କୁଡୁମୁଲୁଗୁମ୍ମା ; ତା-୦୧/୦୪ ( ବିଏମସି ଟିଭି ଓଡ଼ିଆ) ଆଜି କୁଡୁମୁଲୁଗୁମ୍ମା ସ୍ଥିତ ପି ଏମ୍ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ୯୦ ତମ ଓଡ଼ିଶା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅର୍ଜୁନ ଗାଡାଙ୍ଗୀ, ଶିକ୍ଷୟତ୍ରି ସସ୍ମିତା ମହାପାତ୍ର, ଶିକ୍ଷକ ସୁଧାକର ନାୟକ, ଦୀପକ କୁମାର ବେନିଆ, ସଞୟ ମହାନନ୍ଦିଆ, ହରିବନ୍ଧୁ ସାଆନ୍ତା, ବିକାଶ ବଡଗୁଛିଆ , ଅଞଳି ପ୍ରଭା ହନ୍ତାଳ, ନିଳାଦ୍ରୀ ଟାକ୍ରି,ମଇନା ହନ୍ତାଳ ଓ ଲିପିକା ଦାସ ପ୍ରମୁଖ ଉପସ୍ଥିତ ରହି ଓଡ଼ିଶା ପ୍ରଦେଶ ଗଠନର ପ୍ରମୁଖ୍ୟ କର୍ଣ୍ଣଧାର ମାନଙ୍କ ତୈଳତିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ସହ ଦ୍ୱିପ ପ୍ରଜ୍ବଳନ କରାଯାଇଥିଲା ଓ ଏହାପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସମବେଚ କଣ୍ଠରେ,”ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ୧୯୩୬ ମସିହାର ଆଜିର ଦିବସରେ ଭାଷା ଆଧାରରେ ଓଡିଶା କିପରି…
Author: bmcnews
ଭୁବନେଶ୍ୱର ; ତା-୦୧/୦୪ ( ବିଏମସି ଟିଭି ଓଡ଼ିଆ) ଆଜି ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୭୮ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ପଦକ ପ୍ରଦାନ କରିଥିଲେ। କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଡିଜିପି ଏହି ପଦକ ପ୍ରଦାନ କରିଛନ୍ତି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ନକ୍ସଲ ବିରୋଧୀ ଅଭିଯାନ) ସଂଜୀବ ପଣ୍ଡା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା) ଏସ. ସାଇନି , ଆଇଜିପି (ଅପରେସନ) ଡଃ ଦୀପକ କୁମାର, ଆଇଜିପି (କ୍ରାଇମବ୍ରାଞ୍ଚ) ଡଃ ସାର୍ଥକ ଷଡଙ୍ଗୀ, ଡିଆଇଜିପି (ସ୍ଵତନ୍ତ୍ର ଗୁଇନ୍ଦା ଶାଖା) ଅଖିଲେଶ୍ଵର ସିଂ, ଡିସିପି (ଭୁବନେଶ୍ଵର) ଜଗମୋହନ ମୀନା, ଡିସିପି (କଟକ) ଖିଲାରୀ ଋଷିକେଶ ଦ୍ୟାନଦେଓ, ଏସପି (ସ୍ପେଶାଲ ବ୍ରାଞ୍ଚ) ସୁନିଲ କୁମାର ନନ୍ଦ, ଏସପି (ପୋଲିସ…
