ବ୍ରହ୍ମପୁର ; ତା – 25 / 03 ( ବିଏମସି ନ୍ୟୁଜ୍ ଓଡି଼ଶା )
ଭେଲିଡେସନ ଏକ୍ଟ ୨୦୨୫ ବିରୁଦ୍ଧରେ ସର୍ବ ଭାରତୀୟ ରାଜ୍ୟ ପେନସନର୍ସ ଫେଡେରେସନ ଓ ଓଡିଶା ସେବା ନିବୃତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ର ଆହ୍ୱାନ କ୍ରମେ ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ପ୍ରଦୀପ କୁମାର ସାହୁ ଙ୍କ ସଭାପତିତ୍ୱରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମାନେ ସ୍ଥାନୀୟ ଆର . ଡ଼ି . ସି କାର୍ଯ୍ୟାଳୟ ଠାରେ କଳା ବେଡ଼ଜ ପରିଧାନ କରି ପ୍ରତିବାଦ ଜଣେଇଥିଲ । ଗତବର୍ଷ ମାର୍ଚ୍ଚ ୨୫ ତାରିଖ ଦିନ ସଂସଦରେ ଅର୍ଥ ବିଲ ପାରିତ ସମୟରେ ତରବରିଆ ଭାବେ ଭେଳି୍ଡେସନ ଏକ୍ଟ ପାରିତ କରାଇଥିଲେ । ଦେଶର କୋଟି କୋଟି ପେନସନ ଭୋଗୀ ଙ୍କ ପେନସନ କୁ ସଂକୁଚିତ ଓ ସେମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବା ପାଇଁ ଏହି ଏକ୍ଟ ର ଅସଲ ଉଦ୍ଦେଶ୍ୟ ।

ପେନସନ ଦେବା କାହାର ଦୟା ନୁହେଁ । ସମସ୍ତ କର୍ମଚାରୀ ମାନେ ସରକାର ଙ୍କ ସମସ୍ତ ନିର୍ଦେଶ କୁ ସଫଳତା ସହ , ୩୦ ରୁ ୩୫ ବର୍ଷ ପର୍ଯ୍ୟନ୍ତ ନିରବଛିନ୍ନ ଭାବେ ପାଳନ କରିବାର ପ୍ରତିଫଳନ । ସମ୍ଭିଧାନ ର ୧୪ ଧାରା ର ନିର୍ଦେଶ ପ୍ରକାରେ ପେନସନ ଭୋଗୀ ସମ୍ମାନ ସହ ବଂଚିବାର ଅଧିକାର ବୋଲି ଉଚ୍ଚତମ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି । ସରକାର ୦୧ / ୦୧ / ୨୦୨୬ ଠାରୁ ଅଷ୍ଟମ ବେତନ ଲାଗୁକରିବା ପାଇଁ ଘୋଷଣା କରିଛନ୍ତି , ତାହା କେବଳ ଯେଉଁମାନେ ୦୧ / ୦୧ / ୨୦୨୬ ପରେ ଅବସର ନେବେ , ସେମାନଙ୍କ ପାଇଁ ଲାଗୁ ହେବ । ୦୧/୦୧/୨୦୨୬ ପୂର୍ବରୁ ଅବସର ନେଇଥିବା ପେନସନ ଭୋଗୀ ଙ୍କ ପାଇଁ ନୁହଁ । କମିଶନରଙ୍କ ରିପୋର୍ଟ ଆସିବା ପୂର୍ବରୁ ସରକାର ଭେଲିଡେସନ ଏକ୍ଟ ୨୫ ଲାଗୁ କରି ପେନସନ ଭୋଗୀଙ୍କ ମନରେ ଆତଙ୍କ ସୃଷ୍ଟି କରିଛନ୍ତି । ସରକାରଙ୍କ ଇଚ୍ଛା ଉପରେ ପେନସନ ନିର୍ଭର କରିବ । ଏହା ପେନସନ ଭୋଗୀଙ୍କ ଅଧିକାର ନୁହେଁ , ଏହା ହିଁ ସରକାର ଙ୍କ ମନ୍ଦ ଉଦ୍ଧେଶ୍ୟ ବୋଲି ବହୁ ବକ୍ତା ମତବ୍ୟକ୍ତ କରିଥିଲେ । ପ୍ରତିବାଦ ସଭାରେ ଜିଲ୍ଲା ସମ୍ପାଦକ ଅଶୋକ କୁମାର ଦଳାଇ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜେନ୍ଦ୍ର କୁମାର ପଣ୍ଡା , ରାଜ୍ୟ ସମ୍ପାଦକ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା , ଉପଦେଷ୍ଟା କାମରାଜୂ ମହାରଣା , ଗୌରୀ ଶଙ୍କର ଦାସ , ସମୀର କୁମାର ଆଚାର୍ଯ୍ୟ , ଲଳିତ ରାଜଗୁରୁ , ଡ଼ଃ ଭାସ୍କର ଚନ୍ଦ୍ର ପଢି , ଅଧ୍ୟାପକ ଯୁଧିଷ୍ଠିର ସ୍ୱାଇଁ , କେ.କୃଷ୍ଣ ମୂର୍ତି , ଧୋବା ଗୌଡ଼ , ଇ. କନ୍ୟାକୁମାରୀ , ସୁଷମା ପାଠୀ , ଭାସ୍କର ଚନ୍ଦ୍ର ରଥ , ପ୍ରଫୁଲ୍ଲ କୁମାର ରଥ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ସର୍ବ ଭାରତୀୟ ପେନଶନେର ଫେଡେରେସନ ନିର୍ଦେଶ ପ୍ରକାରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ବ୍ରହ୍ମପୁରଙ୍କ ଜରିଆରେ ଅବସର ପ୍ରାପ୍ତ କର୍ମଚାରୀଙ୍କ ସ୍ଵାକ୍ଷର ସମ୍ମିଳିତ ଭେଲିଡେସନ ଏକ୍ଟ ୨୦୨୫ କୁ ବାତିଲ କରିବା ଅନୁରାଧ ପତ୍ର ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟ କୁ ପ୍ରେରଣ କରିବା ପାଇଁ ଅନୁରାଧା କରାଗଲା ।



