବିଏମସି ଟିଭି ଓଡ଼ିଆ) ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ମେ ୨ ତାରିଖ ଅପରାହ୍ମ ୪ଟାରେ ପ୍ରକାଶ ପାଇବ ରେଜଲ୍ଟ। ପ୍ରେସ ରିଲିଜ ଜରିଆରେ ସୂଚନା ଦେଲେ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ। ଷ୍ଟେଟ୍ ଓପନ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। ଚଳିତବର୍ଷ ରାଜ୍ୟରେ ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ରାଜ୍ୟର ୩୦୮୨ ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ।୨ ତାରିଖ ଅପରାହ୍ନ ୪ ଟାରେ ବୋର୍ଡ ମୁଖ୍ୟାଳୟରେ ପ୍ରକାଶିତ ହେବ ଫଳ । www.bseodisha.ac.in ଓ www.bseodisha.nic.in ରେ ସନ୍ଧ୍ୟା ୬ ଟାରୁ ଉପଲବ୍ଧ ହେବ ରେଜଲ୍ଟ। ଇଣ୍ଟରନେଟ୍ ନଥିବା ଅଞ୍ଚଳରେ ରୋଲ୍ ନଂକୁ SMS କରି ରେଜଲ୍ଟ ଜାଣିହେବ।ମୋବାଇଲରେ OR 10ଲେଖି ନିଜର ରୋଲ ନମ୍ବର ଲେଖି 5676750 କୁ ପଠାଇଲେ ପାଇପାରିବେ ରେଜଲ୍ଟ । ବିଏମସି ନ୍ଯୁଜ୍ ଓଡ଼ିଶା …

Read More

ବାଙ୍କୀ ;ତା-୩୦/୦୪(ବିଏମସି ଟିଭି ଓଡ଼ିଆ) ସରପଞ୍ଚ ଙ୍କୁ ପଦରୁ ବହିଷ୍କାର କରିବା ପାଇଁ ଉଠିଛି ଜୋରଦାର ଦାବି.ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କୀ ବ୍ଲକ ବାଉଁଶପୁଟ ଗ୍ରାମ ପଂଚାୟତ ରେ.ଏବଂ ଏ ଅଭିଯୋଗ ଆଣିଛନ୍ତି ଖୋଦ ପଞ୍ଚାୟତ ର ଏକାଧିକ ୱାର୍ଡସଭ୍ୟ । ଅଭିଯୋଗ ହେଲା ସରପଞ୍ଚ କରିଛନ୍ତି ଓଡିଶା ଗ୍ରାମପଞ୍ଚାୟତ ଆଇନ ଧାରା ୨୫ ର ଖୋଲା ଉଲ୍ଲଙ୍ଘନ । ହେଲେ ଦାବୀ କୁ ତଦନ୍ତ କରି ସଠିକ ପଦକ୍ଷେପ ନେବାରେ ହେଉଛି ଦୀର୍ଘ ବିଳମ୍ବ । ଯାହାକୁ ନେଇ କୁ ଏବେ ସ୍ୱର ଉଠାଇଛନ୍ତି ସାମାଜିକ କର୍ମୀ ମନୋଜ ପଣ୍ଡା । ଯେଉଁଠି ସରପଞ୍ଚ ଙ୍କ ନାଁ ରେ ଅଭିଯୋଗ ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ବିରାଟ ହେରଫେର କୁ ନେଇ । ସରପଞ୍ଚ କୁଆଡେ ଆବାସ ଯୋଜନା କୁ ବାଟବଣା କରିଵା ସହ ଯୋଗ୍ୟ ହିତାଧିକାରୀ ଙ୍କୁ ବାଦ ଦେଇ ନିଜ ଲୋକ ଏବଂ ସମର୍ଥକ…

