ବଲାଙ୍ଗିର ; ତା-୧୦/୦୯ ( ବିଏମସି ଟିଭି ଓଡ଼ିଆ)
ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ସଇଁତଳା ପଞ୍ଚାୟତ ସମିତି ଅଧିନ କରମତାଲା ଗ୍ରାମ ପଞ୍ଚାୟତ ସ୍ଥିତ ଛନଛଡା ବଜାର ଛକରୁ ପେଣ୍ଡରାମାଲ ଭାୟା ଗଣ୍ଡପତ୍ରାପାଲି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା (PMGSY) ଅଧୀନରେ ରାସ୍ତା କାମ ଚାଲିଥିବା ବେଳେ ସେହି ରାସ୍ତାର ଏକ ଅଂଶରେ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରାୟ ୪ ଲକ୍ଷ ଟଙ୍କା ବ୍ୟୟରେ ସିମେଣ୍ଟ କଂକ୍ରିଟ (ସିସି) ରାସ୍ତା କାମ କରାଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ ଉଠିଛି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଯେଉଁ ରାସ୍ତା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହେଉଛି, ସେହି ରାସ୍ତାରେ ପୁଣି ବ୍ଲକ ପକ୍ଷରୁ ସିସି ରାସ୍ତା କାମ ଦେଖାଇ ସରକାରୀ ଅର୍ଥ ହଡ଼ପ କରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହେଉଛି। ଏହି କାର୍ଯ୍ୟରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ବେହେରା ଓ ସଂପୃକ୍ତ ଠିକାଦାରଙ୍କ ଭୂମିକାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା।
ଗ୍ରାମବାସୀମାନେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ପ୍ରକୃତ ସ୍ଥିତି ସାମ୍ନାକୁ ଆଣିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ବିଏମସି ନ୍ଯୁଜ୍ ଓଡ଼ିଶା ।