ନୂଆଦିଲ୍ଲୀ ; ତା-୦୧/୦୪ ( ବିଏମସି ଟିଭି ଓଡ଼ିଆ) ଆଜିଠୁ ଦେଶବ୍ୟାପୀ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପର୍ଯ୍ୟାୟରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗୃହ ଗଣନା କାର୍ଯ୍ୟ ସମ୍ପକରାଯିବ। ୨୦୨୭ ମାର୍ଚ୍ଚ ୧ରୁ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେଉଥିବାବେଳେ ଜନସଂଖ୍ୟା ଗଣତି କରାଯିବ ବୋଲି ଜଣାପଡିଛି। ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ବାସଗୃହର ବିସ୍ତୃତ ବିବରଣୀ ସଂଗ୍ରହ କରାଯିବ। ଘର ତିଆରିରେ କେଉଁ ପ୍ରକାର ସାମଗ୍ରୀ ଏବଂ କାହିଁକି ବ୍ୟବହାର କରାଯାଇଛି, କେତେ ଲୋକ ଉକ୍ତ ଘରେ ବାସ କରୁଛନ୍ତି, ଘରର ମାଲିକ କିଏ, ବାସଗୃହରେ କେତେ ପ୍ରକୋଷ୍ଠ ରହିଛି, ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ, ବିଦ୍ୟୁତ୍ ସଂଯୋଗ ପ୍ରସଙ୍ଗରେ ତଥ୍ୟ ସଂଗ୍ରହ କରାଯିବ। ପୁନଶ୍ଚ ଉକ୍ତ ଘରେ ରହୁଥିବା ଲୋକେ କେଉଁ ବ୍ରାଣ୍ଡ୍ର ରେଡିଓ, ଟିଭି, ମୋବାଇଲ ଓ କମ୍ପ୍ୟୁଟର ବ୍ୟବହାର କରୁଛନ୍ତି, ସେହି ସୂଚନା ମଧ୍ୟ…
ବିଏମସି ଟିଭି ଲାଇଫ୍ ଷ୍ଟାଇଲ / ସ୍ବାସ୍ଥ୍ଯ ଟିପ୍ପଣୀ ସାଧାରଣତଃ ଲୋକମାନେ ସକାଳୁ ଉଠିବା ମାତ୍ରେ ଦାନ୍ତ ଘଷି ଥାଆନ୍ତି । ଦାନ୍ତ ଘଷିବା ପରେ ଖାଦ୍ୟ ଖାଆନ୍ତି ଏବଂ ପାଣି ପିଇ ଥାଆନ୍ତି । କିନ୍ତୁ ସକାଳର ଅଭ୍ୟାସ ସ୍ବାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଏ । ଭଲ ସ୍ବାସ୍ଥ୍ୟ ପାଇଁ କିଛି ଅଭ୍ୟାସକୁ ସକାଳୁ ଆପଣାଇବା ନିହାତି ଜରୁରୀ । ସୁସ୍ଥ ଶରୀର ବଜାୟ ରଖିବା ପାଇଁ ପାଣିର ଆବଶ୍ୟକତା ବହୁତ ରହିଛି ।ସକାଳୁ ଖାଲି ପେଟରେ ପାଣି ପିଇବା ଗୁରୁତ୍ବପୂର୍ଣ୍ଣ ହୋଇଥାଏ ବୋଲି ବିବେଚନା କରାଯାଏ । ବାସି ଲାଳ ଉପରେ ସକାଳୁ ଖାଲି ପେଟରେ ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭକାରୀ ହୋଇଥାଏ । ମୁହଁରେ ଲାଳ ଥିବାବେଳେ ପାଣି ପିଇବା ଦ୍ବାରା ପେଟରେ ଥିବା ଜୀବାଣୁ ନଷ୍ଟ ହୋଇଯାଇଥାଏ । ତେବେ ଆସନ୍ତୁ ଖାଲି ପେଟରେ ପାଣି ପିଇବାର ଲାଭ ସମ୍ପର୍କରେ ଆସନ୍ତୁ…