Read More

ବେଲଗୁଣ୍ଠା:୨୯/୦୪(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ଥାନା ଅନ୍ତର୍ଗତ ଅଢେଇଗାଁ ଗ୍ରାମରେ ଏକ ଗୋଷ୍ଠୀ ସଂଘର୍ଷ ଓ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ମାମଲାରେ ପୋଲିସ ଏକ କାର୍, ୪ଟି ବାଇକ୍ ଏବଂ ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ର (କାତି) ଜବତ କରିଛି‌ ବେଲଗୁଣ୍ଠା ପୋଲିସ।ଗତ ୨୭ ତାରିଖ ରାତି ପ୍ରାୟ ୧୦:୩୫ ସମୟରେ ଅଢ଼େଇ ଗାଁ ଗ୍ରାମର ଭାବଗ୍ରାହୀ ବେହେରା (୪୫) ବେଲଗୁଣ୍ଠା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ସେହିଦିନ ସନ୍ଧ୍ୟାରେ ସେ, କାହ୍ନୁ ପ୍ରଧାନ, ଚନ୍ଦନ ପ୍ରଧାନ ପ୍ରାୟ ୬ଟା ସମୟରେ ସେ ଶୌଚ ସାରି ଘରକୁ ଫେରୁଥିବା ବେଳେ, ଭଞ୍ଜନଗର ଥାନା କଇଣ୍ଡି ଗ୍ରାମର ଅମି ବେହେରା ଓ ଉଢୁରା ହରିଜନ ସାହିର ପ୍ରାୟ ୨୨ ଜଣ ବ୍ୟକ୍ତି ୭ଟି ମୋଟରସାଇକେଲ ଏବଂ ଏକ କାର୍‌ରେ ଆସି ଅଢ଼େଇଗାଁ ରାସ୍ତାରେ ସେମାନଙ୍କୁ ଅଟକାଇଥିଲେ…

Read More

ଖୋର୍ଦ୍ଧା ; ତା-୨୯/୦୪ ( ବିଏମସି ଟିଭି ଓଡ଼ିଆ) ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ପେନସନ ପ୍ରଦାନ,ସ୍ୱାସ୍ଥ୍ୟ ବୀମା ଯୋଜନାରେ ସମ୍ପ୍ରସାରଣ, ବ୍ୟାପକ ଅଧି ସ୍ୱୀକୃତି ପ୍ରଦାନ, ଓଡ଼ିଶାପ୍ରେସ ଏକାଡେମୀ ଗଠନ ଓ ମୃତ୍ୟୁ ଅନୁକମ୍ପା ରାଶି ଦଶ ଲକ୍ଷ ଟଙ୍କା ବୃଦ୍ଧି ଦାବିରେ ଆଜି ଉତ୍କଳ ସାମ୍ବାଦିକ ସଂଘ, ଓଡିଶା ର ସଭାପତି ବିଭୁତି ଭୂଷଣ କରଙ୍କ ଆହ୍ୱାନ ରେ ଖୋର୍ଦ୍ଧା ଜ଼ିଲ୍ଲା ଶାଖା ସଭାପତି ଅବ୍ୟକ୍ତ ହରିହର ଖାଡ଼ଙ୍ଗା ଙ୍କ ନେତୃତ୍ୱ ରେ ଚାଲିଶି ରୁ ଉର୍ଦ୍ଧ ସାମ୍ବାଦିକ ଏକାଠି ହୋଇ ନାରାବାଜି କରି ଏକ ଶୋଭାଯାତ୍ରା ରେ ଆସି ଓଡିଶାର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ସ୍ମାରକ ପତ୍ର ଜ଼ିଲ୍ଲାପାଳ ଙ୍କ ଅନୁପସ୍ଥିତରେ ଅତିରିକ୍ତ ଜ଼ିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଙ୍କୁ ପ୍ରଦାନ କରିଛନ୍ତି। ପ୍ରକାଶଥାଉକି କାର୍ଯ୍ୟରତ ସାମ୍ବାଦିକମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡିଶା ରେ ଅପେକ୍ଷାକୃତ ଦୁର୍ବଳ। ଦେଶର…

