ବ୍ରହ୍ମପୁର/ଛତ୍ରପୁର ; ତା-୧୪/୧୨ ( ବିଏମସି ଟିଭି ଓଡ଼ିଆ)
ଗଞ୍ଜାମ ଜ଼ିଲ୍ଲା ସାମ୍ବାଦିକ ସଙ୍ଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ପେନସନ, ସୁରକ୍ଷା ଏବଂ ଅଧିସ୍ୱୀକୃତି ସରକାର ଘୋଷଣା ନ କଲେ ଓୟୁଜେ ରାଜ୍ୟରେ ଆନ୍ଦୋଳନକୁ ଓହ୍ଲାଇବ।

ଗଞ୍ଜାମ ଜ଼ିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ସଭାପତି ସଦାଶିବ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ମା’ରାମଚଣ୍ଡୀ ପୀଠ ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗ ଦେଇ ସାମ୍ବାଦିକ ମାନେ ସମାଜର ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି । ସେମାନଙ୍କର ସମସ୍ୟା ବହୁତ ଅଛି। ସେମାନଙ୍କ ର ପେନସନ, ସୁରକ୍ଷା ଏବଂ ଅଧି ସ୍ୱୀକୃତି ଦାବୀ କୁ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅବଗତ କରାଇବା ପାଇଁ ଆହ୍ବାନ ଦେଇଥିଲେ। ଚଳିତ ଶୀତକାଳୀନ ବିଧାନସଭା ଅଧିବେଶନରେ ଦାବୀ ରଖିବି ବୋଲି ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ କହିଥିଲେ ।

ରାଜ୍ୟ ସଭାପତି ପ୍ରସନ ମହାନ୍ତି ଯୋଗ ଦେଇ ପେନସନ, ସୁରକ୍ଷା ଏବଂ ଅଧିସ୍ୱୀକୃତି ଆମର ଦାବୀ । ଗତ ସରକାର ଏହି ଦାବୀ କୁ ଗୁରୁତ୍ୱ ଦେଇନଥିଲା । ବିଜେପି ଦଳ ସରକାର କୁ ଆସିଲେ ଦାବୀ ପୂରଣ ର ପ୍ରତିଶୃତି ଦେଇଥିଲେ । ବର୍ତ୍ତମାନ ସେ ସମୟ ଆସିଛି । ଦଳ ସରକାରକୁ ଆସିବାର ୧୫ମାସ ହେଲାଣି ଏହାକୁ କାର୍ଯ୍ୟକାରୀ କରିନଥିବାରୁ ଓ ୟୁ ଜେ ଆନ୍ଦୋଳନ ଶାଣିତ କରି ଓଲ୍ହାଇବ ବୋଲି ସେ କହିଥିଲେ । ଏପରି କି ମୁଖ୍ୟମନ୍ତ୍ରୀ ଙ୍କୁ ପୂର୍ବରୁ ଭେଟି ଏହି ଦାବୀ ରଖିବା ସହ କିପରି ସାମ୍ବାଦିକ ମାନେ ମୃତ୍ୟୁ ବରଣ ପୂର୍ବରୁ ସମସ୍ୟାରେ ଛନ୍ଦି ହେଉଛନ୍ତି ତାହାର ଉଦାହରଣ ଦେଇଥିଲେ ।

ବିଜେପି ଜାତୀୟ ମିଡ଼ିଆ ସେଲର ସଂଯୋଜିକା ସୁଜାତା ସାବତ ଯୋଗ ଦେଇ ଏହି ଦାବୀ ଯଥାର୍ଥତା ବୋଲି କହିବା ସହ ସରକାର ନିଶ୍ଚିତ ଦାବୀ ପୂରଣ କରିବାର ପ୍ରୟାସ ରଖିଥିବେ ବୋଲି କହିଥିଲେ । ରାଜ୍ୟ ଉପସଭାପତି କିଷାନ ରାଉତ, ନୟାଗଡ ଜ଼ିଲ୍ଲା ସଭାପତି ଆଚାର୍ଯ୍ୟ ବିଶ୍ୱ ରଞ୍ଜନ, ସମାଜସେବୀ ସମାପ୍ତି ପଣ୍ଡା, ସାଧାରଣ ସମ୍ପାଦକ ସନ୍ତୋଷ ମିଶ୍ର ଜ଼ିଲ୍ଲା ୟୁନିୟନ ର ବାର୍ଷିକ ବିବରଣୀ ପଠନ କରିଥିଲେ ।

ପୂର୍ବତନ ଜ଼ିଲ୍ଲା ସଭାପତି ପ୍ରକାଶ ପାଣିଗ୍ରାହୀ, ଉପଦେଷ୍ଟା ରବୀନ୍ଦ୍ର ପଣ୍ଡା,ହରିହର ପାତ୍ର ଯୋଗ ଦେଇ ସାମ୍ବାଦିକ ସମସ୍ୟା ଓ ତାର ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଉପସଭାପତି ରାଜଗୋପାଳ ପାଢ଼ୀ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜାତୀୟ କାଉସିଲ ସଦସ୍ୟ ବାଳ କୃଷ୍ଣ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରକାଶ ମାହାଙ୍କୁଡ, ଜ଼ିଲ୍ଲା ସମ୍ପାଦକ ମେଘନାଦ ଦାସ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

ଏହି ଅବସରରେ ବିଭିର୍ଣ୍ଣ ବ୍ୟକ୍ତିତ୍ୱ ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଜ଼ିଲ୍ଲା ଓ ରାଜ୍ୟର ଦିବଂଗତ ସାମ୍ବାଦିକ ଙ୍କ ପାଇଁ 2ମିନଟ ନିରବ ପ୍ରାର୍ଥନା କରାଯାଇଥିଲା । ପରିଶେଷରେ ଦୂତୀକୃଷ୍ଣ ପଣ୍ଡା ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ସାମ୍ବାଦିକ ବିସ୍ମୟ ପ୍ରଧାନ ଅଜିତ ସ୍ୱାଇଁ, ରବି ନାୟକ, ରବୀନ୍ଦ୍ର ପଣ୍ଡା, କେ ସତ୍ୟ ନାରାୟଣ ରେଡି, ଅଶୋକ ରଥ, ମାଧବ ବେହେରା, ରାଜୀବ ଲୋଚନ ମିଶ୍ର, ସମୀର ଆଚାର୍ଯ୍ୟ, ଶକ୍ତିଧରରାଜଗୁରୁ, ସୁଧୀର ନାହାକ, ଙ୍କ ସମେତ ଜିଲ୍ଳା ର ବହୁ ସଦସ୍ୟ ଉପସ୍ଥିତ ଥିଲେ।

ବ୍ରହ୍ମପୁର ରୁ ସିଟି ରିପୋର୍ଟର କାଳୀ ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