ରଣପୁର ; ତା-୩୧/୦୩ (ବିଏମସି ଟିଭି ଓଡ଼ିଆ ) ବିଦ୍ୟାଳୟ ପ୍ରବେଶ ଗେଟ ରେ ପଡିଛି, ଏହାର ସାମନାରେ ପାଠ୍ୟ ସାମଗ୍ରୀ ଧରି ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ସେମାନଙ୍କ ସହିତ ଯୋଗଦେଇଛନ୍ତି ଅଭିଭାବକ ଏପରି ଏକ ଅଘଟଣ ଦେଖିବାକୁ ମିଳିଛି ନୟାଗଡ଼ ଜ଼ିଲା ରଣପୁର ବ୍ଲକ କାଣ୍ଡପଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସୂଚନା ଯୋଗ୍ୟ, ଏହି ବିଦ୍ୟାଳୟ ରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷକଙ୍କର ଅନ୍ୟତ୍ର ବଦଳି ହୋଇଥିଲା। ଏହାଦ୍ୱାରା ପାଠପଢାରେ ଅସୁବିଧା ହେବା ଲକ୍ଷ୍ୟକରି ଅଧ୍ୟୟନ ରତ ଛାତ୍ରଛାତ୍ରୀ ମାନେ ଉକ୍ତ ଶିକ୍ଷକଙ୍କ ବଦଳିକୁ ବାତିଲ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି।ବଦଳି ଆଦେଶ ପ୍ରତ୍ୟାହର ନ ହେବା ପର୍ଯ୍ୟନ୍ତ ଏହି ଧାରଣା ଚାଲୁରହିବା ସହ ସ୍କୁଲ ଗେଟରୁ ଚାବି ଖୋଲା ହେବନାହିଁ ବୋଲି ଅଭିଭାବକ ମାନେ ଦୃଢ଼ ଭାବରେ ପ୍ରକାଶ କରୁଛନ୍ତି। ଶିକ୍ଷାଦାନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ କୌଣସି ବିଭାଗୀୟ ଅଧିକାରୀ ଘଟଣା…
ବୋଲଗଡ ; ତା-୩୧/୦୩ ( ବିଏମସି ଟିଭି ଓଡ଼ିଆ) ବୋଲଗଡ ଶିକ୍ଷାବ୍ଲକ ଅନ୍ତର୍ଗତ ମୋହନ ସତ୍ୟପ୍ରିୟ ବିଧାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଘୋରଡିଆ ର ଅଷ୍ଟମ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଅଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ସାହୁଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ଏହି କାଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବେ ବୋଲଗଡ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମିତା ମିଶ୍ର, ମୁଖ୍ଯ ବକ୍ତା ଭାବେ ବିଦ୍ୟାଳୟ ର ପୁରାତନ ଆଲୁମିନା ଛାତ୍ର ପ୍ରତାପ ବିଧାର ମହାପାତ୍ର, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ତଥା ସାମ୍ବାଦିକ ବିଶ୍ବଜିତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। କାଯ୍ୟକ୍ରମ ପ୍ରାରମ୍ଭ ରେ ଅତିଥି ମାନେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଫଟୋ ବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଫୁଲ ଚନ୍ଦନ, ଧୂପଦୀପ ଦେଇ ଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସ୍ବାଗତ ନ୍ରୁତ୍ୟ ପରିବେଷଣ କରାଯାଇଥିଲା। ସହକାରୀ ଶିକ୍ଷୟତ୍ରୀ ସରୋଜିନୀ ନନ୍ଦ…
