ଭୁବନେଶ୍ୱର ; ତା-୨୮/୧୧ ( ବିଏମସି ନ୍ୟୁଜ୍ ଓଡ଼ିଶା)
ଭୁବନେଶ୍ୱର୍ କଳିଙ୍ଗ ପୁସ୍ତକ ମେଳା ମଞ୍ଚରେ କୋଠଘର ପ୍ରକାଶନୀ ପକ୍ଷରୁ ୭ ଜଣ ଲେଖକ ଏବଂ କବିଙ୍କର ପୁସ୍ତକ
ଲୋକାର୍ପିତ ସହିତ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । କୋଠଘର ସମ୍ପାଦିକା , ପ୍ରକାଶିକା ଅମ୍ବିକା ସ୍ୱାଇଁଙ୍କ ଅଧ୍ୟକ୍ଷତା ରେ ବରେଣ୍ୟ ଅତିଥି ପଦ୍ମଶ୍ରୀ ଡ.ଦେବୀ ପ୍ରସନ୍ନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ତଥା ବିଷ୍ଟିଷ୍ଟ ସ୍ତମ୍ବକାର ପ୍ରଦୋଷ ପଟ୍ଟନାୟକ , ରବି ସ୍ୱାଇଁ, ବିଶିଷ୍ଟ କଥାକାର ଲକ୍ଷ୍ମୀ ଚାନ୍ଦଙ୍କ କରକମଳ ରେ କାହ୍ନୁ ଚରଣ ପାଣିଗ୍ରାହୀଙ୍କ କବିତା ପୁସ୍ତକ, ଅନୁଭବର ସ୍ୱର, ଅର୍ଜ୍ଜୁନୀ ଚରଣ ପାଣଗ୍ରାହୀଙ୍କ ପ୍ରବନ୍ଧ ପୁସ୍ତକ ଦେବୀ ଓ ଦେଵୀ ମାନଙ୍କ କଥା, ବାସନ୍ତୀ ଦେଈଙ୍କ ଏଇତ ଜୀବନ, ସଂଯୁକ୍ତା ସାହୁ ଙ୍କ କବିତାର ମଧୁ ଗୀତି, କବି ପ୍ରତାପ ଶେଖର ସାହୁ ଙ୍କ ବିକ୍ଷିପ୍ତ ସ୍ୟାହିର ଛିଟା, ରବୀନ୍ଦ୍ର ହୋତାଙ୍କ ଜଣେ ଆଚାର୍ଯ୍ୟ ର ଆତ୍ମ କଥା ଲୋକାର୍ପିତ ହୋଇ ଯାଇଛି ।

ପ୍ରଥମ ଅଧିବେଶନ ରେ କୋଠଘର ଆମ ସାହିତ୍ୟ ପରିବାରର ସଭାପତି ଙ୍କ ସଭାପତିତ୍ବ ରେ କବିତା ଆସର ରେ ୧୦୦ ରୁ ଉର୍ଦ୍ଧ କବି କବିତା ପାଠ କରିଥିଲେ ।
ମଞ୍ଚ ପରିଚାଳନା କରିଥିଲେ,ଭାଷା ବିଜ୍ଞାନୀ ଡ ଦେବାଶିଷ ମହାପାତ୍ର,ଏବଂ ସୁଚିସ୍ମିତା ମିଶ୍ର । କବିତା ସଂଯୋଜନା କରିଥିଲେ ଡ଼ ପ୍ରତାପ ରଞ୍ଜନ ମହାନ୍ତି,ଲିନା ଶତପଥୀ, ରାଜଲକ୍ଷ୍ମୀ ତ୍ରିପାଠୀ,ସସ୍ମିତା ହୋତା । ପରିଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ କାର୍ଯ୍ୟକାରୀ ସଭାପତି ଆଶୁତୋଷ ମେହେର ।

ବିଏମସି ନ୍ୟୁଜ୍ ଓଡ଼ିଶା ।


