ମାଲକାନଗିରି ;ତା-୧୪/୮(ବିଏମସି ଟିଭି ଓଡ଼ିଆ)
ଜାତୀୟ ଏକତା ଓ ଜାତୀୟ ପତାକା ପ୍ରତି ସମ୍ମାନର ଭାବନାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟର ପରିସରରେ ‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ପ୍ରଥମ ପର୍ଯ୍ୟାୟରେ ଭାରତୀୟ ଜାତୀୟ ପତାକା ଉପରେ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଯୋଗଦେଇ ଜାତୀୟ ପତାକାର ଇତିହାସ, ମହତ୍ତ୍ୱ ଓ ଏହାର ସମ୍ମାନ ସମ୍ପର୍କରେ ନିଜର ଜ୍ଞାନ ପ୍ରଦର୍ଶନ କରିଥିଲେ। କୁଇଜ୍ ପ୍ରତିଯୋଗିତାଟି ଶିକ୍ଷଣୀୟ ଓ ଆକର୍ଷଣୀୟ ହୋଇଥିଲା। ଏହାପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ‘ହର ଘର ତିରଙ୍ଗା’ ରାଲି ଆୟୋଜିତ ହୋଇଥିଲା। ହାତରେ ତ୍ରିରଙ୍ଗା ପତାକା ଧରି ଓ ଦେଶପ୍ରେମର ସ୍ଲୋଗାନ ଦେଇ ଛାତ୍ରଛାତ୍ରୀମାନେ ରାଲିରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ରାଲି ମାଧ୍ୟମରେ ଜାତୀୟ ଏକତା, ଦେଶପ୍ରେମ ଓ ଜାତୀୟ ପତାକା ପ୍ରତି ସମ୍ମାନର ବାର୍ତ୍ତା ପ୍ରଚାର କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ମହୋଦୟ ସୁବାଷ ଚନ୍ଦ୍ର ମାଝୀ ରାଲିକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ ଛାତ୍ରଛାତ୍ରୀମାନଙ୍କୁ ଦେଶର ଏକତା, ଅଖଣ୍ଡତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମ୍ମାନ କରିବା ସହ ଦାୟିତ୍ୱବାନ ନାଗରିକ ଭାବେ ନିଜ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଆହ୍ୱାନ ଦେଇଥିଲେ। ଜାତୀୟ ପତାକା ଆମ ଦେଶର ଗୌରବ, ଏକତା ଓ ସାର୍ବଭୌମତ୍ୱର ପ୍ରତୀକ ବୋଲି ସେ ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଏନଏନଏସ ପୋଗ୍ରାମ ଅଫିସର କୁମାରୀ ରଞ୍ଜିତା ଟପୋ ଓ ତପନ କାର୍ଯ୍ୟୀ ପରିଚାଳନା କରିଥିଲେ ।
ମାଲକାନଗିରି ରୁ ଦିଲ୍ଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


