ଗଞ୍ଜାମ ; ତା ୨୪/୦୩ ( ବିଏମସି ନ୍ୟୁଜ୍ ଓଡି଼ଶା )
ଆସନ୍ତା ୨୫/୦୩/୨୦୨୬ ଓ ୨୬/୦୩/୨୦୨୬ ରେ ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ ଠାରେ ରାଜ୍ୟସ୍ତରୀୟ ୟୁ – ୧୭ ଜୁନିଅର୍ ଓ ୟୁ-୧୯ ୟୁଥ୍ ପୁରୁଷ ଓ ମହିଳା ବକ୍ସିଂ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଜିଲ୍ଲାସ୍ତରୀୟ ବକ୍ସିଂ ଦଳ ଚୟନ ହୋଇସାରିଛି। ଏହି ଦଳ ରେ ଗଞ୍ଜାମ ଜିଲ୍ଳାର ୨୨ ଜଣ ପୁରୁଷ ଓ ୧୩ ଜଣ ମହିଳା ବକ୍ସର, କୋଚ୍, ମ୍ୟାନେଜର ଓ ରେଫରୀ ଜଜ୍ ଙ୍କୁ ମିଶାଇ ମୋଟ ୪୧ ଜଣିଆ ବକ୍ସିଂ ଦଳ ରାଉରକେଲା ଅଭିମୁଖେ ଆଜି ୨୪/୦୩/୨୦୨୬ ତାରିଖ ସନ୍ଧ୍ୟାରେ ରାଜ୍ୟରାଣୀ ଏକ୍ସପ୍ରେସ ଯୋଗେ ଯାତ୍ରା ଆରମ୍ଭ କଲେ ବୋଲି GDAA ର ବକ୍ସିଂ ସମ୍ପାଦକ କେ.ପ୍ରଭାକର ରାଓ ଏଵଂ GDAA ର ସଂପାଦକ ଜେ. କାମେଶ୍ୱର ରାଓ ଜଣାଇଛନ୍ତି।

U-୧୭ ଜୁନିଅର୍ ପୁରୁଷ ବକ୍ସିଂ ଦଳରେ ୧. ଅର୍ମାନ କୁମାର ଦାସ ୨. ବେଦାମ୍ବନ ବେହେରା ୩. ଆୟୁଷ୍ମାନ ବାଡ଼ତ୍ୟା ୪. ଓମକାର ବେହେରା ୫. ପ୍ରିୟାନ୍ଶୁ ମଲ୍ଲିକ ୬. ସ୍ୱସ୍ତିକ କୁମାର ମାଝି ୭. ନନ୍ଦନ ବିନ୍ଧାନୀ ୮. ସାଇଶ୍ୟାମ ପାଢ଼ୀ ୯. Y ଶିବଜିତ ୧୦. ତନ୍ମୟ କୁମାର ରାଣା ୧୧. ସଦାଶିବ ପାଢ଼ୀ U-୧୯ ୟୁଥ୍ ପୁରୁଷ ଦଳରେ ୧. ଦିପେଶ କୁମାର ସାହୁ ୨. କେତି ପବନ ସାଇ ୩. ମହେଶ ବେହେରା ୪. ରୋହନ ଦାସ ୫. ରୁଦ୍ର ପ୍ରସାଦ ନାୟକ ୬. ହରିଶଙ୍କର ଦାଶ ୭. ଜେ. ରାକେଶ ୮. ମନୋଜ ବେହେରା ୯. ରାଜେଶ କୁମାର ସାହୁ ୧୦. ଅଖିଲେଶ ବେହେରା ୧୧. ସମିର ନାଇକ ଓ U-17 ମହିଳା ଦଳରେ ୧. ତୁଳସୀ ପାତ୍ର ୨. ପୂଜା ନାୟକ ୩. ବିଜିଲି ନାୟକ ୪. ଅର୍ପିତା ପଣ୍ଡା ୫. ଅର୍ଜାସିନୀ ମହାପାତ୍ର ୬. ଏ. ରିମ୍ଶା ଦୋରା ୭. ସ୍ୱାତି ସ୍ୱାଇନ ୮. ସ୍ନେହା ବେହେରା ୯. ଲିପ୍ସା ସାହୁ U-19 ମହିଳା ଦଳରେ ୧.ତେଜସ୍ୱନୀ ପାଢ଼ୀ ୨. ଅଙ୍କିତା ପାଣିଗ୍ରାହୀ ୩. ପୂଜା ବେହେରା ୪. ଯାଜ୍ଞସେନୀ ମହାରଣା ୫. ଦୀପ୍ତିରାଣୀ ଗୌଡ ଏବଂ କୋଚ୍ ମ୍ୟାନେଜର ଭାବେ S ସାଇ ପ୍ରତାପ,G ଯୋଗୀ ନନ୍ଦ, ପ୍ରବୀଣ ସେଠୀ, ବିପିନି ଗୌଡ଼, ମୁନା ଗୌଡ ଏବଂ ଶ୍ୟମା ମୁଖୀ ଯାତ୍ରା କରୁଛନ୍ତି।

ଏତତ୍ ସମେତ ପୂର୍ବତନ ବକ୍ସର ଏଵଂ ରାଜ୍ୟ ରେଫରି ଜଜ୍ ସିବରାମ ପାତ୍ର, ବୁଲୁ ପାତ୍ର, ତଥା ଅନ୍ତର୍ଜାତୀୟ ରେଫରି ତଥା ସ୍ଥାନୀୟ କୋଚ୍ ଶ୍ରୀ ଶିଶିର କୁମାର ପାଣିଗ୍ରାହୀ ଏହି ଦଳ ସହ ଯାତ୍ରା କରୁଛନ୍ତି।ଏହି ଦଳ ବ୍ରହ୍ମପୁରସ୍ଥିତ ମହାତ୍ମାଗାନ୍ଧୀ ଷ୍ଟାଡିୟମ୍ ଠାରେ ବକ୍ସିଂ ଅଭ୍ୟାସ କରୁଥିଲେ ତଥା ଭଲ ଖେଳ ପ୍ରଦର୍ଶନ କରିବେ ବୋଲି ଶ୍ରୀ କେ.ପ୍ରଭାକର ରାଓ, ଶ୍ରୀ ଲଡୁ କିଶୋର ସାହୁ, ଶ୍ରୀ ବାବୁ ରାଓ, ଅବିନାଶ ନାୟକ, ସୁମନ୍ ବିଏମସି ନ୍ୟୁଜ୍ ଓଡି଼ଶାଦାସ୍, ଅକ୍ଷୟ ପଟ୍ଟନାୟକ, ପ୍ରସାନ୍ତ କୁମାର ପାଣିଗ୍ରାହୀ, ସଞ୍ଜୀବ ସାହୁ, ସିତା ଜେନା, ଅନ୍ତର୍ଜାତୀୟ ବକ୍ସର ମମତା ପଣ୍ଡାଙ୍କ ସମେତ ବହୁ ବକ୍ସର ଓ କ୍ରୀଡ଼ାପ୍ରେମୀ ଶୁଭେଚ୍ଛା ଜଣାଇଛନ୍ତି।