ବିଏମସି ଟିଭି ଲାଇଫ୍ ଷ୍ଟାଇଲ ; ଶରୀର ପାଇଁ ବେଶ୍ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍ ଭରି ରହିଛି। ଆଖୁରସ ପିଇବା ଦ୍ୱାରା ଶରୀରରେ ଶର୍କରା ପରିମାଣ ସନ୍ତୁଳିତ ରହିଥାଏ। ଏହାବ୍ୟତୀତ ଶରୀରରେ ଶକ୍ତି ବୃଦ୍ଧି କରିଥାଏ। ଏଥିରେ ପୋଟାସିୟମ୍ ଓ କ୍ୟାଲ୍ସିୟମ ଥିବାରୁ ଏହା ଦାନ୍ତ ଓ ଦାନ୍ତମାଢ଼ିକୁ ନଷ୍ଟ ହେବାରୁ ରକ୍ଷା କରିଥାଏ। ଆଖୁରସ ପିଇବା ଦ୍ୱାରା ଖାଦ୍ୟ ହଜମ ଠିକ୍ ଭାବେ ହୋଇଥାଏ। ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା ପାକସ୍ଥଳୀ ସଂକ୍ରମଣ ଆଶଙ୍କାକୁ ମଧ୍ୟ କେତେକାଂଶରେ ଦୂର କରିଥାଏ। ଅସ୍ଥି ଏବଂ ମାଂସପେଶୀକୁ ମଜଭୁତ କରିଥାଏ। ଆଖୁ ରସରେ ଭିଟାମିନ୍-ସି ଥିବାରୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ବାହ୍ୟ ଜୀବାଣୁ ଆକ୍ରମଣରୁ ମଧ୍ୟ ଏହା ରକ୍ଷା କରିଥାଏ। ଡାଇବେଟିସ୍ ରୋଗୀଙ୍କ ପାଇଁ ଏହା ବେଶ୍ ଉପକାରୀ। ବିଏମସି ନ୍ୟୁଜ୍ ଓଡି଼ଶା ।
ମୁମ୍ବାଇ, ତା-୩୦/୦୩ ( ବିଏମସି ଟିଭି ଓଡ଼ିଆ) କିଛି ଦିନ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଫେରାରି (Ferrari 12Cilindri) କିଣିଛନ୍ତି। ଏହାର ମୂଲ୍ୟ ୧୨ କୋଟି ବୋଲି ଜଣାପଡ଼ିଛି। ଏବେ ତାଙ୍କ କାର କଲେକ୍ସନରେ ଆଉ ଏକ ମହଙ୍ଗା ଗାଡ଼ି ଯୋଡି ହୋଇଛି। ସେ ଏକ ମର୍ସିଡିଜ-ବେଞ୍ଜ V-କ୍ଲାସ କିଣିଛନ୍ତି। ପାଣ୍ଡ୍ୟା ତାଙ୍କ ପ୍ରେମିକା ମାହିକା ଶର୍ମାଙ୍କ ସହିତ କାର୍ ଚାବି ଗ୍ରହଣ କରୁଥିବାର ଦେଖାଯାଉଛି। ’ଅଟୋ ହ୍ୟାଙ୍ଗର୍’ ପକ୍ଷରୁ ଇନଷ୍ଟାଗ୍ରାମରେ ଷେୟାର କରାଯାଇଥିବା ଏକ ପୋଷ୍ଟରେ ଲେଖାଯାଇଛି: ଅଟୋ ହ୍ୟାଙ୍ଗର୍ ଗର୍ବର ସହିତ ଭାରତର ପ୍ରଥମ ମର୍ସିଡିଜ-ବେଞ୍ଜ V-କ୍ଲାସ ହାର୍ଦ୍ଦିକ ଏବଂ ମାହିକାଙ୍କୁ ହସ୍ତାନ୍ତର କରୁଛି। ପାଣ୍ଡ୍ୟା ଏହି ଗାଡ଼ି ତାଙ୍କ ପ୍ରେମିକା ମାହିକାଙ୍କୁ ଉପହାର ଦେଇଥିବା ଚର୍ଚ୍ଚା ହେଉଛି। ଚଳିତ ମାସ ଆରମ୍ଭରେ ପାଣ୍ଡ୍ୟା ପ୍ରଥମ ଥର ପାଇଁ ଫେରାରି ଘରକୁ ଆଣିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ୱାରା କିଣାଯାଇଥିବା ମର୍ସିଡିଜ-ବେଞ୍ଜ V-କ୍ଲାସ ପାଇଁ ଭାରତରେ ଏକ୍ସ-ଶୋ’ରୁମ ମୂଲ୍ୟ…
