ଖୋର୍ଦ୍ଧା: ତା-୦୫/୦୩(ବିଏମସି ଟିଭି ଓଡ଼ିଆ)
ପ୍ରବାଦ ପୁରୁଷ, ଓଡ଼ିଶାର ବରପୁତ୍ର ମହାନ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ଅବସରରେ ଖୋରଧା ବିଜୁ ପଟ୍ଟନାୟକ ପାର୍କରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ଖୋରଧା ବେଗୁନିଆ ର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଙ୍କ ନେତୃତ୍ୱରେ ରେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗଦେଇ ବିଜୁ ବାବୁଙ୍କ ପୂର୍ଣ୍ଣବୟବ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଛନ୍ତି ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବିଜେଡି ଛାମୁଆ ସଂଗଠନ ର କର୍ମକର୍ତ୍ତା, ଖୋରଧା ପୌର ପରିଷଦ ର କାଉନସେଲର ବନ୍ଧୁ ଗଣ ଓ ଶତାଧିକ ମା ମାନେ ଯୋଗଦେଉ ବିଜୁ ବାବୁଙ୍କ ଜନ୍ମ ଦିବସ ରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ବିଜୁ ବାବୁ ଅମର ରହେ ଧ୍ୱନି ରେ ପ୍ରକମ୍ପିତ ହୋଇଥିଲା ସାରା ପରିବେଶ ।

ସକାଳୁ ସକାଳୁ ଏତେ ସଂଖ୍ୟାରେ ବିଜୁ ପ୍ରେମୀ ଯୋଗଦେଇ ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିବାରୁ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସାହୁ। ଏହି କାର୍ଯ୍ୟକ୍ରମ ରେ ପୌର ପରିଷଦ ର କାଉନସେଲର ଅମୀୟ ମହାନ୍ତି, ନାଗ ଭୁଷଣ ଜେନା, ଅନିଲ କୁମାର ରାମ, ଏସ କେ ଅବଦୁଲ ରହିମ (ଲାଲା )ବିଜୁ ଯୁବ ଜନତା ଦଳ ରାଜ୍ୟ ଉପ ସଭାପତି ଅବ୍ୟକ୍ତ ହରିହର ଖାଡ଼ଙ୍ଗା, ସାଧାରଣ ସମ୍ପାଦକ ଶୁଭକାନ୍ତ ମହାପାତ୍ର, ସତ୍ୟ ପ୍ରକାଶ ସାହୁ, ବିଜୁ ମହିଳା ଜନତା ଦଳ ର ଛାମୁଆ କର୍ମକର୍ତ୍ତା ଓ ଶତାଧିକ ମା ମାନେ ଯୋଗଦେଇଥିଲେ।
ଖୋର୍ଦ୍ଧା ଜିଲ୍ଲାରୁ ରୁଦ୍ର ମାଧବ ସାହୁଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


