ସମ୍ବଲପୁର ; ତା – ୨୬ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା )
ସଶକ୍ତ ଶିଶୁ ଗଠନ ସମୟ ପାଇଁ ବଡ଼ ଆହ୍ୱାନ । ଏହାର ପରିଚାଳନା ଓ କାର୍ଯ୍ୟକ୍ଷେତ୍ରରେ ସାକାର କରିବାକୁ ବିଭିନ୍ନ ବିଭାଗର କାର୍ଯ୍ୟ ଦକ୍ଷତା ଓ ସମ୍ମନ୍ୱୟ ଏକ ବଡ଼ ମାପଦଣ୍ଡ ବୋଲି ସମ୍ବଲପୁର ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟ ଡାକ୍ତର ରାଜାରାମ ଷଡ଼ଙ୍ଗୀ ଆଲୋଚନା କରି ଶିଶୁ ପ୍ରତି ଅବହେଳା ନୁହେଁ ବରଂ ଯତ୍ନ ଅପରିହାର୍ଯ୍ୟ ବୋଲି କହିଥିଲେ । ଜମନକିରା ସାମ୍ବାଦିକ ଭବନ ଠାରେ ସମ୍ବଲପୁର ସମନ୍ମିତ ବିକାଶ ପ୍ରତିଷ୍ଠାନ ଆନୁକୂଲ୍ୟରେ ବାଲ୍ୟ ବିବାହ , ଶିଶୁ ଚାଲାଣ , ଶିଶୁ ଶ୍ରମିକ ସମ୍ପର୍କିତ ବ୍ଲକ ସ୍ତରୀୟ ସର୍ଭାଇବର ନେଟ୍ୱାର୍କ ସଭାରେ ସେ ଏହା କହିଛନ୍ତି ।

ଏଥିରେ ଜମନକିରା ବିଡ଼ିଓ ରବୀନ୍ଦ୍ର ସେଠି , ସିଡିପିଓ ମମତା ପଟେଲ , ମିଶନଶକ୍ତି ବ୍ଲକ ପ୍ରୋଗ୍ରାମ କୋଅର୍ଡିନେଟର , ଶିକ୍ଷକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଇସିଡ଼ିଏସ ସୁପରଭାଇଜର , ଅଙ୍ଗନବାଡି କର୍ମୀ , ଆଶା କର୍ମୀ , ସିଆରପି , କମ୍ୟୁନିଟି ଲିଡର୍ସ , ସାମ୍ବାଦିକ , ବରିଷ୍ଠ ନାଗରୀକ ପ୍ରମୁଖ ଏଥିରେ ଯୋଗଦେଇଥିଲେ । ଏଥିରେ ସିଡ଼ି ଅନୁଷ୍ଠାନର ଆକ୍ସେସ୍ ଟୁ ଜଷ୍ଟିସ ପ୍ରକଳ୍ପର ନିର୍ଦ୍ଦେଶକ ଭୁବନେଶ୍ୱର ଦ୍ବିବେଦୀ ଅଧ୍ୟକ୍ଷତା କରିଥିଲେ । ସଭାରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ , ଶିଶୁ ସୁରକ୍ଷା , ବାଲ୍ୟ ବିବାହ , ଶିଶୁ ଚାଲାଣ , ଶିଶୁ ଶ୍ରମିକ ସମ୍ବନ୍ଧୀୟ ନିୟମ କାନୁନ , ରିପୋଟିଙ୍ଗ୍ କୌଶଳ , ଓ ବିଭିନ୍ନ ଶିଶୁ ସୁରକ୍ଷା ଅନୁଷ୍ଠାନ ଗୁଡିକ ଗାଁ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ କିଭଳି କାର୍ଯ୍ୟ କରିଥାଏ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ । ସଭାରେ ନିର୍ଯାତନାର ଶିକାର ହେଉଥିବା ପୀଡିତ ଶିଶୁ ମାନଙ୍କୁ କିପରି ଚିହ୍ନଟ କରି ସେମାନଙ୍କୁ ଯଥାର୍ଥ ତଦାରଖ କରି ଆଗକୁ ବଢିବାରେ ସହାୟତା କରିବା , ମାନସିକ ଓ ଶାରୀରିକ ସହଯୋଗ କରିବା ଏବଂ ଏକ ନେତା ଭାବରେ ଗଠନ କରି ଭବିଷ୍ୟତରେ ସେମାନେ ଯେପରି ଏହିଭଳି ପରିସ୍ଥିତି ରେ ଜଡିତ ଥିବା ପିଲାମାନଙ୍କୁ ସାହାଯ୍ୟ କରିପାରିବେ ସେ ବିଷୟରେ ବିଡ଼ିଓ , ସିଡିପିଓ ପ୍ରମୁଖ ଅତିଥି ଆଲୋଚନା କରିଥିଲେ । ଏହାକୁ ସଞ୍ଜୟ ଧୂରୁଆ , କମଳ ଭୋଇ , ଶୁଭମ ପ୍ରଧାନ , ସମୀର ମହାମଲିକ , ବିଜୟ ଦେହୁରୀ ସହଯୋଗ କରିଥିଲେ । ଶେଷରେ ସିଡି ଅନୁଷ୍ଠାନ ସଂଯୋଜକ ପ୍ରଶାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରି ସଶକ୍ତ ଶିଶୁ ଗଠନ ପାଇଁ ଶପଥ ପାଠ କରାଇଥିଲେ ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି ବିଏମସି ଟିଭି ଓଡ଼ିଆ ।