ବଲାଙ୍ଗିର ; ତା-୨୮/୦୩ (ବିଏମସି ଟିଭି ଓଡ଼ିଆ) ଭୀଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଲାଙ୍ଗିର ସହରବାସୀଙ୍କୁ ଶୁଦ୍ଧ ଓ ଶୀତଳ ପାନୀୟ ଜଳ ଯୋଗାଇଦେବା ପାଇଁ ‘ସହଯୋଗ ଫାଉଣ୍ଡେସନ’ ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ସନ୍ଧ୍ୟାରେ ସହରର ଟାଉନ ପୋଲିସ୍ ଷ୍ଟେସନ୍ ପ୍ରାଙ୍ଗଣରେ ଶୀତଳ ଧାରା – ର ଭବ୍ୟ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ପୌରପାଳିକା ଅଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରକଳ୍ପକୁ ଲୋକାର୍ପିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଏସ୍.ଡି.ପି.ଓ. ସରୋଜ ଉପାଧ୍ୟାୟ ଏବଂ ବିଶିଷ୍ଟ ଅତିଥି ଭାବେ ଟାଉନ ଥାନା ଆଇ.ଆଇ.ସି. ଅବନୀ ସାହୁ ଉପସ୍ଥିତ ରହି ସଂସ୍ଥାର ଏହି ମାନବୀୟ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ଅତିଥିମାନେ ସେମାନଙ୍କ ଅଭିଭାଷଣରେ କହିଥିଲେ ଯେ, ଖରାଦିନେ ପଥଚାରୀ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ପାଣି ମୁନ୍ଦେ ଯୋଗାଇଦେବା ସବୁଠାରୁ ବଡ଼…
ବନ୍ଧୁଗାଁ ; ତା-୨୯/୦୩ ( ବିଏମସି ଟିଭି ଓଡ଼ିଆ) ମାର୍ଚ୍ଚ ୨୯ ତାରିଖ ଅର୍ଥାତ୍ ଆଜିର ଦିନରେ ଆମ ଓଡିଶାର ବୀର କ୍ଷେତ୍ରୀୟ ଭାବରେ ଓଡିଶା ମାଟି ପାଇଁ ଲଢେ଼ଇ କରି ଓଡ଼ିଶା ରାଜ୍ୟକୁ ଓଡ଼ିଆ ଲୋକଙ୍କ ସ୍ମୃତି ଓ ଅବିଳାସକୁ ପରିପୂର୍ଣ୍ଣ ଭାବରେ ଓଡ଼ିଆଙ୍କ ସ୍ୱାର୍ଥ ପାଇଁ ଓଡିଶା ରାଜ୍ୟରେ ନାମିତ କରିବା ପାଇଁ ନିଜର ଜୀବନକୁ ତ୍ୟାଗ କରିଦେଇଥିଲେ । ତାଙ୍କର ଜୀବନକୁ ଓଡ଼ିଆଙ୍କ ଗୌରବ ପାଇଁ ନିଜର ଜୀବନକୁ ବଳିଦାନ ଦେଇଥିବା ଯୋଗୁଁ ଆଜି ସାରା ଓଡିଶାରେ ଏହି ମହାନ ବ୍ୟକ୍ତି ଲକ୍ଷ୍ମଣ ନାୟକଙ୍କ ଫାସୀ ଦିବସ ପାଳନ କରିଥିବା ବେଳେ ସେଥିରୁ ବାଦ ପଡିନାହିଁ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ ଠାରେ ମଧ୍ୟ ଅମର ସହିଦ ଲକ୍ଷ୍ମଣ ନାୟକଙ୍କ ୮୩ ତମ ଫାଶୀ ଦିବସ ଭାବରେ ଆଜି ବନ୍ଧୁଗାଁ ବ୍ଲକର ଆଦିବାସି ଚାଷୀ ମୁଲିଆ ସଙ୍ଘ ତରଫରୁ ତାଙ୍କ ଅମର ଆତ୍ମା ର ଶାନ୍ତି ସକାଶେ…