Read More

ରାସୋଳ, ହିନ୍ଦୋଳ, ଢେଙ୍କାନାଳ ; ତା-୨୮/୦୪ ( ବିଏମସି ଟିଭି ଓଡ଼ିଆ) ଚଳିତ ବର୍ଷ ଏପ୍ରିଲ ମାସ ୧୪ ତାରିଖ ରୁ ୧୮ ତାରିଖ ପର୍ଯ୍ୟନ୍ତ ଏକବିଂଶ ତମ ରାସୋଳ ମହୋତ୍ସବ ବହୁ ଜାକଜମକ ରେ ସମାପନ ହୋଇଥିବା ବେଳେ ବହୁ ନେତା ମନ୍ତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନଙ୍କ ର ଆଗମନ ରେ, ହଜାର ହଜାର ସଂଖ୍ୟାରେ ଆବାଳବୃଦ୍ଧବନିତା, ଶହ ଶହ ଦୋକାନ ବଜାର ସତେ ଯେମିତି ରାସୋଳ ର ଏକମାତ୍ର ଖେଳ ପଡିଆ ଓରଫ ହାଟ ପଡ଼ିଆ ଆଜିକାଲି ର ମହୋତ୍ସବ ପଡିଆ କୁ ଦେଖିଲେ ଯେମିତି ଲାଗୁଛି କରିଛନ୍ତି ମନଭରି ବଳାତ୍କାର। ମହୋତ୍ସବ ସରିବାର ନଅ ଦିନ ପରେ ବି ଯୁଆଡେ ଦେଖିବ ପଡିଆ ରେ ପଡ଼ିଛି କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା,ଖଲି,ଚଉପତୀ,କାଗଜ ଖୋଳ,କାଚ ଖଣ୍ଡ ଆଉ ତା ଉପରେ କୁକୁର ମଳ। ପଡିଆ ନୁହେଁ ତ ସତେ ଯେମିତି ପାଲଟିଛି ଏକ ନର୍କ କୁଣ୍ଡ।…

Read More

ମାଲକାନଗିରି ; ତା-୨୭/୦୪ ( ବିଏମସି ଟିଭି ଓଡ଼ିଆ) ଖଇରପୁଟ ବ୍ଲକ ପୋଡ଼ାଘାଟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ବନଖଣ୍ଡ ଅଧିକାରୀ ସାଇ କିରଣ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଶ୍ମୀ ରଞ୍ଜନ ସେନାପତି ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ଶୁଣିଥିଲେ। ଏହି ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ପ୍ରୀତମ ଦେବତା ପରିଚାଳନା କରିଥିବା ବେଳେ ବ୍ଲକର ବିଡିଓ ଅର୍ପିତା ମହାନ୍ତି , ତହସିଲଦାର କ୍ରିଷ୍ଣା ଚନ୍ଦ୍ର ଦାସ ଏବଂ ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଜ୍ୟୋତି ରଞ୍ଜନ ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିବିରରେ ସମୁଦାୟ ୬୯ ଟି ଅଭିଯୋଗର ଶୁଣାଣି…

Read More

ଭୁବନେଶ୍ୱର ; ତା-୨୬/୦୪ ( ବିଏମସି ଟିଭି ଓଡ଼ିଆ) ଓଡିଶା ଷ୍ଟେଟ ଚେସ ଆସୋସିଏସନ ଓ ଏସଡିଅମ ସପ୍ତା୍ୱେୟାର ସଲୟୁସନ ଭୁବନେଶ୍ୱର ର ମିଳିତ ଆବୁକୂଲ୍ୟରେ ଚଳିତ ଏପିଲ ୨୬ତାରିଖ ଦିନ କେଶୁରା ସ୍ଥିତ ରୟାଲ ପବ୍ଲିକ ସ୍କୁଲ ଠାରେ ପଞ୍ଚମ ଶ୍ୟାମାଳୀ ଡେ ସ୍ମାରକୀ ଷ୍ଟେଟ ଓପନ ଚେସ ଚମ୍ପିୟାନସିପ ଅନୁଷ୍ଠିତ ହୋଇଯାଇଛି । ଏସଡିଏମ ସପ୍ଟୱେର ପଲୟୁସନ ର ସଲୟୁସନ ର ପରିଚାଳନା ନିର୍ଦେଶକ ଡିପିରେଖା ଡେ ଏହି ଚମ୍ପିୟାନ ସିପକୁ ଉଦଘାଟନ କରିଥିଲେ। ସର୍ବେଶ୍ୱର ସାମଲ, କେଶୁରା ରୟାଲ ପବ୍ଲିକ ସ୍କୁଲ ପ୍ରିନସିପାଲ ପ୍ରକାଶ ଚନ୍ଦ୍ର ବେହେରା, ମ୍ୟାନେଜର ଏସବିଆଇ ଅଡିଟ ଅଫିସର ରସୁଲଗଡ ଓଡିଶା ଷ୍ଟେଟ ଚେସ ଆସୋସିଏସନ ର ଡାଇରେକ୍ଟର ଦେବାଶିଷ ପାଣିଗ୍ରାହୀ ଓ ସ୍ବର୍ଗତ ଶ୍ୟାମାଳୀ ଡେ ଙ୍କ ପୁତ୍ର ମାନବେଶ ଡେ ପ୍ରମୁଖ ଏହି ସମ୍ମିଳନୀରେ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଭୁବନେଶ୍ୱରର…

