ଖୋଦ୍ଧା /ବୋଲଗଡ, ତା-୦୮/୦୯ (ବିଏମସି ଟିଭି ଓଡ଼ିଆ ) ଶିକ୍ଷା ହେଉଛି ବିକାଶର ଚାବିକାଠି । ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ମଣିଷ ଗଢା଼ କାରଖାନାର ବିନ୍ଧାଣୀ ଓ ସମାଜର ମେରୁଦଣ୍ଡ ଅଟନ୍ତି। ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଙ୍କ ସଭାପତିତ୍ୱରେ ବୋଲଗଡ଼ ଶିକ୍ଷା ବ୍ଲକ ଅନ୍ତର୍ଗତ ପଞ୍ଚୁକୋଟ ସ୍ଥିତ ରାମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ସାହୁଙ୍କୁ ଅବସରକାଳୀନ ବିଦାୟ ସମ୍ବନ୍ଧନା ଦିଆଯାଇ ଅଛି।

ଏହି କାଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ବରିଷ୍ଠ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ବେହେରା, ସୁରେଶ ଚନ୍ଦ୍ର ବେହେରା, ମୁଖ୍ଯ ବକ୍ତା ଭାବେ ପ୍ରାକ୍ତନ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମଚରଣ ବେହେରା ଓ ସମ୍ମାନୀତ ଅତିଥି ଭାବେ ଖୋଦ୍ଧା ଜିଲ୍ଲା ଓଷ୍ଟା ସଭାପତି ସୀତାକାନ୍ତ ମିଶ୍ର, ବ୍ଲକ ନିମ୍ନ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମଳୟ କୁମାର ପଣ୍ଡା, ଉଚ୍ଚ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶୈଳେନ ପଟ୍ଟନାୟକ, ପ୍ରାକ୍ତନ ପ୍ରଧାନଶିକ୍ଷକ ବାନାମ୍ବର ଷଡଙ୍ଗୀ, ସ୍କୁଲ ପରିଚାଳନା କମିଟି ସଭାପତି ସୁଧାକର ମହାରଣା ପ୍ରମୁଖ ଯୋଗ ଦେଇଥିଲେ। ସଭାପତି ଶ୍ରୀ ସ୍ବାଇଁ ବିଦାୟକାଳୀନ ସ୍ବାଗତ ଭାଷଣ ଦେଇ ସମାଜରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଶିକ୍ଷାଦାନ କ୍ଷେତ୍ରରେ ଭୁମିକା ଅତ୍ଯନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ।

ସମାଜର ପ୍ରଗତି ଓ ବିକାଶ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଦ୍ବାରା ସମ୍ଭବପର ହୋଇଥାଏ ବୋଲି ମୁଖ୍ଯ ଅତିଥି ଶ୍ରୀ ବେହେରା ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସମାଜର ମେରୁଦଣ୍ଡ ହୋଇଥିବା ରୁ ସେମାନଙ୍କୁ ଜୀବନରେ କେବେ ହେଲେ ଭୁଲିବ ନାହିଁ ବୋଲି ମୁଖ୍ଯ ବକ୍ତା ଶ୍ରୀ ବେହେରା ସୂଚନା ପ୍ରଦାନ କରିଥିଲେ। ଶିକ୍ଷକ/ଶିକ୍ଷୟିତ୍ରୀ, ଶିକ୍ଷା ଓ ଶିକ୍ଷାନୁଷ୍ଠାନ ଓତଃପ୍ରୋତ ଭାବେ ଜଡ଼ିତ ବୋଲି ସମ୍ମାନୀତ ଅତିଥି ତଥା ଶିକ୍ଷକ ନେତା ମଳୟ କୁମାର ପଣ୍ଡା କହିଥିଲେ। ସମସ୍ତ ନିମନ୍ତ୍ରିତ ଅତିଥି ଓ ଛାତ୍ରଛାତ୍ରୀ ମାନେ ବିଦାୟୀ ଆଦର୍ଶ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ସାହୁଙ୍କ ଛାତ୍ରବତ୍ସଳତା, ପରୋପକାରୀତା, ସମାଜସେବା, ପରିବେଶ ସୁରକ୍ଷା , ଆଦର୍ଶ ଶିକ୍ଷାଦାନ ଓ ବନ୍ଧୁବତ୍ସଳତା ସମ୍ପର୍କରେ ଗୁଣଗାନ କରିଥିଲେ।

ବ୍ଲକସ୍ତରୀୟ ଶିକ୍ଷକସଂଘ, ଗ୍ରାମବାସୀ ଓ ଛାତ୍ରଛାତ୍ରୀ ମାନଙ୍କ ତରଫରୁ ବିଦାୟୀ ଆଦର୍ଶ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସାହୁଙ୍କୁ ମାନପତ୍ର, ଉତ୍ତରୀୟ, ପ୍ରୀତି ଉପହାର ଓ ଫୁଲତୋଡ଼ା ଦେଇ ସମ୍ବନ୍ଧୀତ କରାଯାଇ ଥିଲା। ସମସ୍ତ ଛାତ୍ରଛାତ୍ରୀ ମାନେ କୋହ ଭରା ଅଶ୍ରୁଳ ନୟନରେ ବାଜା ବଜାଇ ଶିକ୍ଷୟିତ୍ରୀ ଶ୍ରୀମତୀ ସାହୁଙ୍କୁ ଗ୍ରାମ ପରିକ୍ରମା କରାଇଥିଲେ। ସମସ୍ତ କାଯ୍ୟକ୍ରମ କୁ ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ କୁମାର ସିଂହ ସଂଯୋଜନା କରି ସହଯୋଗ କରିଥିଲେ। ପରିଶେଷରେ ପ୍ରାକ୍ତନ ପ୍ରଧାନଶିକ୍ଷକ ମନମୋହନ କହଲସିଂହ ସମସ୍ତ ଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।

ବିଏମସି ନ୍ୟୁଜ୍ ଓଡ଼ିଶା।