ପାଟଣା ; ତା-୨୮/୦୩ ( ବିଏମସି ଟିଭି ଓଡ଼ିଆ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଅନ୍ତର୍ଗତ ଗୁଳୁଦିପଶି ଗ୍ରାମରେ ୨୬ ରୁ ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଯାଇଛି । ନାମଯଜ୍ଞ ପୂର୍ବରୁ ଗ୍ରାମ ନିକଟରେ ଥିବା ନାଳକୁ ଯାଇ ସେଠାରେ ପୂଜାର୍ଚ୍ଚନା କରି କଳସରେ ପାଣି ଆଣି ଭଜନ କୀର୍ତ୍ତନ ସହ ଗ୍ରାମରେ କଳସୀ ଯାତ୍ରା କରା ଯାଇଥିଲା। ଏହାପରେ ଏହି କଳସ ଯାତ୍ରା ନାମଯଜ୍ଞ ମଣ୍ଡପରେ ପହଞ୍ଚି ଥିଲା। ଏହି ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞ ଗୁଳୁଦିପଶି ଗ୍ରାମରେ ଦୀର୍ଘ ବର୍ଷ ଧରି ହୋଇ ଆସୁଛି । ଏହି ନାମ ଯଜ୍ଞରେ ପୂଜକ ଭାବେ ତରୁଣ କୁମାର ତ୍ରିପାଠୀ ପୂଜାର୍ଚ୍ଚନା କରୁଥିବାବେଳେ କର୍ତ୍ତା ଭାବେ ନିରଞ୍ଜନ ବାରିକ୍, ରଘୁ ଦେହୁରୀ, ଜୟକୃଷ୍ଣ ବାରିକ୍, ପଶୁନ ବାରିକ୍, ଡ୍ରାଇଭ୍ ଦାସ ପ୍ରମୁଖ ସମ୍ପାଦନ କରୁଛନ୍ତି । ଏହି ଚବିଶ ପ୍ରହର ନାମଯଜ୍ଞ ରେ ଯୋଗ…
ନୂଆଦିଲ୍ଲୀ; ତା-୨୭/୦୩ ( ବିଏମସି ଟିଭି ଓଡ଼ିଆ ) ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର ପ୍ରାଥମିକ ଉଦ୍ଦେଶ୍ୟ ଥିଲା ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ପରେ ଦେଶ ମଧ୍ୟରେ ଉପୁଜିଥିବା ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଯୋଗାଣ ସମ୍ୱନ୍ଧୀୟ ସମସ୍ୟାଗୁଡ଼ିକର ସମୀକ୍ଷା ଏବଂ ରଣନୀତି ପ୍ରସ୍ତୁତ କରିବା। ବୈଠକ ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କୁ ସ୍ପଷ୍ଟ ଭାବରେ କହିଥିଲେ ଯେ ଦେଶବ୍ୟାପୀ ଲକଡାଉନ ଲାଗୁ କରାଯିବ ନାହିଁ। ଇରାନ ବିରୁଦ୍ଧରେ ଆମେରିକା ଏବଂ ଇସ୍ରାଏଲ ସହିତ ଜଡିତ ସଂଘର୍ଷର ପ୍ରଭାବ ଭାରତ ସମେତ ବିଶ୍ୱବ୍ୟାପୀ ପଡ଼ିଥିବା ବେଳେ, ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ ଭାବରେ କହିଥିଲେ ଯେ, ଏହି ଚ୍ୟାଲେଞ୍ଜ ସତ୍ତ୍ୱେ, ଲକଡାଉନ ଲାଗୁ କରିବା ଭଳି କଠୋର ପଦକ୍ଷେପ ନେବାର କୌଣସି ଆବଶ୍ୟକତା ନାହିଁ।ପଶ୍ଚିମ ଏସିଆର ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ…
