ଢେଙ୍କାନାଳ ;ତା-୨୭/୦୮(ବିଏମସି ଟିଭି ଓଡ଼ିଆ)
ଢେଙ୍କାନାଳ ସଦର ବ୍ଲକ ଭାପୁର ଗ୍ରାମରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମଉତ୍ସବ ପାଳନ ସହିତ ପବିତ୍ର ରାକ୍ଷୀପୂର୍ଣିମା ଅବସରରେ ଭାପୁର ଶବରଭାଇ ମାନଙ୍କ ଦ୍ୱାରା ଘୁମୁରାନୃତ୍ୟ ପରିବେଷଣ ଅନୁଷ୍ଟିତ ହୋଇଯାଇଛି।ଏହି ଅବସରରେ ଦୁଇ ଦଳ ଭାପୁରଗ୍ରାମ ଉପର ଶବରସାହିର ମା ମଙ୍ଗଳା ଘୁମୁରା ନୂତ୍ଯନାଟ୍ୟ ଓ ତଳସାହି ବିଶ୍ଵବସୁ ଶବର ନୀଳମାଧବ ନୃତ୍ୟନାଟ୍ୟ ପକ୍ଷରୁ ଗାୟକ ବସନ୍ତ ବେହେରା, ମଥୁରା ଦେହୁରୀ, କାମୁଆ ଦେହୁରୀ,ନୃତ୍ୟ ସୁର ଦେହୁରୀ, ବାଦ୍ୟ ଅବିର ଦେହୁରୀ ,ଅନାମ ନାଏକ,ଲକ୍ଷ୍ମୀଧର ଦେହୁରୀ ଏବଂ ସାଥୀମାନେ ଏହି ଭାପୁର ଗ୍ରାମର ଛକ,ବଜାର ଏବଂ ସାହି ସାହି,ଘର ଘର ବୁଲି ଘୁମୁରା ଗୀତଗାଇ, ନାଚକରି ଏହି ପର୍ବକୁ ବେଶ୍ ଧୁମ୍ ଧାମରେ ପାଳନ କରିଥିଲେ। ଘୁମୁରା କହିଲେ ସଭିଙ୍କ ମନକୁ ଆସିଯାଏ ବଣ,ପାହାଡ ଘେରା ଆଦିବାସୀ ପୁରପଲ୍ଲୀର ଦୃଶ। ଅତୀତରେ ଯୁଦ୍ଧକ୍ଷେତ୍ରରେ ସେନାର ମନୋବଳ ବୃଦ୍ଧି ପାଇଁ ପରିବେଶିତ ହେଉଥିଲା ଘୁମୁରା। ବର୍ତ୍ତମାନ ପାରମ୍ପରିକ ଉତ୍କଳୀୟ ନୃତ୍ୟ ମଧ୍ୟରେ ବେଶ୍ ଲୋକପ୍ରିୟ। ଏହି ପର୍ବ ଗହ୍ମାପୂର୍ଣିମା ଠାରୁ ଆରମ୍ଭ ହୋଇ ନୂଆଖାଇ ଏବଂ ବିଜୟାଦଶମୀ ପର୍ଯ୍ୟନ୍ତ ଘୁମୁରା ନୃତ୍ୟ,ଗୀତରେ ପ୍ରକମ୍ପିତ ହୁଏ ଗ୍ରାମ ପରିବେଶ। ପାରମ୍ପରିକ ଅନୁଯାୟୀ ଚିତାଲାଗି ଅମାବାସ୍ୟା ଦିନ ଘୁମୁରା ପୂଜାର୍ଚ୍ଚନ କରି କଳାକାର ଆରମ୍ଭ କରନ୍ତି ନୃତ୍ୟ। ନୂଆଖାଇ ପର୍ବଦିନ ନୂଆଘୁମୁରା,ପୋଷାକ,ଟାହିଆ ଓ ଘୁଙ୍ଗୁର ପିନ୍ଧି ଗାଁଦାଣ୍ଡକୁ ଓହ୍ଲାନ୍ତି କଳାକାର ଏବଂ ତାପରେ ଘୁମୁରା ତାଳଶବ୍ଦ,ନୃତ୍ୟ,ଗୀତରେ ହଜିଯାଅନ୍ତି କଳାକାର ଓ ଦର୍ଶକ । ପୁରୁଷ ପୁରୁଷ ଧରି ଏହି ପରମ୍ପରା ଯୋଡ଼ି ହୋଇଛି ଘୁମୁରା ଶିଳ୍ପୀଙ୍କ ଜୀବନ । ନୀତି ଦିନିଆ ଜୀବନରୁ ମୁକ୍ତ ହୋଇ ଶବର ଭାଇମାନେ ସମସ୍ତେ ମିଳିମିଶି ଝୁମି ମିଛନ୍ତି ଏହି ନୃତ୍ଯର ତାଳେ ତାଳେ ।
ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।


