ଦାରିଙ୍ଗବାଡି ; ତା-୦୨/୧୨ ( ବିଏମସି ଟିଭି ଓଡ଼ିଆ)
ପୁଣି ଅଘଟଣ ପାଗଳ କୁକୁର କାମୁଡ଼ାରେ ଦାଦନ ଶ୍ରମିକ ମୃତ । ମୃତ ବ୍ୟକ୍ତି ଜଣକ ଦାରିଙ୍ଗବାଡି ବ୍ଲକ୍ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ସରାମୁଳୀ ପଞ୍ଚାୟତ ପାକାଲିମାହା ଗ୍ରାମର ଫଉଷ୍ଟିନ ବଳିୟାର ସିଂ ବୋଲି ଜଣା ପଡିଛି । ଆର୍ଥିକ ଅବସ୍ଥା ଶୋଚନୀୟ ଯୋଗୁଁ ପରିବାର ପାଳନ ପୋଷଣ ପାଇଁ ଦାଦନ ଖଟିବାକୁ କେରଳ ରାଜ୍ୟକୁ ଯାଇଥିଲେ ହେଲେ ତାଙ୍କୁ ପାଗଳ କୁକୁର କାମୁଡ଼ି ଦୁଇ ବର୍ଷ ହେଉଥିଲା ସେ ହଟାତ୍ ଦେହ ଅସୁସ୍ଥ ହେବାରୁ ତାଙ୍କୁ କେରଳ ଏକ ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲେ ।

ହେଲେ ତାଙ୍କ ରକ୍ତ ନମୁନା ପରୀକ୍ଷା ରିପୋର୍ଟରେ ଦେହ ସାରା କୁକୁର ବିଷ ବ୍ୟାପିଥିବା କହିଥିଲେ ଡାକ୍ତର ତାଙ୍କୁ ଗୁରୁତ ଅବସ୍ତାରେ ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲେ ହେଲେ ତାଙ୍କ ଚିକିତ୍ସା ଅବସ୍ଥାରେ ଥିବାବେଳେ ତାଙ୍କ ମୃତ୍ୟୁ ଘଟିଥିଲା ଏନେଇ ତାଙ୍କ ପୁତୁରାଙ୍କୁ ପଚାରି ଵାରୁ ଚିକିତ୍ସା ଅବସ୍ତାରେ ଥିବାବେଳେ ମୃତ୍ୟୁ ହେଇଛି ବୋଲି ସୁଚନା ଦେଇଛନ୍ତି । ଯେତେବେଳେ ସେ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ ସେହି ସମୟରେ ରକ୍ତ ନମୁନା ପରୀକ୍ଷା ରିପୋର୍ଟରେ ଦେହ ସାରା ବିଷ ବ୍ୟାପିଥିବା ମଧ୍ଯ ଡାକ୍ତର କହିଥିଲେ ବୋଲି ସୁଚନା ଦେଉଛନ୍ତି । ସେ ଯେଉଁ କମ୍ପାନୀ ରେ କାର୍ଯ୍ୟରତ ଥିଲେ ସେହି କମ୍ପାନୀ ମାଲିକ ସମସ୍ତ ଦାଇତ୍ୱ ନେଇ ଆମ୍ବୁଲାନ୍ସ ଯୋଗେ ମୃତ ବ୍ୟକ୍ତିଙ୍କ ଶବ ଓଡ଼ିଶାକୁ ପଠାଇଛନ୍ତି । ତାହା ଦୁଇ ଦିନ ମଧ୍ୟରେ ଓଡ଼ିଶା ତଥା ନିଜ ଜନ୍ମ ସ୍ଥାନ ପାକାଲିମାହାଆ ଗ୍ରାମକୁ ପହଞ୍ଚିବ ଏହି ଘଟଣାକୁ ନେଇ ଏବେ ବ୍ରାହ୍ମଣୀଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଦାରିଙ୍ଗବାଡ଼ି ରୁ ସଲମନ୍ ବିନ୍ଧାଣୀ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