Read More

ସମ୍ବଲପୁର ; ତା.୨୬/୦୪ (ବିଏମସି ଟିଭି ଓଡିଆ) ଆଜି ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାର ଠାରେ ଉତ୍ତମ ଚରିତ୍ର ଗଠନ ସକାଶେ ‘ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି’ର ଦ୍ଵିତୀୟ ସପ୍ତାହlନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ୩୦ ଟି ଉଚ୍ଚ ବିଦ୍ୟାଳୟର ୫୨ ଜଣ ଶିକ୍ଷ୍ୟାର୍ଥୀ ଯୋଗ ଦେଇଥିଲେ। ପ୍ରାରମ୍ଭରେ ପ୍ରାର୍ଥନା ପରେ ବିଶିଷ୍ଟ ଯୋଗଗୁରୁ ଡାକ୍ତର ଜୟଦେବ ମେହେର ସ୍ୱାସ୍ଥ୍ୟରକ୍ଷା ପାଇଁ ବିଭିନ୍ନ ଯୋଗ ଓ ପ୍ରାଣାୟାମ କରାଇଥିଲେ। ଏହାପରେ ପ୍ରଥମ ଅଧିବେଶନରେ ଡ଼.ପର୍ଶୁରାମ ମିଶ୍ର ଅଗ୍ରଗାମୀ ଶିକ୍ଷl ପ୍ରତିଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ଡ଼.ମୀନକେତନ ପାଠୀ ବିଭିନ୍ନ ଉଦାହରଣ ମାଧ୍ୟମରେ, ଜୀବନରେ ‘ସତ୍ୟ’ର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଦ୍ଵିତୀୟ ଅଧିବେଶନରେ ‘ଆଖିର ଯତ୍ନ’ ସମ୍ପର୍କରେ ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡ଼.ସୁରେଶ ଚନ୍ଦ୍ର ଦାନୀ ଆଲୋଚନା କରି ମୋବାଇଲ୍‌ର ସ୍ୱଳ୍ପ ବ୍ୟବହାର ଓ ପ୍ରଦୂଷଣ ଠାରୁ ଦୂରେଇ ରହିବା ପାଇଁ ଉପଦେଶ ଦେଇଥିଲେ। ଏହି ଅବସରରେ ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାରର ସଭାପତି…

Read More

ଭୁବନେଶ୍ୱର ; ତା-୨୬/୦୪ ( ବିଏମସି ଟିଭି ଓଡ଼ିଆ) ସ୍କୁଲ ଛୁଟିକୁ ନେଇ ବଡ଼ ଅପଡେଟ। ରାଜ୍ୟରେ ଅସହ୍ୟ ଗରମ ଏବଂ ପ୍ରଚଣ୍ଡ ଖରା ମଧ୍ୟରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ପାଇଁ ବଡ଼ ଅପଡେଟ୍‌ ରହିଛି । ରାଜ୍ୟରେ ଅସହ୍ୟ ଗରମ ଏବଂ ପ୍ରଚଣ୍ଡ ଖରା ଅନୁଭୂତ ହେଉଛି। ସକାଳ ୮ ଟାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଯାହାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ ଛୁଟିକୁ ନେଇ ବଡ଼ ଅପଡେଟ ଦେଇଛନ୍ତି । ଖରା ଦିନ ଛୁଟିକୁ ବଡ଼ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର । ଖରା ଦିନ ଛୁଟିକୁ ବଡ଼ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଛାତ୍ରଛାତ୍ରୀଙ୍କ ସ୍କୁଲ ଯିବାକୁ ନେଇ ସମସ୍ୟା ଦେଖାଦେଉଛି । ଅସହ୍ୟ ଗରମ ସାଙ୍ଗକୁ ଟାଇଁଟାଇଁ ଖରା ଜନଜୀବନ ଅସ୍ତବ୍ୟସ୍ତ କରିଦେଉଛି । ତେବେ ସ୍କୁଲ ଛୁଟିକୁ ରାଜ୍ୟ ସରକାର ବଡ଼ ଘୋଷଣା କରିସାରିଛନ୍ତି…

Read More